Posted inଜାତୀୟ

ବାଡ଼ ଡେଇଁଲେ ସିଏମ ଗେହଲଟଙ୍କ ନିକଟତର ଥିବା ରାଜେନ୍ଦ୍ର ଗୁଧା, ଶିନ୍ଦେଙ୍କ ଦଳରେ ସାମିଲ…

ମୁମ୍ବାଇ,୯।୯ : ଗତ ଦୁଇ ମାସ ମଧ୍ୟରେ ରାଜସ୍ଥାନ ରାଜନୀତିରେ ହଇଚଇ ସୃଷ୍ଟି କରି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ କ୍ୟାବିନେଟରୁ ବହିଷ୍କୃତ ମନ୍ତ୍ରୀ ରାଜେନ୍ଦ୍ର ଗୁଧା ଶେଷରେ କଂଗ୍ରେସ ବାଡ଼ ଡେଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଶିବସେନାରେ ଯୋଗ ଦେଇଛନ୍ତି। ଶିନ୍ଦେ ତାଙ୍କୁ ଦଳର ସଦସ୍ୟତା ଦେଇଛନ୍ତି। ବିଧାନସଭାରେ ଲାଲ ଡାଏରୀ ଦେଖାଇ ରାଜେନ୍ଦ୍ର ଗୁଧା ଲୋକଲୋଚନକୁ ଆସିଥିଲେ।

ଏହି ଘଟଣା ପରେ ତାଙ୍କୁ ମନ୍ତ୍ରୀ ପଦରୁ ବରଖାସ୍ତ କରାଯାଇଥିଲା। ରାଜସ୍ଥାନ ସରକାରଙ୍କ କ୍ୟାବିନେଟରୁ ବରଖାସ୍ତ ହେବା ପରେ ରାଜେନ୍ଦ୍ର ଜୁଲାଇ ୨୪ରେ ‘ଲାଲ ଡାଏରୀ’ ସହିତ ବିଧାନସଭାରେ ପହଞ୍ଚିଥିଲେ। ସେ ଦାବି କରିଥିଲେ ଏହି ଡାଏରୀରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଦୁର୍ନୀତି କାର୍ଯ୍ୟର ସମ୍ପୂର୍ଣ୍ଣ ତାଲିକା ରହିଛି। ତେବେ ତାଙ୍କୁ ଗୃହରୁୁ ବାହାର କରି ଦିଆଯାଇଥିଲା। ସେ ଅଭିଯୋଗ କରିଥିେଏ କଂଗ୍ରେସ ମନ୍ତ୍ରୀ ଓ ବିଧାୟକମାନେ ତାଙ୍କଠାରୁ ଏହି ଡାଏରୀ ଛଡ଼ାଇ ନେଇଥିଲେ। ମାତ୍ର ତାଙ୍କ ପାଖରେ ଡାଏରୀର ଅନ୍ୟ ଏକ ଅଂଶ ମଧ୍ୟ ଥିବା କହିଥିଲେ।

ରାଜସ୍ଥାନର ଝୁଞ୍ଜୁନୁ ଜିଲ୍ଲାର ଉଦୟପୁରବତୀରୁ ରାଜେନ୍ଦ୍ର ଗୁଧା ହେଉଛନ୍ତି ବିଧାୟକ। ସେ ତାଙ୍କ ଗାଁର ନାମ ମଧ୍ୟ ତାଙ୍କ ନାମରେ ଯୋଡିଥିଲେ। ୨୦୧୮ ନିର୍ବାଚନରେ ବହୁଜନ ସମାଜ ପାର୍ଟି (ବିଏସପି) ଟିକେଟରେ ରାଜେନ୍ଦ୍ର ଗୁଧା ଦ୍ୱିତୀୟ ଥର ପାଇଁ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ। ଏହା ପରେ ସେ ତାଙ୍କ ବିଧାୟକଙ୍କ ସହ କଂଗ୍ରେସରେ ଯୋଗ ଦେଇଥିଲେ।

୨୦୨୦ ରେ ଯେତେବେଳେ ସଚିନ ପାଇଲଟ ତାଙ୍କର ସମର୍ଥକ ବିଧାୟକଙ୍କ ସହ ହରିୟାଣାର ମାନସର ଯାଇଥିଲେ, ସେତେବେଳେ ସେ ସିଏମ ଗେହଲଟଙ୍କ ସହ ଦୃଢ଼ ଭାବରେ ଠିଆ ହୋଇଥିଲେ। ଏହାକୁ ଦୃଷ୍ଟିରେ ରଖି ସିଏମ ଗେହଲଟ ତାଙ୍କୁ ମନ୍ତ୍ରୀ ମଧ୍ୟ କରିଥିଲେ। କିନ୍ତୁ ସମୟ ସହିତ ଗେହଲଟ ସହ ତାଙ୍କର ଦୂରତା ବଢ଼ିବାରେ ଲାଗିଥିଲା। ରାଜେନ୍ଦ୍ର ଗୁଧା ସଚିନ ପାଇଲଟଙ୍କୁ ସମର୍ଥନ କରି ଗେହଲଟଙ୍କ ବିରୋଧରେ ବିବୃତ୍ତି ଦେବା ଆରମ୍ଭ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବହୁ ପ୍ରତୀକ୍ଷାର ଅନ୍ତ ଘଟିଲା: ନିଲାମ ହେଲା ପ୍ରସିଦ୍ଧ ଶୁଖୁଆ ହାଟ, ବର୍ଷକୁ ନିଲାମଧାରୀ ଦେବେ ଏତିକି ଟଙ୍କା…

ଗଞ୍ଜାମ,୧୫ା୮(ବିଦ୍ୟାଧର ସାହୁ): ଦୀର୍ଘଦିନର ଦାବି ପରେ ଶେଷରେ ନିଲାମ ହୋଇଛି ଜିଲା ପ୍ରସିଦ୍ଧ ହୁମା ସାପ୍ତାହିକ ଶୁଖୁଆ ହାଟ। ଶୁକ୍ରବାର ପୂର୍ବାହ୍ନରେ ଏହି ନିଲାମ ପ୍ରକ୍ରିୟା ଆରମ୍ଭ…

ଖବର ପ୍ରକାଶ ପରେ ମୁଖ୍ୟ ରାସ୍ତାରୁ ହଟିଲା ହମ୍ପ୍‌ସ, ସ୍ବାଗତ କରି ବୁଦ୍ଧିଜୀବୀ କହିଲେ…

ଦିଗପହଣ୍ଡି,୧୫ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି- ଚିକିଟି-ନୂଆପଡ଼ା ମୁଖ୍ୟରାସ୍ତା ମେଡିକାଲ ଛକ ସାହାଣୀ ସାହି ନିକଟରେ ଅବୈଜ୍ଞାନିକ ଭାବେ ତିଆରି କରାଯାଇଥିବା ବେଆଇନ ହମ୍ପ୍‌ସରେ ଗତ…

ବଲାଙ୍ଗୀରରେ ପତାକା ଉତ୍ତୋଳନ କଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, କହିଲେ ଏ ମାଟିର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ…

ବଲାଙ୍ଗୀର,୧୫ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ମନୋହରପୁର ରିଜର୍ଭ ପୋଲିସ ପଡ଼ିଆରେ ଶନିବାର ୮୦ ତମ ଜିଲା ସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଉଚ୍ଚଶିକ୍ଷା, କ୍ରୀଡ଼ା ଓ…

ରାଜ୍ୟସ୍ତରୀୟ ପଦକ ପ୍ରଦାନ ଉତ୍ସବ: ମନୋନୀତ ୧୭ ଜଣ ପୋଲିସ ଅଧିକାରୀ,କର୍ମଚାରୀଙ୍କୁ …

ଭୁବନେଶ୍ୱର,୧୫।୮ ଲୋକସେବା ଭବନରେ ରାଜ୍ୟସ୍ତରୀୟ ପଦକ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଛି। ଏହି ଅବସରରେ ମନୋନୀତ ୧୭ ଜଣ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀ ପଦକ…

ତେଲ ବଜାରରେ ବଡ଼ ହଲଚଲ, ଅଗଷ୍ଟ ୧୫ରେ କମିଲା ପେଟ୍ରୋଲ ଦର? ଜାରି ହେଲା ନୂଆ ଦର…

ନୂଆଦିଲ୍ଲୀ,୧୫।୮: ପେଟ୍ରୋଲ-ଡିଜେଲ ଦରକୁ ନେଇ ଶନିବାର ଏକ ନୂଆ ଅପଡେଟ୍ ଆସିଛି। କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ସମେତ ପେଟ୍ରୋଲିୟମ୍ ରପ୍ତାନି ଉପରେ ଲାଗୁଥିବା ‘ୱିଣ୍ଡଫଲ୍…

ପ୍ରଧାନମନ୍ତ୍ରୀଙ୍କ ସହିତ ଲାଲକିଲ୍ଲାରେ ତ୍ରିରଙ୍ଗା ଉତ୍ତୋଳନ କରିଥିବା କ୍ୟାପଟେନ ସୋନିଆ ସିଂହ ଚୌହାନ କିଏ? ଜାଣନ୍ତୁ ତାଙ୍କ ବିଷୟରେ

ନୂଆଦିଲ୍ଲୀ,୧୫।୮: ସ୍ବାଧୀନତା ଦିବସରେ, ପ୍ରଧାନମନ୍ତ୍ରୀ ଲାଲକିଲ୍ଲାର ପ୍ରାଚୀରରୁ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି, ଏହି ଐତିହାସିକ ମୁହୂର୍ତ୍ତ ଉପରେ ସମଗ୍ର ଦେଶର ନଜର ରହିଥିଲା। 21 ତୋପ…

ସୁନ୍ଦରଗଡ଼ରେ ଜାତୀୟ ପତାକା ଉତ୍ତୋଳନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ସୁନ୍ଦରଗଡ଼,୧୫ା୮(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ସଦରମହକୁମାରେ ୮୦ତମ ସ୍ବାଧୀନତା ଦିବସ ସମାରୋହ ପାଳିତ ହୋଇଯାଇଛି। ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟ ସମ୍ମୁଖ ଯାତ୍ରାପଡ଼ିଆଠାରେ ଆୟୋଜିତ ଜିଲାସ୍ତରୀୟ ସମାରୋହରେ ଉପମୁଖ୍ୟମନ୍ତ୍ରୀ…

ଲାଲ୍‌କିଲ୍ଲାରେ ସ୍ୱାଧୀନତା ଦିବସ ସମାରୋହକୁ ଆସିଲେନି ରାହୁଲ ଗାନ୍ଧୀ, ଦିଲ୍ଲୀରେ ପଡିଲା ଚହଳ!

ନୂଆଦିଲ୍ଲୀ,୧୫।୮: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଏବଂ ରାହୁଲ ଗାନ୍ଧୀ, କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ, ଲାଲକିଲ୍ଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଅନୁଷ୍ଠିତ ୮୦ତମ ସ୍ୱାଧୀନତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri