Posted inରାଜ୍ୟ

୩୦ ବିଜେଡି ସମର୍ଥିତ ସରପଞ୍ଚଙ୍କ ସହ ଭାଜପାରେ ମିଶିଲେ ରାଣୀ ଖଟୁଆ

ଗଁଦିଆ, ୨୯।୧୦: ଭାଜପାରେ ମିଶିଲେ ଗଁଦିଆ ବ୍ଲକ ଅଧ୍ୟକ୍ଷା ରୀନା ରାଣୀ ଖଟୁଆ। ବିଜେଡି ଛାଡି ସେ ଆଜି ବିଧିବଦ୍ଧ ଭାବେ ଯୋଗାଣମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଉପସ୍ଥିତିରେ ଭାଜପାରେ ମିଶିଛନ୍ତି । ରୀନାଙ୍କ ସହ ୩୦ଜଣ ବିଜେଡି ସମର୍ଥିତ ସରପଞ୍ଚ ଏବଂ ସମିତିସଭ୍ୟ ମଧ୍ୟ ପଦ୍ମ ଧରିଛନ୍ତି ।

ବିଜେଡି ଛାଡିବା ପଛରେ ପୂର୍ବତନ ବିଧାୟକ ସୁଧୀର ସାମଲଙ୍କୁ ଦାୟୀ କରିଛନ୍ତି ରୀନା ରାଣୀ। ସେ କହିଛନ୍ତି, ଦଳ ପରାଜିତ ହେବା ପରଠୁ ଆଉ ଲୋକଙ୍କ ସହ ରହୁନି । ଲୋକଙ୍କ ସମସ୍ୟା ନେଇ ବାରମ୍ବାର ସୁଧୀର ସାମଲକୁ ଜଣାଇ ଥିଲେ ବି ସେ କିଛି ଶୁଣୁ ନାହାନ୍ତି । ତେବେ ଏ ନେଇ ସୁଧୀର ସାମଲଙ୍କ ପ୍ରତିକ୍ରିୟା ମିଳିନାହିଁ।

ସେପଟେ ରୀନାଙ୍କୁ ଭାଜପାରେ ମିଶାଇଥିବା ଯୋଗାଣମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି, ରୀନାରାଣୀଙ୍କ ଯୋଗଦାନ ଆମକୁ ଶକ୍ତିଶାଳୀ କରିବ। ଆଜି ସକାଳେ ରୀନାରାଣୀଙ୍କୁ ବିଜେଡି ନିଲମ୍ବନ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ଅଗ୍ନିଶମ ଆଧୁନିକୀକରଣ ପାଇଁ ୨୦୧ କୋଟି ଟଙ୍କା ମଞ୍ଜୁର କଲେ ସରକାର

ଭୁବନେଶ୍ୱର,୧୧।୧୧: ରାଜ୍ୟରେ ଅଗ୍ନିଶମ ବାହିନୀକୁ ଆହୁରି ସଶକ୍ତ କରିବାକୁ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ...

କେନ୍ଦୁଝର ସଦର ବ୍ଲକର ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ

କେନ୍ଦୁଝର,୧୧।୧୧(ନରେଶ ପଟ୍ଟନାୟକ): ସୋମବାର ସ୍ଥାନୀୟ ସଦର ବ୍ଲକ ଅଧ୍ୟକ୍ଷଙ୍କ ବିରୋଧରେ ୧୬ ଜଣ ପଞ୍ଚାୟତ ସମିତି ସଭ୍ୟ ଓ ୧୧ ଜଣ ସରପଞ୍ଚ ଲିଖିତ ଭାବେ...

ମୟୁରଭଞ୍ଜରୁ ଚମ୍ପୁଆ ରେଞ୍ଜରେ ପଶିଲେ ୨୮ ଟିକିଆ ହାତୀପଲ: ଲୋକେ ଆତଙ୍କିତ

କେନ୍ଦୁଝର,୧୧।୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): ମୟୁରଭଞ୍ଜ ଜିଲାରୁ ଏକ ୨୮ ଟିକିଆ ହାତୀପଲ ଆସି କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜରେ ପଶିଛନ୍ତି। ହାତୀପଲ ପଦ୍ମପୁର ନିକଟରେ ବୈତରଣୀ...

ମୁଖ୍ୟମନ୍ତ୍ରୀଙ୍କ ଜିଲାରେ ଅପରାଧୀ ହେବେ ସାବାଡ଼: ବୁଲିବ ବାଇକ୍‌ ପିସିଆର୍‌

କେନ୍ଦୁଝର,୧୧।୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): ଦିନକୁ ଦିନ କେନ୍ଦୁଝରରେ ବଢୁଛି ଅପରାଧ। ଯେଉଁ ଜାଗାକୁ ପିସିଆର୍‌ ଭ୍ୟାନ୍‌ ଯାଇପାରିବ ନାହିଁ ସେଇଭଳି ଜାଗାରେ ଅପରାଧ ଭିଆଉଛନ୍ତି ଅପରାଧୀ।...

ଆଗକୁ ବଢ଼ିବ ଶୀତ, ଖୋଜାହେବ କମ୍ବଳ,କନ୍ଥା

ଭୁବନେଶ୍ୱର,୧୧।୧୧: ଉପକୂଳ ଓଡ଼ିଶା ସହ କିଛି ଜାଗାରେ ହାଲୁକା ବର୍ଷା ସମ୍ଭାବନା ରହିଛି। ଉପକୂଳ ଓ ମୟୂରଭଞ୍ଜ, କେନ୍ଦୁଝରରେ ହାଲୁକା ବର୍ଷା ସମ୍ଭାବନା ପାଣିପାଗ ବିଭାଗ...

ଋତୁସ୍ରାବ ପାଇଁ ମହିଳା କର୍ମଚାରୀଙ୍କୁ ମିଳିବ ଛୁଟି, ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର,୧୧।୧୧: ମହିଳା ସରକାରୀ କର୍ମଚାରୀଙ୍କୁ ଅତିରିକ୍ତ ଛୁଟି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଋତୁସ୍ରାବ ପାଇଁ ବାର୍ଷିକ ୧୨ ଦିନର ଅତିରିକ୍ତ ଛୁଟି ନେଇ ଅର୍ଥ...

ଉତ୍କେଳା ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ଭୋଟ

କେସିଙ୍ଗା,୧୧।୧୧(ତୁମେଶ୍ୱର ସାହୁ): ଅନାସ୍ଥା ଭୋଟକୁ ନେଇ ଚର୍ଚ୍ଚାରେ ରହିଛି କଳାହାଣ୍ଡି ଜିଲା । କେସିଙ୍ଗା ବ୍ଲକରେ ସୋମବାର ଦ୍ୱିତୀୟ ଥର ପାଇଁ ଅନାସ୍ଥା ଭୋଟ ହୋଇଛି।...

ପୁଣିଥରେ ମୁଖ୍ୟମନ୍ତ୍ରୀ ହେବେ ନବୀନ ପଟ୍ଟନାୟକ: ଅତନୁ ସବ୍ୟସାଚୀଙ୍କ ବିସ୍ଫୋରଣ ବୟାନ, ଜାଣନ୍ତୁ କ’ଣ କହିଲେ…

ଭୁବନେଶ୍ୱର,୧୧।୧୧: ବିସ୍ଫୋରଣ ବୟାନ ଦେଇଛନ୍ତି ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ। କେନ୍ଦ୍ରାପଡା ମହାକାଳପଡା ଆୟୋଜିତ ଏକ ସଭାରେ ଅତନୁ କହିଛନ୍ତି, ପୁଣିଥରେ ଲୋକ ନବୀନଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri