ରାମେଶ୍ୱର ମନ୍ଦିର ଅସୁରକ୍ଷିତ

ସୋନପୁର, ୪।୬(ନି.ପ୍ର.): ସୁବର୍ଣ୍ଣପୁର ସହରର ରାମେଶ୍ୱର ଶୈବ ମନ୍ଦିର ଏବେ ଅସୁରକ୍ଷିତ। ରକ୍ଷଣାବେକ୍ଷଣ ଅଭାବରୁ ଏହି ପୁରାତନ ମନ୍ଦିରର ଏଭଳି ଅବସ୍ଥା ହୋଇଛି। ସାମାନ୍ୟ ବର୍ଷା ହେଲେ ଛାତରୁ ପାଣି ଝରୁଛି। ମନ୍ଦିର କାନ୍ଥରେ ଫାଟ ସୃଷ୍ଟି ହେଲାଣି। ସରକାର ପୁରାତନ ଐତିହ୍ୟ ଓ ପୀଠର ସୁରକ୍ଷା ପାଇଁ ବହୁ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ମରାମତି ଆବଶ୍ୟକ କରୁଥିବା ଏହି ପୀଠ ପ୍ରତି କାହାର ଦୃଷ୍ଟି ନାହିଁ । ଏଥିଯୋଗୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ମହାନଦୀ-ତେଲନଦୀ ସଙ୍ଗମ ସ୍ଥଳରେ ନିର୍ମିତ ଏହି ମନ୍ଦିର ସୁବର୍ଣ୍ଣପୁର ଜିଲାର ସଂସ୍କୃତି ସହ ଜଡିତ। ଦୁଇ ନଦୀ କୂଳରେ ଅବସ୍ଥିତ ଏହି ମନ୍ଦିର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳ। ଏହାକୁ ଦ୍ୱିତୀୟ ବାରଣାସୀ ବୋଲି ମଧ୍ୟ କୁହାଯାଏ। ପ୍ରକୃତିର ନୈସର୍ଗିକ ଶୋଭାକୁ ଉପଭୋଗ କରିବା ପାଇଁ ବର୍ଷ ସାରା ଏଠାରେ ଲୋକଙ୍କ ଭିଡ ଜମେ। ମନ୍ଦିର ନିର୍ମାଣ ସମ୍ପର୍କରେ ପ୍ରକୃତ ତଥ୍ୟ ନ ଥିଲା ବେଳେ ସ୍ଥାପତ୍ୟଗତ ବିଶେଷତ୍ୱ ଦୃଷ୍ଟିରୁ ଏହା ପ୍ରାୟ ଖ୍ରୀ. ୧୭୦୦ରେ ନିର୍ମିତ ହୋଇଥିବା ଐତିହାସିକମାନେ ମତ ଦିଅନ୍ତି। ଏହି ମନ୍ଦିରର ଉଚ୍ଚତା ପ୍ରାୟ ୪୦ ଫୁଟ୍‌। ମନ୍ଦିରଟି ବିମାନ, ବୃଷଭ ମଣ୍ଡପ, ଚନ୍ଦନ ମଣ୍ଡପ ଓ ପ୍ରବେଶ ଗୃହର ସମାହାରରେ ସୁସଜ୍ଜିତ। ମନ୍ଦିର ବେଢାରେ ହନୁମାନ, ତ୍ରିବିକ୍ରମ, ଭୈରବ, ଅନ୍ନପୂର୍ଣ୍ଣା, ଦଶଭୂଜାଦୁର୍ଗା, ବାଣେଶ୍ୱର, ନନ୍ଦା, ଭୂକୁଟା, ସରସ୍ବତୀ, ନାରାୟଣ, ଗଣେଶ, କାର୍ତ୍ତିକେୟ, ଚମ୍ପଶ୍ୱର ଓ ପାର୍ବତୀଙ୍କ ଛୋଟ ବଡ ମନ୍ଦିର ରହିଛି। ପରିସରରେ ଅନେକଗୁଡିଏ ପ୍ରାଚୀନ ଭଗ୍ନ ମୂର୍ତ୍ତି ମଧ୍ୟ ସଂରକ୍ଷିତ ହୋଇ ରହିଛି। ତନ୍ମଧ୍ୟରୁ ଅମୋଘସିଦ୍ଧି ବୁଦ୍ଧ ମୂର୍ତ୍ତି ଐତିହାସିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ। ଦୁରାବସ୍ଥା ସମ୍ପର୍କରେ ସାମାଜିକ କର୍ମୀ ଶ୍ରୀବତ୍ସ ମଲ୍ଳିକ କୁହନ୍ତି ପୀଠ ଚତୁଃପାର୍ଶ୍ୱର ବିକାଶ ପାଇଁ ସରକାର ପଦକ୍ଷେପ ନେଉଛନ୍ତି। କିନ୍ତୁ ମନ୍ଦିର ମରାମତି ଠିକ୍‌ ଭାବେ କରାଯାଉନି। କିଛି ମାସ ପୂର୍ବରୁ ନୟାଗଡରୁ ମିସ୍ତ୍ରୀ ଆସି ମୁଖ୍ୟ ବଡ ମନ୍ଦିର ମରାମତି କରିଥିଲେ। ମାତ୍ର ପାର୍ଶ୍ୱ ମନ୍ଦିର କାମ ନ କରି କେବଳ ରଙ୍ଗ ମାରି ଚାଲି ଯାଇଥିବା ଅଭିଯୋଗ ହୋଇଛି। ଶୀଘ୍ର ମରାମତି କରା ନ ଗଲେ ମନ୍ଦିର ନଷ୍ଟ ହୋଇଯିବ। ମନ୍ଦିରର ପୂଜକ କଲ୍ୟାଣ ଥନାପତି ଓ ସଚ୍ଚିଦାନନ୍ଦ ଦାଶଙ୍କୁ ପଚାରିବାରୁ ସାମାନ୍ୟ ବର୍ଷା ହେଲେ ମନ୍ଦିରର ବୃଷଭ ମଣ୍ଡପରୁ ପାଣି ଝରୁଥିବା କହିଥିଲେ। ସେହିପରି ସ୍ବର୍ଣ୍ଣଚମ୍ପା ଗଛ ପାର୍ଶ୍ୱରେ ମନ୍ଦିର କାନ୍ଥରେ ଲମ୍ବା ଫାଟ ସୃଷ୍ଟି ହୋଇଛି। ବରଗଛ ଓ ଚମ୍ପା ଗଛର ଚେର ମନ୍ଦିର ପ୍ରତି ବିପଦ ସୃଷ୍ଟି କଲାଣି। ତେଣୁ ଦେବୋତ୍ତର ବିଭାଗ କିମ୍ବା ଜିଲା ପ୍ରଶାସନ ଏହି ପୁରାତନ ମନ୍ଦିରର ସୁରକ୍ଷା ପାଇଁ ତ୍ୱରିତ ପଦକ୍ଷେପ ନେବା ପାଇଁ ଦାବି ହେଉଛି ା


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ସର୍ବକନିଷ୍ଠ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ହୋଇ ବିଶ୍ୱରେକର୍ଡ

ନୂଆଦିଲ୍ଲୀ, ୧୮।୮: ଭାରତୀୟ ବଂଶୋଦ୍ଭବ ଦୁବାଇର ୧୬ ବର୍ଷୀୟ ଲକ୍ଷ୍ମଣନ୍‌ ମେୟାପ୍ପନ ବିଶ୍ୱର ସବୁଠାରୁ କନିଷ୍ଠ ପୁରୁଷ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ (ସିଏ)ହେବାର ଗୌରବ ଅର୍ଜନ କରିଛନ୍ତି। ମାତ୍ର…

ମୁରଥଲ ଢାବାରେ ରୋବଟ୍ ୱେଟର! ଗ୍ରାହକଙ୍କୁ ପରଷୁଛି ମନପସନ୍ଦର ଖାଦ୍ୟ

ମୁରଥଲ,୧୮।୮: ସ୍ବାଦିଷ୍ଟ ଗରମ ପରଠା ଏବଂ ପାରମ୍ପରିକ ଖାଦ୍ୟ ପାଇଁ ପ୍ରସିଦ୍ଧ ହରିୟାଣାର ମୁରଥଲ ଏବେ ଚର୍ଚ୍ଚାରେ । ଏଠାରେ ଥିବା ‘ରେଶମ ଢାବା’ରେ ଗ୍ରାହକମାନଙ୍କୁ ଏକ…

ତାମିଲନାଡୁ ମନ୍ତ୍ରୀଙ୍କ ଏମିତି କଥାରେ କ୍ଷମା ମାଗିଲେ ମୁଖ୍ୟମନ୍ତ୍ରୀ ବିଜୟ

ଚେନ୍ନାଇ,୧୮।୮: ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କୁ ତାମିଲନାଡୁ ବିଧାନସଭାରେ ତାଙ୍କର ଜଣେ ମନ୍ତ୍ରୀଙ୍କ ପକ୍ଷରୁ କ୍ଷମା ମାଗିବାକୁ ପଡିଲା। ତାମିଲନାଡୁ ମନ୍ତ୍ରୀ ରଞ୍ଜିତ କୁମାର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ…

ସାନଖେମୁଣ୍ଡିରେ ଲୋକଙ୍କ ଅଭିଯୋଗ ଶୁଣିଲେ ଗଞ୍ଜାମ ଜିଲାପାଳ, ରୋଗୀଙ୍କ ଚିକିତ୍ସା ପାଇଁ ଦେଲେ ୪୭ ହଜାର…

ଦିଗପହଣ୍ଡି,୧୮।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସମ୍ମିଳନୀ କକ୍ଷର ଜିଲା ପୋଲିସ ପ୍ରଶାସନ ପକ୍ଷରୁ ମିଳିତ ଜନ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ସାନଖେମୁଣ୍ଡି…

୨୦ ଫୁଟ୍‌ ତଳକୁ ଖସିଲା ଚକାଡ଼ୋଳା ବସ୍; ୪୦ ଯାତ୍ରୀ…..

ନୟାଗଡ,୧୮।୮(ଲୋକନାଥ ମିଶ୍ର): ୨୦ ଫୁଟ୍‌ ତଳକୁ ଖସିଲା ବସ୍‌ ।ବଲାଙ୍ଗୀର ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥ ଅନ୍ତର୍ଗତ ବାଇପାସ୍‌ର ସୁନାଲଟି ଛକ ନିକଟରେ ଏହି ଦୁର୍ଘଟଣା…

ହ୍ରାସ ପାଇଛି ଟ୍ରମ୍ପଙ୍କ ଲୋକପ୍ରିୟତା; ଇରାନ ସହିତ ସମ୍ଭାବ୍ୟ ଯୁଦ୍ଧ ଯୋଗୁ…

ଓ୍ବାଶିଂଟନ,୧୮।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଲୋକପ୍ରିୟତା ତାଙ୍କ ବର୍ତ୍ତମାନ କାର୍ଯ୍ୟକାଳର ସର୍ବନିମ୍ନ ସ୍ତରକୁ ପହଞ୍ଚିଛି। ଏକ ରଏଟର୍ସ/ଇପସୋସ ସର୍ଭେରୁ ଜଣାପଡିଛି ଯେ 33% ଉତ୍ତରଦାତା ଟ୍ରମ୍ପଙ୍କ…

ଭାରତର ନିର୍ବାଚନ ପ୍ରକ୍ରିୟାକୁ ତାରିଫ କଲେ ଟ୍ରମ୍ପ, ଜ୍ଞାନେଶ କୁମାରଙ୍କ ନାମ ନେଇ ବଡ଼ କଥା କହିଲେ…

ଓ୍ବାଶିଂଟନ,୧୮।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତର ନିର୍ବାଚନ ବ୍ୟବସ୍ଥାକୁ ପ୍ରଶଂସା କରିଛନ୍ତି। ଆମେରିକାରେ କଠୋର ଭୋଟିଂ ନିୟମ ଏବଂ ‘ସେଭ ଆମେରିକା ଆକ୍ଟ’ କାର୍ଯ୍ୟକାରୀ କରିବାକୁ…

ମାସକ ମଧ୍ୟରେ କେସିଙ୍ଗାରୁ ୩ ଅଜଗର ଉଦ୍ଧାର, ବଜ୍ରଗଡ଼ ଜଙ୍ଗଲରେ…

କେସିଙ୍ଗା,୧୮।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ମାସକ ମଧ୍ୟରେ ୩ ଟି ଆଜଗର ଉଦ୍ଧାର କରାଯାଇଛି । ନୂନ ମାଠ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri