ରିଲିଜ୍ ପୂର୍ବରୁ ରେକର୍ଡ କଲା ଆଲିଆ-ରଣବୀରଙ୍କ ଏହି ମୁଭି

ମୁମ୍ବାଇ: ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କ ଅଭିନୀତ ମୁଭି ‘ବ୍ରହ୍ମାସ୍ତ୍ର’ କିଛି ବର୍ଷ ହେଲା ଚର୍ଚ୍ଚାରେ ରହିଛି । ଏବେ ଏହାର ରିଲିଜକୁ ଦର୍ଶକେ ଉତ୍ସୁକତାର ଓ ଅପେକ୍ଷା ରଖିଛନ୍ତି । ଇତିମଧ୍ୟରେ ଏହି ଷ୍ଟାର କପୁଲଙ୍କର ବିବାହ ସରିଥିବାରୁ ଏବେ ଏମାନଙ୍କ ଯୋଡିକୁ ବଡ ପରଦାରେ ଦାର୍ଶକେ ଦେଖିବେ ବୋଲି ଅପେକ୍ଷା ରଖିଛନ୍ତି । ତେବେ ବିବାହ ପୂର୍ବରୁ ଦୁହିଁଙ୍କ ଗୀତ କେସରିୟାର ଟିଜର ରିଲିଜ୍ ହୋଇଥିବା ବେଳେ ଦର୍ଶକେ ଏହାକୁ ବେଶ୍ ପସନ୍ଦ କରିଥିଲେ । ଏବେ ଏହି ମୁଭି ରିଲିଜ ପୂର୍ବରୁ ଏକ ବଡ ଅନୁଭୁତି ସାଉଁଟିଛି ।
ଅୟାନ ମୁଖାର୍ଜୀଙ୍କ ନିର୍ଦ୍ଦେଶିତ ମୁଭି ‘ବ୍ରହ୍ମାସ୍ତ୍ର’ରେ ଆଲିଆ ଭଟ୍ଟ ଇଶା ଚରିତ୍ରରେ ଆସୁଥିବା ବେଳେ ରଣବୀର କପୁର ଶିବା ଚରିତ୍ର ପ୍ଲେ କରିଛନ୍ତି । ଏବେ ଏହା ପୋଷ୍ଟ ପ୍ରଡକଶନରେ ଅଛି । ହେଲେ ରିଲିଜ ଡେଟ ସାମ୍ନାକୁ ଆସିଯାଇଛି । ମୁଭି ୯ ସେପ୍ଟେମ୍ବର ୨୦୨୨ରେ ବଡ ପରଦାରେ ୱାର୍ଲଡ ୱାଇଡ ରିଲିଜ୍ ହେବାର ଯୋଜନା ରହିଛି ।
ତେବେ ୱାର୍ଲଡ ଡିଜନି ଷ୍ଟୁଡିଓ ମୋଶନ ପିକ୍‌ଚର୍ସ ଆଲିଆ ଓ ରଣବୀର କପୁରଙ୍କ ଅଭିନୀତ ମୁଭି ବ୍ରହ୍ମାସ୍ତ୍ର ପାର୍ଟ ୱାନ: ଶିବାକୁ ଗ୍ଲୋବାଲ ଥ୍ରିୟେଟିକଲ ରିଲିଜ ଲିଷ୍ଟରେ ଆଣିଛି । ରିପୋର୍ଟ ଅନୁଯାୟୀ, ଏହା ପୂର୍ବରୁ ଏହି ଲିଷ୍ଟରେ ଲଭ ଆଣ୍ଡ ଥଣ୍ଡର, ବ୍ଲାକ ପାନ୍ଥର: ୱାକାଣ୍ଡା ଫର ଏଭର, ଅବତାର: ଦ ୱେ ଅଫ ୱାଟର ଫର ୨୦୨୨ ଭଳି ହଲିଉଡ ମୁଭି ସାମିଲ ହୋଇଛନ୍ତି । ବ୍ରହ୍ମାସ୍ତ୍ର ବଲିଉଡର ପ୍ରଥମ ଫିଲ୍ମ ଯେ କି ଅନ୍ତର୍ଜାତୀୟ ଥ୍ରିୟେଟିକଲ ରିଲିଜ ସ୍ଲଟରେ ଯୋଡି ହୋଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?