Advertisement
Posted inଜାତୀୟ

ନିର୍ବାଚନ ରାଲିରେ ଲାଗିଲା ‘ଆମକୁ ପିଓକେ ଦରକାର’ ନାରା: ପ୍ରତିରକ୍ଷା ମନ୍ତ୍ରୀ କହିଲେ, ଧୈର୍ଯ୍ୟ ଧର

ଶିମ୍‌ଲା,୩।୧୧: ହିମାଚଳ ପ୍ରଦେଶର ଜୟସିଂହପୁରରେ ଏକ ନିର୍ବାଚନ ରାଲିରେ ଲୋକମାନେ ‘ଆମକୁ ପିଓକେ ଦରକାର’ ସ୍ଲୋଗାନ ଦେଇଥିଲେ। ଲୋକଙ୍କ ଏହି ସ୍ଲୋଗାନକୁ ଜବାବ ଦେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ଧୈର୍ଯ୍ୟ ଧରନ୍ତୁ। ଯଦି ସୀମାରେ କୌଣସି ଉଲ୍ଲଂଘନ ଦେଖିବାକୁ ମିଳେ ଆମ ସେନା କଡ଼ା ଜବାବ ଦେବାକୁ ପ୍ରସ୍ତୁତ। ଆମର ପୂର୍ବତନ ସୈନିକମାନେ ଆଜି ମଧ୍ୟ ସୀମାକୁ ଯିବାକୁ ପ୍ରସ୍ତୁତ ଅଛନ୍ତି। ଆମେ ଏପରି ସୈନିକମାନଙ୍କୁ ଦେଖିଛୁ। ୨୦୨୦ରେ ଆମର ସୈନିକମାନେ ଚାଇନା ଉପଯୁକ୍ତ ଜବାବ ଦେଇଛନ୍ତି ଏବଂ ଏହା ବୀରତ୍ୱର ପ୍ରତୀକ। ନିଶ୍ଚିତ ହୁଅ, ଯିଏ ଭାରତ ଉପରେ ଆଖି ଉଠାଇବ ଆମେ ଛାଡିବୁ ନାହିଁ।
ସୂଚନାଯୋଗ୍ୟ, ହିମାଚଳ ବିଧାନସଭା ନିର୍ବାଚନ ପାଇଁ ଭୋଟ ନଭେମ୍ବର ୧୨ରେ ହେବ ଏବଂ ଫଳାଫଳ ଡିସେମ୍ବର ୮ରେ ଘୋଷଣା କରାଯିବ। ଏଥିପାଇଁ ପ୍ରଚାର ଜୋରସୋରରେ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲ ଯାଇପାରୁ ନାହାନ୍ତି ୩୨କୋଟି ଛାତ୍ରୀଛାତ୍ର

ନୂଆଦିଲ୍ଲୀ,୨୬।୫: କରୋନା ଭାଇରସ୍‌ ଯୋଗୁ ସାରା ବିଶ୍ୱ ପ୍ରଭାବିତ ହୋଇଥିବାବେଳେ ଭାରତ ମଧ୍ୟ ଏଥିରୁ ବାଦ୍‌ ପଡ଼ିନାହିଁ। ଲକ୍‌ଡାଉନ ଯୋଗୁ ଦେଶର ଅର୍ଥନୀତିଠାରୁ ଆରମ୍ଭ କରି...

ତ୍ରିରଙ୍ଗା ପଗଡି, ତ୍ରିରଙ୍ଗା ମାଳ ପିନ୍ଧି ବିବାହ କଲେ ଦମ୍ପତି

ସମ୍ଭଲ, ୪।୨: ଉତ୍ତର ପ୍ରଦେଶର ସମ୍ଭଲରେ ଏକ ନିଆରା ବିବାହ ଦେଖିବାକୁ ମିଳିଛି। ଚନ୍ଦୌସିର ଜଣେ ବ୍ୟକ୍ତି ପରିବହନ ବିଭାଗରେ କାମ କରୁଥିବା ବେଳେ ସେ...

୩୦ ସହରବାସୀ ଭୋଗିବେ ଜଳଯନ୍ତ୍ରଣା

ନୂଆଦିଲ୍ଲୀ,୩।୧୧(ଆଇଏଏନ୍‌ଏସ୍‌): କଥାରେ ଅଛି ଜଳ ହିଁ ଜୀବନ। ଜଳ ବିନା ଜୀବଜଗତ ତିଷ୍ଠିରହିବା ଅସମ୍ଭବ। ହେଲେ ଜଳବାୟୁରେ ପରିବର୍ତ୍ତନ ସହ ସାମାଜିକ ଚାଲିଚଳଣି ପରିବେଶକୁ ବିଗାଡ଼ିବାରେ...

କପ୍ପାନଙ୍କୁ ଭେଟିବା ଲାଗି ଓକିଲଙ୍କୁ ଅନୁମତି

ନୂଆଦିଲ୍ଲୀ, ୨୧।୧୧: ୟୁଏପିଏ ଆଇନ ବଳରେ ଗିରଫ ହୋଇ ଉତ୍ତରପ୍ରଦେଶର ଏକ ଜେଲରେ ଥିବା କେରଳ ଖବରଦାତା ସିଦ୍ଦିକ୍‌ କପ୍ପାନଙ୍କୁ ଭେଟିବା ପାଇଁ ସୁପ୍ରିମକୋର୍ଟ ଶୁକ୍ରବାର...

ଦିଲ୍ଲୀରେ ପହଞ୍ଚିଲେ ଅଲିମ୍ପିକ୍ସ ରୌପ୍ୟ ବିଜୟିନୀ

ନୂଆଦିଲ୍ଲୀ,୨୬।୭: ଟୋକିଓ ଅଲିମ୍ପିକ୍ସରେ ରୌପ୍ୟ ବିଜୟିନୀ ମୀରାବାଈ ଚାନୁ ତାଙ୍କ କୋଚଙ୍କ ସହ ସୋମବାର ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଛନ୍ତି। ବିମାନବନ୍ଦରରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା।...

ଶବଦାହ ଗୃହରୁ ଚୋରି କରୁଥିଲେ ମୃତଦେହର ପୋଷାକ

ବାଘପଟ, ୯ା୫ : ଉତ୍ତର ପ୍ରଦେଶର ପୂର୍ବାଞ୍ଚଳ ବାଘପଟର ଶବଦାହ ଗୃହରୁ ମୃତଦେହର ପୋଷାକ ଚୋରି କରୁଥିବା ୭ ଜଣ ଗିରଫ ହୋଇଛନ୍ତି। ଏ ନେଇ...

ଭିନ୍ନ ଲୁକ୍‌ରେ ତେଜ ପ୍ରତାପ: ଟୁଇଟରରେ ଶେୟାର କଲେ ଫଟୋ

ପାଟନା,୧୧।୧୨: ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି) ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତେଜ ପ୍ରତାପଙ୍କୁ ସବୁବେଳେ ଭିନ୍ନ ଭିନ୍ନ ରୂପରେ ଦେଖିବାକୁ ମିଳେ। କେତେବେଳେ...

‘ନ୍ୟାୟ ଆଶା ନାହିଁ’

ଲକ୍ଷ୍ନୌ,୧୦।୨: ଲଖିମପୁର ଖେରି ଚାଷୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କୁ ୪ ମାସ ପରେ ଜାମିନ ମିଳିଛି।...

Advertisement
Archives

Model This Week