Posted inଜାତୀୟ

ରାମଙ୍କ ଅଯୋଧ୍ୟାରେ ଲକ୍ଷ୍ମଣ ହେଲେ ବେଘର, ପ୍ରାଣ ପ୍ରତିଷ୍ଠା ପାଇଁ ସାମିଲ ହେବାକୁ ପହଞ୍ଚିଥିଲେ, ମିଳିଲାନି ଘର

ଲକ୍ଷ୍ନୌ,୧୯।୧: ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ ଆଉ କିଛି ଦିନ ବାକି ଅଛି। ୨୨ ଜାନୁଆରୀରେ ହେବାକୁ ଥିବା ପ୍ରଭୁ ରାମଙ୍କ ମୂର୍ତ୍ତିର ଉଦ୍‌ଘାଟନୀ ସମାରୋହକୁ ନେଇ ପ୍ରତ୍ୟେକ ଭାରତୀୟ ବହୁତ ଉତ୍ସାହିତ ଅଛନ୍ତି। ଭକ୍ତଙ୍କ ସହ ସେଲିବ୍ରିଟିମାନେ ମଧ୍ୟ ଏହି ଐତିହାସିକ ମୂହୁର୍ତ୍ତର ସାକ୍ଷୀ ହେବା ପାଇଁ ଅଯୋଧ୍ୟାରେ ପହଞ୍ଚିବା ଆରମ୍ଭ କରିଛନ୍ତି। ଏହା ସହ ରାମନଗରୀରେ ସମସ୍ତ ହୋଟେଲ ହାଉସଫୁଲ ବୁକ ହୋଇସାରିଛି। ଟିଭିର ରାମାୟଣର ରାମ, ସୀତା ଏବଂ ଲକ୍ଷ୍ମଣ ମଧ୍ୟ ୧୭ ଜାନୁଆରୀରେ ଅଯୋଧ୍ୟାରେ ପହଞ୍ଚିଥିଲେ। ବର୍ତ୍ତମାନ ରାମାନନ୍ଦ ସାଗରଙ୍କ ରାମାୟଣରେ ଲକ୍ଷ୍ମଣ ଭୂମିକାରେ ଅଭିନୟ କରିଥିବା ସୁନୀଲ ଲହରୀ ପ୍ରକାଶ କରିଛନ୍ତି ଯେ, ସେ ଅଯୋଧ୍ୟାରେ ରହିବାକୁ ସ୍ଥାନ ପାଇ ନାହାଁନ୍ତି।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ଟିଭିର ରାମାୟଣର ରାମ, ସୀତା ଏବଂ ଲକ୍ଷ୍ମଣ ଅର୍ଥାତ୍‌ ଅରୁଣ ଗୋବିଲ, ଦୀପିକା ଚିଖାଲିଆ ଏବଂ ସୁନୀଲ ଲହରୀଅଯୋଧ୍ୟା ରାସ୍ତାରେ ବୁଲୁଥିବାର ନଜର ଆସିଛନ୍ତି। ଏହି ସମୟରେ ତିନିଜଣଙ୍କୁ ପାରମ୍ପାରିକ ପୋଷାକରେ ଦେଖିବାକୁ ମିଳିଥିଲା। ଟିଭିର ରାମ, ସୀତା ଏବଂ ଲକ୍ଷ୍ମଣଙ୍କୁ ଦେଖିବା ପାଇଁ ଲୋକମାନେ ମଧ୍ୟ ବହୁତ ଉତ୍ସାହିତ ନଜର ଆସିଥିଲେ। ଏସବୁ ମଧ୍ୟରେ ସୁନୀଲ ଲହରୀ ଅଯୋଧ୍ୟାରେ ସମ୍ମୁଖୀନ ହେଉଥିବା ଅସୁବିଧା ବିଷୟରେ ଆଜତକ୍‌ରେ ସହ କଥା ହୋଇଛନ୍ତି। ଅଭିନେତା ପ୍ରକାଶ କରିଛନ୍ତି ଯେ, ସେ ଅଯୋଧ୍ୟାକୁ ଆସିବାର ଦୁଇ ଦିନ ବିତିଗଲାଣି କିନ୍ତୁ ସେ ଏପର୍ଯ୍ୟନ୍ତ ରହିବାକୁ ସ୍ଥାନ ପାଇନାହାଁନ୍ତି। ସମସ୍ତ ହୋଟେଲ ରୁମ୍‌ଗୁଡ଼ିକ ପ୍ରାୟ ଫୁଲ୍‌ ଏବଂ ଉଦ୍‌ଘାଟନ ସମୟ ପର୍ଯ୍ୟନ୍ତ ସେ କେଉଁଠାରେ ରହିବେ ସେ ବିଷୟରେ ଚିନ୍ତିତ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ

ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri