୧୮ଲକ୍ଷ ଟଙ୍କା ଆତ୍ମସାତକରି ବ୍ୟାଙ୍କ ଆକାଉଣ୍ଟାଣ୍ଟ ଗିରଫ

ଝାରସୁଗୁଡା ଅଫିସ୍‌,୧୨।୭: ଜଣେ ଅବସରପ୍ରାପ୍ତ ଏମ୍‌ସିଏଲ୍‌ କର୍ମଚାରୀଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୧୮ଲକ୍ଷ ୨୫ହଜାର ଟଙ୍କା ଆତ୍ମସାତକରି ବ୍ୟାଙ୍କ ଆକାଉଣ୍ଟାଣ୍ଟ ଗିରଫ ହୋଇଛନ୍ତି। ଅବସରପ୍ରାପ୍ତ ଏମ୍‌ସିଏଲ୍‌ କର୍ମଚାରୀଙ୍କ ସ୍ତ୍ରୀ ସାରସମାଲ ଗ୍ରାମର ଶ୍ରୀମତି ମୁଣ୍ଡା ଗତ ମଙ୍ଗଳବାର ବ୍ରଜରାଜନଗର ପୋଲିସ୍‌ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ପୋଲିସ୍‌ ଏକ ମାମଲା (ନଂ.୧୮୧/୨୧) ରୁଜୁକରି ତଦନ୍ତ ଆରମ୍ଭ କରିଥିଲା। ଏସମ୍ପର୍କରେ ଖବରପାଇ ପୋଲିସ୍‌ ଗିରଫଦାରୀ ଭୟରେ ସମ୍ପୃକ୍ତ ବ୍ୟାଙ୍କ ଆକାଉଣ୍ଟାଣ୍ଟ ଜଣକ ଫେରାର ହୋଇଯାଇଥିଲେ।

ଏସ୍‌ପି ବିକାଶ ଚନ୍ଦ୍ର ଦାସଙ୍କ ନିର୍ଦ୍ଦେଶ କ୍ରମେ ବ୍ରଜରାଜନଗର ଥାନା ଆଇଆଇସି ବୈକୁଣ୍ଠ ବିହାରୀ ସେଠ୍‌ଙ୍କ ନେତୃତ୍ୱରେ ଏକ ପୋଲିସ୍‌ ଟିମ୍‌ ଗଠନ କରାଯାଇ ଅଭିଯୁକ୍ତଙ୍କୁ ଧରିବା ନେଇ ବିଭିନ୍ନ ସ୍ଥାନରେ ଚଢାଉ କରି ବ୍ୟାଙ୍କ ଆକାଉଣ୍ଟାଣ୍ଟ ସନ୍ଦିପ ମହାନ୍ତିଙ୍କୁ ଧରିବାରେ ସଫଲ ହୋଇଥିଲେ।

ଅଭିଯୋଗ ମୁତାବକ, ଏମ୍‌ସିଏଲ୍‌ର ଓରିଏଣ୍ଟ କୋଲିଆରୀ ୨ନମ୍ବରଜ ମାଇନିଂରେ କାର୍ଯ୍ୟ କରୁଥିବା ଦଶରଥ ମୁଣ୍ଡା ୨୦୧୪ରେ ଅବସର ନେଇଥିଲେ। ଅବସର ପରେ କମ୍ପାନୀ ପକ୍ଷରୁ ଚାକିରି କାଳୀନ ସମସ୍ତ ଟଙ୍କା ଦଶରଥଙ୍କ ଆକାଉଣ୍ଟକୁ ଆସିଥିଲା। କର୍ମଚାରୀଙ୍କ ଆକାଉଣ୍ଟ ବ୍ରଜରାଜନଗର ଲମଟିବାହାଲ ଷ୍ଟେଟ୍‌ ବ୍ୟାଙ୍କରେ ରହିଥିଲା । ଇତିମଧ୍ୟରେ ୨୦୧୭ରେ ଦଶରଥଙ୍କ ମୃତ୍ୟୁ ଘଟିଥିଲା। ଫଳରେ ଟଙ୍କା ପାଇବା ପାଇଁ ତାଙ୍କ ସ୍ତ୍ରୀ ଶ୍ରୀମତି ଲିଗାଲ୍‌ ହେୟାର ସାଟିଫିକେଟ୍‌ ବାହାର କରି ବ୍ୟାଙ୍କରେ ଦାଖଲ କରିଥିଲେ। ହେଲେ ଟଙ୍କା ପାଇବାରେ ବିଳମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ଶ୍ରୀମତିଙ୍କ ନାମରେ ବ୍ୟାଙ୍କ ଆକାଉଣ୍ଟ ଖୋଲାଯାଇ ୩ଟି କିସ୍ତୀରେ ବ୍ୟାଙ୍କ କର୍ତ୍ତୃପକ୍ଷ ୧୧ଲକ୍ଷ ୩୦ହଜାର ଟ୍ରାନ୍ସଫର୍‌ କରିଥିଲେ। ହେଲେ ବାକି ଟଙ୍କା ଆକାଉଣ୍ଟାଣ୍ଟ ସନ୍ଦିପ ତାଙ୍କର ଜଣେ ସମ୍ପର୍କୀୟଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର୍‌ କରିଦେଇଥିଲେ। ହେଲେ ବାକି ଟଙ୍କା ପାଇବା ପାଇଁ ଶ୍ରୀମତି ଓ ତାଙ୍କ ପୁଅ ବ୍ୟାକୁ ଯାଇ ମ୍ୟାନେଜର ଓ ଆକାଉଣ୍ଟାଣ୍ଟକୁ ବାରମ୍ବାର ପଚାରିଥିଲେ ମଧ୍ୟ କେହି ଶୁଣି ନ ଥିଲେ। ଏନେଇ ଶ୍ରୀମତି ବ୍ୟାଙ୍କ ଆକାଉଣ୍ଟାଣ୍ଟଙ୍କ ନାମରେ ଥାନାରେ ଅଭିଯୋଗ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଲଜ୍ଜାଜନକ ରେକର୍ଡ କଲେ ଶ୍ରେୟସ ଆୟର: ଅଧିନାୟିକତ୍ୱ ଉପରେ ଉଠିଲା ପ୍ରଶ୍ନବାଚୀ

ନୂଆଦିଲ୍ଲୀ,୧୦।୧୦: ରାଞ୍ଚିର JSCA ଅନ୍ତର୍ଜାତୀୟ ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚରେ ଭାରତୀୟ କ୍ରିକେଟ ଦଳ ଏକ ଲଜ୍ଜାଜନକ ପରାଜୟର ସମ୍ମୁଖୀନ ହୋଇଛି। ପ୍ରଥମେ ବ୍ୟାଟିଂ…

ନୀଳମାଧବଙ୍କ ନୀତିକାନ୍ତି ବିଳମ୍ବ ନେଇ ବିବାଦୀୟ ପରିସ୍ଥିତି, ମଧ୍ୟାହ୍ନ ସାଢ଼େ ୧୨ଟା ସୁଦ୍ଧା ହୋଇନି ଆଳତି

ଖଣ୍ଡପଡ଼ା,୧୦ା୧୦(ଅଜୟ କୁମାର ମହାରଣା): ଜଗନ୍ନାଥ ସଂସ୍କୃତିର ଆଦି ଦେବତା ଭାବରେ ପ୍ରଭୁ ଶ୍ରୀ ନୀଳମାଧବ ଜୀଉ ସର୍ବଜନ ବିଦିତ। ପୁରୀ ଶ୍ରୀ ମନ୍ଦିରର ପୂଜା ନୀତି ସହ…

ବିଦ୍ୟାଳୟରେ ଅବ୍ୟବସ୍ଥା: ଚରମସୀମାରେ ଛାତ୍ରୀଛାତ୍ରଙ୍କ ଅସନ୍ତୋଷ, ବିଡିଓଙ୍କୁ ଭେଟିବାକୁ ଚାଲିଚାଲି ପଳେଇଲେ

ବାରିପଦା,୧୦ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟରେ ଅବ୍ୟବସ୍ଥାକୁ ନେଇ ଶନିବାର ଛାତ୍ରୀଛାତ୍ରଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ…

CJPର ଦିଲ୍ଲୀ ବିକ୍ଷୋଭରେ କାହିଁକି ଯୋଗ ଦେଲେ ନାହଁ ସୋନମ ୱାଙ୍ଗଚୁକ ? ନିଜେ କହିଲେ ଏହାର ବଡ଼ କାରଣ

ନୂଆଦିଲ୍ଲୀ,୧୦।୧୦: ‘କକରୋଚ ଜନତା ପାର୍ଟି’ (Cockroach Janata Party) ଶନିବାର (୧୦ ଅକ୍ଟୋବର, ୨୦୨୬) ଦିଲ୍ଲୀର ଜନ୍ତର ମନ୍ତର ଠାରେ ଏକ ବିକ୍ଷୋଭ ପ୍ରଦର୍ଶନ କରିଛି। ନିର୍ବାଚନ…

CJPକୁ ନେଇ ବଡ଼ ବୟାନ ଦେଲେ ଚିରାଗ ପାସୱାନ, କହିଲେ କେହି ଅଟକାଇ ପାରିବେ ନାହିଁ…

ନୂଆଦିଲ୍ଲୀ,୧୦।୧୦: କେନ୍ଦ୍ରମନ୍ତ୍ରୀ ଚିରାଗ ପାସୱାନ ଶୁକ୍ରବାର କହିଛନ୍ତି ଯେ ଟ୍ରେନ ବାତିଲ କରି ଭାରତର ଯୁବପିଢ଼ିଙ୍କୁ ଅଟକାଯାଇ ପାରିବ ନାହିଁ। ସେ ନିର୍ୱାଚନ ଆୟୋଗ ବିରୋଧରେ ବିକ୍ଷୋଭ…

ନିଜ ପତ୍ନୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଲେ ତେଜ ପ୍ରତାପ ଯାଦବ, କହିଲେ, ‘ପୂର୍ବତନ ପ୍ରେମିକଙ୍କୁ ଦେଉଥିଲେ…’

ପାଟନା,୧୦।୧୦: ବିହାରର ପୂର୍ବତନ ମନ୍ତ୍ରୀ ତଥା ‘ଜନ ଶକ୍ତି ଜନତା ଦଳ’ (JJD)ର ଜାତୀୟ ସଭାପତି ତେଜ ପ୍ରତାପ ଯାଦବ ନିଜ ପତ୍ନୀ ଐଶ୍ୱର୍ଯ୍ୟା ରାୟଙ୍କ ବିରୁଦ୍ଧରେ…

୨ ଅଧିନାୟକଙ୍କ ସାଇଲେଣ୍ଟ ୱାର୍‌: କ୍ରିକେଟ ମହଲରେ ଚର୍ଚ୍ଚା ଜୋରଦାର

ନୂଆଦିଲ୍ଲୀ,୧୦।୧୦: କ୍ରିକେଟ ପଡ଼ିଆରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ସାଧାରଣତଃ ବାକ୍‌ଯୁଦ୍ଧ କିମ୍ବା ସ୍ଲେଜିଂ ଦେଖିବାକୁ ମିଳେନାହିଁ। କିନ୍ତୁ ଚଳିତ ଗସ୍ତକୁ ନେଇ ଦୁଇ ଦଳର ଅଧିନାୟକଙ୍କ…

କଳିଙ୍ଗା ଘାଟି ବନ୍ଦ: ବିକଳ୍ପ ରାସ୍ତାରେ ଟ୍ରାଫିକ୍ ଜାମ୍, ଜବରଦଖଲ ହଟାଇବାକୁ ତହସିଲଦାରଙ୍କ କଡ଼ା ପଦକ୍ଷେପ

ଭଞ୍ଜନଗର,୧୦ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଓ କନ୍ଧମାଳ ଜିଲାକୁ ସଂଯୋଗ କରୁଥିବା କଳିଙ୍ଗା ଘାଟିରେ ଭୂସ୍ଖଳନ ଯୋଗୁ ଯାତାୟାତ ବନ୍ଦ ରହିଛି। ଫଳରେ ଗଞ୍ଜାମରୁ କନ୍ଧମାଳ ଏବଂ କନ୍ଧମାଳରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?