Posted inଜାତୀୟ

ରାମ ରହିମଙ୍କୁ ପୁଣି ମିଳିଲା ୩୦ ଦିନର ପାରୋଲ

ଚଣ୍ଡିଗଡ଼,୨୦।୭: ଡେରା ସଚ୍ଚା ସୌଦା ମୁଖ୍ୟ ରାମ ରହିମଙ୍କୁ ପୁଣିଥରେ ୩୦ ଦିନର ପାରୋଲ ମିଳିଛି। କିଛିଦିନ ପରେ ରାମ ରହିମ ରୋହତକର ସୁନାରିୟା ଜେଲରୁ ବାହାରକୁ ବାହାରିବେ। ଜେଲ ପ୍ରଶାସନ ରାମ ରହିମଙ୍କୁ ସିରସା ଡେରା ଯିବାକୁ ଅନୁମତି ଦେଇ ନାହାନ୍ତି। ପୁଣିଥରେ ତାଙ୍କୁ ଉତ୍ତର ପ୍ରଦେଶର ବାଗପାଟରେ ଅବସ୍ଥିତ ବରନାୱା ଆଶ୍ରମରେ ରହିବାକୁ ପଡିବ। ତେଣୁ ଏହାକୁ ନେଇ ବର୍ଣ୍ଣୱା ଆଶ୍ରମର ସୁରକ୍ଷା ବୃଦ୍ଧି କରାଯାଇଛି ଏବଂ ସିରସା ଠାରୁ ଘୋଡା ଏବଂ ଗାଈ ଅଣାଯାଇଛି। ଦଣ୍ଡାଦେଶ ପରେ ରାମ ରହିମଙ୍କର ଏହା ହେଉଛି ସପ୍ତମ ପାରୋଲ। କେବଳ ଏତିକି ନୁହେଁ, ଚଳିତ ବର୍ଷ ଜାନୁଆରୀରେ ରାମ ରହୀମ ୪୦ ଦିନ ପାଇଁ ପାରୋଲ ପାଇଥିଲେ।

ତାଙ୍କୁ ତାଙ୍କର ଅସୁସ୍ଥ ମାଆଙ୍କୁ ଭେଟିବା ପାଇଁ ୨୪ଅକ୍ଟୋବର ୨୦୨୦ରେ ପ୍ରଥମ ଥର ପାଇଁ ଗୋଟିଏ ଦିନ ପାରୋଲ ଦିଆଯାଇଥିଲା।
ଏହାପରେ ୨୧ ମଇ ୨୦୨୧ରେ ଡେରା ମୁଖ୍ୟଙ୍କୁ ଦ୍ୱିତୀୟ ଥର ପାଇଁ ପାରୋଲ ଦିଆଯାଇଥିଲା ଯାହାକି ତାଙ୍କ ଅସୁସ୍ଥ ମା’ଙ୍କୁ ପୁଣି ଥରେ ଭେଟିବା ପାଇଁ ସେ ଯାଇଥିଲେ।
ତୃତୀୟ ଥର ପାଇଁ, ଫେବୃଆରୀ ୭, ୨୦୨୨ରେ, ରାମ ରହିମଙ୍କୁ ୨୧ ଦିନ ପାଇଁ ପାରୋଲ ଦିଆଯାଇଥିଲା।
ଚତୁର୍ଥ ଥର ପାଇଁ, ଜୁନ ୨୦୨୨ ରେ, ଡେରା ମୁଖ୍ୟଙ୍କୁ ଏକ ମାସ ପାଇଁ ପାରୋଲ ଦିଆଯାଇଥିଲା।
ପଞ୍ଚମ ଥର ପାଇଁ, ଅକ୍ଟୋବର ୨୦୨୨ ରେ, ଡେରା ମୁଖ୍ୟଙ୍କୁ ୪୦ ଦିନ ପାଇଁ ପାରୋଲ ଦିଆଯାଇଥିଲା।
ଷଷ୍ଠ ଥର ପାଇଁ, ୨୧ ଜାନୁୟାରୀ ୨୦୨୩ରେ, ତାଙ୍କୁ ପୁଣି ୪୦ ଦିନ ପାଇଁ ପାରୋଲ ଦିଆଯାଇଥିଲା।
ଅନ୍ୟପକ୍ଷରେ, ଜୁଲାଇ ୨୦, ୨୦୨୩ରେ, ସପ୍ତମ ଥର ପାଇଁ ପୁନର୍ବାର ଡେରା ମୁଖ୍ୟଙ୍କୁ ପାରୋଲ ଦିଆଯାଇଛି। ଯାହାର ଅବଧି ୩୦ ଦିନ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କନିଷ୍ଠ ଯନ୍ତ୍ରୀଙ୍କ ଘରେ ପଶିଲା ଭିଜିଲାନ୍ସ: ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗ

ଭଦ୍ରକ, ୧୪/୫(ସନାତନ ରାଉତ): ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ମାମଲାରେ ଭଦ୍ରକ କାଡା ଡିଭିଜନର ଇଞ୍ଜିନିୟର ବିଜୟ କୁମାର ମହାନ୍ତିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ଗୁରୁବାର…

ଦିନକ ପରେ ସାବିତ୍ରୀ, ଜମୁଛି ଆମ୍ବ-ପଣସ ଆସର

ଗଞ୍ଜାମ,୧୪।୫(ବିଦ୍ୟାଧର ସାହୁ): ଦିନକ ପରେ ଅର୍ଥାତ ଶନିବାର ସମଗ୍ର ରାଜ୍ୟରେ ପାଳିତ ହେବ ସାବିତ୍ରୀ ଅମାବାସ୍ୟା l କେଉଁ ଆବାହନ କାଳରୁ ବାପାମା’ ଝିଅ ପାଇଁ ଭାର…

ଗୋଟିଏ ବୁନ୍ଦା ନାହିଁ ପେଟ୍ରୋଲ: ସାରା ଦେଶରେ ବ୍ଲାକ୍‌ଆଉଟ୍‌ ଘୋଷଣା କଲେ ସରକାର, ରାଜଧାନୀରେ…

ହାଭାନା,୧୪।୫: କ୍ୟୁବା ବର୍ତ୍ତମାନ ଏକ ଗମ୍ଭୀର ଇନ୍ଧନ ସଙ୍କଟର ସମ୍ମୁଖୀନ ହେଉଛି। ପରିସ୍ଥିତି ଏତେ ଖରାପ ହୋଇଛି ଯେ ଦେଶରେ ପ୍ରାୟ ସମ୍ପୂର୍ଣ୍ଣ ଭାବରେ ଡିଜେଲ ଓ…

LPG-କ୍ଷୀର ପରେ ସାଧାରଣ ଲୋକଙ୍କୁ ବଡ଼ ଝଟ୍‌କା, ଏହି ଜିନିଷର ବଢିଗଲା ଦାମ୍‌…

ନୂଆଦିଲ୍ଲୀ,୧୪।୫: ଏଲପିଜି ଗ୍ୟାସ ସିଲିଣ୍ଡର, ଅମୂଲ ଏବଂ ମଦର ଡେରୀ କ୍ଷୀରର ମୂଲ୍ୟ ବୃଦ୍ଧି ପରେ, ସାଧାରଣ ଲୋକଙ୍କୁ ଆଉ ଏକ ବଡ଼ ଝଟ୍‌କା ଲାଗିଛି। ପ୍ରକୃତରେ,…

ଓ଼୍ବାର୍କ ଫର୍ମ ହୋମ୍‌ ନେଇ ବଡ଼ ଘୋଷଣା କଲେ ରାଜ୍ୟ ସରକାର, କେବଳ ୫୦% କର୍ମଚାରୀ ଯିବେ ଅଫିସ୍‌, ଜାଣନ୍ତୁ କେଉଁଠି…

ନୂଆଦିଲ୍ଲୀ,୧୪।୫: ବିଶ୍ୱ ସଙ୍କଟ ମଧ୍ୟରେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ଇନ୍ଧନ ସଂରକ୍ଷଣ ପାଇଁ ଆହ୍ୱାନର ପ୍ରଭାବ ଦେଖାଯିବା ଆରମ୍ଭ ହୋଇଛି। ତ୍ରିପୁରା ସରକାର ଏହାର 50% କର୍ମଚାରୀଙ୍କ ପାଇଁ…

ଟ୍ରମ୍ପଙ୍କୁ ଭେଟି ବଡ଼ ଘୋଷଣା କଲେ ଚାଇନା ରାଷ୍ଟ୍ରପତି: ଚାହିଁ ରହିଗଲା ସାରା ବିଶ୍ୱ

ବେଜିଂ,୧୪।୫: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସେମାନଙ୍କର ଐତିହାସିକ ଶିଖର ସମ୍ମିଳନୀ ପାଇଁ ବେଜିଂରେ ପହଞ୍ଚିଛନ୍ତି। ଗୁରୁବାର ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ବେଜିଂରେ ଟ୍ରମ୍ପଙ୍କୁ ସ୍ବାଗତ…

ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ: ନିଲମ କଲେଜ ଟପ୍ପର

ଲୋଇସିଂହା,୧୪।୫(ସୁଶାନ୍ତ ବାରୁକ): ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ବଲାଙ୍ଗୀର ଲୋଇସିଂହା ବ୍ଲକ ଯୋଗୀସର୍ଡା ଗ୍ରାମ ତଥା ବଲାଙ୍ଗୀର ଜେଆଇଟିମ କଲେଜ କଳା ବିଭାଗ…

ପେଟ୍ରୋଲ ଅଭାବ ଭିତରେ ଭୁବନେଶ୍ୱରରେ ବଦଳିଲା ତେଲଦର! ଜାଣନ୍ତୁ କ’ଣ ହୋଇଛି ପରିବର୍ତ୍ତନ

ନୂଆଦିଲ୍ଲୀ,୧୪।୫: ଦେଶରେ ପେଟ୍ରୋଲ ଓ ଡିଜେଲର ନୂଆ ମୂଲ୍ୟ ଜାରି କରାଯାଇଛି । ପ୍ରମୁଖ ସହର ଗୁଡିକରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ପରିବର୍ତ୍ତନ ହୋଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri