
ନୂଆଦିଲ୍ଲୀ,୩।୧୨: ସୁପରହିଟ ଫିଲ୍ମ ଆରଆରଆର ପାଇଁ ନିର୍ଦ୍ଦେଶକ ଏସ୍ଏସ୍ ରାଜାମୌଲିଙ୍କୁ ପୁରସ୍କାର ମିଳିଛି। ଆମେରିକାରେ ନ୍ୟୁୟର୍କ ଫିଲ୍ମ କ୍ରିଟିକ୍ସ ସର୍କଲ ଆଓ୍ବାର୍ଡ(ଏନ୍ଓ୍ବାଇଏଫ୍ସିସି)ରେ ରାଜାମୌଳିଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ସମ୍ମାନରେ ସମ୍ମାନିତ କରାଯାଇଛି। ନ୍ୟୁୟର୍କ ଫିଲ୍ମ କ୍ରିଟିକ୍ସ ସର୍କଲ ହେଉଛି ଆମେରିକାର ଫିଲ୍ମ କ୍ରିଟିକ୍ସର ଅନ୍ୟତମ ପୁରାତନ ତଥା ସମ୍ମାନିତ ସଂଗଠନ। ଏହି ସଂଗଠନରେ ନ୍ୟୁୟର୍କ ସ୍ଥିତ ମାଗାଜିନ୍ ଓ ଖବରକାଗଜରୁ ୩୦ରୁ ଊର୍ଦ୍ଧ୍ୱ ଫିଲ୍ମ କ୍ରିଟିକ୍ସ ସଦସ୍ୟ ରହିଛନ୍ତି। ସେଥିପାଇଁ ଏନ୍ଓ୍ବାଇଏଫ୍ସିସି ଆଓ୍ବାର୍ଡକୁ ବହୁ ସମ୍ମାନିତ ବୋଲି ବିବେଚନା କରାଯିବ।