ଡ୍ୟାମ୍‌ ଅଞ୍ଚଳରେ ଚାଲିଛି ବେଧଡ଼କ କାଠ, ପଥର ଚାଲାଣ

ତେନ୍ତୁଳିଖୁଣ୍ଟି, ୪।୬(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ଇନ୍ଦ୍ରାବତୀ ପ୍ରକଳ୍ପର ପୋଡ଼ାଗଡ଼ ଡ୍ୟାମ୍‌ ଅଞ୍ଚଳରେ ବେଧଡ଼କ କାଠ, ପଥର ଚାଲଣ ହେବା ସହ ପାହାଡ଼ କାଟି ସମତଳକରି ମୃତ୍ତିକା କ୍ଷୟ ପାଇଁ ସୁଯୋଗ ସୃଷ୍ଟି କରୁଛନ୍ତି ମାଫିଆ। କିନ୍ତୁ ଉଭୟ ପ୍ରକଳ୍ପ ପ୍ରଶାସନ ଓ ବନ ବିଭାଗ ଚୁପ୍‌ ରହୁଛନ୍ତି। ଫଳରେ ବେଧଡ଼କ ଚାଲିଛି କାଠ ଚୋରା ଚାଲାଣ। ଏ ନେଇ ଖବର ପ୍ରସାରଣ ପରେ କିଛିଦିନ ବନ୍ଦ ରହୁଛି ପରେ ପୁଣି ଆରମ୍ଭ ହୋଇଯାଉଛି। ତେନ୍ତୁଳିଖୁଣ୍ଟି ବନ ବିଭାଗ ସେଦିଗରେ ନୀରବତା ନେଇ ପ୍ରଶ୍ନ ସୃଷ୍ଟି ହେଉଛି। ସମାନ ଢଙ୍ଗରେ ସମାନ ସ୍ଥାନରୁ କାଠ ଚୋରା ଚାଲାଣ ହେଉଥିବା ବେଳେ ବିଭାଗ ସବୁ ଜାଣି ମଧ୍ୟ ଚୁପ୍‌ ରହୁଥିବାରୁ ତେନ୍ତୁଳିଖୁଣ୍ଟି ବନ ବିଭାଗ ଅଧିକାରୀ ଏବଂ କାଠମାଫିଆଙ୍କ ସଲାସୁତରାରେ ଏହି ବ୍ୟବସାୟ ହେଉଥିବା ଅଭିଯୋଗ ହେଉଛି।
ସରକାର ଜଙ୍ଗଲ ସୁରକ୍ଷା ପାଇଁ ବିଭିନ୍ନ ଯୋଜନା କରୁଛନ୍ତି। ଜଙ୍ଗଲ ହିଁ ଜୀବନ ନାରା ଦିଆଯାଉଛି। କିନ୍ତୁ ଜଙ୍ଗଲ ନଷ୍ଟ, ମୃତ୍ତିକା କ୍ଷୟ , ପଥର ଚାଲାଣ ହେଉଥିଲେ ହେଁ ସେ ଦିଗରେ ଉପରିସ୍ଥ ଅଧିକାରୀଙ୍କ ଦୃଷ୍ଟି ପଡୁ ନ ଥିବାରୁ ଅସନ୍ତୋଷ ବୃଦ୍ଧି ପାଉଛି। ବିଭାଗୀୟ ଅଧିକାରୀ ଏବଂ କାଠମାଫିଆଙ୍କ ମଧୁଚନ୍ଦ୍ରିକା ହେତୁ ସରକାରଙ୍କ ଜଙ୍ଗଲ ହିଁ ଜୀବନ ନାରା ପ୍ରହସନ ପାଲଟିବାକୁ ବସିଲାଣି। କାଠ ଚୋରା ଚାଲାଣର ପ୍ରମୁଖ ସ୍ଥଳୀ ପାଲଟିଛି ତେନ୍ତୁଳିଖୁଣ୍ଟି ବ୍ଲକର ପୋଡ଼ାଗଡ଼ ଡ୍ୟାମ୍‌ ଅଞ୍ଚଳ। ପ୍ରତିଦିନ ଅନେକ ସଂଖ୍ୟକ ମୂଲ୍ୟବାନ୍‌ ବୃକ୍ଷକୁ କାଟି ମାଫିଆମାନେ ବ୍ୟବସାୟ ଚଳାଇଛନ୍ତି। ଏନେଇ ବହୁବାର ବିଭାଗୀୟ ଅଧିକାରୀମାନଙ୍କୁ ଅବଗତ ମଧ୍ୟ କରାଯାଇଛି । ଇନ୍ଦ୍ରାବତୀ ପ୍ରକଳ୍ପ ପୋଡ଼ାଗଡ଼ ଡ୍ୟାମ୍‌ଠାରେ ବହୁ ପରିମାଣର କାଠ ଜମା ହୋଇଥିବା ଦେଖିବାକୁ ମିଳିଥିଲା। ପ୍ରତିଦିନ ସକାଳ ସମୟରେ ମାଫିଆମାନେ ଏହି ବନ୍ଧ ନିକଟରେ କାଠ ଗଦା କରୁଥିବାବେଳେ ଆରଦିନ ରାତି କିମ୍ବା ବଡ଼ି ଭୋରରୁ କାଠ ଟ୍ରାକ୍ଟର, ଅଟୋ ମାଧ୍ୟମରେ ନିଆଯାଉଛି। ଦିନତମାମ ଡ୍ୟାମ୍‌ ନିକଟରେ ଏତେ ସଂଖ୍ୟକ କାଠ ଜମାହୋଇ ରହୁଥିବା ବେଳେ ବନ ବିଭାଗ ନିକଟରେ କିଭଳି ଖବର ପହଞ୍ଚତ୍ ପାରୁନାହିଁ ତାହା ପ୍ରଶବାଚୀ ସୃଷ୍ଟି କରିଛି। ଏହି କାଠ ହୁଏତ ଡ୍ୟାମ୍‌ ଆରପାରିରୁ ଡଙ୍ଗା ମାଧ୍ୟମରେ ଆସୁଥାଇପାରେ। ସେ ଯାହାବି ହେଉ ବନ ବିଭାଗ ଏ ନେଇ ଅବଗତ ଥାଇ ମଧ୍ୟ ଚୁପ୍‌ ବସୁଥିବାରୁ ବନ ବିଭାଗ ନାକତଳେ ଏହି ବ୍ୟବସାୟ ଚାଲିଥିବା ଆଲୋଚନା ହେଉଛି। ପ୍ରତିଦିନ ବାର୍‌ହା ଶିକାର ପାଇଁ ଶିକାରୀମାନେ ଅଭିନବ ଉପାୟରେ ବିଦ୍ୟୁତ୍‌ ସଂଯୋଗକରି ବେଧଡ଼କ ଭାବରେ ଶିକାର କରୁଛନ୍ତି। ତୁରନ୍ତ ବନ ବିଭାଗ ଉଚ୍ଚ ପଦସ୍ଥ ଅଧିକାରୀ ଏ ଦିଗରେ ଦୃଷ୍ଟି ନ ଦେଲେ ଆଗାମୀ ଦିନରେ ବନ୍ୟଜନ୍ତୁଙ୍କ ସମେତ ଜଙ୍ଗଲ କ୍ଷୟ ହେବା ଏକ ପ୍ରକାର ସୁନିଶ୍ଚିତ। ଏନେଇ ପ୍ରକଳ୍ପ ଅଧିକାରୀ ସଞ୍ଜୀବ କୁମାର ଭତ୍ରାଙ୍କୁ ପଚାରିବାରୁ କୌଣସି ଅଭିଯୋଗ ଆମେ ପାଇନାହୁଁ। ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି। ତେନ୍ତୁଳିଖୁଣ୍ଟି ଫରେଷ୍ଟର ଅମିତ କୁମାରଙ୍କୁ କାଠ ଅବାଧ ଚାଲାଣ ସମ୍ପର୍କରେ ପଚାରିବାରୁ କେଉଁ ସମୟରେ ଚାଲାଣ ହେଉଛି ଜଣାପଡ଼ୁନାହିଁ। ଚାଲାଣ ବେଳେ ଖବର ଦେଲେ ଚଢ଼ାଉ କରିବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri