Posted inଖେଳ

ବର୍ଷିଲେ ରମିଜ: କହିଲେ ‘ଆମ ପାଖରେ ଧୋନୀ କି ସଚିନ ନାହାନ୍ତି, ଚାପ ଅଧିକ ହେଲେ ଫିକ୍ସର ଆଣି ଆସ’

ନୂଆଦିଲ୍ଲୀ,୨୭।୫: ପାକିସ୍ତାନର ପୂର୍ବତନ ଖେଳାଳି ତଥା ଲୋକପ୍ରିୟ କମେଣ୍ଟେଟର୍‌ ରମିଜ ରାଜା ନିଜ ଦେଶର କ୍ରିକେଟ ବ୍ୟବସ୍ଥାକୁ ନେଇ କଡ଼ା ଟିପ୍ପଣୀ ଦେଇଛନ୍ତି। ଜିମ୍ବାଓ୍ବେ ଗସ୍ତରେ ପୁରୁଣା ଖେଳାଳିମାନଙ୍କୁ ପଠାଇବା ଗୋଟିଏ ପାଦ ଆଗକୁ ବଢ଼ିବା ସହ ଦୁଇ ପାଦ ପଛକୁ ଭଳି ନିଷ୍ପତ୍ତି ପ୍ରମାଣିତ ହୋଇଛି। ପାକିସ୍ତାନକୁ ଏବେ ନୂଆ ଖେଳାଳିଙ୍କୁ ସୁଯୋଗ ଦେବା ଉଚିତ ବୋଲି ସେ କହିଛନ୍ତି।

ଏକ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ସହ ସାକ୍ଷାତକାରରେ ରମିଜ କହିଛନ୍ତି, ନୂଆ ଖେଳାଳିଙ୍କ ସହ ଆପଣ ହାରିଗଲେ ମଧ୍ୟ କେଉଁ ଖେଳାଳିଙ୍କ ପାଖରେ ସାମର୍ଥ୍ୟ ଅଛି, କାହା ପାଖରେ ନାହିଁ ତାହା ଜାଣିପାରିବେ। କାରଣ ଟି୨୦ ଅନ୍ତର୍ଜାତୀୟ କ୍ରିକେଟରେ ପୁରାତନ ଖେଳାଳିଙ୍କୁ ସୁଯୋଗ ଦେବାର କୌଣସି ଅର୍ଥ ନାହିଁ। କାରଣ ଏହି ଟୁର୍ନାମେଣ୍ଟରେ ୪୦-୪୫ ବର୍ଷୀୟ ଖେଳାଳି ଖେଳିବା ଦେଖିବାକୁ ମିଳୁନାହିଁ। ଦେଖିବାକୁ ଗଲେ ଆମ ପାଖରେ ଏମ୍‌ଏସ୍‌ ଧୋନୀ କିମ୍ବା ସଚିନ ତେନ୍ଦୁଲକର ନାହାନ୍ତି, ଯେଉଁମାନେ ପ୍ରଦର୍ଶନରେ ୫୦ ପ୍ରତିଶତ ହ୍ରାସ ହୋଇଥିଲେ ମଧ୍ୟ ବହୁତ ଉପଯୋଗୀ। ଆମର ଭୂଲ ନିଷ୍ପତ୍ତି ଯୋଗୁ ମ୍ୟାଚ୍‌ ହାରିବାର ସମ୍ଭାବନା ବୃଦ୍ଧି ପାଉଛି। ଆମେ କେବଳ ଜିତିବା ଲାଗି ସିଷ୍ଟମ୍‌ ଭାଙ୍ଗୁଛୁ। ପାକିସ୍ତାନକୁ ଏବେ ଏ ବିଷୟରେ ପୁନର୍ବାର ଚିନ୍ତା କରିବା ଆବଶ୍ୟକ ହୋଇପଡ଼ିଛି।

ଏବେ ନୂଆ ଖେଳାଳିଙ୍କ ସହ ଆଗକୁ ବଢ଼ନ୍ତୁ। ଅଜିମ୍ବାଓ୍ବେ ବିପକ୍ଷରେ ନୂଆ ଖେଳାଳିଙ୍କ ସହ ଓହ୍ଲାଇ ହାରିଗଲେ ବି ଏହା ପରୀକ୍ଷାମୂଳକ ମ୍ୟାଚ୍‌ ଥିଲା ବୋଲି ସମସ୍ତେ ଭାବିବେ। କାରଣ ଏଭଳି ସୁଯୋଗ କମ ମିଳୁଛି। ଚାପ ବଢ଼ିଲେ ପୁରୁଣା ଖେଳାଳିଙ୍କୁ ଡାକିପାରିବେ। ଚାପ ବଢ଼ିଲେ ଫିକ୍ସର ମାନଙ୍କୁ ଡାକିହେବ। ନଚେତ ଜଣେ ଅତିରିକ୍ତ ଉଇକେଟକିପରଙ୍କୁ ମଧ୍ୟମ ଅର୍ଡର ବ୍ୟାଟ୍ସମ୍ୟାନ୍‌ ଭାବେ ଖେଳାନ୍ତୁ। ଏଭଳି କଲେ ଦଳ ଗଠନ ହୁଏ। ମାତ୍ର ଏବେ ଦଳର ଚିନ୍ତାଧାରା ଯୋଗୁ ନୂଆ ଖେଳାଳିଙ୍କୁ ସୁଯୋଗ ମିଳିବା କଷ୍ଟକର ହୋଇପଡ଼ୁଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତର ଘରୋଇ କ୍ରିକେଟରମାନେ ବର୍ଷକୁ କୋଟିଏ ଟଙ୍କା ପାଇବେ ଦରମା, ବିସିସିଆଇର ବଡ଼ ନିଷ୍ପତି

ମୁମ୍ବାଇ,୨୫।୪: ଘରୋଇ ଖେଳାଳିଙ୍କ ଆୟ ବଢାଇବାକୁ ବିସିସିଆଇ ଚାହୁଁଛି। ଭାରତର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ନେତୃତ୍ୱରେ ଚୟନ କମିଟିକୁ ଦରମା ବୃଦ୍ଧି କରିବାର ଉପାୟ...

ଅଲିମ୍ପିକ କିମ୍ବଦନ୍ତୀ ଉସେନ ବୋଲ୍ଟ ହେଲେ ଟି-୨୦ ବିଶ୍ୱକପ୍‌ର ଆମ୍ବାସାଡାର

ନୂଆଦିଲ୍ଲୀ,୨୫।୪: ବିଶ୍ୱର କିମ୍ବଦନ୍ତୀ ଦ୍ରୁତ ଧାବକ ଉସେନ ବୋଲ୍ଟ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ର ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତ ହୋଇଛନ୍ତି। ଜୁନ ୧ରୁ ଆମେରିକା...

ଲଜ୍ଜାଜନକ ରେକର୍ଡ କଲେ ମୋହିତ ଶର୍ମା

ନୂଆଦିଲ୍ଲୀ,୨୫।୪: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଗୁଜୁରାଟ ଟାଇଟାନ୍ସ ବୋଲର ମୋହିତ ଶର୍ମାଙ୍କ ନାମରେ ଏକ ଲଜ୍ଜାଜନକ ରେକର୍ଡ କରିଛନ୍ତି। ମୋହିତ ଶର୍ମା ଆଇପିଏଲ ଇତିହାସରେ ସର୍ବାଧିକ...

ଇତିହାସ ରଚିଲେ ପନ୍ତ: ଟି-୨୦ରେ ଏମିତି ରେକର୍ଡ କରିବାରେ ପ୍ରଥମ ଖେଳାଳି

ନୂଆଦିଲ୍ଲୀ,୨୫।୪: ଅଧିନାୟକ ରିଷଭ ପନ୍ତଙ୍କ ଅପରାଜିତ ୮୮ ରନ ଯୋଗୁ ଦିଲ୍ଲୀ କ୍ୟାପିଟାଳ୍ସ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଚାରି ଉଇକେଟ ପାଇଁ ୨୨୪ ରନ ସଂଗ୍ରହ...

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri