ଯୋଦ୍ଧାଙ୍କ ପାଇଁ ଆଗକୁ ଆସିଲା ବଲିଉଡ: ରଣବୀର-ଆଲିଆଙ୍କ ଭ୍ୟାନିଟି ଭ୍ୟାନ୍‌ ବ୍ୟବହାର କରିବ ମୁମ୍ବାଇ ପୋଲିସ

ବମ୍ବେ: କରୋନାର ଦ୍ୱିତୀୟ ଲହରର ସବୁଠାରୁ ଅଧିକ ପ୍ରଭାବ ପଡ଼ିଛି ମହାରାଷ୍ଟ୍ରରେ। ସଂକ୍ରମଣକୁ ରୋକିବା ଲାଗି କର୍ଫ୍ୟୁ ଲଗାଯାଇଛି। ଏସବୁ ମଧ୍ୟରେ ପୋଲିସ କର୍ମଚାରୀମାନେ ଆଗଧାଡ଼ିରେ ରହି ଲୋକଙ୍କ ଉପରେ ନଜର ରଖିଛନ୍ତି। ହେଲେ ଏହି ଯୋଦ୍ଧାଙ୍କ ସହାୟତା ପାଇଁ ଆଗକୁ ଆସିଛନ୍ତି କିଛି ବଲିଉଡ୍‌ କଳାକାର। ଅଭିନେତା ରଣବୀର ସିଂହ ଏବଂ ଅଭିନେତ୍ରୀ ଆଲିଆ ଭଟ୍ଟ ନିଜ ନିଜର ଭ୍ୟାନିଟି ଭ୍ୟାନ୍‌କୁ ମୁମ୍ବାଇ ପୋଲିସକୁ ବ୍ୟବହାର କରିବାକୁ ଦେଇଛନ୍ତି। ଏପରିକି ଆଲିଆଙ୍କ ଫିଲ୍ମ ‘ଗଙ୍ଗୁବାଇ କାଠିଆବାଡି’ର ସେଟ୍‌କୁ ପୋଲିସର ବ୍ୟବହାର ପାଇଁ ଦିଆଯାଇଛି।

ଗତ ବର୍ଷ କରୋନା ସଂକ୍ରମଣ ସମୟରେ ମହିଳା ପୋଲିସ ଅଫିସରମାନଙ୍କୁ ଭ୍ୟାନିଟି ଭ୍ୟାନ୍‌ ଦିଆଯାଇଥିଲା। ଏହାର ବ୍ୟବହାର ସେମାନେ ଆରାମ କରିବା, ଶୌଚ ଏବଂ ଘରକୁ ଯିବା ପୂର୍ବରୁ ପୋଷାକ ପାଲଟିବା ପାଇଁ ବ୍ୟବହାର କରୁଥିଲେ। ପୁଣି ଥରେ ଏବେ ସେଭଳି ଆବଶ୍ୟକତା ପଡ଼ିଛି। ମୁମ୍ବାଇ ପୋଲିସକୁ ୧୦ ଭ୍ୟାନିଟି ଭ୍ୟାନ୍‌ ଯୋଗାଇ ଦିଆଯାଇଥିବା ଜଣାପଡ଼ିଛି। ପୁଣିଥରେ ରାଜ୍ୟରେ ସ୍ବାଭାବିକ ସ୍ଥିତି ଫେରିଲେ ଗାଡ଼ିଗୁଡ଼ିକୁ ସାନିଟାଇଜ୍‌ କରାଯିବ। ପୁଣିଥରେ କଳାକାରମାନେ ଏହାକୁ ବ୍ୟବହାର କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମ ସପ୍ତାହରେ ଭାଙ୍ଗିଲା ସନାଙ୍କ ମନ: ମେଲଭିନ୍‌ଙ୍କଠାରୁ ଅଲଗା ହେଲେ

ବମ୍ବେ: ଚାରିଆଡ଼େ ପ୍ରେମ ସପ୍ତାହକୁ ନେଇ କ୍ରେଜ୍‌ ଥିବା ବେଳେ ପସନ୍ଦର ସାଥୀଙ୍କୁ ମନକଥା କହୁଛନ୍ତି ପ୍ରେମୀଯୁଗଳ। ହେଲେ ପ୍ରେମଦିବସ ଆସିବା ପୂର୍ବରୁ ଅଭିନେତ୍ରୀ ସନା...

ପତଳା ଅଣ୍ଟା ଦେଖାଇବାକୁ ଏମିତି ଚ୍ୟାଲେଞ୍ଜ ଦେଲେ ଏହି ଅଭିନେତ୍ରୀ, ଏବେ ହେଉଛନ୍ତି ଟ୍ରୋଲ

କୁହାଯାଏ, ଚାଇନାରେ ନିଜସ୍ବ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ରହିଛି ଏବଂ ଏଠାରେ ବିଭିନ୍ନ ସ୍ତରରେ ପ୍ରତିବନ୍ଧକ ବି ରହିଛି। ମାତ୍ର ଏଥିମଧ୍ୟରେ କିଛି ଲୋକ ଅଛନ୍ତି,...

ମାତୃତ୍ୱ ସମୟରେ ପିନ୍ଧିଥିବା ଡ୍ରେସ୍‌କୁ ନିଲାମ କରିବେ ଅନୁଷ୍କା: କାରଣ ଜାଣିଲେ କରିବେ ବାଃ ବାଃ

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା କନ୍ୟା ସନ୍ତାନର ମା’ ହେବାର ସୌଭାଗ୍ୟ ଲାଭ କରିଛନ୍ତି। ଚଳିତ ବର୍ଷ ଜାନୁଆରୀରେ ସେ ଝିଅ ଭାମିକାଙ୍କୁ ଜନ୍ମ ଦେଇଥିଲେ।...

ଜନ୍ମଦିନ ପାର୍ଟି ପୋଷ୍ଟପୋନ୍ କଲେ ଆଲିଆ

ମୁମ୍ବାଇ: ଏଥର ବଲିଉଡ୍‌ର ଚୁଲବୁଲି ନାୟିକା ଆଲିଆ ଭଟ୍ଟ ତାଙ୍କର ଜନ୍ମଦିନ ପାର୍ଟିକୁ ପୋଷ୍ଟପୋନ୍ କରିଦେଇଥିବା ଜଣାପଡିଛି । ଆଉ ଏହା ପଛର କାରଣ ହେଉଛନ୍ତି...

‘ଏ’ ନାଁ ଲେଖି ହାତରେ ଟାଟୁ କଲେ ଅର୍ଜୁନ କପୁର : ଜାଣନ୍ତୁ ସେ କିଏ

ବଲିଉଡ ଅଭିନେତା ଅର୍ଜୁନ କପୁର ଆଜିକାଲି ତାଙ୍କ ଫିଲ୍ମ ‘ସନ୍ଦୀପ ଔର ପିଙ୍କି ଫରାର’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମରେ ତାଙ୍କର ଅଭିନୟକୁ ବହୁତ...

ଡ୍ରଗ୍ସ ମାମଲା: କମେଡିଆନ ଭାରତି ସିଂଙ୍କ ଫ୍ଲାଟରୁ ମିଳିଲା ଗଞ୍ଜେଇ!

ମୁମ୍ବାଇ,୨୧ ।୧୧: ବଲିଉଡ୍ ଡ୍ରଗ୍ସ ମାମଲାରେ ନର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି) ଯାଞ୍ଚ ଜାରି ରଖିଛି । ଏଥିରେ ଜଣକ ପରେ ଜଣେ ବଲିଉଡ୍ ସେଲିବ୍ରିଟିଙ୍କ ନାଁ...

‘ଗୁଡ୍‌ ନ୍ୟୁଜ୍‌’ ସହ ଅକ୍ଷୟ କରିପାରନ୍ତି ରେକର୍ଡ

ମୁମ୍ବାଇ: ଶ୍ୱଶୁର ରାଜେଶ୍‌ ଖାନ୍ନାଙ୍କ ରେକର୍ଡ ଭାଙ୍ଗିବେକି ଅକ୍ଷୟ! ସମସ୍ତଙ୍କ ନଜର ଏବେ ଅକ୍ଷୟଙ୍କ ଫିଲ୍ମ ‘ଗୁଡ୍‌ ନ୍ୟୁଜ୍‌’ ଉପରେ। ଆପଣ ଟିକେ କନ୍‌ଫ୍ୟୁଜ୍‌ ହେଉଛନ୍ତି...

ସୀତା ଚରିତ୍ରରେ କରିନା!

ମୁମ୍ବାଇ: ବଲିଉଡ୍ ବେବୋ କରିନା କପୁର ଖାଁଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର । ଗତ କିଛିଦନ ହେବ ‘ସୀତା’ ଚରିତ୍ରକୁ ନେଇ କିଛି...

Advertisement
Archives

Model This Week