Advertisement

ଦୁଇ ଦୁଇ ଥର ଭାଙ୍ଗିଛି ପାରସ୍‌ଙ୍କ ହୃଦୟ; କାରଣ ନ କହି ବ୍ରେକ୍‌ଅପ୍‌ କରିଥିଲେ ଉର୍ଫି

ବମ୍ବେ: ଟେଲିପରଦାର ଲୋକପ୍ରିୟ ଧାରାବାହିକ ମଧ୍ୟରୁ ‘ଅନୁପମା’ ଅନ୍ୟତମ। ଶୋ’ର ଷ୍ଟାରକାଷ୍ଟର ପ୍ରତିଟି ଚରିତ୍ର ଏବେ ଘରେ ଘରେ ପରିଚିତ। ଅନୁପମାଙ୍କ ପୁଅ ସମର ଭୂମିକାରେ ନଜର ଆସୁଥିଲେ ପାରସ କଲନାଓ୍ବତ। ଶୋ’ ଛାଡ଼ିବା ପରଠାରୁ ସେ ‘ଝଲକ୍‌ ଦିଖଲା ଯା’ରେ ପ୍ରତିଯୋଗୀ ପାଲଟିଛନ୍ତି। ଦିନକୁ ଦିନ ତାଙ୍କର ଲୋକପ୍ରିୟତା ବଢ଼ୁଥିବା ବେଳେ ମହିଳା ପ୍ରଶଂସକଙ୍କ ସଂଖ୍ୟା ବଢ଼ୁଛି। ହେଲେ ଲକ୍ଷ ଲକ୍ଷ ହୃଦୟ ଜିତିଥିବା ପାରସଙ୍କ ହୃଦୟ ଏକାଧିକ ଥର ଭାଙ୍ଗିଛି।

୨୪ ବର୍ଷର ପାରସ ବିଗ୍‌ ବସ୍‌ ଓଟିଟିର ପ୍ରତିଯୋଗୀ ଉର୍ଫି ଜାଭେଦଙ୍କ ପ୍ରେମରେ ପଡ଼ିଥିଲେ। ସେତେବେଳେ ଅଭିନେତା ଧାରାବାହିକ ‘ମେରି ଦୁର୍ଗା’ରେ କାମ କରୁଥିଲେ। ଶୁଟିଂସେଟ୍‌ରୁ ସେ ଉର୍ଫିଙ୍କୁ ଡେଟ୍‌ କରିବା ଆରମ୍ଭ କରିଥିଲେ। ହେଲେ ସମ୍ପର୍କ ମାତ୍ର ୯ ମାସ ଚାଲିଥିଲା। ଉର୍ଫି ବ୍ରେକ୍‌ଅପ୍‌ କରିଦେବା ପରେ ପାରସ ଭାଙ୍ଗି ପଡ଼ିଥିଲେ। ଏଥିରୁ ମୁକୁଳିବା ପାଇଁ ତାଙ୍କୁ ସମୟ ଲାଗିଥିଲା। ପୂର୍ବରୁ ଜଣଙ୍କ ସହ ସମ୍ପର୍କ ତୁଟିବା ପରେ ସେ ଉର୍ଫିଙ୍କ ପ୍ରେମରେ ଥିଲେ। ଏଣୁ ସେ ସବୁକୁ ଗ୍ରହଣ କରିପାରି ନ ଥିଲେ ପାରସ।

କ’ଣ ପାଇଁ ବ୍ରେକ୍‌ଅପ୍‌ କରୁଛନ୍ତି ତାହା କହି ନ ଥିଲେ ଉର୍ଫି। ତାହା ପାରସଙ୍କୁ ଧକ୍କା ଦେଇଥିଲା। ତଥାପି ସେ ନିଜ ହାତରେ ତାଙ୍କ ନାମର ଟାଟୁ କରିଥିଲେ। ନିଜ ପାଖରେ ପ୍ରେମିକାଙ୍କ ସ୍ମୃତି ରଖିବାକୁ ସେ ଏପରି କରିଥିଲେ।

ଉର୍ଫି ‘ବଡେ ଭୟା କି ଦୁଲ୍‌ହନିଆ’ରୁ ଆରମ୍ଭ କରିଥିବା ବେଳେ ‘ଚନ୍ଦ୍ର ନନ୍ଦିନୀ’, ‘ମେରି ଦୁର୍ଗା’, ‘ୟେ ରିସ୍ତା କ୍ୟା କେହଲାତା ହୈ’, ‘କସୌଟି ଜିନ୍ଦେଗୀ କି’,‘ ଏ ମେରେ ହମସଫର’ ଭଳି ଧାରାବାହିକରେ କାମ କରିଛନ୍ତି। ଅଭିନେତ୍ରୀ ହେବା ପୂର୍ବରୁ ଦିଲ୍ଲୀରେ ସେ ଜଣେ ସହାୟକ ଫ୍ୟାଶନ ଡିଜାଇନର ଭାବେ କାମ କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କପିଲ ଶର୍ମାଙ୍କ ବୟାନ ରେକର୍ଡ କଲା ସିଆଇୟୁ

ମୁମ୍ବାଇ,୭।୧- ମୁମ୍ବାଇର କ୍ରାଇମ ଇଣ୍ଟେଲିଜେନ୍ସ ୟୁନିଟ୍‌ (ସିଆଇୟୁ) ଗୁରୁବାର ଲୋକପ୍ରିୟ ହାସ୍ୟ ଅଭିନେତା କପିଲ ଶର୍ମାଙ୍କୁ ଡକାଇଥିଲା। ମୁମ୍ବାଇ ପୋଲିସ ଦ୍ୱାରା ଜବତ ହୋଇଥିବା ନକଲି...

ଭାଇରାଲ ହେଉଛି ଜ୍ୟାକଲିନଙ୍କ ଟପ୍‌ଲେସ୍ ଫଟୋ

ମୁମ୍ବାଇ: ଜ୍ୟାକଲିନ ଫର୍ନାଡିଜ । ବଲିଉଡ୍‌ର ଆଗଧାଡିର ନାୟିକା । ସେ ନିଜ ଅଭିନୟକୁ ନେଇ ଯେତିକି ଚର୍ଚ୍ଚାରେ ଥାଆନ୍ତି କୋଟି କୋଟି ଦର୍ଶକଙ୍କର ହୃଦୟ...

କରନ୍‌ଙ୍କ ଶୋ’ରେ କ୍ରିତି କହିଥିଲେ ‘ସୁଶାନ୍ତ ସବୁଠୁ ଦକ୍ଷ ଅଭିନେତା’

ବମ୍ବେ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାକୁ ଏବେ ବି ଗ୍ରହଣ କରିପାରୁନାହାନ୍ତି ପ୍ରଶଂସକ। ଅପରପକ୍ଷେ ତାଙ୍କ ସହ କାମ କରିଥିବା ଅଭିନେତା/ଅଭିନେତ୍ରୀଙ୍କ ସମାନ ଅବସ୍ଥା।...

ଭିକି-କ୍ୟାଟ୍ରିନାଙ୍କ ପ୍ରେମ ସମ୍ପର୍କକୁ ସତ ବୋଲି କହିଲେ ଏହି ଅଭିନେତା

ମୁମ୍ବାଇ: ଭିକି କୌଶଲ ଏବଂ କ୍ୟାଟ୍ରିନା କୈଫ୍‌ଙ୍କ ପ୍ରେମସମ୍ପର୍କକୁ ନେଇ ଦୀର୍ଘଦିନ ଧରି ଚର୍ଚ୍ଚା ହେଉଛି। ତେବେ ଉଭୟ ଏହି ସମ୍ପର୍କ ବିଷୟରେ ଏପର୍ଯ୍ୟନ୍ତ ବିଧିବଦ୍ଧ...

ରିଆଙ୍କର ହେବ ପଲିଗ୍ରାଫ ଟେଷ୍ଟ!

ମୁମ୍ବାଇ,୨୯।୮: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା ଏବେ ସିବିଆଇ ହାତରେ। ସିବିଆଇ ଶୁକ୍ରବାର ଏହି ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଅଭିନେତ୍ରୀ...

ଡିଜିଟାଲ ସିରିଜ ଦୁନିଆରେ ଅଜୟ

ମୁମ୍ବାଇ: ନିର୍ଦ୍ଦେଶକ ରାଜେଶ ମାପୁସ୍କରଙ୍କ ଦ୍ୱାରା ନିର୍ଦ୍ଦେଶିତ ସାଇକୋଲଜିକାଲ କ୍ରାଇମ ଡ୍ରାମା ସହିତ ଅଭିନେତା ଅଜୟ ଦେବଗନ ଡିଜିଟାଲ ସିରିଜ ଦୁନିଆରେ ପାଦ ରଖିଛନ୍ତି ।...

ପରପାରିରେ ‘ଶୋଲେ’ର କାଲିଆ

ମୁମ୍ବାଇ,୩୦।୯: ‘ଶୋଲେ’ ଫିଲ୍ମରେ କାଲିଆ ଭୂମିକାରେ ଅଭିନୟ କରି ଖ୍ୟାତି ହାସଲ କରିଥିବା ଅଭିନେତା ବିଜୁ ଖୋଟେଙ୍କର ସୋମବାର ୭୮ ବର୍ଷରେ ପରଲୋକ ହୋଇଛି। ଦୀର୍ଘ...

ନିର୍ମାତା କି ନିର୍ଦ୍ଦେଶକ ନୁହେଁ, ବୈଜ୍ଞାନିକ ହେବାକୁ ଚାହୁଁଥିଲେ…

ବଲିଡଡ୍‌ର ପ୍ରସିଦ୍ଧ ନିର୍ମାତା ତଥା ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କର ଆଜି ହେଉଛି ଜନ୍ମଦିନ। ଉତ୍ତରପ୍ରଦେଶର ଗୋରଖପୁରରେ ଜନ୍ମଗ୍ରହଣ କରିଥିବା ଅନୁରାଗ ତାଙ୍କର କ୍ୟାରିଅରରେ ଅନେକ ଫିଲ୍ମ...

Advertisement
Archives

Model This Week