କୋର୍ଟରେ ଆତ୍ମସମର୍ପଣ କଲେ ରାଜକୁମାର ରାଓ, ଜାଣନ୍ତୁ ସମ୍ପୂର୍ଣ୍ଣ ମାମଲା

ମୁମ୍ବାଇ: ବଲିଉଡ ଅଭିନେତା ରାଜକୁମାର ରାଓ ଗତ ସୋମବାର ଜଲନ୍ଧରର ଜେଏମଆଇସି କୋର୍ଟରେ ବିଚାରପତି ଶ୍ରୀଜନ ଶୁକ୍ଲାଙ୍କ ସମ୍ମୁଖରେ ଆତ୍ମସମର୍ପଣ କରିଥିଲେ। ୨୦୧୭ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ବେହେନ ହୋଗି ତେରୀ’ର ପ୍ରଚାର ସମୟରେ ଏକ ବିବାଦୀୟ ପୋଷ୍ଟର ଯୋଗୁଁ ଧାର୍ମିକ ଭାବନାକୁ ଆଘାତ ଦେବା ଅଭିଯୋଗରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ପୂର୍ବରୁ କୋର୍ଟରେ ହାଜର ନହେବା ଯୋଗୁଁ ରାଓଙ୍କ ବିରୋଧରେ ଗିରଫ ପରୱାନା ଜାରି ହୋଇଥିଲା।

ଜୁଲାଇ ୩୦ରେ ହୋଇଥିବା ଶୁଣାଣିରେ ରାଓଙ୍କ ଓକିଲ ଦର୍ଶନ ସିଂହ ଦୟାଲ ଯୁକ୍ତି ରଖିଥିଲେ ଯେ, କୋର୍ଟରୁ ରିହାଇ ମିଳିବା ପରେ ରାଓ ତଦନ୍ତରେ ସାମିଲ ହୋଇଥିଲେ। ପୋଲିସ ତଦନ୍ତ ସମାପ୍ତ କରି ଚାର୍ଜସିଟ ଦାଖଲ କରିଥିଲା। କିନ୍ତୁ, କୋର୍ଟର ସମନ ରାଓଙ୍କ ପୁରୁଣା ଠିକଣା ଗୁରୁଗ୍ରାମର ପ୍ରେମ ନଗରକୁ ପଠାଯାଇଥିଲା, ଯେଉଁଠାରେ ସେ ଏବେ ରହୁନାହାନ୍ତି।

ଓକିଲ କୋର୍ଟକୁ ଜଣାଇଥିଲେ ଯେ, ରାଓ ବର୍ତ୍ତମାନ ମୁମ୍ବାଇର ଅନ୍ଧେରୀ ପଶ୍ଚିମର ଓବେରୋଇ ସ୍ପ୍ରିଙ୍ଗସରେ ରହୁଛନ୍ତି ଏବଂ ସମନ ପାଇନଥିଲେ। ମାମଲା ସମ୍ପର୍କରେ ଜାଣିବା ପରେ ସେ ତୁରନ୍ତ କୋର୍ଟରେ ଆତ୍ମସମର୍ପଣ କରିଥିଲେ। ଏହି ଯୁକ୍ତିକୁ ଗ୍ରହଣ କରି କୋର୍ଟ ରାଜକୁମାର ରାଓଙ୍କୁ ଜାମିନ ପ୍ରଦାନ କରିଛି।

ଏଏନଆଇ ରିପୋର୍ଟ ଅନୁଯାୟୀ, ଓକିଲ ଦୟାଲ କହିଛନ୍ତି, “ଧାର୍ମିକ ଭାବନାକୁ ଆଘାତ ଦେବା ଉଦ୍ଦେଶ୍ୟରେ କାର୍ଯ୍ୟ କରିବା (ଧାରା ୨୯୫ଏ), ଅପରାଧିକ ଷଡ଼ଯନ୍ତ୍ର (ଧାରା ୧୨୦ବି) ଓ ଆଇଟି ଆଇନର ଧାରା ୬୭ ଅନୁଯାୟୀ ଏଫଆଇଆର ରୁଜୁ ହୋଇଥିଲା, ଯେଉଁଥିପାଇଁ ଅଭିନେତାଙ୍କ ବିରୋଧରେ ଜାମିନଯୋଗ୍ୟ ନୁହେଁ ଏକ ପରୱାନା ଜାରି ହୋଇଥିଲା।”

ସେ ଆହୁରି କହିଛନ୍ତି ଯେ, ଶ୍ରୁତି ହାସନଙ୍କୁ କୋର୍ଟ ନିର୍ଦ୍ଦୋଷ ଘୋଷଣା କରି ମୁକ୍ତ କରିଛି। ଏହାସହ ଫିଲ୍ମର ନିର୍ଦ୍ଦେଶକ ଅଜୟ କେ ପନ୍ନାଲାଲ ଆଜି କୋର୍ଟରେ ହାଜର ହୋଇଥିଲେ ଏବଂ ତାଙ୍କ ଆବେଦନ ମଧ୍ୟ ଦାଖଲ ହୋଇଛି। ଆବେଦନରେ କୁହାଯାଇଛି ଯେ, ରାଓ ଫିଲ୍ମରେ କେବଳ ଏକ ଚରିତ୍ରରେ ଅଭିନୟ କରୁଥିଲେ, ଯେଉଁଥିରେ ସେ ଜାଗରଣ ଦଳର ଅଂଶ ହିସାବେ ଭଗବାନ ଶିବଙ୍କ ଭୂମିକାରେ ଥିଲେ।

ପୋଷ୍ଟରଟି କେବଳ କଳାତ୍ମକ ଅଭିବ୍ୟକ୍ତି ଥିଲା ଏବଂ କୌଣସି ସମ୍ପ୍ରଦାୟର ଧାର୍ମିକ ଭାବନାକୁ ଆଘାତ ଦେବାର ଉଦ୍ଦେଶ୍ୟ ନଥିଲା।

ଏଦିଗରେ, ରାଜକୁମାର ଓ ତାଙ୍କ ପତ୍ନୀ ପତ୍ରଲେଖା ନିକଟରେ ନିଜର ପ୍ରଥମ ସନ୍ତାନ ଆଗମନ ଘୋଷଣା କରିଛନ୍ତି। ଜୁଲାଇ ମାସରେ ଏହି ଦମ୍ପତି ଗର୍ଭଧାରଣ ଖବର ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ତେବାସୀଙ୍କୁ ମିଳୁଥିଲା ପୋକରା ଚାଉଳ ଭାତ: ଅଧିକାରୀଙ୍କୁ ଜଣାଇବାକୁ ୮ କି.ମି. ଚାଲିଲେ ଛାତ୍ରୀଛାତ୍ର

ଉଦଳା,୨୧।୯(ସନ୍ତୋଷ ବାଛିନୀ): ହଷ୍ଟେଲରେ ଦୁଇ ମାସରୁ ଊର୍ଦ୍ଧ୍ୱ ହେଲା ଅବ୍ୟବସ୍ଥା ଲାଗି ରହିଥିବା ବେଳେ ଛାତ୍ରୀଛାତ୍ରମାନଙ୍କୁ ଆବଶ୍ୟକ ମୌଳିକ ସୁବିଧା ଯୋଗାଇ ଦିଆଯାଉ ନାହିଁ। ଯାହାକୁ ନେଇ…

ବ୍ୟାକ୍ଟେରିଆ ରୋକିବାର ସହଜ ଉପାୟ

ବ୍ୟାକ୍ଟେରିଆ ଆମ ଶରୀରରେ କାୟା ବିସ୍ତାର କଲେ ତାହା କେତେକ ରୋଗର କାରଣ ସାଜିଥାଏ। ତେବେ ଏହାକୁ ପ୍ରତିହତ କରିବାର ଏକ ସହଜ ତଥା ସରଳ ଉପାୟ…

ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରି

ଏବେ ଆମ ଦେଶରେ ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରିର ଚାହିଦା ଅଭୂତପୂର୍ବ ଭାବେ ବୃଦ୍ଧି ପାଉଛି। ଗୁରୁତର ଆର୍ଥ୍ରାଇଟିସ ଏବଂ ଜଏଣ୍ଟର ଅନ୍ତିମ ପର୍ଯ୍ୟାୟର ରୋଗରେ ପୀଡ଼ିତ ଅନେକ…

ସଲମାନଙ୍କ ସମର୍ଥନରେ ବାହାରିଲେ ରୋହିତ ଶେଟ୍ଟୀ; ଟ୍ରୋଲର୍ସଙ୍କୁ ଦେଲେ ଜବରଦସ୍ତ ଜବାବ

ମୁମ୍ବାଇ,୨୧।୯: ବଲିଉଡ୍ ଷ୍ଟାର୍ ସଲମାନ ଖାନ୍‌ ଏବେ ‘ବିଗ୍ ବସ୍ ୨୦’କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ନିକଟରେ ‘ୱିକେଣ୍ଡ କା ୱାର୍’ରେ ସୋସିଆଲ ମିଡିଆ ଟ୍ରୋଲର୍ସଙ୍କ…

ରାସ୍ତାରେ ଛିଡ଼ା ହୋଇଥିବା ବେଳେ ଯୁବକଙ୍କୁ ଧକ୍କା ଦେଲା ବସ୍‌, ଆଉ ତା’ପରେ…

କୁଚିଣ୍ଡା,୨୧।୯(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ଥାନା ଅଧୀନ ପତ୍ରାପାଲି ନିକଟରେ ଏକ ଘରୋଇ ବସ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ କୁଚିଣ୍ଡା…

ବିହାରରେ ଅସଦାଚରଣ! ବାଇକରେ ଯାଉଥିବା ନାବାଳିକା ଛାତ୍ରୀଙ୍କୁ ବ୍ୟାଡ ଟଚ୍‌; ଭିଡିଓ ଭାଇରାଲ

ପାଟନା,୨୧।୯: ବିହାରର ଜାମୁଇ ଜିଲାରେ ଏକ ରାସ୍ତା ଉପରେ ଜଣେ ନାବାଳିକା ଛାତ୍ରୀଙ୍କୁ ହଇରାଣ-ହରକତ ଓ ଅଶାଳୀନ ବ୍ୟବହାର କରାଯିବା ଏବଂ ତାଙ୍କ ସହ ଜଣେ ନାବାଳକ…

ବସ୍ତା ରେଳ ଷ୍ଟେଶନ୍‌ରେ ଅଘଟଣ; ୨ ମହିଳାଙ୍କୁ ଧକ୍କା ଦେଲା ଟ୍ରେନ, ତାପରେ…

ବାଲେଶ୍ୱର,୨୧।୯( ବାଞ୍ଛାନିଧି ଦେ): ଦକ୍ଷିଣପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ ଅନ୍ତର୍ଗତ ବସ୍ତା ରେଳ ଷ୍ଟେଶନ ନିକଟରେ ବଡ଼ ଦୁର୍ଘଟଣା ଘଟିଯାଇଛି । ସୋମବାର ଟ୍ରେନ ଧକ୍କାରେ ଦୁଇ…

ସମଗ୍ର ପୃଥିବୀରେ କୋଣାର୍କ ସର୍ବାପେକ୍ଷା ଅଧିକ ଅଳଂକୃତ ମନ୍ଦିର

ଉପରେ ଯେଉଁ ଶୀର୍ଷକ ବ୍ୟବହାର କରିଛୁ, ତାହା ଫର୍ଗୁସନ୍‌ଙ୍କ ମତ। ସେ ମଧ୍ୟ ଶ୍ରୀପଦ୍ମକେଶର ମନ୍ଦିର ଶବ୍ଦ ବ୍ୟବହାର କରିନାହାନ୍ତି। ଜଣେ ଭାରତୀୟ ମନମୋହନ ଗାଙ୍ଗୁଲି ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?