ମାଓବାଦୀ ପରିଚୟ ଦେଇ କରୁଥିଲେ ଡକାୟତି

ନୂଆପଡ଼ା ଅଫିସ, ୪।୬: ନୂଆପଡା ସଦର ବ୍ଲକ ଧରବନ୍ଧା ଥାନା ଆମାନାରା ଗାଁରେ ମାଓବାଦୀ ପରିଚୟ ଦେଇ ଡକାୟତି କରୁଥିବା ଅଭିଯୋଗରେ ୬ ଆନ୍ତଃ ରାଜ୍ୟ ଡକାୟତଙ୍କୁ ନୂଆପଡା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଖରିଆର ରୋଡ ବଜାରପଡା ସୁନୀଲ ଚନ୍ଦ୍ରକାର (୩୨), ରାୟପୁରର ଦୀପକ ରାୟ (୨୬), ଖଲାରୀ ଗାଁର ମୁକେଶ ୟାଦବ (୩୦), ଖଲାରୀର ମହାବୀର ୟାଦବ (୨୨), ଭୀମଖୋଜର ଓମ ପ୍ରକାଶ ବରିହା (୨୩) ଓ ଖମତରାଇର ବଜରଙ୍ଗୀ ଔରଫ ଅବିନାଶ ସିଂ (୨୪)। ସେମାନଙ୍କଠାରୁ ସିଜି୦୬ଜିଟି ୪୯୪୩ ଏକ ବାଇକ୍‌, ଗୋଟେ କିପେଡ ମୋବାଇଲ ଫୋନ, ୨ଟି ଖଣ୍ଡା, ଗୋଟେ ଛୁରୀ, ଗୋଟେ ଭଙ୍ଗା ତାଲା, ଗୋଟେ ଆରି ପତି ଜବତ କରାଯାଇଛି ବୋଲି ଶନିବାର ସଦର ଥାନା ପରିସରରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ନୂଆପଡା ଆରକ୍ଷୀ ଅଧୀକ୍ଷକ ଗୁନ୍ଦାଳା ରେଡ୍ଡୀ ରାଘବେନ୍ଦ୍ର ସୂଚନା ଦେଇଛନ୍ତି।
ଗତ ୩୦ରେ ଆମାନାରା ଗାଁର ମୋତିନବାଇ ସାହୁଙ୍କ ଦୋକାନ ଘର ଗ୍ରୀଲ ତାଲା କାଟି ଘରେ ପଶି ମାରଣା ଅସ୍ତ୍ର ଦେଖାଇ ଲାଲ ସାଲମ କହି ଏହି ଡକାୟତମାନେ ଭୟଭିତ କରି ଡକାୟତ ଉଦ୍ୟମ କରିଥିଲେ। ପରିବାର ଲୋକେ ଘେରି ଯିବାରୁ ସାଙ୍ଗରେ ଆଣିଥିବା ମାରଣା ଅସ୍ତ୍ର ସହ ଗାଡି, ମୋବାଇଲ ଛାଡି ଫେରାର ହୋଇଯାଇଥିଲେ। ଏ ନେଇ ଧରମବନ୍ଧା ଥାନାରେ ମୋତିନ ବାଇ ସାହୁ, ସ୍ବାମୀ ପିଲାରାମ ସାହୁ ଅଭିଯୋଗ କରିଥିଲେ। ଉପଖଣ୍ଡ ପୋଲିସ ଅଧିକାରୀ ପ୍ରଶାନ୍ତ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର ଟିମ ଗଠନ କରି ତଦନ୍ତ ଜାରି ରଖିଥିଲା। ଏହି ଡକାୟତି ଦଳ ଖରିଆର ରୋଡ ସମେତ ଛତିଗଡ ରାୟପୁର ଓ ମହାସମୁଦ ଜିଲାର ଅଛନ୍ତି ବୋଲି ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଁ ଥିଲା। ଡକାୟତି ଦଳର ମାଷ୍ଟର ମାଇଣ୍ଡ ଖରିଆର ରୋଡ ବଜାର ପଡାର ସୁନୀଲ ଚନ୍ଦ୍ରକାରଙ୍କ ଘରେ ସବୁ ଯୋଜନା କରି ଓଡିଶା ସମେତ ଛତିଶଗଡରେ ଅନେକ ଘଟଣା ଘଟାଇ ଚାଲିଥିଲେ। ଏମାନଙ୍କ ନାମରେ ଛତିଶଗଡ ସମେତ ଖରିଆର ରୋଡ, ନୂଆପଡା, କୋମନା ଥାନାରେ ଅନେକ ମାମଲା ରହିଛି ବୋଲି ଏସ୍‌ପି ରାଘବେନ୍ଦ୍ର କହିଛନ୍ତି। ମାଷ୍ଟର ମାଇଣ୍ଡ ସୁନୀଲଙ୍କୁ କାବୁ କରିବା ପରେ ସମସ୍ତ ଡକାୟତଙ୍କୁ ଧରିବାରେ ପୋଲିସ ସଫଳ ହୋଇଛିି। ଏ ନେଇ ଧରବନ୍ଧା ଥାନାରେ ଅଣ୍ଡରସେକସନ ୪୫୭/୩୯୨/୩୪ରେ ଏକ ମାମଲା (ନଂ.୩୫/୨୩) ରୁଜୁ କରି ଅଧିକ ତଦନ୍ତ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଉଟ୍‌ ହେବା ପରେ ଶ୍ରୀଲଙ୍କା ବୋଲରଙ୍କ ସହ ଜୟସ୍ବାଲ ମୁହାଁମୁହିଁ, ମଇଦାନ ମଝିରେ ଧକ୍କାମୁକ୍କି, ଅଧିନାୟକ ମଝିରେ ପଶି-Video

କୋଲମ୍ବୋ,୨୩: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ମଇଦାନରେ ଉତ୍ତେଜନା ଦେଖିବାକୁ ମିଳିଛି। ଭାରତର ଯୁବ ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ…

ସଠିକ୍‌ ପରଚୟ ଯାଞ୍ଚ ନ କରି ଦିଆଯାଉଛି ଘରଭଡ଼ା, ବଢୁଛି ଆପରାଧିକ କାର୍ଯ୍ୟକଳାପ

ଅମରପାଲି,୨୩ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲାର ବୀରମହାରାଜପୁର ଓ ଉଲୁଣ୍ଡା ଅଞ୍ଚଳରେ ବିନା ପୋଲିସ ଭେରିଫିକେଶନ ଏବଂ ସଠିକ୍‌ ପରିଚୟ ଯାଞ୍ଚ ନ କରି ଘରଭଡ଼ା ଦିଆଯାଉଥିବାରୁ ଆପରାଧିକ…

‘ମା କହିଥିଲେ ଭଲ ପୁଅ ବାଛିବାକୁ; ମୁଁ ରାହୁଲକୁ ବାଛିଲି’ – ରାହୁଲ ଗାନ୍ଧୀଙ୍କ ଜଣେ ‘ଫ୍ୟାନଗର୍ଲ’ଙ୍କ ପୋଷ୍ଟର ଭାଇରାଲ

ପୁଣେ,୨୩।୮: କଂଗ୍ରେସ ସାଂସଦ ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର (୨୨ ଅଗଷ୍ଟ, ୨୦୨୬) ପୁଣେରେ ଅନୁଷ୍ଠିତ ‘ଛାତ୍ରୋଁ କି ଗୁଞ୍ଜ’…

ରେଭନ୍ତ ରେଡ୍ଡୀଙ୍କୁ ଆମେରିକା ଯିବା ପାଇଁ ମିଳିଲା ନାହିଁ ଅନୁମତି, ଜାଣନ୍ତୁ ସରକାରୀ ଅନୁମତି କିପରି ମିଳିଥାଏ

ନୂଆଦିଲ୍ଲୀ,୨୩।୮: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବେ ୟୁକେରୁ ସିଧାସଳଖ ଭାରତ ଫେରିବେ; ସରକାରୀ ଅନୁମୋଦନ ଅଭାବରୁ ତାଙ୍କର ଆମେରିକା ଗସ୍ତ ବାତିଲ କରାଯାଇଛି। ସେ ଇଂଲଣ୍ଡ…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri