Posted inଖେଳ

ରାଜଓ୍ବିନ୍ଦରଙ୍କ ପାଇଁ ରାଣୀ ପ୍ରେରଣାର ଉତ୍ସ

ନୂଆଦିଲ୍ଲୀ, ୮ା୭ (ପି.ଟି.)-ଭାରତୀୟ ସିନିୟର ମହିଳା ହକି ଦଳର ଅଧିନାୟିକା ରାଣୀ ତାଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି କହିଛନ୍ତି ଯୁବା ଷ୍ଟ୍ରାଇକର ରାଜଓ୍ବିନ୍ଦର କୌର। ରାଣୀଙ୍କ ପ୍ରାରମ୍ଭିକ ଜୀବନ ସଂଘର୍ଷପୂର୍ଣ୍ଣ ଥିଲା। କ୍ରୀଡ଼ାରେ ସଫଳତା ହାସଲ ଦ୍ୱାରା ସେ ନିଜ ପରିବାରକୁ ଦାରିଦ୍ର୍ୟ କବଳରୁ ମୁକୁଳାଇପାରିଥିଲେ। ରାଜଓ୍ବିନ୍ଦରଙ୍କ ଜନ୍ମସ୍ଥାନ ପଞ୍ଜାବର ଏକ ଛୋଟିଆ ଗ୍ରାମରେ। ତାଙ୍କ ପିତା ହେଉଛନ୍ତି ଜଣେ ଅଟୋରିକ୍ସା ଚାଳକ ଓ ମା ଜଣେ ଗୃହିଣୀ। ପରିବାର ଚଳଣି ସେତେଟା ଭଲ ନ ଥିଲା। ରାଜଓ୍ବିନ୍ଦର କହିଛନ୍ତି ଶ୍ରୀ ଗୁରୁ ଅର୍ଜୁନ ଦେବ ପବ୍ଲିକ୍‌ ସ୍କୁଲରେ ଅଧ୍ୟୟନ କରୁଥିବା ସମୟରେ ମୁଁ ଜଣେ ଆଥଲେଟ୍‌ ହେବାକୁ ଚାହୁଁଥିଲି। ୯ମ ଷ୍ଟାଣ୍ଡାର୍ଡରେ ପାଠ ପଢୁଥିବାବେଳେ ମୋର ଭଲ ସ୍ପିଡ୍‌ ଥିଲା। ମୋ ସିନିୟରମାନେ ମୋତେ କିନ୍ତୁ ହକି ଖେଳିବା ପାଇଁ ପ୍ରବର୍ତ୍ତାଇଥିଲେ। ମୁଁ ଏହାର ସୁଯୋଗ ନେଇଥିଲି। ବର୍ତ୍ତମାନ ମୁଁ ଜାତୀୟ ସିନିୟର ମହିଳା ହକିଦଳର ସମ୍ଭାବ୍ୟ କୋର୍‌ ଗ୍ରୁପ୍‌ରେ ସ୍ଥାନ ପାଇପାରିଛି ବୋଲି ୨୧ ବର୍ଷୀୟା ରାଜଓ୍ବିନ୍ଦର ପ୍ରକାଶ କରିଛନ୍ତି। ଜଣେ ଷ୍ଟ୍ରାଇମର ଭାବେ ତାଙ୍କ ସ୍ପିଡ୍‌ ଏବଂ ସ୍ବଭାବ ସୁଲଭ ଫ୍ଲେୟାର କଟ୍‌ ଯୋଗୁ ୨୦୧୫ ଘରୋଇ ଟୁର୍ନାମେଣ୍ଟଗୁଡ଼ିକରେ ସେ ଜାତୀୟ ଚୟନକର୍ତ୍ତାମାନଙ୍କ ଦୃଷ୍ଟିଆକର୍ଷଣ କରିପାରିଥିଲେ। ରାଜଓ୍ବିନ୍ଦର ଶୀଘ୍ର ଜାତୀୟ ଜୁନିୟର କ୍ୟାମ୍ପ ପାଇଁ ମନୋନୀତ ହୋଇଥିଲେ। ୨୦୧୬ରେ ଭାରତ ତରଫରୁ ମାଲେସିଆରେ ୧୮ବର୍ଷରୁ କମ୍‌ ଏସିଆ କପ୍‌ ଖେଳିବା ଲାଗି ସୁଯୋଗ ପାଇଥିଲେ। ପଞ୍ଜାବର ତର୍ନ ତରନ ତରାନ ନିକଟବର୍ତ୍ତୀ ମୁଗଲ ଚାକ୍‌ ନାମକ ଗ୍ରାମରେ ଜନ୍ମଗ୍ରହଣ କରିଥିବା ରାଜଓ୍ବିନ୍ଦର କହିଛନ୍ତି ୨୦୧୭ରେ ଜାତୀୟ ସିନିୟର କ୍ୟାମ୍ପ ପାଇଁ ଡାକରା ପାଇବାବେଳେ ମୋତେ ବହୁ ସିନିୟର ଖେଳାଳିଙ୍କ ସହ ବାର୍ତ୍ତାଳାପ ସୁଯୋଗ ମିଳିଥିଲା। ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ପୃଷ୍ଠଭୂମି କଠିନ ଥିଲା। ପ୍ରତ୍ୟେକଙ୍କ ପଛରେ ଭିନ୍ନ ଭିନ୍ନ କାହାଣୀ ରହିଥିଲା। ହେଲେ ରାଣୀଙ୍କ ପୃଷ୍ଠଭୂମି ମୋ ପୃଷ୍ଠଭୂମି ସହ ମେଳ ଖାଉଥିଲା। ତାଙ୍କୁ ମୁଁ ଆଦର୍ଶ ଭାବେ ଗ୍ରହଣ କରିଥିଲି। ହକିରେ ଚମତ୍କାରିତା ଦେଖାଇ ପାରିଲେ ମୁଁ ମୋ ପରିବାରକୁ ଦାରିଦ୍ର୍ୟରୁ ମୁକ୍ତି କରିପାରିବି ବୋଲି ମୋ ମନରେ ଧାରଣା ସୃଷ୍ଟି ହୋଇଥିଲା। ରାଣୀଙ୍କ ପିତା ଜଣେ କାର୍ଟ-ପୁଲର ଥିଲେ। ଏଥିପାଇଁ ରାଣୀଙ୍କୁ ପ୍ରଥମାବସ୍ଥାରେ ଖୁବ୍‌ ସଂଘର୍ଷ କରିବାକୁ ପଡ଼ିଥିଲା। ମାତ୍ର ୧୫ ବର୍ଷ ବୟସରେ ସେ ସର୍ବକନିଷ୍ଠ ଖେଳାଳି ହିସାବରେ ଜାତୀୟ ଦଳରେ ସ୍ଥାନ ପାଇଥିଲେ। ୨୦୧୦ବିଶ୍ୱକପ୍‌ରେ ସେ ଖେଳିବା ସୁଯୋଗ ପାଇଥିଲେ। ପରେ ସେ ଦଳର ଅଧିନାୟିକା ହୋଇ ପାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇତିହାସ ରଚିଲେ ଅଭିଷେକ ଶର୍ମା, ଟି-୨୦ କ୍ରିକେଟରେ ଏହି ସଫଳତା ହାସଲ କରିବାରେ ହେଲେ ପ୍ରଥମ ଭାରତୀୟ ଓପନିଂ ବ୍ୟାଟସମ୍ୟାନ

ନୂଆଦିଲ୍ଲୀ,୨୬।୭: ଜିମ୍ବାୱେ ବିପକ୍ଷରେ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚରେ ଭାରତ ୯୦ ରନରେ ବିଜୟ ହାସଲ କରିଛି। ତଥାପି, ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଅଭିଷେକ ଶର୍ମା ପୁଣି ଥରେ…

ଇଶାନ, ତିଲକଙ୍କ ବିସ୍ଫୋରକ ବ୍ୟାଟିଂ, ୨-୦ରେ ଭାରତ ସିରିଜ୍‌ ଆଗୁଆ

ହରାରେ,୨୫ା୭: ଇଶାନ କିଶନ ଓ ତିଲକ ବର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଶନିବାର ଅନୁଷ୍ଠିତ ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୯୦ ରନରେ ଜିମ୍ବାଓ୍ବେକୁ ପରାସ୍ତ କରିଛି।…

ରାଜ୍ୟଗୋଷ୍ଠୀ କ୍ରୀଡ଼ା: ସ୍ବାନ ଜିତିଲେ ପ୍ରଥମ ସ୍ବର୍ଣ୍ଣ

ଗ୍ଲାସଗୋ,୨୫ା୭: ଇଂଲଣ୍ଡର ମାର୍କ ସ୍ବାନ ଚଳିତ ଗ୍ଲାସ୍‌ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପ୍ରଥମ ସ୍ବର୍ଣ୍ଣ ବିଜେତା ହୋଇଛନ୍ତି। ଲାଇଟ୍‌ଓ୍ବେଟ୍‌ ପାଓ୍ବାରଲିଫ୍ଟିଙ୍ଗ ପ୍ରତିଯୋଗିତାରେ ସେ ୨୨୨କେଜି ଉତ୍ତୋଳନ କରି ପ୍ରଥମ…

ରୋହିତ ଶର୍ମାଙ୍କୁ ନେଇ ହୃଦୟସ୍ପର୍ଶୀ ବାର୍ତ୍ତା ଶେୟାର କଲେ ଜସ ବଟଲର୍‌

ନୂଆଦିଲ୍ଲୀ,୨୫।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଏକଦିବସୀୟ ସିରିଜ ଶେଷ ହେବା ପରେ, ଉଭୟ ଦଳର ଖେଳାଳିଙ୍କ ମଧ୍ୟରେ ଉତ୍କୃଷ୍ଟ ଖେଳ ମନୋଭାବ ଦେଖିବାକୁ ମିଳିଥିଲା। ଇଂଲଣ୍ଡର…

ରୋହିତଙ୍କ ଅବସରକୁ ନେଇ ରାଜୀବ ଶୁକ୍ଳାଙ୍କ ବଡ଼ ଘୋଷଣା, ୨୦୨୭ ବିଶ୍ବକପ୍…

ନୂଆଦିଲ୍ଲୀ,୨୫।୭: ଇଂଲଣ୍ଡ ଗସ୍ତ ସମୟରେ ଟିମ୍ ଇଣ୍ଡିଆର ଓପନର ରୋହିତ ଶର୍ମାଙ୍କ ଅବସର ନେଇ ସମ୍ପ୍ରତି ଅନେକ କଳ୍ପନାଜଳ୍ପନା ଚାଲିଥିଲା। ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଥିଲା ଯେ…

Commonwealth Games: ଭାରତ ପାଇଁ ପ୍ରଥମ ପଦକ ଜିତିଲେ ଝଣ୍ଡୁ କୁମାର

ନୂଆଦିଲ୍ଲୀ,୨୫।୭: ୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଦ୍ୱିତୀୟ ଦିନରେ, ପାରା ଭାରୋତ୍ତୋଳକ ଝଣ୍ଡୁ କୁମାର କାଂସ୍ୟ ପଦକ ଜିତି ଭାରତ ପାଇଁ ଏକ ପ୍ରମୁଖ ମାଇଲଖୁଣ୍ଟ ହାସଲ କରିଛନ୍ତି…

ଚମକାଇଲା ECBର ନିଷ୍ପତ୍ତି: ଜୋ ରୁଟ୍ ପୁଣି ହେବେ ଇଂଲଣ୍ଡର ଷ୍ଟେଟ୍ କ୍ୟାପଟେନ୍

ଲଣ୍ଡନ,୨୪।୭: : ଇଂଲଣ୍ଡ କ୍ରିକେଟ୍ ଦଳକୁ ମିଳିବାକୁ ଯାଉଛି ଜଣେ ନୂତନ ଟେଷ୍ଟ କ୍ୟାପଟେନ୍। ବରିଷ୍ଠ ବ୍ୟାଟ୍ସମ୍ୟାନ୍ ଜୋ ରୁଟଙ୍କୁ ପୁଣି ଥରେ ଇଂଲଣ୍ଡ ଟେଷ୍ଟ ଦଳର…

ରାଜ୍ୟଗୋଷ୍ଠୀ କ୍ରୀଡ଼ା ସନ୍ତରଣ, ନଟରାଜ ସେମିରେ

ଗ୍ଲାସ୍‌ଗୋ, ୨୪ା୭:ଭାରତୀୟ ସନ୍ତରଣକାରୀ ଶ୍ରୀହରି ନଟରାଜ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସନ୍ତରଣର ୫୦ମିଟର ବ୍ୟାକ୍‌ଷ୍ଟ୍ରୋକ୍‌ ପ୍ରତିଯୋଗିତାର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଶୁକ୍ରବାର ଅନୁଷ୍ଠିତ ହିଟ୍‌ରଗୁଡ଼ିକରୁ ଶ୍ରେଷ୍ଠ ୧୬ଜଣ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri