ବନ୍ଧୁଙ୍କ ସ୍ତ୍ରୀଙ୍କୁ ବଳାତ୍କାର

ବାଲିକୁଦା,୧୨ା୭(ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା ବାଲିକୁଦା ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ରବିବାର ପୁରୀ ଜିଲା ଚନ୍ଦ୍ରଭାଗା ଥାନା ଅନ୍ତର୍ଗତ ରାମଚଣ୍ଡୀଠାରେ ବଳାତ୍କାର କରାଯାଇଛି। ଗାଈ ମୃତ୍ୟୁ ଦୋଷ ନ ଲାଗିବା ପାଇଁ ପୁରୀ ଯାଉଥିବାବେଳେ ଅଧାବାଟରେ ସ୍ବାମୀଙ୍କ ବନ୍ଧୁ ତାଙ୍କୁ ବଳାତ୍କାର କରିଛନ୍ତି ବୋଲି ସେ ଅଭିଯୋଗରେ ଦର୍ଶାଇଛନ୍ତି। ଏନେଇ ସୋମବାର ବାଲିକୁଦା ଥାନାରେ ଅଭିଯୋଗ ହେବା ପରେ ଅଭିଯୁକ୍ତଙ୍କୁ ପୋଲିସ ଥାନାରେ ଅଟକ ରଖି ପଚରାଉଚୁରା କରୁଛି।

ମହିଳାଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ଘରେ କିଛି ଦିନ ତଳେ ଏକ ଗାଈର ମୃତ୍ୟୁ ଘଟିଥିଲା। ଦୋଷ ଛଡାଇବା ପାଇଁ ପରିବାର ଲୋକଙ୍କୁ ପୁରୀ ଯାଇ କର୍ମ ସମ୍ପାଦନ କରିବାକୁ କୁହାଯାଇଥିଲା। ଏନେଇ ଅଭିଯୁକ୍ତ ବାଇକ୍‌ରେ ସମ୍ପୃକ୍ତା ମହିଳା ଓ ତାଙ୍କ ସ୍ବାମୀଙ୍କୁ ନେଇ ରବିବାର ପୁରୀ ଯାଇଥିଲେ। ମାତ୍ର ଅଧାବାଟରୁ ଫେରି ଆସିଥିଲେ। ଫେରିବାବାଟରେ ରାମଚଣ୍ଡୀଠାରେ ଅଭିଯୁକ୍ତ ଗାଡ଼ି ଅଟକାଇ ମହିଳାଙ୍କ ସ୍ବାମୀଙ୍କୁ ମଦ ପିଇବାକୁ ଦେଇଥିଲେ। ନିଶାରେ ସ୍ବାମୀ ଅଚେତ ହୋଇଯିବା ପରେ ସମ୍ପୃକ୍ତା ମହିଳାଙ୍କୁ ଅଭିଯୁକ୍ତ ବଳାତ୍କାର କରିଥିଲେ। ପରେ ସେମାନେ ଘରକୁ ଫେରି ଆସିଥିଲେ।

ଘରେ ପହଞ୍ଚତ୍ବା ପରେ ଘଟଣା ସମ୍ପର୍କରେ ମହିଳା ଜଣକ ସ୍ବାମୀଙ୍କୁ ଜଣାଇଥିଲେ। ଏନେଇ ଗାଁରେ ଆଲୋଚନା ହୋଇଥିଲା। ମାତ୍ର କୌଣସି ସମାଧାନ ନ ହେବାରୁ ଶେଷରେ ପୀଡିତା ବାଲିକୁଦା ଥାନାରେ ଅଭିଯୋଗ କରିଛନ୍ତି। ଥାନା ଅଧିକାରୀ ବିପିନ କୁମାର ସାହୁ କହିଛନ୍ତି, ଚନ୍ଦ୍ରଭାଗା ଥାନାରେ ଅଭିଯୋଗ କରିବାକୁ ଅଭିଯୋଗକାରୀଙ୍କୁ କୁହାଯାଇଛି। ଏ ସମ୍ପର୍କରେ ସେ ଚନ୍ଦ୍ରଭାଗା ଆଇଆଇସିଙ୍କୁ ଅବଗତ କରାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

CORONAVIRUS UPDATE: ରାଜ୍ୟରେ ହୁ ହୁ ହୋଇ ବଢ଼ୁଛି କରୋନା ସଂକ୍ରମଣ; ଆଜି ସର୍ବାଧିକ ୩୦୪ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୨୧।୬(ବ୍ୟୁରୋ): ରାଜ୍ୟରେ ରବିବାର ଆଉ ୩୦୪ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୭୨ଜଣ କ୍ୱାରାଣ୍ଟାଇନ୍‌ରେ ଥିବା ବେଳେ ୩୨ ଲୋକାଲ୍‌ କଣ୍ଟାକ୍ଟ କେସ୍‌...

ସୀମାନ୍ତରେ ଗୁଳି ବିନିମୟ: ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଶହୀଦ

ମାଲକାନଗିରି,୧୩।୨ (ଡି.ଏନ.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ଶନିବାର ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ଜଣେ ସିଆରପିଏଫ ଯବାନ ଶହୀଦ୍‌...

ଗତିପଥ ବଦଳାଇଲା ମଙ୍ଗଳା ମୁହାଣ

ପୁରୀ ଅଫିସ,୧୯।୯: ପ୍ରାୟ ପ୍ରତିବର୍ଷ ମଙ୍ଗଳା ନଦୀ ମୁହାଣ ଗତିପଥ ବଦଳୁଛି। ବିଭିନ୍ନ ସମୟରେ ପ୍ରାକୃତିକ ମୁହାଣ ପୋତିହୋଇ ଭିନ୍ନ ଜାଗାରେ ନୂଆ ଧାର ସୃଷ୍ଟି...

ଥାନା ଆଗରେ କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ କଲେ ମହିଳା

ମାଲକାନଗିରି,୧୯ା୫(ଡି.ଏନ୍‌.ଏ.): ମାଲକାନଗିରି ସଦର ଥାନା ସମ୍ମୁଖରେ ଜଣେ ମହିଳା ଗୁରୁବାର ଆତ୍ମାହୁତି ଉଦ୍ୟମ କରିଛନ୍ତି। ସେ ହେଲେ ମାଲକାନଗିରି ବ୍ଲକ ଅନ୍ତର୍ଗତ ଗଙ୍ଗଲା ଗ୍ରାମର ସୁକାନ୍ତି...

ନୌବାଣିଜ୍ୟ ସ୍ମୃତିରେ ବିଭୋର ଚାନ୍ଦବାଲିି, ଧାମରା

ଚାନ୍ଦବାଲି/ଆରଡିି,୧୩ା୧୧(ଡି.ଏନ.ଏ.)-ସୁଦୂର ଅତୀତର ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ ମଙ୍ଗଳବାର ଭଦ୍ରକ ଜିଲାର ବିଭିନ୍ନ ସ୍ଥାନରେ ବୋଇତ ବନ୍ଦାଣ ଉତ୍ସବ ପାଳିତ ହେବା ଯୋଗୁ ପରିବେଶ ଉତ୍ସବମୁଖର...

ସରକାରୀ ନିୟମକେ ବେଖାତିର: ଖରାରେ ସଁଥ୍‌ଲି ହେଉଛନ୍‌ ରୁଗୀ

ଜାମଟିକ୍ରା, ୨୫।୫ (ଡି.ଏନ.ଏ): କେନ୍ଦ୍ର ଆର ରାଏଜ୍‌ ସରକାର ଲୁକ୍‌କର ଚିକିସତ୍ା ସୁବିଧା ଲାଗି ଜିଲାସ୍ତରରେ ଜିଲା ମୁଖିଆ ଡାକ୍‌ତରଖାନା, ସବଡିଭିଜନସ୍ତରରେ ଉପଖଣ୍ଡ ଚିକିସତ୍ାଳୟ, ବ୍ଲକମାନକେ...

ଯାଜପୁର ଆରଡବ୍ଲ୍ୟୁଏସ୍‌ଏସ୍‌ ବିଭାଗ: ବଡ଼ବଡ଼ିଆଙ୍କ ଇଙ୍ଗିତରେ ଆତ୍ମସାତ୍‌

ଯାଜପୁର ଅଫିସ,୧୦ା୧: ଯାଜପୁର ଜିଲା ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ (ଆରଡବ୍ଲ୍ୟୁଏସ୍‌ଏସ୍‌) ବିଭାଗରେ ତିତ୍‌ଲି ଓ ଫନୀ ବାତ୍ୟା ନାମରେ ହୋଇଥିବା ପୁନରୁଦ୍ଧାର କାର୍ଯ୍ୟରେ ପ୍ରାୟ...

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଆର୍‌ବିଆଇ ଗଭର୍ନର

ଭୁବନେଶ୍ୱର,୧୩।୧୨(ବ୍ୟୁରୋ):ରିଜର୍ଭ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ) ଗଭର୍ନର ଶକ୍ତିକାନ୍ତ ଦାସ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଶକ୍ତିକାନ୍ତ ଅପରାହ୍ନ ୫ଟା ୩୦ରେ ଲୋକସେବା...

Advertisement
Archives

Model This Week