Posted inଫୁରସତ

ପବିତ୍ର ସମ୍ପର୍କର ସାକ୍ଷୀ ରାଖୀ

ଭଉଣୀ-ଭାଇ ମଧ୍ୟରେ ଥିବା ପବିତ୍ର ସମ୍ପର୍କର ସାକ୍ଷୀ ହେଉଛି ରାଖୀ। ପ୍ରତିବର୍ଷ ଏହି ଦିନକୁ ଅତି ଆଗ୍ରହର ସହ ଭଉଣୀଟିଏ ଚାହିଁ ରହିଥାଏ। ଭାବାତ୍ମକ ବନ୍ଧନରେ ବାନ୍ଧି ହେବାକୁ ଭାଇ ମଧ୍ୟ ରାଖୀପୂର୍ଣ୍ଣିମାକୁ ଅପେକ୍ଷା କରିଥାଏ। ବୁଧବାର ପାଳନ ହେବାକୁ ଥିବା ଭାରତୀୟ ସଂସ୍କୃତିର ଏହି ଗଣପର୍ବକୁ ନେଇ ଢେଙ୍କାନାଳ ଜିଲା କାମାକ୍ଷାନଗରରେ ଦେଖିବାକୁ ମିଳିଛି ବେଶ୍‌ ଉତ୍ସାହ ଉଦ୍ଦୀପନା। ଗ୍ରାମାଞ୍ଚଳ ଠାରୁ ସହରାଞ୍ଚଳ ପର୍ଯ୍ୟନ୍ତ ଛାଇ ହୋଇଯାଇଛି ରାଖୀ ଦୋକାନ। ସବୁଠି ସୁନ୍ଦର ଓ ମନଲୋଭା ରାଖୀର ପସରା ମେଲିଥିବା ବେଳେ ଭାଇ ପାଇଁ ଏହି ସମ୍ପର୍କରେ ସୂତାଟିକୁ କିଣିସାରିଲାଣି ଭଉଣୀ।

 

ଭାଇଙ୍କ ହାତଙ୍କୁ ମାନିବା ଭଳି ରାଖୀ କିଣିଛି
ଭଉଣୀ-ଭାଇର ସମ୍ପର୍କ ସବୁଠାରୁ ଭିନ୍ନ। ଏହାକୁ କାହା ସହିତ ତୁଳନା କରାଯାଇପାରିବ ନାହିଁ। ପୌରାଣିକ ଯୁଗରୁ ଏହି ପର୍ବ କିମ୍ବଦନ୍ତୀ ହୋଇ ରହିଆସିଛି। ନିଜ ଭାଇଙ୍କ ସହ ୭ ଜଣ ଭାଇଙ୍କ ହାତକୁ ମାନିବା ଭଳି ରାଖୀ କିଣିଛି। ଠାକୁରଙ୍କ ନିକଟରେ ସେମାନଙ୍କ ମଙ୍ଗଳ କାମନା କରିଛି।
-ଲିପସା ପ୍ରଧାନ,
ଅଧ୍ୟାପିକା, କାମାକ୍ଷାନଗର କଲେଜ
ଏହି ଦିନକୁ କେବେ ଭୁଲି ନ ଥାଏ
ଭଉଣୀ-ଭାଇର ସମ୍ପର୍କକୁ ଆହୁରି ମଜଭୁତ କରିଥାଏ ରାଖୀ। ସେଥିପାଇଁ ଭାଇ ପାଇଁ କିଣୁଥିବା ରାଖୀ ଅନ୍ୟ ସମସ୍ତଙ୍କଠାରୁ କିପରି ଭିନ୍ନ ହେବ ସେଥିପାଇଁ ଚେଷ୍ଟା କରିଥାଏ। ଚଳିତବର୍ଷ ରାଜ୍ୟ ବାହାରୁ ରାଖୀ ଆଣିଛି। ଯେଉଁଠି ବି ରହିଲେ ଏହି ଦିନକୁ କେବେ ଭୁଲି ନ ଥାଏ।
-ଶ୍ବାତୀ ଖେମକା, ଗୃହିଣୀ
ସ୍ନେହର ସୂତାଟିଏ ଯଥେଷ୍ଟ
ଭାଇ ପାଇଁ ମୂଲ୍ୟବାନ ରାଖୀ କିଣିବାର ଆବଶ୍ୟକତା ନାହିଁ। ସ୍ନେହରେ ସୂତାଟିଏ ବାନ୍ଧିଦେଲେ ତାହା ଯଥେଷ୍ଟ। ସେଥିପାଇଁ ପ୍ରତିବର୍ଷ ପରି ଫୁଲ ଓ ପତ୍ରରେ (ଇକୋ ଫ୍ରେଣ୍ଡଲି)
ରାଖୀ ତିଆରି କରିବା ସହ ଭାଇ ହାତରେ ବାନ୍ଧିବାକୁ ପ୍ରସ୍ତୁତି କରିଛି।
-ଅମ୍ରିତା ଦାସ, ସରକାରୀ କର୍ମଚାରୀ, ଅଁଳାବେରେଣୀ
ଶେଷ ୨ ଦିନରେ ଭଲ ବ୍ୟବସାୟ
ଦିନକୁ ଦିନ ରାଖୀ ବ୍ୟବସାୟ ବଢ଼ୁଛି। ଚଳିତବର୍ଷ ୧ ଟଙ୍କାରୁ ଆରମ୍ଭ କରି ୫ ହଜାର ଟଙ୍କା ଯାଏ ରାଖୀ ରହିଛିି। ଛୋଟ ଷ୍ଟୋନ ଦିଆ ଓ ଶସ୍ୟରେ ନିର୍ମିତ ରାଖୀର ଅତ୍ଧକ ଚାହିଦା ରହିଛି। ୧୦ ଦିନ ହେବ ଦୋକାନ ଖୋଲିଥିଲେ ବି ଶେଷ ୨ ଦିନ ଭଲ ବ୍ୟବସାୟ ହୋଇଛି।
– ଅଶୋକ ସାହୁ, ରାଖୀ ଦୋକାନୀ


Enter your email to get our daily news in your inbox.

All Right Reserved By Dharitri.Com

କିରିକୁଟିରେ ‘ଆମ ଗାଁ ଆମ ତହସିଲ: ଅଭିଯୋଗ ଶୁଣିଲେ

ଦାରିଙ୍ଗବାଡ଼ି, ୨୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ତହସିଲ ଅଧୀନ କିରିକୁଟି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ‘ଆମ ଗାଁ ଆମ ତହସିଲ’ ଶିବିର ଅନୁଷ୍ଠିତ…

ଟ୍ରେନରେ ଆସୁଛି ୮୦୦ଟନ୍‌ ପିଆଜ, କିଲୋ ପ୍ରତି ଏତେ କମିଯିବ ପିଆଜ ଦର?

ନୂଆଦିଲ୍ଲୀ,୨୫।୮: ଏହି ଦିନଗୁଡ଼ିକରେ ପିଆଜ ଦର ଆକାଶଛୁଆଁ ହେଉଛି। ପିଆଜ କିଣିବା ଦାମ୍‌ରେ ହାରାହାରି ୫୯ ପ୍ରତିଶତରୁ ଅଧିକ ବୃଦ୍ଧି ରେକର୍ଡ କରାଯାଇଛି। ଏଭଳି ପରିସ୍ଥିତିରେ କେନ୍ଦ୍ର…

ତୃତୀୟ ଦିନରେ ଶ୍ରୀଲଙ୍କାର ଲଢ଼ୁଆ ବ୍ୟାଟିଂ, ଭାରତର ନିୟନ୍ତ୍ରଣରେ ଦ୍ୱିତୀୟ ଟେଷ୍ଟ

କଲମ୍ବୋ,୨୫ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ତୃତୀୟ ଦିନ ଶେଷ ସୁଦ୍ଧା ଭାରତ ନିୟନ୍ତ୍ରଣରେ ରହିଛି। ପ୍ରଥମ ଇନିଂସ୍‌ରେ ଭାରତ ୫୦୩/୯ ସ୍କୋର କରିଥିବା ବେଳେ…

ଦାରିଙ୍ଗବାଡ଼ି ମିଳିତ ମଞ୍ଚ ଗଠନ, କର୍ମକର୍ତ୍ତା ଚୟନ: ବ୍ରାହ୍ମଣୀଗାଁରେ ବ୍ଲକ୍ କାର୍ଯ୍ୟାଳୟ ସ୍ଥାପନ ଦାବି

ଦାରିଙ୍ଗବାଡ଼ି, ୨୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ୍ ପାଳକ ସଂଘର କମ୍ୟୁନିଟି ହଲ୍‌ରେ ମଙ୍ଗଳବାର ଦାରିଙ୍ଗବାଡ଼ି ମିଳିତ ମଞ୍ଚ ଗଠନ ଓ କର୍ମକର୍ତ୍ତା ଚୟନ…

ସିଡିପିଓଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି ନେଇ ଅଙ୍ଗନୱାଡି ସଂଘର ଅନଶନ ଆରମ୍ଭ

ଗୁଣପୁର, ୨୫।୮ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁରରେ ବିଭିନ୍ନ ଦାବି ନେଇ ଅଙ୍ଗନୱାଡି କର୍ମୀ ଓ ସହାୟିକାମାନେ ମଙ୍ଗଳବାରଠାରୁ ଅନଶନ ଆରମ୍ଭ କରିଛନ୍ତି। ଅନଶନ ଆରମ୍ଭ…

୬୦ ବୟସରୁ ଅଧିକ ମହିଳାଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ମାଗଣାରେ କରିପାରିବେ ବସ୍‌ଯାତ୍ରା…

ନୂଆଦିଲ୍ଲୀ,୨୫।୮: ଉତ୍ତର ପ୍ରଦେଶର ଯୋଗୀ ସରକାର ମଙ୍ଗଳବାର ଦିନ ‘ଲୋକମାତା ଅହଲ୍ୟାବାଈ ମାତୃଶକ୍ତି ଯୋଜନା’ ସମେତ ୨୪ଟି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି। ସିଏମ୍ ଯୋଗୀ ୬୦ ବର୍ଷରୁ…

ଅଲ୍ ଓଡ଼ିଶା ବ୍ୟାଡମିଣ୍ଟନ୍ ପ୍ରତିଯୋଗିତା ଲେଭେଲ୍-୨ରେ ଗୁଣପୁର ଖେଳାଳିଙ୍କ ସଫଳତା

ଗୁଣପୁର, ୨୫।୮ (ସୁଜାତା ପାଢ଼ୀ): ଅଲ୍ ଓଡ଼ିଶା ବ୍ୟାଡମିଣ୍ଟନ୍ ପ୍ରତିଯୋଗିତା ଲେଭେଲ୍-୨ରେ ଗୁଣପୁର ଖେଳାଳିମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଗୁଣପୁରର ଶୁଭମ୍ ଦାସଙ୍କ ଯୋଡ଼ି ଚମ୍ପିୟାନ…

ବିଦ୍ୟାର୍ଥୀଙ୍କୁ କ୍ୟାରିୟର ଚୟନ ନେଇ ମାର୍ଗଦର୍ଶନ: ଭଞ୍ଜନଗର କେଭିରେ ପ୍ରଥମଥର ପାଇଁ…

ଭଞ୍ଜନଗର, ୨୫।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ଦଶମ ଓ ଏକାଦଶ ଶ୍ରେଣୀର ବିଜ୍ଞାନ ବିଭାଗର ଛାତ୍ରୀଛାତ୍ରଙ୍କୁ ନେଇ ପ୍ରଥମଥର ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri