କେନ୍ଦୁଝର ମାଟିରେ ରାମାୟଣ ଗାଥା: ପୁଣି ଚର୍ଚ୍ଚାରେ ସୀତାବିଞ୍ଜ 

କେନ୍ଦୁଝର,୨୧।୧(ନରେଶ ଚନ୍ଦ୍ର ପଟ୍ଟନାୟକ): ୨୨ ତାରିଖରେ ଅଯୋଧ୍ୟାରେ ବହୁ ପ୍ରତୀକ୍ଷିତ ରାମମନ୍ଦିର ପ୍ରାଣପ୍ରତିଷ୍ଠା ହେବ। ଏହାକୁ ନେଇ ଦେଶରେ ଉତ୍ସାହ ଏବଂ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ବର୍ତ୍ତମାନ ରାମାୟଣ ଯୁଗ ସହିତ କେନ୍ଦୁଝର ଜିଲାର ସମ୍ପର୍କ ମନେ ପକାଇଦେଉଛି। ରାମାୟଣରେ ରାମଙ୍କ ଗାଥା ସହିତ ସୀତାଙ୍କ ଗାଥା ଜଡିତ। ଏଣୁ  ଘଟଗାଁ ବ୍ଲକ ଡାଙ୍ଗୁଆପଶି ଗ୍ରାମ ନିକଟରେ ଥିବା ପର୍ଯ୍ୟଟନ କେନ୍ଦ୍ର ସୀତାବିଞ୍ଜ ଏବେ ପୁଣି ଥରେ ଚର୍ଚ୍ଚାର ବିଷୟ ହୋଇଛି। ଦିନେ ଏଠାକୁ ମା’ ସୀତା ଆସିଥିଲେ। ଏଠାରେ ଲବକୁଶ ଜନ୍ମ ହୋଇଥିବା ପୌରାଣିକ କଥାବସ୍ତୁ ରହିଛି। ପାହାଡ଼ ଓ ଜଙ୍ଗଲ ପରିବେଷ୍ଟିତ ଏହି ସ୍ଥାନରେ ମା’ ସୀତା ଲବକୁଶଙ୍କ ସହିତ ସମୟ ବିତାଇବା ସହ ବାଲ୍ମୀକି ଋଷିଙ୍କ ଆଶ୍ରମରେ ପାଠ ପଢିଥିଲେ ।  ଏଭଳି ବହୁ ରାମାୟଣର ଗାଥା କହୁଛି କେନ୍ଦୁଝର ମାଟି ା ତାଙ୍କ ସ୍ମୃତିରେ ଏଠାରେ କାହିଁ କେଉଁ କାଳରୁ ମା’ ସୀତା ଲବକୁଶଙ୍କ ସହିତ ପୂଜାପାଇ ଆସୁଛନ୍ତି ା
ଏହି ସ୍ଥାନଟି ପୌରାଣିକ ସମୃଦ୍ଧ ରାମାୟଣ ଯୁଗ ସହିତ ସମ୍ପର୍କ ଥିବା ନେଇ ଅନେକ ଲୋକମତ ରହିଛି। ସୀତାଙ୍କ ନାମରୁ ଏହି ସ୍ଥାନର ନାମ ସୀତାବିଞ୍ଜ ହୋଇଥିବା ଅନୁମାନ କରାଯାଏ ।  ଏଥିପାଇଁ ଏହି ସ୍ଥାନଟି ପୌରାଣିକ ଦୃଷ୍ଟିରୁ ଗୁରୁତ୍ୱବହନ କରିଆସୁଥିବା ବେଳେ ପ୍ରସିଦ୍ଧି ଲାଭ କରିଛି।
ଏଠାରେ ରହିଛି ବାଲ୍ମୀକି ଆଶ୍ରମ । ଏଠାରେ ଦସ୍ୟୁ ରତ୍ନାକର ତପସ୍ୟା କରି ବାଲ୍ମୀକି ଋଷି ହୋଇଥିଲେ ବୋଲି ପୌରାଣିକ ଆଖ୍ୟାନ ରହିଛି। ଏଠାରେ ଏକ ବିଶାଳ ଅର୍ଦ୍ଧବର୍ତ୍ତୁଳାକାୟ ପଥର ରହିଛି, ଯାହାକୁ ଦସ୍ୟୁ ରତ୍ନାକରଙ୍କ ଭଣ୍ଡାର ଘର ବୋଲି କୁହାଯାଏ। ତ୍ରେତୟା ଯୁଗରେ ମା’ ସୀତ ବନବାସ ସମୟରେ ଏହି ସ୍ଥାନକୁ ଆସିଥିଲେ। ଏଠାରେ ଦେବୀ ସୀତା ଲବକୁଶଙ୍କୁ ଜନ୍ମ ଦେଇଥିବା କୁହାଯାଏ। ଯେଉଁଠି ତିନୋଟି ବୃହଦାକାୟ ପଥର ମା’ ସୀତା ତଥା ଲବ ଏବଂ କୁଶଙ୍କ ପ୍ରତୀକ ଭାବେ ବହୁ ବର୍ଷ ହେଲା ପୂଜା ପାଇ ଆସୁଛନ୍ତି।  ଏଠାରେ ଶୁଦ୍ଧ ମନରେ ପୂଜାର୍ଚ୍ଚନା କଲେ ନିଃସନ୍ତାନ ପୁତ୍ରବତୀ ହୋଇଥାନ୍ତି ବୋଲି ଲୋକବିଶ୍ୱାସ ଥିବା ସ୍ଥାନୀୟ ସ୍ବେଚ୍ଛାସେବୀ ମନୋଜ ନାୟକ କୁହନ୍ତି।
ସେହିପରି ଏଠାରେ ବାଲ୍ମୀକି ଆଶ୍ରମରେ ଲବକୁଶ ରହି ପାଠ ପଢୁଥିଲେ ବୋଲି କୁହାଯାଏ। ଏପରିକି  ଉକ୍ତ ସ୍ଥାନରେ ଅନେକ ଶିଳାଲେଖ  ରହିଛି  । ଏହି ପ୍ରସ୍ତର ଉପରେ ଲିଖିତ ଲିପିକୁ ବର୍ତ୍ତମାନ ଗବେଷଣା ଚାଲିଛି ।
ସେହିପରି ଏଠାରେ ରହିଥିବା ବିରଳ ରାବଣଛାୟା ତୈଳ ଚିତ୍ରରେ ମଧ୍ୟ ବହୁ ଲୋକକଥା ଛପି ରହିଛି। ତେବେ ଏହାର ଏଭଳି ନାମକରଣ କିଭଳି ହୋଇଛି, ତାହାର ସଠିକ ତଥ୍ୟ କାହାପାଖରେ ନାହିଁ। ତେବେ ସାଧାରଣତଃ ରାବଣଛାୟାର ଅର୍ଥ ଅସୁର ରାଜା ରାବଣଙ୍କ ଛାୟା। ୨୨ ଫୁଟ ଉଚ୍ଚରେ ଛତା ଭଳି ଅର୍ଦ୍ଧବର୍ତ୍ତୃଳକାୟ ପ୍ରାୟ ୧୨୫୦ ବର୍ଗ ସେଣ୍ଟିମିଟର ପରିସୀମା ପଥରର ତଳ ପାର୍ଶ୍ୱରେ ଏହି ଚିତ୍ର ଅଙ୍କିତ ହୋଇଛି। ଏହି ବିରଳ ତୈଳ ଚିତ୍ର ଦେଖିବାକୁ ବହୁ ପର୍ଯ୍ୟଟକ ତଥା ଗବେଷକ ଏଠାକୁ ଆସିଥାନ୍ତି।
କେନ୍ଦୁଝରଠାରୁ ପ୍ରାୟ ୩୨କି.ମି. ଦୂର ଏବଂ ଘଟଗାଁ ବ୍ଲକ କଟରାବେଡା ଗ୍ରାମ (ଏନ୍‌ଏଚ୍‌ ୨୦) ଠାରୁ ପ୍ରାୟ ୬କି.ମି. ଦୂର ଡାଙ୍ଗୁଆପଶି ନିକଟରେ ଏହି ରମଣୀୟ ସ୍ଥାନ ଅବସ୍ଥିତ। ବିଶାଳକାୟ ବିଭିନ୍ନ ଡିଜାଇନର ପଥର ଖଣ୍ଡ ଓ ପାହାଡ ପରିବେଷ୍ଟିତ ଏହି ସ୍ଥାନଟି ଜିଲାର ଅନ୍ୟ ଅଞ୍ଚଳଠାରୁ ସମ୍ପୂର୍ଣ ଅଲଗା।  ଏଠାରେ ବର୍ଷ ତମାମ ପର୍ଯ୍ୟଟକଙ୍କ ଆଗମନ ହୋଇଥାଏ।  ରଜ ସମୟରେ ଏଠାରେ ଦୀର୍ଘ ୭ ଦିନ ଧରି ମେଳା ବସେ। ମେଳାକୁ ରାଜ୍ୟ ଓ ରାଜ୍ୟ ବାହାରୁ ଲକ୍ଷାଧିକ ଲୋକ ଆସିଥାନ୍ତି ।
ଏହି ସ୍ଥାନଟି ପୌରାଣିକ ଦୃଷ୍ଟିକୋଣରୁ ବିଶେଷ କରି ରାମାୟଣ ଯୁଗ ସମୟକୁ ନେଇ ଥିବା ଲୋକକଥା ବହୁଗୁରୁତ୍ୱ ବହନ କରୁଥିବାରୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ତଥା ଭକ୍ତ ଏଠାକୁ ଆସିଥାନ୍ତି। ଏଣୁ ଏହାର ବିକାଶ ଓ ସୁରକ୍ଷା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ପାଖାପାଖି ୧୦ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି ବୋଲି ସହକାରୀ ପର୍ଯ୍ୟଟକ ନିର୍ଦ୍ଦେଶକ ରମେଶ ଚନ୍ଦ୍ର ନାୟକ କୁହନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …

୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri