ମହିଳାଙ୍କୁ ଲିଫ୍ଟ ଦେବା ଆଳରେ କାର୍‌ ଭିତରେ ବଳାତ୍କାର

ଲକ୍ଷ୍ନୌ,୯ା୭: ଉତ୍ତରପ୍ରଦେଶର କୌଶମ୍ବୀ ଜିଲାରେ ଜଣେ ମହିଳାଙ୍କୁ ଲିଫ୍ଟ ଦେବା ବାହାନା କରି କାର୍‌ ଭିତରେ ମୁଣ୍ଡରେ ବନ୍ଧୁକ ଲଗାଇ ବଳାତ୍କାର କରିଥିବା ମାମଲା ସାମ୍ନାକୁ ଆସିଛି। ବଳାତ୍କାର ଅଭିଯୋଗ ମଝାନପୁର ମ୍ୟୁନିସିପାଲିଟି ପରିଷଦର ବିଏସ୍‌ପି ପ୍ରାର୍ଥୀ ଥିବା ଦଶରଥ ସରୋଜଙ୍କ ପୁଅ ଧନଞ୍ଜୟ ସରୋଜଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ମହିଳାଙ୍କ ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ମଞ୍ଜାନପୁର କୋଟଓ୍ବାଲୀ ଅଞ୍ଚଳର।

ପୀଡ଼ିତା ମହିଳା ଜଣଙ୍କ ପ୍ରୟାଗରାଜର ବାସିନ୍ଦା। ସେ କହିଛନ୍ତି, ସେ ନବୋଦୟ ବିଦ୍ୟାଳୟ ଟେନଓ୍ବାରେ ନିଜ ପିଲାଙ୍କ ଆଡମିଶନ କରିବା ପାଇଁ ଜୁଲାଇ ୬ରେ ଯାଇଥିଲେ। ମଝାନପୁର ଛକ ଠାରେ ଏକ ଟ୍ୟାକ୍ସି ପାଇଁ ଅପେକ୍ଷା କରିଥିଲେ। ଯେତେବେଳେ ସେ କାର୍‌ରେ ବସିଥିବା ଯୁବକଙ୍କୁ ବିଦ୍ୟାଳୟକୁ ଯିବାର ବାଟ ପଚାରିଥିଲେ, ସେ କହିଥିଲେ ଯେ ସେ ଏଠାରୁ ବିଦ୍ୟାଳୟକୁ ଯିବାକୁ କୌଣସି ଟ୍ୟାକ୍ସି ପାଇବେ ନାହିଁ। ସେ ଲିଫ୍ଟ ଦେବା ବାହାନାରେ ମହିଳାଙ୍କୁ ତାଙ୍କ ସଫାରି କାର୍‌ରେ ବସିବା ପାଇଁ କହିଥିଲେ। ବାଟରେ କହିଥିଲେ ଯେ ମୋର ମାମୁ ବିଏସ୍‌ଏସ୍‌ରେ ପ୍ରଶିକ୍ଷକ ଭାବରେ ପୋଷ୍ଟ ହୋଇଛନ୍ତି ଏବଂ ମୋ’ ବାପା ନିଜେ ମୌଳିକ ଶିକ୍ଷା ବିଭାଗରେ କାର୍ଯ୍ୟ କରୁଛନ୍ତି। ସେ ତୁରନ୍ତ ତାଙ୍କ ପିଲାଙ୍କ ଆଡମିଶନ କରିବେ। ସେ ମହିଳାଙ୍କୁ ତାଙ୍କ ନାମ, ଠିକଣା ଏବଂ ମୋବାଇଲ ନମ୍ବର ମଧ୍ୟ ଦେଇଥିଲେ। ଏହା ପରେ ସେ ଏକ ନିଛାଟିଆ ଅଞ୍ଚଳରେ କାରକୁ ଅଟକାଇ ମହିଳାଙ୍କୁ ବଳାତ୍କାର କରିଥିବା ମହିଳା ଜଣଙ୍କ ଥାନାରେ ଅଭିଯୋଗ କରିଛନ୍ତି। ଏହା ପରେ ସେ ତାଙ୍କୁ ଜଙ୍ଗଲରେ ଛାଡ଼ି ଫେରାର ହୋଇଯାଇଛନ୍ତି। ମହିଳାଙ୍କ ଅଭିଯୋଗକୁ ଆଧାର କରି ପୋଲିସ ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୁରଗାଁଓରେ ଚାଞ୍ଚଲ୍ୟ: ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ନବବିବାହିତା ମହିଳା

ଗୁରଗାଁଓ,୫ା୭: ନିଖୋଜ ହେବାର ୨ ଦିନ ପରେ ଜଣେ ୨୧ ବର୍ଷୀୟ ଯୁବକଙ୍କ ମୃତଦେହ ରଓ୍ବୋରୀସ୍ଥିତ କେନାଲରୁ ମିଳିବା ପରେ ତାଙ୍କୁ ନବବିବାହିତା ସ୍ତ୍ରୀ ଓ ତାଙ୍କ…

ସମୁଦ୍ରରେ ଫସିଥିବା ମତ୍ସ୍ୟଜୀବୀ ଉଦ୍ଧାର

ପୁରୀ,୫ା୭(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସର ତତ୍ପରତାରେ ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ୧୦ ମତ୍ସ୍ୟଜୀବୀଙ୍କ ସୁରକ୍ଷିତ ଉଦ୍ଧାର କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା…

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥ‌ିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…

କାଳ ବୈଶାଖୀରେ ଉଡ଼ିଯାଇଥିଲା ଟିଣ, ଛପର, ହେଉନି ମରାମତି

ମୋହନା,୫।୭(ମନ୍ମଥ ମିଶ୍ର): କାଳବୈଶାଖୀରେ ଉଡ଼ିଯାଇଥିଲା ବିଦ୍ୟାଳୟର ଟିଣ ଛପର। ହେଲେ ବର୍ତ୍ତମାନ ସୁଦ୍ଧା ଏହା ମରାମତି ହୋଇନାହିଁ। ଫଳରେ ବାଧ୍ୟହୋଇ ଦୁଇଟି ଶ୍ରେଣୀ ଗୃହରେ ପ୍ରଥମରୁ ଅଷ୍ଟମ…

କଳାହାଣ୍ଡି ପୋଲିସକୁ ବଡ଼ ସଫଳତା; ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଭବାନୀପାଟଣା,୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଜିଲାର ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଚୋରି…

୩ ଶହରୁ ଅଧିକ ଚାଷୀଙ୍କୁ ଠକି ଲୁଟିଥିଲେ ଟଙ୍କା, ବାନ୍ଧିଲା ଉଦୟଗିରି ପୋଲିସ

ମୋହନା,୫ା୭ (ମନ୍ମଥ ମିଶ୍ର ): ଚାଷୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇ ଶେଷରେ ବନ୍ଧା ହେଲା ଠକ ଅଭିଯୁକ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି…

ନଦିଗାଁ ରାସ୍ତାର ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ, ଧୂଷୁରୀ ଥାନା ଘେରାଉ କଲେ ଶତାଧିକ ମହିଳା

ଅସୁରାଳି,୫ା୭(ସନ୍ତୋଷ ସାହୁ): ଧୂଷୁରୀ ଥାନା ଅଞ୍ଚଳର ନଦିଗାଁ ରାସ୍ତା ନିକଟରେ ପ୍ରସ୍ତାବିତ ମଦ ଦୋକାନ ଖୋଲିବାକୁ ବିରୋଧ କରିଛନ୍ତି ସ୍ଥାନୀୟ ମହିଳା । ରବିବାର ଶତାଧିକ ମହିଳା…

ଟ୍ରମ୍ପଙ୍କ ଧମକର କଡ଼ା ଜବାବ ଦେଲା ଇରାନ; ନା ସଭ୍ୟତା, ନା ଇତିହାସ….

ତେହରାନ,୫ା୭: ଡୋନାଲ୍ଡ ଟ୍ରମ୍ପଙ୍କ ନିରନ୍ତର ବୟାନବାଜି ଉପରେ ଇରାନ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ଟ୍ରମ୍ପ ଦାବି କରିଥିଲେ ଯେ ସେ ଦେଶର ବରିଷ୍ଠ ନେତାମାନଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri