ଭାଜପାରେ ଯୋଗଦେବେ କି କଙ୍ଗନା, ଉତ୍ତରରେ କହିଲେ ଏମିତି

ମୁମ୍ବାଇ: ମହାରାଷ୍ଟ୍ରରେ ଶିବସେନା ସହ ଭୀଷଣ ତିକ୍ତତାର ସମ୍ମୁଖୀନ ହୋଇଥିବା ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ଭାଜପାରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଛି। ମୁମ୍ବାଇ ମହାନଗର ନିଗମ ପକ୍ଷରୁ ତାଙ୍କ ଅଫିସ ଭଙ୍ଗାଯିବା ପରେ ମର୍ମାହତ ଅଛନ୍ତି କଙ୍ଗନା। କେନ୍ଦ୍ରମନ୍ତ୍ରୀ ରାମଦାସ ଆଠୱଲେ କଙ୍ଗନାଙ୍କୁ ଭେଟିଛନ୍ତି। ଏହି ଅବସରରେ ସେ ତାଙ୍କୁ ଭାଜପାରେ ଯୋଗ ଦେବାକୁ ନିମନ୍ତ୍ରଣ କରିଥିଲେ ହେଁ କଙ୍ଗନା ନମ୍ରତାର ସହ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଅନ୍ୟପକ୍ଷରେ କଙ୍ଗନାଙ୍କ ମା’ ଟୁଇଟ୍‌ କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍‌ ଶାହାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ତାଙ୍କ ଝିଅକୁ ଯଦି ସୁରକ୍ଷା ଯୋଗାଇ ଦିଆଯାଇ ନ ଥାନ୍ତା, ତେବେ ତାଙ୍କ ସହ କିଛି ବି ଘଟିଥାଆନ୍ତା ବୋଲି କଙ୍ଗନାଙ୍କ ମା ଟୁଇଟରରେ ଲେଖିଛନ୍ତି। ଅନ୍ୟପକ୍ଷରେ କେନ୍ଦ୍ରମନ୍ତ୍ରୀ ରାମଦାସ ମଧ୍ୟ ଟୁଇଟ୍‌ ଯୋଗେ କଙ୍ଗନାଙ୍କୁ ଭେଟିଥିବା ଓ ସେ ରାଜନୀତି ନିମନ୍ତେ ଅନାଗ୍ରହ ପ୍ରକାଶ କରିଥିବା ଉଲ୍ଲେଖ କରିଛନ୍ତି। ସୂଚନାଯୋଗ୍ୟ, ମୁମ୍ବାଇରେ ତାଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ତାଙ୍କୁ ସୁରକ୍ଷା ଯୋଗାଇଦେବା ପାଇଁ ଗୃହ ମନ୍ତ୍ରୀଙ୍କ ଚିଠି ଲେଖିଥିଲେ। ପରେ ତାଙ୍କୁ ଓ୍ବାଇ ଶ୍ରେଣୀର ସୁରକ୍ଷା ଯୋଗାଇ ଦିଆଯାଇଥିଲା। ଏଥିପାଇଁ ସେ ଶାହା ଏବଂ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଦେଇଥିଲେ। ଏହାପରେ ସେ ଭାଜପାରେ ଯୋଗ ଦେବା ନେଇ ଚର୍ଚ୍ଚା ଉଠିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ର ରାଜନୀତି: ଉଦ୍ଧବଙ୍କ ହାତରେ କ୍ଷମତା ରିମୋର୍ଟ କଣ୍ଟ୍ରୋଲ; କହିଲା ଶିବସେନା

ମୁମ୍ବାଇ,୨୭।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପରେ ଏବେ ସରକାର ଗଠନ ପାଇଁ ଭାଜପା-ଶିବସେନା ମଧ୍ୟରେ ଛକାପଞ୍ଝା ଜାରି ରହିଛି। ତେବେ ଉଦ୍ଧବ ଠାକ୍‌ରେଙ୍କ ହାତରେ କ୍ଷମତା...

କଙ୍ଗନାଙ୍କ ବିରୋଧରେ ମାମଲା ଦାଏର ପାଇଁ ଆଦେଶ ଦେଲେ ବାନ୍ଦ୍ରା କୋର୍ଟ

ମୁମ୍ବାଇ, ୧୭।୧୦: କକଙ୍ଗନାଙ୍କ ବିରୋଧରେ ମାମଲା ଦାଏର ପାଇଁ ବାନ୍ଦ୍ରା କୋର୍ଟ ଆଦେଶ ଦେଇଛନ୍ତି। ବଲିଉଡ୍‌ରେ ସାମ୍ପ୍ରଦାୟିକ ଭେଦଭାବ ସୃଷ୍ଟି କରିବା ଲାଗି କଙ୍ଗନା ଉଦ୍ୟମ...

କରୋନା ଚିନ୍ତାରୁ ଦୂରେଇବା ପାଇଁ ମାଧୁରୀଙ୍କ ଗୀତରେ ନୃତ୍ୟକଲେ ବିଦେଶୀ ମହିଳା

କରୋନା ଭୟରେ ଅଧିକାଂଶ ଦେଶର ଲୋକେ ଘରୁ ବାହାରିବା ବନ୍ଦ କରିଦେଲେଣି। ଏତିକିବେଳେ ଜର୍ମାନର ଜଣେ ମହିଳା କରୋନା ଚିନ୍ତାରୁ ମୁକୁଳିବା ପାଇଁ ଏକ ଖାସ୍‌...

ରାଜନୈତିକ ଦଳ ଗଠନ କଲେ ଯୋଗେନ୍ଦ୍ର ଯାଦବ: ନିର୍ବାଚନୀ ଚିହ୍ନ ହ୍ବିସିଲ୍‌

ନୂଆଦିଲ୍ଲୀ,୨୭।୬: ସ୍ବରାଜ ଇଣ୍ଡିଆର ସଂଯୋଜକ ଯୋଗେନ୍ଦ୍ର ଯାଦବ ଗୁରୁବାର ରାଜନୈତିକ ଦଳ ଗଠନ ସମ୍ପର୍କରେ ସୂଚନା ଦେଇଛନ୍ତି। ତାଙ୍କ ଦଳର ନିର୍ବାଚନୀ ଚିହ୍ନ ହ୍ବିସିଲ୍‌ ହେବ...

ବିପଦ ଉପରେ ବିପଦ: ପୁଣି ଥରିଲା ମୁମ୍ବାଇ

ମୁମ୍ବାଇ, ୭।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଥିବାବେଳେ ଏବେ ବିପଦ ଉପରେ ବିପଦ ଆସିବାରେ ଲାଗିଛି। ୩ ଦିନରେ ଏଠାରେ ୩ ଥର...

ଆଲିଆ ଭଟ୍ଟ ହେଲେ ଏସିଆର ସବୁଠୁ ସେକ୍ସି ମହିଳା

ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ୨୦୧୯ରେ ସବୁଠୁ ସେକ୍ସି ମହିଳା ବିବେଚିତ ହୋଇଛନ୍ତି। ବ୍ରିଟେନର ସାପ୍ତାହିକ ଖବରକାଗଜ ‘ଇଷ୍ଟର୍ଣ୍ଣ ଆଇ’ ଦ୍ୱାରା ଜାରି କରାଯାଇଥିବା ସର୍ଭେରେ...

ଦିଲ୍ଲୀରୁ ଫେରିଗଲେଣି ୬୦% ଦେହଜୀବୀ

ନୂଆଦିଲ୍ଲୀ,୧୮ା୫(ପି.ଟି.): ଲକ୍‌ଡାଉନ ଯୋଗୁ ଜୀବିକା ହରାଇ ଦିଲ୍ଲୀର ୬୦ ପ୍ରତିଶତରୁ ଊର୍ଦ୍ଧ୍ୱ ଯୌନକର୍ମୀ ସେମାନଙ୍କ ରାଜ୍ୟକୁ ଫେରିଗଲେଣି। କରୋନା ସଂକ୍ରମଣ ଭୟରେ ଗ୍ରାହକ ଆସୁ ନ...

ଭାଜପା ବିଧାୟକଙ୍କ ଦାଦାଗିରି: ଏସ୍‌ଡିଏମ୍‌ଙ୍କୁ ଧମକ ଦେଉଥିବା ଭିଡ଼ିଓ ଭାଇରାଲ

ଭୋପାଳ,୧୬।୭: ମଧ୍ୟପ୍ରଦେଶରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଜଣେ ବିଧାୟକ ଏସ୍‌ଡିଏମ୍‌ଙ୍କ ଆଗରେ ଦାଦାଗିରି ଦେଖାଇଛନ୍ତି। ସେ ଏସ୍‌ଡିଏମ୍‌ଙ୍କୁ ଧମକଚମକ ଦେଇଥିବାବେଳେ ତାଙ୍କ ସମର୍ଥକ...


Coronavirus Update

Archives

Model This Week

Why Dharitri