ଲିଫ୍ଟ ଦେବା ଆଳରେ ଯୁବତୀଙ୍କୁ ବଳାତ୍କାର: ଅଭିଯୁକ୍ତ ଯୁବକ ଗିରଫ

ଭୁବନେଶ୍ୱର,୧୦।୩(ବ୍ୟୁରୋ): ଲିଫ୍ଟ ଦେବା ଆଳରେ ଜଣେ ଯୁବତୀଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଭୁବନେଶ୍ୱରର ମୈତ୍ରୀବିହାର ଥାନା ଅଞ୍ଚଳରେ ମଙ୍ଗଳବାର ରାତିରେ ଏହି ଘଟଣା ଘଟିଥିବାବେଳେ ବୁଧବାର ସମ୍ପୃକ୍ତ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ସେ ହେଲେ ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଗାଡ଼କଣ ଅଞ୍ଚଳରେ ରହୁଥିବା ସତ୍ୟନାରାୟଣ ସାହୁ (୩୧)। ଅଭିଯୁକ୍ତ ସତ୍ୟନାରାୟଣଙ୍କୁ କୋର୍ଟଚାଲାଣ ପରେ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ପୋଲିସ ସୂଚନା ଅନୁଯାୟୀ, ପୀଡ଼ିତା ଯୁବତୀ ଜଣକ ଗଜପତି ନଗର ଅଞ୍ଚଳରେ ଥିବା ଏକ ରେଷ୍ଟୁରାଣ୍ଟରେ କାମ କରୁଥିବାବେଳେ ନିକଟସ୍ଥ ଏକ ମେସ୍‌ରେ ରୁହନ୍ତି। ମଙ୍ଗଳବାର ରାତି ପ୍ରାୟ ୮ଟାରେ ସେ ଉକ୍ତ ରେଷ୍ଟୁରାଣ୍ଟରୁ କାମ ସାରି ମେସ୍‌କୁ ଫେରୁଥିଲେ। ତେବେ ରୁମ୍‌ର ଚାବି ଭୁଲିଯାଇଥିବା ଉକ୍ତ ରେଷ୍ଟୁରାଣ୍ଟରେ କାମ କରୁଥିବା ତାଙ୍କ ସାଙ୍ଗଙ୍କୁ ଜଣାଇଥିଲେ। ସାଙ୍ଗ ଜଣକ ଚାବି ଆଣି ଦେବେ ବୋଲି କହିବାରୁ ପୀଡିତା ଯୁବତୀ ସୈନିକ ସ୍କୁଲ୍‌ ଛକରେ ତାଙ୍କୁ ଅପେକ୍ଷା କରିଥିଲେ। ଏହି ସମୟରେ ଅଭିଯୁକ୍ତ ସତ୍ୟନାରାୟଣ ସେଠାରେ ବାଇକ୍‌ରେ ପହଞ୍ଚତ୍ ଲିଫ୍ଟ ଦେଇ ମେସ୍‌ ନିକଟରେ ଛାଡ଼ିଦେବାକୁ କହିବାରୁ ଯୁବତୀ ଜଣକ ତାଙ୍କ ସାଙ୍ଗରେ ଯାଇଥିଲେ। ବାଟରେ ଉକ୍ତ ଯୁବତୀଙ୍କୁ ସତ୍ୟନାରାୟଣ ସୈନିକ ସ୍କୁଲ ନିକଟ ଏକ ଶୂନ୍‌ଶାନ ସ୍ଥାନକୁ ନେଇ ବଳାତ୍କାର କରିଥିଲେ। ଯୁବତୀଙ୍କ ଚିତ୍କାର ଶୁଣି ୧୦ରୁ ଊର୍ଦ୍ଧ୍ୱ ସ୍ଥାନୀୟ ଲୋକେ ସେଠାରେ ପହଞ୍ଚତ୍ ସତ୍ୟନାରାୟଣଙ୍କୁ କାବୁ ନିସ୍ତୁକ ମାଡ଼ ମାରି ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚତ୍ ଯୁବତୀଙ୍କୁ ଉଦ୍ଧାର କରିବା ସହ ଆହତ ସତ୍ୟନାରାୟଣଙ୍କୁ ଥାନାକୁ ନେଇଥିଲା। ପୀଡିତାଙ୍କ ଅଭିଯୋଗକ୍ରମେ ପୋଲିସ ଏକ ମାମଲା (ନଂ.୭୩/୨୦୨୩) ରୁଜୁ କରି ସତ୍ୟନାରାୟଣଙ୍କୁ ଗିରଫ କରିଛି। ସେହିପରି ପୀଡିତା ଡାକ୍ତରୀ ପରୀକ୍ଷା ସହ ବୟାନ ରେକର୍ଡ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଉପରାଷ୍ଟ୍ରପତିଙ୍କୁ ପୁସ୍ତକ ପ୍ରଦାନ କଲେ ପ୍ରଶାନ୍ତ

ଭୁବନେଶ୍ୱର,୨୮।୧୨(ବ୍ୟୁରୋ): ବିଜେଡି ରାଜ୍ୟ ସଭା ଏମ୍‌ପି ପ୍ରଶାନ୍ତ ନନ୍ଦ ଶନିବାର ଉପରାଷ୍ଟ୍ରପତି ଭେଙ୍କାୟା ନାଇଡୁଙ୍କୁ ସ୍ବରଚିତ ୨ଟି ପୁସ୍ତକ ପ୍ରଦାନ କରିଛନ୍ତି। ଏହି ପୁସ୍ତକ ୨ଟି...

CORONAVIRUS UPDATE: ରାଜ୍ୟରେ ପୁଣି ୧୦୩ କରୋନା ପଜିଟିଭ୍‌ ଚିହ୍ନଟ; ଆକ୍ରାନ୍ତଙ୍କ ସଂଖ୍ୟା ୧୪୦୦ ଟପିଲା

ଭୁବନେଶ୍ୱର,୨୫ା୫(ବ୍ୟୁରୋ): ସୋମବାର ରାଜ୍ୟରେ ଆଉ ୧୦୩ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୪୦୦ ଟପିଥିବା ରାଜ୍ୟ ସ୍ବାସ୍ଥ୍ୟ...

ଅଖାଦ୍ୟ ଖାଉଛନ୍ତି ପର୍ଯ୍ୟଟକ, ପ୍ରଶାସନ ନୀରବ

ପୁରୀ ଅଫିସ, ୨୯ା୬: ଘୋଷ ଯାତ୍ର।କୁ ଆଉ ୫ ଦିନ। ଚଳଚଞ୍ଚଳ ଶ୍ରୀକ୍ଷେତ୍ର। ଜିଲା ପ୍ରଶାସନ ପକ୍ଷରୁ ଚାଲିଛି ପ୍ରସ୍ତୁତି। ସଜେଇ ହେଲାଣି ଶ୍ରୀକ୍ଷେତ୍ର। ବଡଦାଣ୍ଡରେ...

ପୋଖରୀ ସଫେଇ ଦାବିରେ ସ୍କୁଲ ସମ୍ମୁଖରେ ଧାରଣା

କଣ୍ଟାପଡା, ୧୮।୪(ଡି.ଏନ୍‌.ଏ.): କଟକର  କଣ୍ଟାପଡ଼ା ବ୍ଲକ ଅନ୍ତର୍ଗତ ନାହଳପୁର ଗ୍ରାମପଞ୍ଚାୟତର ଗୁଣାଦୋଳ କେ.ଏନ. ନୋଡାଲ ସ୍କୁଲ ସମ୍ମୁଖରେ ଧାରଣା ଦିଆଯାଇଛି। ସ୍କୁଲ ଅଧିନରେ ଥିବା ଠାକୁରା...

ଏକ୍ସସାଇଜ୍‌ ଆକ୍ଟ ଓ ରୁଲ୍‌କୁ ନେଇ ଦ୍ୱନ୍ଦ୍ୱ : ଫାଇଦା ନେଉଛନ୍ତି ଡ୍ୟାନ୍ସ ବାର୍‌ ମାଲିକ

ଭୁବନେଶ୍ୱର,୨୯।୭(ବ୍ୟୁରୋ): ଡ୍ୟାନ୍ସ ବାର୍‌ରେ ଯୁବତୀଙ୍କୁ ନିୟୋଜିତ କରିବା ନେଇ ଏକ୍ସସାଇଜ୍‌ ଆକ୍ଟ ଓ ରୁଲ୍‌ ମଧ୍ୟରେ ତାଳମେଳ ନାହିଁ। ଓଡିଶା ଅବକାରୀ ଆଇନ୍‌ ୨୦୦୮ ସେକ୍ସନ-୨୬ରେ...

କୋଲକାତାରୁ ଆଇପିଏଲ ବେଟିଂ ମୁଖିଆ ଗିରଫ: ୭୨. ୯୬ ଲକ୍ଷ ଟଙ୍କାର ବ୍ୟାଙ୍କ ଆକାଉଣ୍ଟ ସିଜ୍‌

ବ୍ରହ୍ମପୁର ଅଫିସ ,୨୬।୨ : ଗଞ୍ଜାମ ଜିଲାରେ ଆଇପିଏଲ ବେଟିଂ ପାଇଁ ୟୁଜର ଆଇଡି ଓ ପାସୱାର୍ଡ ଦେଇ କେତେକ ବୁକିଂ ଜରିଆରେ କାରବାର ଚଳାଇଥିବା...

୧୫ ପଇସା ବଢ଼ିଲା ପେଟ୍ରୋଲ

ଭୁବନେଶ୍ୱର,୧୮।୮: ପେଟ୍ରୋଲ ଦର ଲଗାତର ଭାବେ ଦ୍ୱିତୀୟ ଦିନ ଲାଗି ବୃଦ୍ଧି ଘଟିଛି। ରବିବାର ଭୁବନେଶ୍ୱରରେ ପେଟ୍ରୋଲ ଦର ଲିଟର ପିଛା ୧୨ ପଇସା ବଢିଥିବା...

ଶୁକ୍ରବାର ଯାଏ ଲାଗି ରହିବ ବର୍ଷା: ୫ ଜିଲାକୁ ରେଡ୍‌ ଓ୍ବାର୍ଣ୍ଣିଂ, ୧୦ ଜିଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଦେଲା ପାଣିପାଗ ବିଭାଗ

ଭୁବନେଶ୍ୱର,୨୪।୧(ବ୍ୟୁରୋ): ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଦୁଇଦିନ ଧରି ରାଜ୍ୟର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଲାଗି ରହିଛି। ପକ୍ଷିଣ ଏବଂ ଉପକୂଳ ଓଡ଼ିଶାରେ ବର୍ଷା...

Advertisement
Archives

Model This Week