Posted inଫୁରସତ

ହାର ମାନିଛି ବୟସ: ୮୦ ବର୍ଷରେ ବି ରାଜକିଶୋରଙ୍କ ନିହାଣ ଚଳଚଞ୍ଚଳ

ଓଡ଼ିଶାର ପାରମ୍ପରିକ କଳା କାରିଗରିରେ ଦେଶ ବିଦେଶରେ ଏକ ସ୍ବତନ୍ତ୍ର ପରିଚୟ ରହିଛି। ତେବେ କଳାକୃତି ତିଆରି କରୁଥିବା ଶିଳ୍ପୀମାନଙ୍କ ମଧ୍ୟରେ କେହି ନିଶାରେ ତ ଆଉ କେହି ବୃତ୍ତି ଭାବେ ବିଭିନ୍ନ ପ୍ରକାର କଳା କାରିଗରୀକୁ ଆପଣେଇଥାନ୍ତି। ଏମିତିରେ କାରିଗରିରେ ନିୟୋଜିତ ଶିଳ୍ପୀଙ୍କୁ ବି ରୋଜଗାର ପନ୍ଥା ମିଳିଯାଇଥାଏ। ତେବେ ଶିଳ୍ପୀମାନଙ୍କ ବିଭିନ୍ନ ପ୍ରକାର କଳାକୃତିକୁ ଦେଖିଲେ ମନରେ ନିଆରା ଆକର୍ଷଣ ସୃଷ୍ଟିହୁଏ। ତେବେ ଏମିତି ଜଣେ ଶିଳ୍ପୀ ଯେକି ବୟସର ଅପରାହ୍ନରେ ବି ସର୍ବଦା ତିଆରି କରିଆସୁଛନ୍ତି ବିଭିନ୍ନ କଳାକୃତି । ସେ ହେଲେ ରାଜକିଶୋର ସୂତାର। ବୟସ ପ୍ରାୟ ୮୦ ହେବ। କିନ୍ତୁ ସେ ଦିନରାତି ନିମଗ୍ନ ରହି କାଠ, ମାଟି ଓ ସିମେଣ୍ଟ ଆଦିରେ ତିଆରି କରନ୍ତି ବିଭିନ୍ନ ପ୍ରକାର ସୁନ୍ଦରସୁନ୍ଦର ମୂର୍ତ୍ତି । ପ୍ରାୟ ୭ଦଶନ୍ଧି ଧରି ଚାଲିଛି ତାଙ୍କର ଏହି ଶିଳ୍ପୀକାମ । ତାଙ୍କ ନିହଣମୁନର ଯାଦୁକରି ସ୍ପର୍ଶରେ ନିର୍ଜୀବ କାଠରେ ବି ହସିଉଠେ ଛୋଟଛୁଆର ଦରୋଟି ଓଠ, ପୁଣି ସେ ସୃଷ୍ଟି କରନ୍ତି ନିଆରା ଦୁନିଆର ପରିଚୟ। ତାଙ୍କ ହାତଗଢ଼ା ଅନେକ କଳାକୃତି ଅନେକ ସମୟରେ ତାଙ୍କୁ ମନେପକାନ୍ତି । ହେଲେ ଏମିତି ଶିଳ୍ପୀଙ୍କୁ ଏଯାଏ ମିଳିନାହିଁ କୌଣସି ସରକାରୀ ସ୍ବୀକୃତିପ୍ରାପ୍ତ ପୁରସ୍କାର କି ମାନପତ୍ର । କିନ୍ତୁ ସେ କୁହନ୍ତି, ଆଜିକାଲି ଅନେକ କ୍ଷେତ୍ରରେ ତୋଷାମଦିଆ ପୁରସ୍କାର କି ସମ୍ବର୍ଦ୍ଧିତ ଲାଳସାରେ କେବେ କାହାରିକୁ ଖୋସାମତ କରିନିି । କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବାଲିପାଟଣା ଗାଁରେ ଏକ ବଢ଼େଇ କୁଳରେ ମୋର ଜନ୍ମ। ପିଲାଟି ଦିନରୁ ଚିତ୍ର ଆଙ୍କିବାରେ ଖୁସି ହେଉଥିଲି। ଘରେ ବାପା ତିଆରି କରୁଥିବା ବିଭିନ୍ନ ମୂର୍ତ୍ତି କାମକୁ ଦେଖି ଶିଖିବାକୁ ଅଭ୍ୟାସ କରୁଥିଲି। ମାତ୍ର ବିଲକୁ ଯେତେବେଳେ ଗାଈଗୋଠ ନେଇ ଯାଏ ସେଠାରେ ବଳକା ସମୟରେ ମାଟିରେ ବିଭିନ୍ନ ପ୍ରକାରର ମୂର୍ତ୍ତି ତିଆରି କରିବାରେ ମନଦେଇଥାଏ। କିନ୍ତୁ ସ୍କୁଲରେ ପଢୁଥିବାବେଳେ ଛୁଟିଦିନରେ ମାଟି ଓ ସିମେଣ୍ଟ କୁଣ୍ଡ ତିଆରି କରିବା ମତେ ଅଧିକ ପ୍ରେରଣା ଦେଇଥିଲା। ଶିକ୍ଷାଶ୍ରମରେ ଗୁରୁଙ୍କଠାରୁ ମଧ୍ୟ ଅନେକ କିଛି ଶିଖିଲି। ସେତେବେଳେ ଅରୁଆ ଶିକ୍ଷାଶ୍ରମରେ ୧୯୬୮ରେ ଏକାଦଶ ପଢିଲି। ତା’ପରେ କଟକ ଖପୁରିଆ ଆଇଟିଆଇରେ କାର୍ପେଟର ଭାବେ ତାଲିମ ପାଇଲି। ସମୟକ୍ରମେ ଜଳସମ୍ପଦ ଓ ପୂର୍ତ୍ତ ବିଭାଗରେ ଶିଳ୍ପୀ ଭାବେ ସ୍ବଳ୍ପ ବେତନରେ ଚାକିରି କଲି। ଚାକିରି ଜୀବନ ସହିତ ମୋର ଶିଳ୍ପୀକାମ ଚାଲିଥାଏ। ଏଯାଏ ଶହଶହ ସଂଖ୍ୟାରେ ମାଟିମୂର୍ତ୍ତି ଗଢିଛି, ସେହିପରି କାଠଖୋଦନ କରି ଅନେକ ମୂର୍ତ୍ତି ତିଆରି କରିଛି ଏବଂ ଓଡ଼ିଶାର ଅନେକ ସ୍ଥାନରେ ସିମେଣ୍ଟରେ ବହୁ ମୂର୍ତ୍ତି ଗଢ଼ିଛି। ମୂର୍ତ୍ତିଗୁଡ଼ିକ ମଧ୍ୟରେ ଗଛ, ଚଢ଼େଇ, ମଣିଷ ସେହିପରି ବିଭିନ୍ନ ଦେବଦେବୀଙ୍କ ମଧ୍ୟରେ ବିଶେଷକରି ଶ୍ରୀଜଗନ୍ନାଥ, ଗଣେଶ, ମା’ଦୁର୍ଗା, ଲକ୍ଷ୍ମୀ, ସରସ୍ବତୀ, କାଳୀ, ଗଜଲକ୍ଷ୍ମୀଙ୍କ ପ୍ରତିମା ଗଢିଛି। ଓଡ଼ିଶାର ବରପୁତ୍ର ଭାବେ ଦେଶ ପାଇଁ କାରଗିଲରେ ଶହୀଦ ହୋଇଥିବା ଶ୍ରୀରାମପୁର ଗ୍ରାମର ପ୍ରଶାନ୍ତ ପରିଡ଼ାଙ୍କ ସମେତ ଆଉ କେତେଜଣ ଶହୀଦଙ୍କ ପ୍ରତିମୂର୍ତ୍ତି ଗଢିଛି। ମହାପୁରଷଙ୍କ ପ୍ରତିମୂର୍ତ୍ତି ମଧ୍ୟରେ ସ୍ବାମୀ ବିବେକାନନ୍ଦ, ମହାତ୍ମା ଗାନ୍ଧୀ ପ୍ରମୁଖଙ୍କ ପ୍ରତିମୂର୍ତ୍ତି ତିଆରି କରିଥାଏ। ପୌରାଣିକ ବିଷୟବସ୍ତୁକୁ ନେଇ-ରାଧାକୃଷ୍ଣ, ମୀରା, ସୀତାରାମ, ହରପାର୍ବତୀ ଆଦି ଦେବଦେବୀଙ୍କ ପ୍ରତିମା ଗଢ଼ିଛି॥ ନୂତନକରି ନିର୍ମାଣ ହୋଇଥିବା କେତେକ ସ୍ଥାନର ଜଗନ୍ନାଥମନ୍ଦିରରେ ବିଭିନ୍ନ ମୂର୍ତ୍ତି ନିର୍ମାଣ କରିଛି। ପଟଚିତ୍ର ବି ତିଆରି କରିବା ଅଭ୍ୟାସ ରହିଛି। କିନ୍ତୁ ଅଧିକ ପରିମାଣରେ କାଠରେ ବିଭିନ୍ନ ମୂତ୍ତିକୁ ତିଆରି କରିଥାଏ । ଏମିତି ମୂର୍ତ୍ତି ତିଆରିରେ ଦିନତମାମ ବିତିଯାଏ। ୨୦୦୨ରେ ଚାକିରିରୁ ଅବସର ନେଇ ଘରେ ରହୁଥିବା ବେଳେ ଏହି କଳାକାରଗିରି କାମକୁ ଚାଲୁ ରଖିଛି।
ତଥ୍ୟ- ଭାସ୍କର ରାଉତରାୟ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?