ରାକ୍ଷୀ ସାୱନ୍ତଙ୍କ ପୋଷାକ

ଦୁଇଦିନ ପୂର୍ବେ ଉତ୍ତରପ୍ରଦେଶର ଉନ୍ନାଓଠାରେ ଭାଜପାର ‘ପ୍ରବୁଦ୍ଧ ସମ୍ମିଳନୀ’ ଆୟୋଜିତ ହୋଇଥିଲା। ସେଠାରେ ମହାତ୍ମା ଗାନ୍ଧୀ ଓ ରାକ୍ଷୀ ସାୱନ୍ତଙ୍କ ପୋଷାକକୁ ନେଇ ଉତ୍ତରପ୍ରଦେଶ ବିଧାନସଭା ବାଚସ୍ପତି ହୃଦୟ ନାରାୟଣ ଦୀକ୍ଷିତ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଦୀକ୍ଷିତ କହିଥିଲେ ଯେ, ଗାନ୍ଧିଜୀ ଛୋଟ ପୋଷାକ ପିନ୍ଧୁଥିଲେ, ଧୋତି ପରିଧାନ କରୁଥିଲେ। ସେଥିପାଇଁ ଗାନ୍ଧିଜୀଙ୍କୁ ବାପୁ କୁହାଗଲା। ଯଦି କେହି ଛୋଟ ପୋଷାକ ପିନ୍ଧି ମହାନ୍‌ ହୋଇଯାଉଥାଆନ୍ତେ, ତେବେ ରାକ୍ଷୀ ସାୱନ୍ତ ଗାନ୍ଧିଜୀଙ୍କଠାରୁ ବଡ଼ ହୋଇଯାଇଥାଆନ୍ତେ। ଦୀକ୍ଷିତଙ୍କ ଏଭଳି ମନ୍ତବ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ବିବାଦୀୟ ମନ୍ତବ୍ୟ ଉପରେ ଦୀକ୍ଷିତ ମଧ୍ୟ ସ୍ପଷ୍ଟୀକରଣ ଦେବାକୁ ବାଧ୍ୟ ହୋଇଛନ୍ତି। ଏଥିରୁ ଦୁଇଟି କଥା ବୁଝାପଡ଼ୁଛି। ଉତ୍ତରପ୍ରଦେଶ ବିଧାନସଭା ବାଚସ୍ପତି ହୁଏତ ରାଜନୈତିକ ଗୁରୁତ୍ୱ ହାସଲ କରି ପାରି ନ ଥିବା ହେତୁ ଏବେ ପଛରେ ପଡ଼ିଗଲା ଭଳି ମନେକରୁଛନ୍ତି। ସେଥିପାଇଁ ଗଣମାଧ୍ୟମରେ ଆସିବାର ଏଭଳି ମନ୍ତବ୍ୟ ଏକ ସହଜ ଉପାୟ। ଅନ୍ୟ ଏକ ସମ୍ଭାବନା ହେଉଛି ଗାନ୍ଧୀଙ୍କୁ ହୀନ ଚକ୍ଷୁରେ ଦେଖିବାର ଏକ ବାତାବରଣ ସୃଷ୍ଟି କରାଯାଉଛି। ଗାନ୍ଧୀଙ୍କର ଦୋଷତ୍ରୁଟି ଥାଇପାରେ, କିନ୍ତୁ ସେହି ଭାରତୀୟ ସମାଜ ଓ ଭାରତୀୟ ମାନସିକତାକୁ ଗାନ୍ଧୀ ବୁଝିପାରିଥିଲେ। ଲୋକଙ୍କୁ ଏକଜୁଟ କରି ସ୍ବାଧୀନତା ଆଣିବା ଥିଲା ତାଙ୍କର ମୂଳ ଲକ୍ଷ୍ୟ। ସେହି ଲକ୍ଷ୍ୟରେ ଗାନ୍ଧୀ ସଫଳ ହୋଇଥିଲେ। ଏମିତି ନୁହେଁ ଯେ, ଗାନ୍ଧୀ ବିଦେଶୀ ପୋଷାକ ପିନ୍ଧି ନ ଥିଲେ କିମ୍ବା ଜାଣି ନ ଥିଲେ। ଧନୀ ପରିବାରର ସନ୍ତାନ ଭାବେ ବିଲାତରେ ପାଠ ପଢ଼ି ଏହିସବୁ ବାହ୍ୟ ଦେଖାଣିଆ ବେଶକୁ ଗାନ୍ଧୀ ଭଲଭାବେ ଜାଣିଥିଲେ। ତଥାପି ତାଙ୍କ ପୋଷାକ ଏକ ରାଜନୈତିକ ବାର୍ତ୍ତା ଥିଲା। ଆଜି ମୋଦି କହୁଛନ୍ତି ‘ମେକ୍‌ ଇନ୍‌ ଇଣ୍ଡିଆ’। ଏକ ଶତାବ୍ଦୀ ପୂର୍ବରୁ ଗାନ୍ଧୀ ସେହି ଚିନ୍ତାଧାରାକୁ କାର୍ଯ୍ୟକାରୀ କରାଇ ସମସ୍ତେ ଖଦି ବସ୍ତ୍ର ପିନ୍ଧନ୍ତୁ ବୋଲି କହିଥିଲେ। ତାହାଦ୍ୱାରା ବିଦେଶୀ ଲୁଗା ବ୍ୟବସାୟକୁ ପ୍ରତିହତ କରିଥିଲେ। ଆଜି ଉତ୍ତରପ୍ରଦେଶ ବାଚସ୍ପତି ଉଚ୍ଚ ଜାତି ବ୍ରାହ୍ମଣ ଦୀକ୍ଷିତ ନିଜେ ଚାଇନା ସାମଗ୍ରୀ ବ୍ୟବହାର କରୁଥିବେ, କିନ୍ତୁ ତାଙ୍କ ଦଳର ନେତା ଦେଉଥିବା ଡାକରାକୁ ଅବମାନନା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରବାସୀଙ୍କ ପ୍ରଭାବ

ନେଦରଲାଣ୍ଡ୍ସର ସବୁଠୁ ଲୋକପ୍ରିୟ ପାର୍ଟିର ଏବକାର ନେତା ଗୀର୍ଟ ୱାଇଲ୍ଡର୍ସଙ୍କୁ ଅଣଦେଖାକରି ଜଣେ ସାମ୍ବାଦିକ ଭାବେ ମୁଁ ଜୀବନର ସବୁଠୁ ବଡ଼ ଭୁଲ୍‌ କରିଛି। ସମ୍ଭବତଃ...

ଏଇ ଭାରତରେ

ପ୍ଲାଷ୍ଟିକ କିମ୍ବା କୃଷି ବର୍ଜ୍ୟର ପୁନଃ ଉପଯୋଗ କରିବା ଲାଗି ଅନେକେ ପ୍ରୟାସ କରୁଛନ୍ତି। କିନ୍ତୁ ଇ-ବର୍ଜ୍ୟ କ୍ଷେତ୍ରରେ କାର୍ଯ୍ୟ କରୁଥିବା ହାତଗଣତି କେତେଜଣଙ୍କ ମଧ୍ୟରେ...

ଜଳବାୟୁ ନ୍ୟାୟ

ସାମାଜିକ ନ୍ୟାୟ ପରି ପରିବେଶ ନ୍ୟାୟ, ପରିବେଶ ଉପରେ ବିଶ୍ୱର ସମସ୍ତ ଜନତାଙ୍କ ସମାନ ଅଧିକାର ତଥା ଏବର ପିଢ଼ି ସହିତ ଆଗାମୀ ପିଢ଼ିର ଜନତାଙ୍କ...

ଏଇ ଭାରତରେ

ଜୀବେ ଦୟା ଭାବକୁ ପ୍ରତିପାଦିତ କରିଛନ୍ତି ପଟିଆଲାର ସୁଷମା ସିଂ। ସେ ବୁଲାକୁକୁରଙ୍କୁ ଉଦ୍ଧାର କରି ଘରେ ଆଶ୍ରୟ ଦେବା ସହ ସେମାନଙ୍କ ଯତ୍ନ ନେଉଛନ୍ତି।...

ଆଦିମାନବର କଥା

ବିକାଶର ଧାରାରେ ଶିଳ୍ପକୁ ପ୍ରାଧାନ୍ୟ ଦିଆଯାଉଛି। ଏଥିପାଇଁ ଜଙ୍ଗଲ କାଟି ଶିଳ୍ପ ପ୍ରତିଷ୍ଠା କରାଯାଉଛି। ଅନ୍ୟପକ୍ଷରେ କଟାଯାଉଥିବା ଜଙ୍ଗଲର ସୁରକ୍ଷା ପାଇଁ ଆମେ ଆଇନ ଗଢ଼ିଛୁ।...

ଉଜ୍ଜ୍ୱଳ ଭବିଷ୍ୟତ ଦିଗରେ ଏକ ପ୍ରୟାସ: ଭାରତର ଜି୨୦ ଅଧ୍ୟକ୍ଷତା ଏବଂ ଏକ ନୂତନ ବହୁପକ୍ଷବାଦର ପ୍ରାରମ୍ଭ

ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ     ଭାରତ ଜି୨୦ ଅଧ୍ୟକ୍ଷତା ଗ୍ରହଣ କରିବାକୁ ଆଜି ୩୬୫ ଦିନ ପୂରିଛି। ‘ବସୁଧୈବ କୁଟୁମ୍ବକମ’- ‘ଏକ ପୃଥିବୀ, ଏକ...

ସୁନ୍ଦର ହସ୍ତାକ୍ଷର, ସ୍ୱତନ୍ତ୍ର ପରିଚୟ

ଆମ ପିଲାବେଳେ ବିଦ୍ୟାଳୟରେ ପଢୁଥିବା ବେଳେ ଦୁଇଗୋଟି ହସ୍ତାକ୍ଷର ଖାତା ଲେଖୁଥିଲୁ। ପ୍ରଥମଟି ନିଜ ମାତୃଭାଷା ଏବଂ ଦ୍ୱିତୀୟଟି ଇଂରାଜୀ ଭାଷା ଥିଲା। ପ୍ରତ୍ୟେକ ଶ୍ରେଣୀର...

ଦୁର୍ନୀତି: ଏକ ମାନସିକ ବ୍ୟାଧି

ସ୍ୱାଧୀନତାର ୭୬ ବର୍ଷ ପରେ ବି ଦେଶରୁ ଦାରିଦ୍ର୍ୟ ହଟୁନି କି ସମସ୍ତଙ୍କ ପାଖରେ ପହଞ୍ଚି ପାରୁନି ସର୍ବନିମ୍ନ ସୁବିଧା। ଅନ୍ୟପକ୍ଷରେ ଦୁର୍ନୀତି ଓ ଭ୍ରଷ୍ଟାଚାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri