Posted inଜାତୀୟ

କ୍ଷମା ମାଗିଲେ ରାଜନାଥ ସିଂ

ନୂଆଦିଲ୍ଲୀ,୨୨।୯: କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଲୋକ ସଭାରେ ଭାଜପା ଏମ୍‌ପି ରମେଶ ବିଧୁରୀଙ୍କ ଅଶ୍ଲୀଳ ଭାଷା ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି। ଚନ୍ଦ୍ରୟାନ-୩ ମିଶନ ଉପରେ ଆଲୋଚନା ବେଳେ ରମେଶ ବିଧୁରୀ ବିଏସପି ଏମ୍‌ପି କୁନୱାର ଡାନିଶ ଅଲିଙ୍କ ବିରୋଧରେ ଅଶ୍ଲୀଳ ଭାଷା ବ୍ୟବହାର କରିଥିଲେ। ବିରୋଧୀଦଳ ଏନେଇ ହଙ୍ଗାମା କରିଛନ୍ତି। ରମେଶ ବିଧୁରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ କଂଗ୍ରେସ ଦାବି କରିଛି। ଲୋକସଭା ବାଚସ୍ପତି ଓମ ବିର୍ଲା ମଧ୍ୟ ରମେଶ ବିଧୁରୀଙ୍କୁ ଚେତାବନୀ ଦେଇଛନ୍ତି ଏବଂ ତାଙ୍କୁ ଗୃହରେ ସମ୍ମାନଜନକ ଭାଷା ବ୍ୟବହାର କରିବାକୁ କହିଛନ୍ତି।
ସଂସଦରେ ଚାଲିଥିବା ପ୍ରକ୍ରିୟା ସମୟରେ ଭାଜପା ଏମ୍‌ପି ରମେଶ ବିଧୁରୀ ଚନ୍ଦ୍ରୟାନ- ୩ ମିଶନ ଏବଂ ଇସ୍ରୋର ସଫଳତା ବିଷୟରେ କହିଥିଲେ। ଏହି ସମୟରେ ସେ ପ୍ରଧାନମନ୍ତ୍ରୀ ମୋଦି ସରକାରଙ୍କୁ ପ୍ରଶଂସା କରିଥିଲେ। ଏହି ସମୟରେ କୁନୱାର ଡାନିଶ ଅଲି ଠିଆ କିଛି ପ୍ରଶ୍ନ ଉଠାଇଥିଲେ। ରମେଶ ଅଶ୍ଳୀଳ ଭାଷା ବ୍ୟବହାର କରି ଏଥିରେ ଅସନ୍ତୋଷ ବ୍ୟକ୍ତ କରିଥିଲେ।
ଭାଜପା ଏମ୍‌ପିଙ୍କ ବିବୃତ୍ତିରେ କଂଗ୍ରେସ ନେତା ଜୟରାମ ରମେଶ ଦାବି କରିଛନ୍ତି ଯେ, ରମେଶ ବିଧୁରୀଙ୍କୁ ଗୃହରୁ ନିଲମ୍ବନ କରାଯାଉ। ନ୍ୟାଶନାଲ କନଫରେନ୍ସ ନେତା ଓମାର ଅବଦୁଲ୍ଲା କହିଛନ୍ତି, ଯଦି ସେ ଆତଙ୍କବାଦୀ ବୋଲି କହିଛନ୍ତି, ତେବେ ଆମେ ଏଥିରେ ଅଭ୍ୟସ୍ତ। ଭାଜପା ସହ ଜଡିତ ମୁସଲମାନମାନେ ଏହାକୁ କିପରି ସହ୍ୟ କରିପାରୁଛନ୍ତି ମୁଁ ବୁଝିପାରୁନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍ତରପ୍ରଦେଶରେ ଶକ୍ତିଶାଳୀ ଝଡ଼ବାତ୍ୟା: ୧୦୦ରୁ ଅଧିକ ମୃତାହତ

ଲକ୍ଷ୍ନୌ,୧୪ା୫: ଉତ୍ତରପ୍ରଦେଶର ଭଦୋହି, ବୁଦାଉଁ, ଫତେପୁର ଏବଂ ସୋନଭଦ୍ରା ଜିଲାରେ ବୁଧବାର ପ୍ରବଳ ବର୍ଷା ସାଙ୍ଗକୁ ଝଡ଼ବାତ୍ୟାଝଡ଼ବାତ୍ୟା ହୋଇଛି। ଏହି ଝଡ଼ବାତ୍ୟାରେ ବ୍ୟାପକ କ୍ଷୟକ୍ଷତି ଘଟିଥିବା ଅଧିକାରୀମାନେ…

କେରଳମ୍‌ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କଲା କଂଗ୍ରେସ: ଏହି ବ୍ୟକ୍ତିଙ୍କ ମୁଣ୍ଡରେ ସୁନାକଳସ

ନୂଆଦିଲ୍ଲୀ,୧୪।୫: କେରଳମ୍‌ ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହେବାର ପ୍ରାୟ ୧୦ ଦିନ ପରେ ଆଜି କଂଗ୍ରେସ ମୁଖ୍ୟମନ୍ତ୍ରୀ ନାଁ ଘୋଷଣା କରିଛି। ଭିଡି ସତିସନ କେରଳର…

ସୁନା ସମ୍ପର୍କରେ କ୍ୟାବିନେଟ ବୈଠକରେ ମନ୍ତ୍ରୀମାନଙ୍କୁ ମୋଦିଙ୍କ କଡ଼ା ବାର୍ତ୍ତା

ନୂଆଦିଲ୍ଲୀ,୧୪।୫: କ୍ୟାବିନେଟ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତ୍ରୀ ଏବଂ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ ସରଳତାକୁ ଗ୍ରହଣ କରିବା ଏବଂ ସମ୍ବଳର ବିଚାରବନ୍ତ ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ।…

୪୮ଘଣ୍ଟାରେ ମହଙ୍ଗା ମାଡ଼: ଏବେ ପେଟ୍ରୋଲ-ଗ୍ୟାସ୍‌ର ପାଳି, ପେଟ୍ରୋଲିୟମ ମନ୍ତ୍ରୀ ଦେଲେ ବଡ଼ ସୂଚନା…

ନୂଆଦିଲ୍ଲୀ,୧୪।୫: ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା ଏବଂ ବିଶ୍ୱ ତୈଳ ବଜାରରେ ବୃଦ୍ଧି ପାଉଥିବା ଅନିଶ୍ଚିତତା ମଧ୍ୟରେ, ଭାରତ ସରକାର ଗତ 48 ଘଣ୍ଟା ମଧ୍ୟରେ ତିନୋଟି…

ରାଜଧାନୀରେ ଲଜ୍ଜା: ଚଳନ୍ତା ବସ୍‌ରେ ମହିଳାଙ୍କୁ ଗଣବଳାତ୍କାର, ପୀଡ଼ିତା କହିଲେ ୨ ଘଣ୍ଟା ଧରି…

ନୂଆଦିଲ୍ଲୀ,୧୪ା୫: ରାଜଧାନୀ ଦିଲ୍ଲୀର ରାଣୀବାଗ ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ଚଳନ୍ତା ସ୍ଲିପର ବସ୍‌ରେ ଜଣେ ୩୦ ବର୍ଷୀୟା ମହିଳାଙ୍କୁ ଗଣବଳାତ୍କାର କରାଯାଇଛି। ପୀଡ଼ିତା ପୋଲିସକୁ…

ଖୁସି ଖବର, ବନ୍ଦ ହେବ ନାହିଁ LPG ସପ୍ଲାଇ, ଭାରତ ପ୍ରସ୍ତୁତ କଲା 40,000 କୋଟି ଟଙ୍କାର ପ୍ଲାନ

ନୂଆଦିଲ୍ଲୀ,୧୪।୫: ଭାରତରେ ଏକ ଲୋକପ୍ରିୟ କଥା ଅଛି ଯେ ଭବିଷ୍ୟତର ସମାଧାନ ପ୍ରାୟତଃ ଏକ ସଙ୍କଟ ଭିତରେ ଲୁଚି ରହିଛି; କେବଳ ଏହାକୁ ଖୋଜିବା ଆବଶ୍ୟକ। ଇରାନ…

ପବନରେ ଉଡିଗଲା ରେଳ ଷ୍ଟେଶନ ଆଜବେଷ୍ଟସ୍‌: କାମକୁ ନେଇ ଲୋକଙ୍କ ମନରେ ଉଠୁଛି ପ୍ରଶ୍ନ

ଲାଠୋର,୧୪/୫(ଭୁବନେଶ୍ୱର ବାରିକ): କାଳବୈଶାଖୀ ବଲାଙ୍ଗିର ଜିଲା ହରିଶଙ୍କର ରୋଡ ରେଳ ଷ୍ଟେଶନ ପ୍ଲାଟଫର୍ମରେ ଥିବା ସେଡର ଆଜବେଷ୍ଟସ ଉଡ଼ିବା ସହ ଲୁହା ପାଚେରି ଲେଉଟି ପଡ଼ିଥିବା ଗୁରୁବାର…

କନିଷ୍ଠ ଯନ୍ତ୍ରୀଙ୍କ ଘରେ ପଶିଲା ଭିଜିଲାନ୍ସ: ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗ

ଭଦ୍ରକ, ୧୪/୫(ସନାତନ ରାଉତ): ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ମାମଲାରେ ଭଦ୍ରକ କାଡା ଡିଭିଜନର ଇଞ୍ଜିନିୟର ବିଜୟ କୁମାର ମହାନ୍ତିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri