Posted inଖେଳ

ରାମକୁମାର ରନର୍ସଅପ୍‌

ଇକେଣ୍ଟାଲ୍‌, :ଭାରତୀୟ ଟେନିସ ଖେଳାଳି ରାମକୁମାର ରମାନାଥନ ଚ୍ୟାଲେଞ୍ଜର ସର୍କିଟରେ ପୁଣି ଥରେ ରନର୍ସ ହୋଇଛନ୍ତି। ରବିବାର ଅନୁଷ୍ଠିତ ଇକେଣ୍ଟାଲ ଟେନିସ୍‌ ଇଭେଣ୍ଟର ଫାଇନାଲରେ ସେ ଆମେରିକାର ସେବାଷ୍ଟିଆନ କୋର୍ଡାଙ୍କଠାରୁ ୪-୬, ୪-୬ ସେଟ୍‌ରେ ହାରିଯାଇଛନ୍ତି। ଏହି ମ୍ୟାଚ ଏକ ଘଣ୍ଟା ୨୩ ମିନିଟ୍‌ ଧରି ଚାଲିଥିଲା। ଏହାକୁ ମିଶାଇ ରାମକୁବାର ୫ମ ଥର ଚ୍ୟାଲେଞ୍ଜର ସର୍କିଟ ଫାଇନାଲ ଜିତିବାରେ ବିଫଳ ହୋଇଛନ୍ତି। ପୂର୍ବରୁ ସେ ତାଲାହାସି (ଏପ୍ରିଲ ୨୦୧୭), ଓ୍ବିନେଟ୍‌କା (୨୦୧୭ ଜୁଲାଇ), ପୁଣେ (ନଭେମ୍ବର ୨୦୧୭) ଏବଂ ତାଇପେ (ଏପ୍ରିଲ-୨୦୧୮)ଠାରେ ରନର୍ସ ଅପ୍‌ ହୋଇଛନ୍ତି। ଅବଶ୍ୟ ୨୦୨୦ ସିଜନରେ ରାମକୁମାରଙ୍କର ଏହା ଶ୍ରେଷ୍ଠ ପ୍ରଦର୍ଶନ ଥିଲା। ଏଠାରେ ରନର୍ସଅପ୍‌ ହେବା ଦ୍ୱାରା ସେ ୭୨୦୦ ୟୁରୋ ପୁରସ୍କାର ରାଶି ପକେଟସ୍ଥ କରିଥିବାବେଳେ ୬୦ ପଏଣ୍ଟ ଅର୍ଜନ କରିପାରିଛନ୍ତି। ଫଳରେ ଏଟିପି ସିଙ୍ଗଲ୍ସ ର଼୍ୟାଙ୍କିଙ୍ଗ ତାଲିକାରେ ସେ ୨୦୬ରୁ ୧୮୫ତମ ସ୍ଥାନକୁ ଉନ୍ନୀତ ହୋଇଯିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସଚିନ ତେନ୍ଦୁଲକରଙ୍କ ପରେ ଏବେ ବିରାଟଙ୍କ ପାଳି; ଇତିହାସ ରଚିବା ଲକ୍ଷ୍ୟରେ ବିରାଟ

ନୂଆଦିଲ୍ଲୀ,୧୨।୭: ଟି-୨୦ ସିରିଜରେ କ୍ଲିନ ସୁଇପ ପରେ, ଭାରତୀୟ ଦଳ ଇଂଲଣ୍ଡ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜ ଖେଳିବାକୁ ଯାଉଛି। ଏହି ସିରିଜ ୧୪…

Watch: ଦଳରୁ ବାଦ ପଡିବା ପରେ ଭୋ ଭୋ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ, ସମ୍ଭାଳିଲେ ଏହି ଖେଳାଳି

ନୂଆଦିଲ୍ଲୀ,୧୨।୭: ସାଉଥାମ୍ପଟନରେ ଅନୁଷ୍ଠିତ ତୃତୀୟ ଟି-୨୦ ମ୍ୟାଚ ପାଇଁ ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ଲେଇଂ ଇଲେଭେନରେ ସ୍ଥାନ ମିଳିନଥିଲା; ବରଂ ସଞ୍ଜୁ ସାମସନ ଦଳକୁ ଫେରିଥିଲେ। ତଥାପି, ଫଳାଫଳ…

ଏକ୍ସଟ୍ରା ଟାଇମରେ ଆର୍ଜେଣ୍ଟିନାର ରୋମାଞ୍ଚକର ବିଜୟ; ସେମିଫାଇନାଲରେ ପହଞ୍ଚିଲା Messiଙ୍କ ଦଳ

କାନସାସ ସିଟି,୧୨।୭: ମ୍ୟାଚ ଅତିରିକ୍ତ ସମୟରେ ଯିବା ସହିତ ଆର୍ଜେଣ୍ଟିନା ପ୍ରଶଂସକଙ୍କ ହୃଦୟ ଧଡ଼ଧଡ଼ ହବା ଆରମ୍ଭ ହୋଇଥିଲା। ଆର୍ଜେଣ୍ଟିନା ଦଶମ ମିନିଟରେ ପ୍ରଥମ ଗୋଲ ସ୍କୋର…

ଇନିଂସ ଅଗ୍ରଣୀ, ଦୃଢସ୍ଥିତିରେ ଭାରତ

ଲଣ୍ଡନ,୧୧ା୭: କ୍ରାନ୍ତି ଗୌଡ଼ (୫/୩୭)ଙ୍କ ଚମତ୍କାର ବୋଲିଂ ଯୋଗୁ ଲଡ୍ସରେ ଚାଲିଥିବା ଏକ ମାତ୍ର ମହିଳା କ୍ରିକେଟ ଟେଷ୍ଟରେ ଇଂଲଣ୍ଡର ପ୍ରଥମ ଇନିଂସ ସ୍କୋରକୁ ୧୭୦ରନରେ ସୀମିତ…

IPL in Australia: ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବ IPL ମ୍ୟାଚ? ବିସିସିଆଇକୁ ଖୋଲା ପ୍ରସ୍ତାବ ଦେଲା CA

ନୂଆଦିଲ୍ଲୀ,୧୧।୭: ଆଗାମୀ ବିଗ ବ୍ୟାସ ଲିଗ (BBL) ସିଜିନର ଉଦଘାଟନୀ ମ୍ୟାଚ ଭାରତରେ ଅନୁଷ୍ଠିତ ହେବ ବୋଲି ନିଶ୍ଚିତ ହୋଇଛି। ଏହି ମ୍ୟାଚ ଚେନ୍ନାଇର ଚେପକ କ୍ରିକେଟ…

BCCI ଡାକିଲା ଜରୁରୀ ବୈଠକ; ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା; ରୋହିତ-ବିରାଟ, ଏବଂ ଗମ୍ଭୀର-ଆୟରଙ୍କ ସମ୍ପର୍କରେ ପ୍ରମୁଖ ନିଷ୍ପତ୍ତି ଆଶା କରାଯାଉଛି

ନୂଆଦିଲ୍ଲୀ,୧୧।୭: ଭାରତୀୟ କ୍ରିକେଟରେ ସବୁକିଛି ଠିକ ଅଛି କି? ଏହା ବର୍ତ୍ତମାନ ଏକ ପ୍ରମୁଖ ପ୍ରଶ୍ନ ପାଲଟିଛି। ଭାରତୀୟ ଦଳ ଆୟରଲ୍ୟାଣ୍ଡ ବିପକ୍ଷରେ ଦୁଇ ମ୍ୟାଚ ବିଶିଷ୍ଟ…

ମିଷ୍ଟ୍ରି ଗର୍ଲଙ୍କ ସହ ଭାଇରାଲ ହେଉଛି ଶୁବମନ ଗିଲଙ୍କ ଫଟୋ, କିଏ ସେହି ରହସ୍ୟମୟୀ ଝିଅ? ସାରା ତେନ୍ଦୁଲକରଙ୍କୁ ଦେବେ ଟକ୍କର

ନୂଆଦିଲ୍ଲୀ,୧୧।୭: ଟିମ ଇଣ୍ଡିଆର ଟେଷ୍ଟ ଏବଂ ଏକଦିବସୀୟ ଅଧିନାୟକ ଶୁବମନ ଗିଲ ୱିମ୍ବଲଡନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ତାଙ୍କୁ ସଚିନ ତେନ୍ଦୁଲକର ଏବଂ ତାଙ୍କ ପରିବାର ସହିତ…

ମ୍ୟାଚ ପୂର୍ବରୁ ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କୁ ଚେତାଇଲେ ଇଂଲଣ୍ଡ ଖେଳାଳି, କହିଦେଲେ ଏତେ ବଡ଼ କଥା

ନୂଆଦିଲ୍ଲୀ, ୧୧।୭: ଭାରତୀୟ କ୍ରିକେଟ ଦଳ ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ ହରାଇ ସାରିଛି, କିନ୍ତୁ ଆଜି ଖେଳାଯିବାକୁ ଥିବା ପଞ୍ଚମ ତଥା ଅନ୍ତିମ ଟି-୨୦ ମ୍ୟାଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri