Posted inଖେଳ

ବର୍ଷିଲେ ରମିଜ: କହିଲେ ‘ଆମ ପାଖରେ ଧୋନୀ କି ସଚିନ ନାହାନ୍ତି, ଚାପ ଅଧିକ ହେଲେ ଫିକ୍ସର ଆଣି ଆସ’

ନୂଆଦିଲ୍ଲୀ,୨୭।୫: ପାକିସ୍ତାନର ପୂର୍ବତନ ଖେଳାଳି ତଥା ଲୋକପ୍ରିୟ କମେଣ୍ଟେଟର୍‌ ରମିଜ ରାଜା ନିଜ ଦେଶର କ୍ରିକେଟ ବ୍ୟବସ୍ଥାକୁ ନେଇ କଡ଼ା ଟିପ୍ପଣୀ ଦେଇଛନ୍ତି। ଜିମ୍ବାଓ୍ବେ ଗସ୍ତରେ ପୁରୁଣା ଖେଳାଳିମାନଙ୍କୁ ପଠାଇବା ଗୋଟିଏ ପାଦ ଆଗକୁ ବଢ଼ିବା ସହ ଦୁଇ ପାଦ ପଛକୁ ଭଳି ନିଷ୍ପତ୍ତି ପ୍ରମାଣିତ ହୋଇଛି। ପାକିସ୍ତାନକୁ ଏବେ ନୂଆ ଖେଳାଳିଙ୍କୁ ସୁଯୋଗ ଦେବା ଉଚିତ ବୋଲି ସେ କହିଛନ୍ତି।

ଏକ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ସହ ସାକ୍ଷାତକାରରେ ରମିଜ କହିଛନ୍ତି, ନୂଆ ଖେଳାଳିଙ୍କ ସହ ଆପଣ ହାରିଗଲେ ମଧ୍ୟ କେଉଁ ଖେଳାଳିଙ୍କ ପାଖରେ ସାମର୍ଥ୍ୟ ଅଛି, କାହା ପାଖରେ ନାହିଁ ତାହା ଜାଣିପାରିବେ। କାରଣ ଟି୨୦ ଅନ୍ତର୍ଜାତୀୟ କ୍ରିକେଟରେ ପୁରାତନ ଖେଳାଳିଙ୍କୁ ସୁଯୋଗ ଦେବାର କୌଣସି ଅର୍ଥ ନାହିଁ। କାରଣ ଏହି ଟୁର୍ନାମେଣ୍ଟରେ ୪୦-୪୫ ବର୍ଷୀୟ ଖେଳାଳି ଖେଳିବା ଦେଖିବାକୁ ମିଳୁନାହିଁ। ଦେଖିବାକୁ ଗଲେ ଆମ ପାଖରେ ଏମ୍‌ଏସ୍‌ ଧୋନୀ କିମ୍ବା ସଚିନ ତେନ୍ଦୁଲକର ନାହାନ୍ତି, ଯେଉଁମାନେ ପ୍ରଦର୍ଶନରେ ୫୦ ପ୍ରତିଶତ ହ୍ରାସ ହୋଇଥିଲେ ମଧ୍ୟ ବହୁତ ଉପଯୋଗୀ। ଆମର ଭୂଲ ନିଷ୍ପତ୍ତି ଯୋଗୁ ମ୍ୟାଚ୍‌ ହାରିବାର ସମ୍ଭାବନା ବୃଦ୍ଧି ପାଉଛି। ଆମେ କେବଳ ଜିତିବା ଲାଗି ସିଷ୍ଟମ୍‌ ଭାଙ୍ଗୁଛୁ। ପାକିସ୍ତାନକୁ ଏବେ ଏ ବିଷୟରେ ପୁନର୍ବାର ଚିନ୍ତା କରିବା ଆବଶ୍ୟକ ହୋଇପଡ଼ିଛି।

ଏବେ ନୂଆ ଖେଳାଳିଙ୍କ ସହ ଆଗକୁ ବଢ଼ନ୍ତୁ। ଅଜିମ୍ବାଓ୍ବେ ବିପକ୍ଷରେ ନୂଆ ଖେଳାଳିଙ୍କ ସହ ଓହ୍ଲାଇ ହାରିଗଲେ ବି ଏହା ପରୀକ୍ଷାମୂଳକ ମ୍ୟାଚ୍‌ ଥିଲା ବୋଲି ସମସ୍ତେ ଭାବିବେ। କାରଣ ଏଭଳି ସୁଯୋଗ କମ ମିଳୁଛି। ଚାପ ବଢ଼ିଲେ ପୁରୁଣା ଖେଳାଳିଙ୍କୁ ଡାକିପାରିବେ। ଚାପ ବଢ଼ିଲେ ଫିକ୍ସର ମାନଙ୍କୁ ଡାକିହେବ। ନଚେତ ଜଣେ ଅତିରିକ୍ତ ଉଇକେଟକିପରଙ୍କୁ ମଧ୍ୟମ ଅର୍ଡର ବ୍ୟାଟ୍ସମ୍ୟାନ୍‌ ଭାବେ ଖେଳାନ୍ତୁ। ଏଭଳି କଲେ ଦଳ ଗଠନ ହୁଏ। ମାତ୍ର ଏବେ ଦଳର ଚିନ୍ତାଧାରା ଯୋଗୁ ନୂଆ ଖେଳାଳିଙ୍କୁ ସୁଯୋଗ ମିଳିବା କଷ୍ଟକର ହୋଇପଡ଼ୁଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାଖରା ସେତୁରେ ଅଘଟଣ: ବୁଢ଼ାବଳଙ୍ଗ ନଦୀରେ ରିଲ୍ସ କରୁଥିବା ବେଳେ ଭାସିଗଲେ ଯୁକ୍ତ ୨ ଛାତ୍ର, ୪ ସାଙ୍ଗ ଉଦ୍ଧାର

ବୈଶିଙ୍ଗା,୭|୭(ରତନ ଦାଶ ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ବୁଢ଼ାବଳଙ୍ଗ ନଦୀର ନାଖରା ସେତୁ ନିକଟରେ ଏକ ଦୁଃଖଦ ଅଘଟଣ ଘଟିଛି। ନଦୀର ବଢ଼ି ପାଣିରେ…

SPF 30 ନା SPF 50? ସନ୍‌ସ୍କ୍ରିନ୍ କିଣିବା ପୂର୍ବରୁ ଜାଣନ୍ତୁ ଆପଣଙ୍କ ତ୍ୱଚା ପାଇଁ କେଉଁଟି ଭଲ

ଆଜିକାଲିର ସମୟରେ ନାରୀମାନେ ନିଜର ତ୍ୱଚାକୁ ନେଇ ବେଶ ଯତ୍ନବାନ। ଖାସ୍‌ ସେଥିଲାଗି ଖରା, ବର୍ଷା କିମ୍ବା ଶୀତ ଆଦି ଋତୁରେ ସନ୍‌ସ୍କ୍ରିନର ବ୍ୟବହାର ଏବେ ଏକ…

ମାନସିକ ଭାରସାମ୍ୟ ହରାଇଲେ ଯୁବକ: ନେଲେ ଚରମ ନିଷ୍ପତ୍ତି…

ଦିଗପହଣ୍ଡି,୭|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମ ଗୌଡ଼ସାହିର   ଜିତେନ୍ଦ୍ର ସେଠୀ (୪୦) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ…

ଆମେରିକାକୁ ହରାଇ କ୍ୱାର୍ଟର ପହଞ୍ଚିଲା ବେଲଜିୟମ

ସିଆଟେଲ,୭ା୭: ଚାଲର୍‌ସ ଡି କେଟେଲେରେଙ୍କ ଦ୍ୱିତୀୟ ଗୋଲ ବଳରେ ଫିଫା ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ପ୍ରି-କ୍ୱାର୍ଟର ଫାଇନାଲରେ ବେଲଜିୟମ ୪-୧ ଗୋଲରେ ଆମେରିକାକୁ ପରାସ୍ତ କରିଛି। ଡିଫେଣ୍ଡର…

ସମୁଦ୍ର କୂଳରେ ପଥର ବନ୍ଧ ନିର୍ମାଣ ଦାବି: ୭ ଦିନ ମଧ୍ୟରେ ପଦକ୍ଷେପ ନ ନେଲେ…

ଛତ୍ରପୁର, ୭।୭ (ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ସାନ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ଦିନକୁ ଦିନ ସମୁଦ୍ର କୂଳ କ୍ଷୟ ବଢ଼ି ଚାଲିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଭୟ…

ସମାଲୋଚକଙ୍କୁ ଗଡ଼କରୀଙ୍କ ଖୋଲା ଚ୍ୟାଲେଞ୍ଜ: E-୨୦ ପେଟ୍ରୋଲ୍‌ରେ ଗୋଟିଏ ହେଲେ ଗାଡ଼ି ଖରାପ ହେବାର ପ୍ରମାଣ ଦିଅ… 

ନୂଆଦିଲ୍ଲୀ,୭।୭: ୨୦ ପ୍ରତିଶତ ଏଥାନଲ ମିଶ୍ରିତ ପେଟ୍ରୋଲ (ଇ-୨୦) ବ୍ୟବହାର ଦ୍ୱାରା ଗାଡ଼ିର ମାଇଲେଜ କମିବା ଏବଂ ଇଞ୍ଜିନରେ ସମସ୍ୟା ଦେଖାଦେବା ଭଳି କେତେକ ଅଭିଯୋଗ ଉପରେ…

ମହାନଦୀରେ ଗାଧୋଉଥିବା ବେଳେ ଭାସିଗଲେ ଯୁବକ, ଖୋଜାଖୋଜି ଜାରି

ବାଙ୍କୀ, ୭।୭: କଟକ ଜିଲା ବାଙ୍କୀ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖସ୍ଥ ମହାନଦୀ ଘାଟରେ ଏକ ଅଘଟଣ ଘଟିଛି। ନଦୀରେ ଗାଧୋଉଥିବା ବେଳେ ଜଣେ ଯୁବକ ପାଣି ସ୍ରୋତରେ…

ବିନା ଫିଟନେସ୍‌, ବୀମା , ପରମିଟ୍‌ରେ ଗାଡ଼ି ଚଳାଇଲେ ହେବ ଜବତ; STAର କଡ଼ା ନିର୍ଦ୍ଦେଶ

ଭୁବନେଶ୍ୱର, ୭।୭: ରାଜ୍ୟରେ ସଡ଼କ ଦୁର୍ଘଟଣା ହ୍ରାସ କରିବା ଏବଂ ସଡ଼କ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ପରିବହନ ପ୍ରାଧିକରଣ (STA) କଠୋର ଆଭିମୁଖ୍ୟ ଗ୍ରହଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri