Posted inଜାତୀୟ

କେଜରିୱାଲଙ୍କୁ ସମର୍ଥନ କଲା ରାଜସ୍ଥାନର କରନି ସେନା

ଜୟପୁର,୨୮ ।୧୦: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଭାରତୀୟ ମୁଦ୍ରା ଉପରେ ମା’ ଲକ୍ଷ୍ମୀ ଓ ଭଗବାନ ଗଣେଶଙ୍କ ଫଟୋ ଲଗାଇବାକୁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିଛନ୍ତି । ଏହାପରେ କେଜରିୱାଲଙ୍କ ଏହି ଦାବିକ ନେଇ ନେଇ ଭିନ୍ନ ଭିନ୍ନ ପ୍ରକାରର ଟିପ୍ପଣି ଆସୁଛି । ଏହାରି ଭିତରେ ରାଜସ୍ଥାନର କରନି ସେନା କେଜରିୱାଲଙ୍କୁ ସମର୍ଥନ କରିଛି ।

ରାଜପୁତ କରନି ସେନାର ରାଷ୍ଟ୍ରୀୟ ଅଧ୍ୟକ୍ଷ ମହିପାଳ ସିଂ ମକରାନା କହିଛନ୍ତି, ମୁଖ୍ୟମନ୍ତ୍ରୀ ଅରବିନ୍ଦ କଜେରିୱାଲ ମା’ ଲକ୍ଷ୍ମୀ ଓ ଅଗ୍ରପୂଜ୍ୟ ଭଗବାନ ଗଣେଶଙ୍କ ଫଟୋ ଭାରତୀୟ ମୁଦ୍ରାରେ ଛାପିବାକୁ କହିବା ଯୁକ୍ତିଯୁକ୍ତ । ଯଦି ଏଭଳି ହେବ ତେବେ ଏହା ଆମ ସମସ୍ତଙ୍କ ପାଇଁ ଗର୍ବ ଓ ସମ୍ମାନର କଥା ହେବ । ସେ କହିଛନ୍ତି ଲକ୍ଷ୍ମୀ ଓ ଗଣେଶଙ୍କ ଫଟୋ ଭାରତୀୟ ମୁଦ୍ରାରେ ହେବା ଉଚିତ । କେଜରିୱାଲଙ୍କ ଏହି କଥାକୁ ଯେଉଁମାନେ ବିରୋଧ କରୁଛନ୍ତି ସେମାନେ ଜାଣି ରଖିବା ଉଚିତ ଯେ ମା’ ଲକ୍ଷ୍ନୀ ନିଜେ ମୁଦ୍ରାର ପ୍ରତିକ । ଯଦି ଏହାକୁ ନେଇ କିଏ କହେ ଯେ ମା’ ଲକ୍ଷ୍ମୀଙ୍କ ଫଟୋ ଲାଗିରେ ଏହା କୌଣସି ନେତା ବା ଦଳର ସମର୍ଥନ ହେଉଛି ତେବେ ତାହା ଭୁଲ ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍‌ରେ ଅଧିକ ସାମଗ୍ରୀ ନେବା ହେଲା ସହଜ! କନ୍‌ଫର୍ମ ଟିକେଟ୍‌ରେ ଆରମ୍ଭ ହେଲା ଅନ୍‌ଲାଇନ୍ ଲଗେଜ୍ ବୁକିଂ

ନୂଆଦିଲ୍ଲୀ,୩୧।୭: ଭାରତୀୟ ରେଳ ୩୧ ଜୁଲାଇରୁ କନ୍‌ଫର୍ମ ଟ୍ରେନ୍ ଟିକେଟ୍ ଥିବା ଯାତ୍ରୀଙ୍କ ପାଇଁ ବ୍ୟକ୍ତିଗତ ଜିନିଷପତ୍ର (ପର୍ସନାଲ ଲଗେଜ୍)ର ଅନ୍‌ଲାଇନ୍ ବୁକିଂ ଆରମ୍ଭ କରିବାକୁ ଯାଉଛି।…

ବଡ଼ ଘୋଷଣା କଲେ ଅଭିଜିତ ଦୀପକେ! ରାଜନୀତିକୁ ଆସିବା ନେଇ… ପଡିଗଲା ଚହଳ

ନୂଆଦିଲ୍ଲୀ,୩୧।୭: ‘କକ୍ରୋଚ ଜନତା ପାର୍ଟି’ (CJP) ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଏକ ସାକ୍ଷାତକାରରେ ନିଟ (NEET) ପ୍ରଶ୍ନପତ୍ରଲିକ ସଂଶୋଧନ ବିଲ, ଛାତ୍ର ଆନ୍ଦୋଳନ ଏବଂ ସରକାରଙ୍କ…

‘ଭଞ୍ଜ ସାହିତ୍ୟର ସୃଜନଶୀଳତାକୁ ନେଇ ଚିନ୍ତନର ଆବଶ୍ୟକତା ରହିଛି’

ଭଞ୍ଜନଗର,୩୧ା୭(ବାବୁଲା ପ୍ରଧାନ): ଓଡ଼ିଆ ସାହିତ୍ୟ ଜଗତର ଅମର ସ୍ରଷ୍ଟା କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ସାହିତ୍ୟ ଓ ସୃଜନଶୀଳତାକୁ ନେଇ ଗଭୀର ଆଲୋଚନା ଓ ଚିନ୍ତନର ଆବଶ୍ୟକତା ରହିଛି।…

‘ଆମ ପାଖରେ ଧୋନି ନାହାଁନ୍ତି,’ ଇଂଲଣ୍ଡ ପ୍ରଶିକ୍ଷକ ହେବା ପରେ ଷ୍ଟିଫେନ ଫ୍ଲେମିଂଙ୍କୁ ‘ଚେତାବନୀ’ ମିଳିଛି

ନୂଆଦିଲ୍ଲୀ,୩୧।୭: ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସ ସହିତ ଦୀର୍ଘ ସମୟ ଧରି କାର୍ଯ୍ୟ କରିଥିବା ଷ୍ଟିଫେନ ଫ୍ଲେମିଂଙ୍କୁ ଏବେ ଇଂଲଣ୍ଡ ଟେଷ୍ଟ ଦଳର ପ୍ରଶିକ୍ଷକ ନିଯୁକ୍ତ କରାଯାଇଛି।…

ବନ୍ୟା ବିପନ୍ନଙ୍କ ପାଇଁ ବଡ଼ ଘୋଷଣା କଲେ ରାଜସ୍ବ ମନ୍ତ୍ରୀ, ମିଳିବ…

ଭୂବନେଶ୍ୱର,୩୧।୭: ବନ୍ୟାସ୍ଥିତିର ସମୀକ୍ଷା ପରେ ରାଜସ୍ବ ମନ୍ତ୍ରୀ ଏକ ବଡ଼ ସୂଚନା ଦେଇଛନ୍ତି। ମହାନଦୀରେ ବନ୍ୟା ଜଳ ବଢୁଥିବା ଗଣମାଧ୍ୟମ ଆଗରେ ମନ୍ତ୍ରୀ ପ୍ରକାଶ କରିଛନ୍ତି। କେବଳ…

ସାଧୁ ବେଶରେ ସଂସଦ ଆସିଲେ ପପ୍ପୁ ଯାଦବ, ଦାନ ଦେଲେ ଏମପି

ପାଟନା,୩୧।୭: ବିହାର ପୁର୍ନିଆର ଏମପି ପପ୍ପୁ ଯାଦବ ଅଯୋଧ୍ୟା ରାମ ମନ୍ଦିର ଚାନ୍ଦା ସଂଗ୍ରହରେ କଥିତ ଅନିୟମିତତା ପ୍ରସଙ୍ଗକୁ ନେଇ ସଂସଦ ପରିସରରେ ପ୍ରତିବାଦ କରିଛନ୍ତି ।…

ବସ୍‌ ଷ୍ଟପ ଅଛି, ବସ୍‌ ଆସୁନାହିଁ: ମୁଖ୍ୟମନ୍ତ୍ରୀ ବସ୍‌ ସେବାରୁ ବଞ୍ଚିତ ଅଞ୍ଚଳବାସୀ

ଅମରପାଲି,୩୧ା୭(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଖଣ୍ଡହତା ପଞ୍ଚାୟତର ସୀମାବର୍ତ୍ତୀ ଉପାନ୍ତ ଗ୍ରାମ ସାହାଜଲଥାରେ ସରକାରୀ ଖର୍ଚ୍ଚରେ ଯାତ୍ରୀ ପ୍ରତୀକ୍ଷାଳୟ (ବସ୍‌ ଷ୍ଟପ୍‌) ନିର୍ମାଣ ହୋଇଥିଲେ…

ଏହି କାମ କରି ସମସ୍ତଙ୍କ ହୃଦୟ ଜିତିଲେ କାର୍ତ୍ତିକ ଆର୍ଯ୍ୟନ: ମୁଖ୍ୟମନ୍ତ୍ରୀ କହିଲେ ବାଃ ବାଃ

ଆସାମରେ ଭୟଙ୍କର ବନ୍ୟା। ଲକ୍ଷ ଲକ୍ଷ ଲୋକ ନିଜ ଘର ଛାଡି ବିସ୍ଥାପିତ ହୋଇଛନ୍ତି। ଅନେକ ଲୋକଙ୍କ ଜୀବନ ଯାଇଛି ଏବଂ ପରିସ୍ଥିତି ଖରାପ ଆଡ଼କୁ ଗତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri