Posted inଫୁରସତ

ହାର ମାନିଛି ବୟସ: ୮୦ ବର୍ଷରେ ବି ରାଜକିଶୋରଙ୍କ ନିହାଣ ଚଳଚଞ୍ଚଳ

ଓଡ଼ିଶାର ପାରମ୍ପରିକ କଳା କାରିଗରିରେ ଦେଶ ବିଦେଶରେ ଏକ ସ୍ବତନ୍ତ୍ର ପରିଚୟ ରହିଛି। ତେବେ କଳାକୃତି ତିଆରି କରୁଥିବା ଶିଳ୍ପୀମାନଙ୍କ ମଧ୍ୟରେ କେହି ନିଶାରେ ତ ଆଉ କେହି ବୃତ୍ତି ଭାବେ ବିଭିନ୍ନ ପ୍ରକାର କଳା କାରିଗରୀକୁ ଆପଣେଇଥାନ୍ତି। ଏମିତିରେ କାରିଗରିରେ ନିୟୋଜିତ ଶିଳ୍ପୀଙ୍କୁ ବି ରୋଜଗାର ପନ୍ଥା ମିଳିଯାଇଥାଏ। ତେବେ ଶିଳ୍ପୀମାନଙ୍କ ବିଭିନ୍ନ ପ୍ରକାର କଳାକୃତିକୁ ଦେଖିଲେ ମନରେ ନିଆରା ଆକର୍ଷଣ ସୃଷ୍ଟିହୁଏ। ତେବେ ଏମିତି ଜଣେ ଶିଳ୍ପୀ ଯେକି ବୟସର ଅପରାହ୍ନରେ ବି ସର୍ବଦା ତିଆରି କରିଆସୁଛନ୍ତି ବିଭିନ୍ନ କଳାକୃତି । ସେ ହେଲେ ରାଜକିଶୋର ସୂତାର। ବୟସ ପ୍ରାୟ ୮୦ ହେବ। କିନ୍ତୁ ସେ ଦିନରାତି ନିମଗ୍ନ ରହି କାଠ, ମାଟି ଓ ସିମେଣ୍ଟ ଆଦିରେ ତିଆରି କରନ୍ତି ବିଭିନ୍ନ ପ୍ରକାର ସୁନ୍ଦରସୁନ୍ଦର ମୂର୍ତ୍ତି । ପ୍ରାୟ ୭ଦଶନ୍ଧି ଧରି ଚାଲିଛି ତାଙ୍କର ଏହି ଶିଳ୍ପୀକାମ । ତାଙ୍କ ନିହଣମୁନର ଯାଦୁକରି ସ୍ପର୍ଶରେ ନିର୍ଜୀବ କାଠରେ ବି ହସିଉଠେ ଛୋଟଛୁଆର ଦରୋଟି ଓଠ, ପୁଣି ସେ ସୃଷ୍ଟି କରନ୍ତି ନିଆରା ଦୁନିଆର ପରିଚୟ। ତାଙ୍କ ହାତଗଢ଼ା ଅନେକ କଳାକୃତି ଅନେକ ସମୟରେ ତାଙ୍କୁ ମନେପକାନ୍ତି । ହେଲେ ଏମିତି ଶିଳ୍ପୀଙ୍କୁ ଏଯାଏ ମିଳିନାହିଁ କୌଣସି ସରକାରୀ ସ୍ବୀକୃତିପ୍ରାପ୍ତ ପୁରସ୍କାର କି ମାନପତ୍ର । କିନ୍ତୁ ସେ କୁହନ୍ତି, ଆଜିକାଲି ଅନେକ କ୍ଷେତ୍ରରେ ତୋଷାମଦିଆ ପୁରସ୍କାର କି ସମ୍ବର୍ଦ୍ଧିତ ଲାଳସାରେ କେବେ କାହାରିକୁ ଖୋସାମତ କରିନିି । କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବାଲିପାଟଣା ଗାଁରେ ଏକ ବଢ଼େଇ କୁଳରେ ମୋର ଜନ୍ମ। ପିଲାଟି ଦିନରୁ ଚିତ୍ର ଆଙ୍କିବାରେ ଖୁସି ହେଉଥିଲି। ଘରେ ବାପା ତିଆରି କରୁଥିବା ବିଭିନ୍ନ ମୂର୍ତ୍ତି କାମକୁ ଦେଖି ଶିଖିବାକୁ ଅଭ୍ୟାସ କରୁଥିଲି। ମାତ୍ର ବିଲକୁ ଯେତେବେଳେ ଗାଈଗୋଠ ନେଇ ଯାଏ ସେଠାରେ ବଳକା ସମୟରେ ମାଟିରେ ବିଭିନ୍ନ ପ୍ରକାରର ମୂର୍ତ୍ତି ତିଆରି କରିବାରେ ମନଦେଇଥାଏ। କିନ୍ତୁ ସ୍କୁଲରେ ପଢୁଥିବାବେଳେ ଛୁଟିଦିନରେ ମାଟି ଓ ସିମେଣ୍ଟ କୁଣ୍ଡ ତିଆରି କରିବା ମତେ ଅଧିକ ପ୍ରେରଣା ଦେଇଥିଲା। ଶିକ୍ଷାଶ୍ରମରେ ଗୁରୁଙ୍କଠାରୁ ମଧ୍ୟ ଅନେକ କିଛି ଶିଖିଲି। ସେତେବେଳେ ଅରୁଆ ଶିକ୍ଷାଶ୍ରମରେ ୧୯୬୮ରେ ଏକାଦଶ ପଢିଲି। ତା’ପରେ କଟକ ଖପୁରିଆ ଆଇଟିଆଇରେ କାର୍ପେଟର ଭାବେ ତାଲିମ ପାଇଲି। ସମୟକ୍ରମେ ଜଳସମ୍ପଦ ଓ ପୂର୍ତ୍ତ ବିଭାଗରେ ଶିଳ୍ପୀ ଭାବେ ସ୍ବଳ୍ପ ବେତନରେ ଚାକିରି କଲି। ଚାକିରି ଜୀବନ ସହିତ ମୋର ଶିଳ୍ପୀକାମ ଚାଲିଥାଏ। ଏଯାଏ ଶହଶହ ସଂଖ୍ୟାରେ ମାଟିମୂର୍ତ୍ତି ଗଢିଛି, ସେହିପରି କାଠଖୋଦନ କରି ଅନେକ ମୂର୍ତ୍ତି ତିଆରି କରିଛି ଏବଂ ଓଡ଼ିଶାର ଅନେକ ସ୍ଥାନରେ ସିମେଣ୍ଟରେ ବହୁ ମୂର୍ତ୍ତି ଗଢ଼ିଛି। ମୂର୍ତ୍ତିଗୁଡ଼ିକ ମଧ୍ୟରେ ଗଛ, ଚଢ଼େଇ, ମଣିଷ ସେହିପରି ବିଭିନ୍ନ ଦେବଦେବୀଙ୍କ ମଧ୍ୟରେ ବିଶେଷକରି ଶ୍ରୀଜଗନ୍ନାଥ, ଗଣେଶ, ମା’ଦୁର୍ଗା, ଲକ୍ଷ୍ମୀ, ସରସ୍ବତୀ, କାଳୀ, ଗଜଲକ୍ଷ୍ମୀଙ୍କ ପ୍ରତିମା ଗଢିଛି। ଓଡ଼ିଶାର ବରପୁତ୍ର ଭାବେ ଦେଶ ପାଇଁ କାରଗିଲରେ ଶହୀଦ ହୋଇଥିବା ଶ୍ରୀରାମପୁର ଗ୍ରାମର ପ୍ରଶାନ୍ତ ପରିଡ଼ାଙ୍କ ସମେତ ଆଉ କେତେଜଣ ଶହୀଦଙ୍କ ପ୍ରତିମୂର୍ତ୍ତି ଗଢିଛି। ମହାପୁରଷଙ୍କ ପ୍ରତିମୂର୍ତ୍ତି ମଧ୍ୟରେ ସ୍ବାମୀ ବିବେକାନନ୍ଦ, ମହାତ୍ମା ଗାନ୍ଧୀ ପ୍ରମୁଖଙ୍କ ପ୍ରତିମୂର୍ତ୍ତି ତିଆରି କରିଥାଏ। ପୌରାଣିକ ବିଷୟବସ୍ତୁକୁ ନେଇ-ରାଧାକୃଷ୍ଣ, ମୀରା, ସୀତାରାମ, ହରପାର୍ବତୀ ଆଦି ଦେବଦେବୀଙ୍କ ପ୍ରତିମା ଗଢ଼ିଛି॥ ନୂତନକରି ନିର୍ମାଣ ହୋଇଥିବା କେତେକ ସ୍ଥାନର ଜଗନ୍ନାଥମନ୍ଦିରରେ ବିଭିନ୍ନ ମୂର୍ତ୍ତି ନିର୍ମାଣ କରିଛି। ପଟଚିତ୍ର ବି ତିଆରି କରିବା ଅଭ୍ୟାସ ରହିଛି। କିନ୍ତୁ ଅଧିକ ପରିମାଣରେ କାଠରେ ବିଭିନ୍ନ ମୂତ୍ତିକୁ ତିଆରି କରିଥାଏ । ଏମିତି ମୂର୍ତ୍ତି ତିଆରିରେ ଦିନତମାମ ବିତିଯାଏ। ୨୦୦୨ରେ ଚାକିରିରୁ ଅବସର ନେଇ ଘରେ ରହୁଥିବା ବେଳେ ଏହି କଳାକାରଗିରି କାମକୁ ଚାଲୁ ରଖିଛି।
ତଥ୍ୟ- ଭାସ୍କର ରାଉତରାୟ


Enter your email to get our daily news in your inbox.

All Right Reserved By Dharitri.Com

ହସ୍ପିଟାଲରୁ ୪ କରୋନା ପୀଡ଼ିତ ଭୁଲରେ ଡିସ୍‌ଚାର୍ଜ: ଖୋଜୁଛି ପୋଲିସ

ଚେନ୍ନାଇ: ତାମିଲନାଡୁର ଭିଲୁପୁରମ ଜିଲାର ୪ କରୋନା ରୋଗୀଙ୍କୁ ସରକାରୀ ଡାକ୍ତରଖାନାରୁ ମଙ୍ଗଳବାର ଭୁଲ୍‌ରେ ଡିସ୍‌ଚାର୍ଜ କରି ଦିଆଯାଇଛି। ଏହି ରୋଗୀମାନଙ୍କୁ ଖୋଜିବା ପାଇଁ ପୋଲିସ...

ହନିମୁନ୍‌ କରିବାକୁ ଯାଇ ୫୦ ଫୁଟ ତଳକୁ ଖସିପଡ଼ିଲେ ସ୍ବାମୀ, ଉଦ୍ଧାର କଲେ ସ୍ତ୍ରୀ

ହନିମୁନ୍‌ କରିବାକୁ ଯାଇ ଆମେରିକାର ନବବିବାହିତ ଦମ୍ପତି ଏକ ବଡ଼ଧରଣର ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଫ୍ଲୋରିଡ଼ାର କ୍ଲେ ଚେଷ୍ଟନ୍‌ ଏବଂ ତାଙ୍କ ସ୍ତ୍ରୀ ଏକ୍‌ମୀ ହନିମୁନ୍‌...

କରୋନା ଯୁଦ୍ଧ ପାଇଁ ମୁମ୍ବାଇରେ ସ୍ବତନ୍ତ୍ର ଅଟୋ ରିକ୍ସା

ମୁମ୍ବାଇରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏ ନେଇ ମୁମ୍ବାଇରେ ଏକ ସ୍ବତନ୍ତ୍ର ଅଟୋରିକ୍ସା ଚଲାଇବା ପାଇଁ ବ୍ୟବସ୍ଥା କରାଯାଇଛି। ଏହି ଅଟୋରିକ୍ସାରେ...

ଜେଲ ଯିବାକୁ ୬୦ ବର୍ଷୀୟଙ୍କ ଧାରଣା

ମାଡ୍ରିଡ୍‌:ଅପରାଧ କଲେ ଅଭିଯୁକ୍ତଙ୍କୁ ଜେଲ ଯିବାକୁ ପଡ଼ିଥାଏ। ଲୋକେ ବଡ଼ ଅପରାଧ କରିବା ପରେ ବି ଜେଲ ଯିବାକୁ ଚାହାନ୍ତିନି। ହେଲେ ଜଣେ ୬୦ ବର୍ଷୀୟ...

ଏମିତି ଦେଶ, ଯେଉଁଠି ସବୁଠୁ ଶସ୍ତାରେ ମିଳେ ପେଟ୍ରୋଲ

କାରାକସ୍‌,୨୮।୨: ଆଜିକାଲି ଆମ ଦେଶରେ ପେଟ୍ରୋଲ, ଡିଜେଲ ଦର ଆକାଶଛୁଆଁ ହେଲାଣି। ଏମିତିକି ଆମ ଦେଶର କିଛି ସହରରେ ପେଟ୍ରୋଲ ଦାମ୍‌ ଲିଟର ପ୍ରତି ୧୦୦...

ପ୍ରେମିକାଙ୍କଠୁ ଧୋକା ଖାଇବା ପରେ ନିଜ ଚା’ ଦୋକାନର ଏମିତି ନାଁ ରଖିଲେ ପ୍ରେମିକ, ଲୋକେ କରୁଛନ୍ତି ପ୍ରଶଂସା

ଭୋପାଳ,୩୧ା୭: ମଧ୍ୟପ୍ରଦେଶର ବୈତୁଲରେ ଆଜିକାଲି ଏକ ଚା’ ଦୋକାନ ବେଶ୍‌ ଚର୍ଚ୍ଚାରେ ରହିଛି। କାରଣ ଏହି ଚା’ ଦୋକାନର ଅଦ୍ଭୁତ ନାମକରଣକୁ ନେଇ ଚାରିଆଡ଼େ ଚର୍ଚ୍ଚା...

ଲୋକଙ୍କୁ ଦୂରେଇ ରଖୁଛି ଟେଡି ବିୟର

ପ୍ୟାରିସ,୩୦।୬: କରୋନା ମହାମାରୀ ଏବେ ସାରା ବିଶ୍ୱରେ ବ୍ୟାପି ଚାଲିଥିବା ବେଳେ ବିଶ୍ୱବାସୀ ଏକ ପ୍ରକାର ଏହି ଭାଇରସ ସହ ବଞ୍ଚିବା ଶିଖି ଗଲେଣି କହିଲେ...

କଲୋନୀର ନାମ କାଦୁଅନଗର, ନରକପୁରୀ

ଲକ୍ଷ୍ନୌ: ବର୍ଷା କାରଣରୁ ରାସ୍ତାରେ ପାଣି ଦୀର୍ଘ ଦିନ ପର୍ଯ୍ୟନ୍ତ ଜମି ରହିବା ଓ ତାହା ନିଷ୍କାସନ ପାଇଁ ଉପଯୁକ୍ତ ଡ୍ରେନ୍‌ର ସୁବିଧା ନ ଥିବା...

Advertisement
Archives

Model This Week