ଶିଶୁକନ୍ୟାଙ୍କୁ ବଳାତ୍କାର: ବାପା ଗିରଫ

କୁଚିଣ୍ଡା,୨୫ା୭(ବିରଞ୍ଚତ୍ ଦର୍କା): ମଦନିଶା କିଭଳି ମଣିଷକୁ ପିଶାଚ କରିଦିଏ ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ସମ୍ବଲପୁର ଜିଲା ମହୁଲପାଲି ଥାନା ଅଞ୍ଚଳରେ। ଜଣେ ବ୍ୟକ୍ତି ତାଙ୍କର ୬ ବର୍ଷୀୟା ଶିଶୁକନ୍ୟାକୁ ବଳାତ୍କାର କରିବା ଅଭିଯୋଗରେ ଗିରଫ ହୋଇଛନ୍ତି। ଆଉ ଥାନାରେ ଅଭିଯୋଗ କରିଛନ୍ତି ପୀଡ଼ିତା ଶିଶୁକନ୍ୟାଙ୍କ ମା’। ସମ୍ବଲପୁର ଜିଲାରେ ଏହି ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଅଭିଯୋଗ ଆଧାରରେ ମହୁଲପାଲି ଥାନାରେ ବିଏନ୍‌ଏସ୍‌ ୬୪(୨)/୬୫(୨)ପୋକ୍‌ସୋ ଧାରାରେ ଏକ ମାମଲା (ନଂ.୧୨୮/୨୪) ରୁଜୁ କରି ପୋଲିସ ଅଭିଯୁକ୍ତ ବାପାଙ୍କୁ ଗିରଫ କରି ଗୁରୁବାର ସମ୍ବଲପୁର ଜିଲା ସେସନ୍ସ କୋର୍ଟକୁ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି।

ସୂଚନା ଅନୁଯାୟୀ, ପୀଡିତା ଶିଶୁକନ୍ୟାଙ୍କ ମା’ ବିଲକୁ କାମ କରିବାକୁ ଯାଇଥିଲେ। ଘରେ ୬ବର୍ଷର ଝିଅ ଓ ତାଙ୍କ ସ୍ବାମୀ ଥିଲେ। ଅପରାହ୍ନ ୫ଟାରେ ମହିଳା ଜଣଙ୍କ ଘରକୁ ଫେରି ଝିଅ ପୋଷାକରେ ରକ୍ତ ଲାଗିଥିବା ଦେଖି ବ୍ୟସ୍ତ ହୋଇପଡିଥିଲେ। ପଚରାଉଚରା ପରେ ନିଶାଗ୍ରସ୍ତ ଅବସ୍ଥାରେ ଥିବା ସ୍ବାମୀ ଝିଅକୁ ବଳାତ୍କାର କରିଥିବା କହିଥିଲେ। ବୁଧବାର ସକାଳେ ଝିଅକୁ ମହିଳା ଜଣକ କେଶାଇବାହାଲ ମେଡିକାଲ ନେଇଥିଲେ। ହେଲେ ଡ୍ୟୁଟିରେ ଥିବା ଡାକ୍ତର ଘଟଣା ସମ୍ପର୍କରେ ମହୁଲପାଲି ପୋଲିସକୁ ସୂଚନା ଦେଇ ଶିଶୁର ଉନ୍ନତ ଚିକିତ୍ସା ନିମନ୍ତେ କୁଚିଣ୍ଡା ଉପଖଣ୍ଡ ମେଡିକାଲକୁ ରେଫର କରିଥିଲେ।

ଖବରପାଇ ମହୁଲପାଲି ଥାନା ଅଧିକାରୀ ସୁମିତ ଫିରୋଜ ଏକ୍କା ଓ କୁଚିଣ୍ଡା ଏସ୍‌ଡିପିଓ ଅମିତାଭ ପଣ୍ଡା କୁଚିଣ୍ଡା ମେଡିକାଲରେ ପହଞ୍ଚି ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତ ବାପାଙ୍କୁ ଗିରଫ କରିଥିଲେ। ସୂଚନାଯୋଗ୍ୟ, ଗତ ରବିବାର ଏହି ମହୁଲପାଲି ଥାନା ଅଞ୍ଚଳରେ ଜଣେ ୬୪ ବର୍ଷୀୟା ବୃଦ୍ଧାଙ୍କୁ ବଳାତ୍କାର ଘଟଣାର ସପ୍ତାହେ ନ ପୂରୁଣୁ ପୁଣି ଏକ ଶିଶୁକନ୍ୟା ବଳାତ୍କାର ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

କୋଟିଏ ଟଙ୍କାର ବୀମା ଟଙ୍କା ପାଇଁ ସ୍ବାମୀଙ୍କ ଉପରେ ଲାଗିଲା ଗୁରୁତର ଅଭିଯୋଗ! ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି ଭିଡ଼ିଓ

ଚେନ୍ନାଇ,୨୩।୫: ତେଲେଙ୍ଗାନାର ଖମ୍ମମ ଜିଲାର ଥିରୁମାଲାୟାପାଲେମ ମଣ୍ଡଳରେ ଅବସ୍ଥିତ ଗୋଲ ଥାଣ୍ଡା ଗାଁରେ ଜଣେ ୨୯ ବର୍ଷୀୟ ବିବାହିତ ମହିଳାଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ମିଳିଛି। ମୃତକଙ୍କ…

ନିଖିଲ ହାଡପା ଗୁଳିକାଣ୍ଡ ମାମଲା: ପୋଲିସର ଫ୍ଲାଗମାର୍ଚ୍ଚ, ୯ ଅଭିଯୁକ୍ତ ଜିଲ୍ଲା ବାହାର ଜେଲକୁ ସ୍ଥାନାନ୍ତର

ଗୁଣପୁର, ୨୩।୫ (ସୁଜାତା ପାଢ଼ୀ): ନିଖିଲ ହାଡପା ଗୁଳିକାଣ୍ଡ ଘଟଣା ପରେ ରାୟଗଡା ସହରରେ ଉତ୍ତେଜନା ଜାରି ରହିଛି। ଶୁକ୍ରବାର ରାତିରେ ରାୟଗଡା ଟାଉନ ଥାନା ସମ୍ମୁଖରେ…

ବିଦ୍ୟୁତ କାର୍ଯ୍ୟାଳୟରେ ତାଲା ପକାଇଲେ ତାଳପଡା ଗ୍ରାମବାସୀ: ଅଘୋଷିତ ବିଦ୍ୟୁତ କାଟ …

ପାତ୍ରପୁର, ୨୩/୦୫ (ଉମା ଚରଣ ନେପାକ): ଅଘୋଷିତ ବିଦ୍ୟୁତ କାଟ ଓ ଏସ୍‌ ନୁଆଗାଁ ଗ୍ରାମ ଉପର ପଟରୁ ଯାଇଥିବା ୧୧ କେଭି ତାର ସ୍ଥାନାନ୍ତର ଦାବିକୁ…

ଶୁଭେନ୍ଦୁଙ୍କ ବଡ଼ ଆକ୍ସନ, ମମତାଙ୍କୁ ଲାଗିବ ଶକ୍ତ ଧକ୍କା

କୋଲକାତା,୨୩।୫: କୋଲକାତାର ପ୍ରସିଦ୍ଧ ସଲ୍ଟ ଲେକ ଷ୍ଟାଡିୟମ ବାହାରେ ଅବସ୍ଥିତ ଏକ ବିବାଦୀୟ ପ୍ରତିମୂର୍ତ୍ତିକୁ ଭାଙ୍ଗି ଦିଆଯାଇଛି। ଏହି ମୂର୍ତ୍ତିରେ ଫୁଟବଲ ଉପରେ ଦୁଇଟି ଅସ୍ଥିର ଗୋଡ଼କୁ…

କାଳବୈଶାଖୀର ତାଣ୍ଡବ: କ୍ଷତିଗ୍ରସ୍ତଙ୍କୁ ସହାୟତା ପ୍ରଦାନ ପାଇଁ ଭେଟିଲା ବିଜେଡି ବ୍ଲକ ଟିମ୍‌

ଥୁଆମୂଳ ରାମପୁର,୨୩ା୫(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ନାକୁରୁଣ୍ଡି ପଞ୍ଚାୟତରେ କାଳବୈଶାଖୀ ଜନିତ ବ୍ୟାପକ କ୍ଷୟକ୍ଷତି ପରେ ପ୍ରଭାବିତ ଅଞ୍ଚଳରେ ଶନିବାର ବିଜେଡିର…

ଥୁଆମୂଳ ରାମପୁର ଥାନା ଏସ୍‌ଆଇଙ୍କ ମେଡିକାଲରେ ଚିକିତ୍ସା ଅବହେଳା ନେଇ ତୀବ୍ର ଅସନ୍ତୋଷ, କ୍ୱାର୍ଟର୍ସରେ ଶୋଇଥିଲେ ଡାକ୍ତର-ନର୍ସ, ଚାଲିଗଲା ଜୀବନ

ଥୁଆମୂଳ ରାମପୁର, ୨୩।୫ (ଦୁର୍ଗା କୀର୍ତ୍ତି) : କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନାରେ କାର୍ଯ୍ୟରତ ଏସ୍‌ଆଇ ଭାସ୍କର ଖୋସ୍ଲାଙ୍କର (୫୬) ଗତକାଲି ବିଳମ୍ବିତ ରାତିରେ ଅକାଳ…

ରାଘବ ଚଢାଙ୍କୁ ରାଜ୍ୟ ସଭାରେ ବଡ଼ ଦାୟିତ୍ୱ, ଭାଜପାର ବଡ଼ ଘୋଷଣା

ନୂଆଦିଲ୍ଲୀ,୨୩।୫: ଆମ ଆଦମୀ ପାର୍ଟି ଛାଡି ଭାଜପାରେ ଯୋଗଦେବା ପରେ ତୁରନ୍ତ ରାଜ୍ୟ ସଭା ଏମପି ରାଘବ ଚଢାଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି। ତାଙ୍କୁ ରାଜ୍ୟ…

ହୋଟେଲରୁ ଧରାପଡ଼ିଲେ ପ୍ରେମୀଯୁଗଳ, ପୋଲିସ ନେଲା ଏମିତି ନିଷ୍ପତ୍ତି, ପ୍ରେମିକ କହିଲେ ମୋ’ ପ୍ରତି…

ପାଟ୍‌ନା,୨୩ା୫: ବିହାରର ରାଜଧାନୀ ପାଟନାର ଜକନପୁର ଥାନା ଅଞ୍ଚଳରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ପୋଲିସ କିଛି ଦିନ ଧରି ଏକ ହୋଟେଲରେ ରହୁଥିବା ପ୍ରେମୀଯୁଗଳଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri