ରାଜେଶଙ୍କୁ ‘ପ୍ରାଣୀମିତ୍ର’ ସମ୍ମାନ

ଭୁବନେଶ୍ୱର, ୬।୧୦(ବ୍ୟୁରୋ): ନନ୍ଦନକାନନର ବାୟୋଲୋଜିଷ୍ଟ ଡ. ରାଜେଶ କୁମାର ମହାପାତ୍ରଙ୍କୁ ଜାତୀୟ ସ୍ତରୀୟ ‘ପ୍ରାଣୀମିତ୍ର’ ସମ୍ମାନ ମିଳିଛି। ସୋମବାର ଅନୁଷ୍ଠିତ ଭର୍ଚୁଆଲ କାର୍ଯ୍ୟକ୍ରମରେ କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରକାଶ ଜାଭଡ଼େକର ରାଜେଶଙ୍କୁ ପ୍ରାଣୀବିଜ୍ଞାନୀ/ଶିକ୍ଷାବିତ୍‌ ବିଭାଗରେ ଏହି ସମ୍ମାନ ପ୍ରଦାନ କରିଛନ୍ତି। ଉଲ୍ଲେଖଯୋଗ୍ୟ, ୨୦୧୨ରୁ ରାଜେଶ ନନ୍ଦନକାନନରେ ପ୍ରାଣୀବିଜ୍ଞାନୀ ଭାବେ କାର୍ଯ୍ୟରତ। ବନ୍ୟପ୍ରାଣୀ ଗବେଷଣା କ୍ଷେତ୍ରରେ ରାଜେଶ ବେଶ୍‌ ପରିଚିତ। ବିଶେଷକରି ଭାରତୀୟ ବଜ୍ରକାପ୍ତା ଉପରେ ରାଜେଶ ଜଣେ ଜଣା ବିଶାରଦ। ଏହାସହ ତାଙ୍କର ଅନେକ ନିବନ୍ଧ ବିଶ୍ୱର ବହୁ ଖ୍ୟାତି ସମ୍ପନ୍ନ ଜର୍ନାଲଗୁଡ଼ିକରେ ପ୍ରକାଶିତ ହୋଇଛି। ସୂଚନାଯୋଗ୍ୟ, ୪ଟି ବିଭାଗରେ ‘ପ୍ରାଣୀମିତ୍ର’ ସମ୍ମାନ ପ୍ରଦାନ କରାଯାଇଥିଲା। ପୁରସ୍କାର ପ୍ରଦାନ ଅବସରରେ କେନ୍ଦ୍ରମନ୍ତ୍ରୀ ଜାଭଡ଼େକର ସମ୍ମାନିତ ହୋଇଥିବା ପ୍ରାଣୀ ବିଜ୍ଞାନୀ ଓ ଅଧିକାରୀଙ୍କୁ ଚିଡ଼ିଆଖାନା ରକ୍ଷଣାବେକ୍ଷଣରେ ସେମାନଙ୍କର ଅବଦାନକୁ ପ୍ରଶଂସା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୋ ସରକାର କାର୍ଯ୍ୟକ୍ରମର ପ୍ରଭାବ; ଗତବର୍ଷ ତୁଳନାରେ ବଢିଛି ମାମଲା

ଭୁବନେଶ୍ୱର,୩୦।୧୨(ବ୍ୟୁରୋ):  ଆଉ ଦିନ କେଇଟା ପରେ ଆସିବ ନୂଆବର୍ଷ। ହେଲେ ୨୦୧୯ରେ ବିଭିନ୍ନ ଥାନାରେ ବଢିଥିବା ମାମଲା ସଂଖ୍ୟା କମିଶନରେଟ ପୋଲିସ ପାଇଁ ଚିନ୍ତାର ବିଷୟ...

ପ୍ରାଥମିକ ଶିକ୍ଷକଙ୍କ ନାମରେ ୨ଟି ଦୁଇ ମହଲା କୋଠା, ମାର୍କେଟ କମ୍ପ୍ଲେକ୍ସ

ଅମରପାଲି,୩।୩: ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଅଞ୍ଚଳର ଜଣେ ଶିକ୍ଷକ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି। ସେ ହେଲେ ସେ ବୀରମହାରାଜପୁର ବ୍ଳକ ପଥରଘାଟ ୟୁପି ସ୍କୁଲରେ...

ନଭେମ୍ବର ପହିଲାରୁ ଧାନ ସଂଗ୍ରହ

ଭୁବନେଶ୍ୱର, ୨୮ା୧୦(ବ୍ୟୁରୋ): ନଭେମ୍ବର ପହିଲାରୁ ଧାନ ସଂଗ୍ରହ ଆରମ୍ଭ ହେବ। ଚଳିତବର୍ଷ ରାଜ୍ୟରେ ୧୪.୯୭ ଲକ୍ଷ ଚାଷୀ ଧାନ ବିକିବା ପାଇଁ ନାମ ପଞ୍ଜୀକୃତ କରିଛନ୍ତି।...

କେନ୍ଦ୍ରାପଡ଼ା: ଭୋଟରେ ପ୍ରତିଫଳିତ ହେବ ଆଞ୍ଚଳିକ ସମସ୍ୟା

କେନ୍ଦ୍ରାପଡ଼ା ଅଫିସ,୨୩ା୧: ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ କେନ୍ଦ୍ରାପଡ଼ା ଜିଲାରେ ମୋଟ ୧୦,୫୮୭ ପ୍ରାର୍ଥତ୍ପତ୍ର ଦାଖଲ ହୋଇଛି । ଜିଲାର ବିଭିନ୍ନ ପ୍ରଶାସନିକ କାର୍ଯ୍ୟାଳୟରେ...

ଆସନ୍ତାକାଲି ସୁପ୍ରିମକୋର୍ଟରେ ହେବ ରଥଯାତ୍ରା ଶୁଣାଣି

ଭୁବନେଶ୍ୱର,୨୧ା୬(ବ୍ୟୁରୋ): ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ନେଇ ସୋମବାର ସୁପ୍ରିମକୋର୍ଟରେ ଶୁଣାଣି ହେବ। ପୂର୍ବାହ୍ନ ୧୧ଟାରେ ଜଷ୍ଟିସ୍‌ ଏସ୍‌ ରବୀନ୍ଦ୍ର ଭଟ୍ଟଙ୍କ କୋର୍ଟରେ...

ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟିଛି ପ୍ରାଣୀ ସହାୟକ କେନ୍ଦ୍ର :୪ ବର୍ଷ ଧରି ତାଲା ପଡିଛି କାର୍ଯ୍ୟାଳୟ

ଗଣିଆ,୨୮ା୧୧(ଡି.ଏନ.ଏ.): ଗଣିଆ ବ୍ଲକ ଛାମୁଣ୍ଡିଆଠାରେ ଥିବା ପ୍ରାଣୀ ସହାୟକ କେନ୍ଦ୍ରରେ ଗତ ୪ବର୍ଷ ଧରି କୌଣସି କର୍ମଚାରୀ ରହୁ ନ ଥିବା ଦେଖାଯାଇଛି। ପ୍ରାଣୀ ସହାୟକ...

ଧରାପଡ଼ିଲା ସେକ୍ସ ର଼୍ୟାକେଟ୍‌ କିଙ୍ଗ୍‌ପିନ

କେନ୍ଦୁଝର,୧୩ା୬: ଗ୍ରାହକଙ୍କୁ ଭିନ୍ନ ଭିନ୍ନ ଦରରେ ଯୋଗାଇ ଦେଉଥିଲା ମନ ପସନ୍ଦର ଝିଅ। ଏଭଳି ଦୀର୍ଘ ବର୍ଷ ଧରି ଗମ୍ଭାରିଆଠାରେ ଭଡ଼ାଘରେ ଦେହ ବ୍ୟବସାୟ ଚଲାଇଥିଲା...

ବସ୍‌ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ପ୍ରତି ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୩ା୬(ବ୍ୟୁରୋ): ମାଲକାନଗିରି ଜିଲା ସୀମାନ୍ତରେ ବସ୍‌ ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ଘଟିଛି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା...

Advertisement
Archives

Model This Week