ବିବାଦରେ ‘ରାମସେତୁ’

ମୁମ୍ବାଇ: ସୁପରଷ୍ଟାର ଅକ୍ଷୟ କୁମାରଙ୍କ ଦିନ ଆଜିକାଲି ଭଲ ଚାଲି ନ ଥିବା ଜଣାପଡ଼ିଛି। ଗୋଟିଏ ପଟେ ବଚ୍ଚନ ପାଣ୍ଡେ ଏବଂ ସମ୍ରାଟ ପ୍ରୀତିରାଜଙ୍କ ସମେତ ତାଙ୍କ ଫିଲ୍ମ କ୍ରମାଗତ ଭାବେ ଫ୍ଲପ୍‌ ହେଉଛି। ଅନ୍ୟପଟେ ଯେଉଁ ଫିଲ୍ମଗୁଡ଼ିକ ରିଲିଜ ପାଇଁ ପ୍ରସ୍ତୁତ ରହିଛି, ତାହାକୁ ନେଇ ବିବାଦ ଆରମ୍ଭ ହୋଇଛି। ଅକ୍ଷୟ କୁମାରଙ୍କ ଫିଲ୍ମ ‘ରାମ ସେତୁ’ ରିଲିଜ ହେବା ପୂର୍ବରୁ ମଧ୍ୟ କୋର୍ଟରେ ପହଞ୍ଚିଛି। କେବଳ ଏତିକି ନୁହେଁ, ଫିଲ୍ମର ବିଷୟବସ୍ତୁ ସମ୍ପର୍କରେ ଅକ୍ଷୟ କୁମାରଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ଖବର ମିଳିଛି।

ଭାଜପା ନେତା ତଥା ଏମ୍‌ପି ସୁବ୍ରମଣ୍ୟମ ସ୍ବାମୀ ଟୁଇଟ୍‌ କରି କହିଛନ୍ତି, ମୁଁ ଅଭିନେତା ଅକ୍ଷୟ କୁମାର ଏବଂ ତାଙ୍କ କର୍ମା ମିଡିଆ ବିରୋଧରେ ମାମଲା ଦାୟର କରିବାକୁ ଯାଉଛି, କାରଣ ସେ ତାଙ୍କ ଫିଲ୍ମ ‘ରାମସେତୁ’ରେ ଭୁଲ୍‌ ଧାରଣା ଉପସ୍ଥାପନ କରିଛନ୍ତି। ଯେଉଁଥିରେ ‘ରାମ ସେତୁ’ର ଭାବମୂର୍ତ୍ତି ନଷ୍ଟ ହୋଇଛି। ମୋର ଓକିଲ ସତ୍ୟ ସାଭରଓ୍ବାଲ ଏହି ସମସ୍ତ ବିଷୟ ଉପରେ ଦୃଷ୍ଟି ରଖିଛନ୍ତି।

ଚଳିତ ବର୍ଷ ଏପ୍ରିଲରେ ‘ରାମସେତୁ’ର ଏକ ପୋଷ୍ଟର ରିଲିଜ ହୋଇଥିଲା। ଏହି ପୋଷ୍ଟରରେ ଅକ୍ଷୟ କୁମାର ଏବଂ ଜ୍ୟାକ୍‌ଲିନ କିଛି ଖୋଜୁଥିବା ଦେଖିବାକୁ ମିଳିଥିଲା। ସତ୍ୟଦେବ ମଧ୍ୟ ସେମାନଙ୍କ ସହିତ ଥିଲେ। ଏହି ପୋଷ୍ଟରୁ ଅନୁମାନ କରାଯାଉଥିଲା, ଏହି ତିନିଜଣ କେଉଁ ଗୁମ୍ଫାରେ ପହଞ୍ଚିଛନ୍ତି ଏବଂ ଟର୍ଚ୍ଚ ଲଗାଇ କିଛି ଖୋଜିବାକୁ ଚେଷ୍ଟା କରୁଛନ୍ତି।

ଯଦିଓ ଅକ୍ଷୟ କୁମାର ଏହି ପୋଷ୍ଟ ପରେ ଟ୍ରୋଲର ଶିକାର ହୋଇଥିଲେ। ସୋସିଆଲ ମିଡିଆରେ ଲୋକମାନେ ବିଭିନ୍ନ ପ୍ରଶ୍ନ ପଚାରିଥିଲେ। କାରଣ ଜ୍ୟାକଲିନଙ୍କ ହାତରେ ମଶାଲ ଥିଲା। ତେଣୁ ଲୋକମାନେ ଜାଣିବାକୁ ଚାହିଁଥିଲେ ଯଦି ହାତରେ ମଶାଲ, ତେବେ ଟର୍ଚ୍ଚ କାହିଁକି ଜାଳିଛ? ପୋଷ୍ଟରରେ ଚଳିତ ବର୍ଷ ଦୀପାବଳିରେ ଫିଲ୍ମର ରିଲିଜ ତାରିଖ ବି ଲେଖାଥିଲା। ବର୍ତ୍ତମାନ ଅକ୍ଷୟ କୁମାର ତାଙ୍କ ଫିଲ୍ମ ‘ରକ୍ଷାବନ୍ଧନ’ ପ୍ରମୋଶନରେ ବ୍ୟସ୍ତ ଅଛନ୍ତି।।

 


Enter your email to get our daily news in your inbox.

All Right Reserved By Dharitri.Com

ଯିଏ ଜଗୁଥିଲେ ସିଏ ଖାଇଗଲେ: ହରିଣ ମାରି ମାଂସ ରାନ୍ଧି ଖାଉଥିଲେ ଧରାପଡ଼ିଲେ ବନ ଜଗୁଆଳି

ଅନୁଗୋଳ, ୪।୭: ବନ୍ୟପ୍ରାଣୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ବନ ଜଗୁଆଳିମାନେ ହିଁ ହରିଣ ଶିକାର କରି ତାହାର ମାଂସ ରାନ୍ଧି ଖାଉଥିବା ଘଟଣା ସାମ୍ନାକୁ ଆସିଛି। ଅନୁଗୋଳ…

ଅଦିନିଆ ବର୍ଷା ସହ ଘନ କୁହୁଡ଼ି: ଜନଜୀବନ ଅସ୍ତବ୍ୟସ୍ତ

ଥୁଆମୂଳ ରାମପୁର,୪।୭,(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ଗତ ତିନି ଦିନ ହେଲା ପାଣିପାଗରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ଲଗାତାର ଲାଗି…

ଘାଟିରେ ବାରମ୍ବାର ଅଟକୁଛି ଭାରୀଯାନ, ଯାତାୟାତ ବାଧାପ୍ରାପ୍ତ

ଦାରିଙ୍ଗବାଡ଼ି,୪ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ଗାଜଲବାଡ଼ି ଘାଟିରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ କଣ୍ଟେନର ଉକ୍ତ ଘାଟି…

୧୧ଦିନ ହେବ ଅନ୍ଧାରରେ ସିର୍ଲା ପଞ୍ଚାୟତ, ପଞ୍ଚାୟତ ବାସୀ ଘେରିଲେ ବିଦ୍ୟୁତ କାର୍ଯ୍ୟାଳୟ

ତୁମୁଡିବନ୍ଧ,୪।୭,(ଦିପକ କୁମାର ପରାସେଠ): ପ୍ରାୟ ୧୧ ଦିନ ହେବ ସିର୍ଲା ପଞ୍ଚାୟତ ଅନ୍ଧାରରେ ରହିଛି। ଏଥିରେ ଅତିଷ୍ଠ ହୋଇ ପଞ୍ଚାୟତ ବାସୀ ବିଦ୍ୟୁତ କାର୍ଯ୍ୟାଳୟ ଘେରାଉ କରିଛନ୍ତି।ଏହି…

କେସିଙ୍ଗା ଏନ୍‌ଏସି ନିର୍ବାଚନରେ ବିଜେଡିର ବିଜୟକୁ ନେଇ ଗୁପ୍ତ ବୈଠକ

କେସିଙ୍ଗା,୪ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର ପ୍ରମୁଖ ସହର କେସିଙ୍ଗା ବିଜ୍ଞାପିତ ଅଞ୍ଚଳ ପରିଷଦରେ କିଛି ମାସ ପରେ ନିର୍ବାଚନ ହେବାର ସଙ୍କେତ ମିଳିବା ପରେ ବିଜେଡି ପକ୍ଷରୁ…

ତୃତୀୟ ଥର କେମିତି ପ୍ରେମରେ ପଡ଼ିଥିଲେ ଆମିର, ଜାଣନ୍ତୁ ଗୌରୀଙ୍କ ସହ ଭେଟର କାହାଣୀ-ଲଭ୍‌ଷ୍ଟୋରୀ

ମୁମ୍ବାଇ: ବଲିଉଡର ‘ମିଷ୍ଟର ପରଫେକ୍ଟନିଷ୍ଟ’ ଆମିର ଖାନ ପୁଣିଥରେ ବିବାହ ବନ୍ଧନରେ ବାନ୍ଧିହେବେ। ଆସନ୍ତା ଜୁଲାଇ ୫ ତାରିଖରେ ସେ ତାଙ୍କର ଦୀର୍ଘଦିନର ବାନ୍ଧବୀ ଗୌରୀ ସ୍ପ୍ରାଟ୍‌ଙ୍କ…

ବାଣୀବିହାର ଡ୍ରେନ୍‌ରେ ଭାସିଗଲେ ଯୁବକ, ଅଗ୍ନିଶମ ବାହିନୀର ଚାଲିଛି ଖୋଜାଖୋଜି

ଭୁବନେଶ୍ୱର, ୪।୭: ରାଜଧାନୀରେ ବର୍ଷା ଆରମ୍ଭ ହେଉ ହେଉ ଏକ ଅଘଟଣ ଘଟିଛି। ଭୁବନେଶ୍ୱରର ବାଣୀବିହାର ଅଞ୍ଚଳରେ ଥିବା ପ୍ରମୁଖ ଡ୍ରେନ୍‌ରେ ପ୍ରବଳ ସ୍ରୋତରେ ଭାସି ଜଣେ…

ବିଜେଡ଼ି ନେତା ଭୃଗୁ ବକ୍ସିପାତ୍ରଙ୍କ ହୁମ୍ମା ରେଳ ଷ୍ଟେଶନ ଗ୍ରସ୍ତ, ଯାତ୍ରୀଙ୍କ ବିଭିନ୍ନ ସମସ୍ୟା ନେଇ କଲେ ଆଲୋଚନା

ଗଞ୍ଜାମ,୪।୭,(ବିଦ୍ୟାଧର ସାହୁ ): ବରିଷ୍ଟ ବିଜେଡ଼ି ନେତା ତଥା ରାଜ୍ୟ ବିଜେଡ଼ି ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର ହୁମ୍ମା ରେଳ ଷ୍ଟେଶନରେ ପହଞ୍ଚି ଯାତ୍ରୀଙ୍କ ସୁବିଧା ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri