ନୂଆଦିଲ୍ଲୀ, ୧୫ା୫ (ପି.ଟି.)-ସଦ୍ୟ କୋଭିଡ୍ ଟେଷ୍ଟରେ ଅଷ୍ଟ୍ରେଲିଆର ପୂର୍ବତନ ଅନ୍ତର୍ଜାତୀୟ ଖେଳାଳି ତଥା ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ବ୍ୟାଟିଂ କୋଚ୍ ମାଇକେଲ ହସିଙ୍କର ନେଗେଟିଭ ଆସିଛି। ସେ ସମ୍ଭବତଃ ରବିବାର ଚେନ୍ନାଇରୁ ନିଜ ଦେଶକୁ ଫେରିଯାଇ ପାରନ୍ତି। ତେବେ ଭାରତର ଟେଷ୍ଟ ଉଇକେଟ କିପର ରିଦ୍ଧିମାନ ଶାହାଙ୍କ ଫଳାଫଳ ପୁଣି ପଜିଟିଭ ଆସିଛି। ସେ ପୂର୍ବଭଳି ଆଇସୋଲେଶନରେ ରହିବେ। ମେ ୨୫ରେ ସେ ମୁମ୍ବାଇଠାରେ ଦଳର ବାୟୋ-ବବଲରେ ଯୋଗଦେବେ। ବର୍ତ୍ତମାନ ସସ୍ପେଣ୍ଡ ଥିବା ଆଇପିଏଲ୍ରେ ଉଭୟ ହସି ଓ ଶାହା କରୋନା ସଂକ୍ରମିତ ହୋଇଥିଲେ। ସିଏସ୍କେ ସିଇଓ କାଶୀବିଶ୍ୱନାଥ କହିଛନ୍ତି, ଆର୍ଟି-ପିସିଆର୍ ଟେଷ୍ଟରେ ହସିଙ୍କର ନେଗେଟିଭ୍ ଆସିଛି। ସେ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରିଛନ୍ତି। ହସି ମାଳଦ୍ୱୀପ କିମ୍ବା ସିଧାସଳଖ ଅଷ୍ଟ୍ରେଲିଆ ଯିବେ ତାହା ନିଜେ ସ୍ଥିର କରିବେ। ହସିଙ୍କୁ ଛାଡ଼ି ଆଇପିଏଲ୍ ସହ ସମ୍ପୃକ୍ତ ଥିବା ଅଷ୍ଟ୍ରେଲୀୟ ଖେଳାଳି, କମେଣ୍ଟେଟର, କୋଚ୍ ଓ ସପୋର୍ଟ ଷ୍ଟାଫ୍ମାନେ ବର୍ତ୍ତମାନ ଭାରତରୁ ଯାଇ ମାଳଦ୍ୱୀପରେ ଅଟକିଛନ୍ତି। ସେଠାରେ ସେମାନେ କ୍ୱାରାଣ୍ଟାଇନ୍ରେ ଅଛନ୍ତି। ରବିବାର ସୁଦ୍ଧା ସେମାନେ ବିମାନ ଯୋଗେ ସ୍ବଦେଶ ଫେରିବେ। ସନରାଇଜର୍ସ ହାଇଦ୍ରାବାଦର ଶାହା ଟୁଇଟରରେ କହିଛନ୍ତି, କିଛିଦିନ ବ୍ୟବଧାନରେ ହୋଇଥିବା ୨ଟି ଟେଷ୍ଟରେ ଗୋଟିକରେ ନେଗେଟିଭ ଓ ଅନ୍ୟଟି ପିଜିଟିଭ୍ ଆସିଥିବାରୁ ସେ କ୍ୱାରାଣ୍ଟାଇନ୍ରେ ରହିବେ। କହିବାକୁ ଗଲେ ତାଙ୍କ କ୍ୱାରାଣ୍ଟାଇନ୍ ପିରିୟଡ ଶେଷ ହୋଇ ନ ଥିଲା। ବର୍ତ୍ତମାନ କିନ୍ତୁ ସେ ସୁସ୍ଥ ଅନୁଭବ କରୁଛନ୍ତି। ତାଙ୍କ ବିରୋଧରେ କେହି ଅପପ୍ରଚାର ନ କରିବାକୁ ସେ ଅନୁରୋଧ କରିଛନ୍ତି।
ସୌରାଷ୍ଟ୍ରରୁ ଖେଳିବେ ଜାଡେଜା
ରାଜକୋଟ,୯ା୧୦: ରଣଜୀ ଟ୍ରଫି ୨୦୨୬-୨୭ ସିଜନରେ ଛତିଶଗଡ଼ ବିପକ୍ଷ ଓପନିଂ ମ୍ୟାଚରେ ସୌରାଷ୍ଟ୍ର ପକ୍ଷରୁ ଭାରତ ଅଲ୍ରାଉଣ୍ଡର ରବୀନ୍ଦ୍ର ଜାଡେଜା ଖେଳିବେ। ଜୟଦେବ ଉନାଡକଟ ତାଙ୍କ ଅଧିନାୟକ…
ସୁନା ଜିତିବା ପରେ ଟଙ୍କା ବର୍ଷା: ଏହି ଖେଳାଳିଙ୍କୁ ମିଳିବ କୋଟି କୋଟି ଟଙ୍କା
ନୂଆଦିଲ୍ଲୀ,୯।୧୦: ଏସିଆନ ଗେମ୍ସରେ ସ୍ବର୍ଣ୍ଣ ପଦକ ଜିତିବା ପ୍ରତ୍ୟେକ ଖେଳାଳିଙ୍କ ପାଇଁ ଏକ ବଡ଼ ଉପଲବ୍ଧି। ଏହି ସଫଳତା ସହ ଯଦି ଲକ୍ଷ ଲକ୍ଷ ଟଙ୍କାର ନଗଦ…
ହଠାତ୍ ଅନ୍ତର୍ଜାତୀୟ କ୍ରିକେଟ୍କୁ ବାଏ ବାଏ କରି ସମସ୍ତଙ୍କୁ ଚମକାଇଦେଲେ ଏହି କ୍ରିକେଟର୍
ନୂଆଦିଲ୍ଲୀ,୯।୧୦:ଭାରତରେ ଜନ୍ମିତ ନ୍ୟୁଜିଲାଣ୍ଡ କ୍ରିକେଟର୍ ଜିତ ରାଭାଲ ପେସାଦାର କ୍ରିକେଟ୍ରୁ ଅବସର ଘୋଷଣା କରିଛନ୍ତି। ୩୮ ବର୍ଷୀୟ ଏହି ଓପନିଂ ବ୍ୟାଟର୍ ନିଜ କ୍ୟାରିୟର ଓ ଉପଲବ୍ଧିକୁ…
ସପ୍ତାହେ ମଧ୍ୟରେ କୋହଲିଙ୍କ ୫ ରେକର୍ଡକୁ ଧୂଳିସାତ୍ କରିଦେଲେ ଏହି ୫ ବ୍ୟାଟର୍
ନୂଆଦିଲ୍ଲୀ,୯।୧୦: ବିରାଟ କୋହଲିଙ୍କ ନାଁରେ ଅନେକ କ୍ରିକେଟ ରେକର୍ଡ ରହିଛି। ଏହାକୁ ଭାଙ୍ଗିବା ଯେକୌଣସି ଖେଳାଳିଙ୍କ ପାଇଁ ଏକ ବଡ଼ ସଫଳତା ହେବ। ଗତ ସପ୍ତାହ ମଧ୍ୟରେ…
ବୈଭବ ସୂର୍ଯ୍ୟବଂଶୀଙ୍କ ସ୍ବପ୍ନ ଆଜି ହେବ ସାକାର! ନିଷ୍ପତ୍ତି ନେବେ ଆୟର
ରାଞ୍ଚି,୯।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ୍ର ଦ୍ୱିତୀୟ ମୁକାବିଲା ଆଜି ରାଞ୍ଚିରେ ଖେଳାଯିବ। ପ୍ରଥମ ମ୍ୟାଚ୍ରେ ବିଜୟ ହାସଲ…
କୋହଲିଙ୍କ ଏହି ସ୍କିଲ୍ ଚୋରାଇବାକୁ ଚାହୁଁଛନ୍ତି ଅଭିଷେକ: କହୁ କହୁ କହିଦେଲେ ମନର କଥା
ନୂଆଦିଲ୍ଲୀ,୯।୧୦: ଭାରତୀୟ କ୍ରିକେଟ୍ର ଯୁବ ତାରକା ଅଭିଷେକ ଶର୍ମା ନିଜ ବିସ୍ଫୋରକ ବ୍ୟାଟିଂ ପାଇଁ ବେଶ ପରିଚିତ। ଛକା ଓ ଚୌକା ବର୍ଷା କରିବାରେ ମାହିର ଏହି…
ଚମକିଲେ ବସ୍ ଡ୍ରାଇଭରଙ୍କ ପୁଅ, ସଞ୍ଚୁ-ବୈଭବଙ୍କୁ ଦେଲେ ଚକ୍ମା: ମିଳିଲା ବଡ଼ ଅଫର୍
ରାଞ୍ଚି,୯।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚକୁ ନେଇ ରାଞ୍ଚିର JSCA ଇଣ୍ଟରନ୍ୟାଶନାଲ ଷ୍ଟାଡିୟମ୍ରେ ଉତ୍ସାହ ଦେଖିବାକୁ ମିଳୁଛି। ମ୍ୟାଚ ପୂର୍ବରୁ ଭାରତୀୟ ଦଳର…
ମାତ୍ର ୨୭ ବର୍ଷରେ କ୍ରିକେଟ୍ କ୍ୟାରିୟର ଶେଷ! କୋହଲିଙ୍କ ସହ ଝଗଡା କରି ଚର୍ଚ୍ଚାରେ ଥିବା କ୍ରିକେଟ୍ର ଧରିଲେ ମାଇକ
ନୂଆଦିଲ୍ଲୀ,୯।୧୦: ଆଇପିଏଲ୍ରେ ବିରାଟ କୋହଲିଙ୍କ ସହ ପଡ଼ିଆରେ ଝଗଡାକୁ ନେଇ ଚର୍ଚ୍ଚାକୁ ଆସିଥିବା ଆଫଗାନିସ୍ତାନର ଦ୍ରୁତ ବୋଲର୍ ନବୀନ-ଉଲ-ହକ ଏବେ ଏକ ନୂଆ ଭୂମିକାରେ ଦେଖାଦେବେ। ବଲ…

