ଜଙ୍ଗଲରେ ଯୁବତୀଙ୍କୁ ବଳାତ୍କାର: ୨ ଯୁବକ କୋର୍ଟଚାଲାଣ

କୁଆଁରମୁଣ୍ଡା,୨୪ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ପୁଟୁରିଖମନ ପଞ୍ଚାୟତ ଦୁମାଙ୍ଗଦିରି ଗ୍ରାମର ଜନୈକା ୨୪ ବର୍ଷୀୟା ଯୁବତୀଙ୍କୁ ଜଟିଆ ବାବା ମନ୍ଦିର ନିକଟସ୍ଥ ଜଙ୍ଗଲରେ ରାତିରେ ପ୍ରାୟ ଦେଢ଼ ଘଣ୍ଟା ଧରି ରଖି ବଳାତ୍କାର କରାଯାଇଛି। ଏହା ପରେ ବଳାତ୍କାର କରିଥିବା ଯୁବକ ଓ ତାଙ୍କ ସହଯୋଗୀ ଉକ୍ତ ପୀଡ଼ିତା ଯୁବତୀଙ୍କୁ ବୁଲେଟରେ ଆଣି ତାଙ୍କ ଘରେ ଛାଡ଼ି ପଳାଇ ଯାଇଥିଲେ। ଏହି ଘଟଣା ମଙ୍ଗଳବାର ରାତିରେ ଘଟିଥିଲା ବେଳେ ପୀଡ଼ିତାଙ୍କ ଭାଉଜ ଏ ନେଇ ବୁଧବାର ବୀରମିତ୍ରପୁର ଥାନାରେ ଅଭିଯୋଗ କରିଥିଲେ। ଥାନାଧିକାରୀ ବନ୍ଦନା ପାତ୍ର ଘଟଣାର ତଦନ୍ତ କରି ମୁଖ୍ୟ ଅଭିଯୁକ୍ତ ରାଜୀବ ଲୁଗୁନ(୨୪) ଓ ତାଙ୍କ ସହଯୋଗୀ ସୀତାରାମ ଧନଓ୍ବାର(୩୨)ଙ୍କୁ ଗିରଫ କରି ବୀରମିତ୍ରପୁର ସରକାରୀ ଡାକ୍ତରଖାନାରେ ଡାକ୍ତରୀମାଇନା ଶୁକ୍ରବାର କରିବା ସହ କୋର୍ଟ ଚାଲାଣ କରିଛନ୍ତି। ବୁଧବାର ପୀଡ଼ିତାଙ୍କର ଡାକ୍ତରୀମାଇନା କରାଯାଇଥିଲା। ଏ ନେଇ ବୀରମିତ୍ରପୁର ଥାନାରେ ଦଫା ୩୭୬(ଡି)ରେ ଏକ ମାମଲା(୧୭୭/୨୦୨୪) ରୁଜୁ ହୋଇଥିବା ଥାନାଧିକାରିଣୀ ବନ୍ଦନା ପାତ୍ର ସୂଚନା ଦେଇଛନ୍ତି।
ପୋଲିସ ସୂଚନା ଅନୁଯାୟୀ,ପୀଡ଼ିତା ଦୁମାଙ୍ଗଦିରି ଗ୍ରାମର ହୋଇଥିବା ବେଳେ ସେ କିଛି ଦିନ ହେଲା କୁଆଁରମୁଣ୍ଡାରେ ନିଜ ବଡ଼ ବାପାଙ୍କ ଘରେ ରହୁଥିଲେ। ଘଟଣା ଦିନ ସୀତାରାମ ଓ ରାଜୀବ ତାଙ୍କୁ ଫୋନ୍‌ରେ ଡକାଇ ଏକ ବୁଲେଟ୍‌ରେ ଉକ୍ତ ଜଙ୍ଗଲକୁ ନେଇ ବଳାତ୍କାର କରିବା ପରେ ପୁଣି କୁଆଁରମୁଣ୍ଡା ଆଣି ତାଙ୍କ ଘରେ ଛାଡ଼ିବା ସମୟରେ ପୀଡ଼ିତାଙ୍କୁ ତାଙ୍କ ଭାଉଜ ଦେଖି ଘଟଣା ସମ୍ପର୍କରେ ପଚାରିବା ପରେ ଥାନାରେ ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନନ୍ଦନକାନନରେ ଜନ୍ମ ହେଲେ ୧୧ଟି ହଳଦିଆ ଆନାକୋଣ୍ଡା

ବାରଙ୍ଗ,୭।୭(ଲିଙ୍ଗରାଜ ରାଉତ): ଦ୍ୱିତୀୟ ଥର ପାଇଁ ମା’ ହୋଇଛି ହଳଦିଆ ଆନାକୋଣ୍ଡା। ସୋମବାର ଏହା ଜଣାପଡ଼ିବା ପରେ କର୍ମଚାରୀ ମହଲରେ ଖୁସିର ମହୋଲ ଖେଳିଯାଇଛି। ନନ୍ଦନକାନନ...

ଭୁବନେଶ୍ୱର ଷ୍ଟେଶନରେ ଟ୍ରେନ୍‌ରେ ଲାଗିଲା ନିଆଁ: ଆତଙ୍କରେ ଧାଇଁଲେ ଲୋକେ

ଭୁବନେଶର,୭ା୭: ଭୁବନେଶ୍ୱର ରେଳଷ୍ଟେଶନରେ ହୀରାକୁଦ ଏକ୍ସପ୍ରେସ୍‌ର ଏକ ବଗିରେ ସୋମବାର ସନ୍ଧ୍ୟାରେ କୌଣସି କାରଣରୁ ନିଅଁା ଲାଗିଯାଇଥିଲା। ନିଆଁରେ ଜଣେ ଯାତ୍ରୀଙ୍କ କିଛି ଆସବାବପତ୍ର ପୋଡ଼ିଯାଇଥିବା...

ସରିଲା ଶ୍ରୀବିଗ୍ରହଙ୍କ ଅଧରପଣା ନୀତି: ନୀଳାଦ୍ରିିବିଜେକୁ ଭକ୍ତଙ୍କ ଅପେକ୍ଷା

ପୁରୀ,୭ା୭(ଅଜିତ୍‌ ମହାନ୍ତି)- ନବଦିନାତ୍ମକ ଯାତ୍ରା ସାରି ଜନ୍ମବେଦିରୁ ବାହୁଡ଼ି ଆସିଛନ୍ତି ଦାରୁଦିଅଁ। ଭଉଣୀ ଭାଇଙ୍କ ସହ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖସ୍ଥ ତିନିରଥ ଉପରେ ଏବେ ଅବସ୍ଥାନ...

ପୋଷ୍ଟମର୍ଟମ ରିପୋର୍ଟ ଦେବାକୁ ଲାଞ୍ଚ ନେଉଥିଲେ କୁଜଙ୍ଗ CHCର ଡାକ୍ତର ପ୍ରସାଦ ସେଠୀ, ମାଡି ବସିଲା ଭିଜିଲାନ୍ସ

କୁଜଙ୍ଗ,୭।୭: କୁଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (CHC)ର ଡାକ୍ତର ଶିବ ପ୍ରସାଦ ସେଠୀଙ୍କୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଲାଞ୍ଚ ନେଉଥିବା ଧରାଯାଇଛି। ସେ ଜଣେ ଅଭିଯୋଗକାରୀଙ୍କଠାରୁ...

‘ବ୍ୟାଡ୍ ବୟ ପିଜା’ ଆରମ୍ଭ କଲେ ବାଦଶାହ, ପ୍ୟାକେଜିଂରେ ‘ହାୟେ ଗର୍ମୀ

ମୁମ୍ବାଇ: ଜଣାଶୁଣା ରାପର ବାଦଶାହ, ଯିଏ ଜଣେ ଆବେଗୀ ଖାଦ୍ୟପ୍ରେମୀ ମଧ୍ୟ, ନିଜର ଖାଦ୍ୟ ପ୍ରତି ଥିବା ଅନୁରାଗକୁ ଆଉ ଏକ ପାଦ ଆଗକୁ ନେଇଛନ୍ତି।...

ଘୁମୁସର କରାଟେ ଏକାଡେମୀର ବଡ଼ ସଫଳତା

ଭଞ୍ଜନଗର,୭।୭(ବାବୁଲା ପ୍ରଧାନ): ୧୧ତମ ରାଜ୍ୟସ୍ତରୀୟ ସୋଟୋକନ କରାଟେ ପ୍ରତିଯୋଗିତା ଭୁବନେଶ୍ବରରେ ଅନୁଷ୍ଟିତ ହୋଇଯାଇଛି । ଏଥିରେ ଘୁମୁସର କରାଟେ ଏକାଡେମୀକୁ ବଡ ସଫଳତା ମିଳିଛି। ଏକାଡେମୀର...

ଆନ୍ଦୋଳନକୁ ଓହ୍ଲାଇବ ଡ୍ରାଇଭର ସଂଘ

ଭଞ୍ଜନଗର,୭ା୭(ବାବୁଲା ପ୍ରଧାନ): ୬ ଦଫା ଦାବି ନେଇ ଓଡ଼ିଶା ଡ୍ରାଇଭର ମହାସଂଘ ମଙ୍ଗଳବାରଠାରୁ ଆନ୍ଦୋଳନକୁ ଓହ୍ଲାଇବ। ଭଞ୍ଜନଗର ଶାଖା କର୍ମକର୍ତ୍ତାମାନେ ମଧ୍ୟ ଆନ୍ଦୋଳନରେ ସାମିଲ ହେବେ।...

ଖୋଲିଲା ମଝିଘରିଆଣିଙ୍କ ୯ ହୁଣ୍ଡି: ମିଳିଲା ୧ କୋଟି ୪ ଲକ୍ଷ, ୧୨ ବିଦେଶୀ ନୋଟ୍‌ ସହ ୩୮ ଗ୍ରାମ ସୁନା

ରାୟଗଡ଼ା, ୭।୭ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡା ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ମନ୍ଦିରର ୯ଟି ହୁଣ୍ଡି ସୋମବାର ଖୋଲାଯାଇ ଗଣତି କରାଯାଇଛି। ହୁଣ୍ଡିରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri