Posted inଜାତୀୟ

ରାଜ କୁନ୍ଦ୍ରାଙ୍କୁ ନେଇ ଶିଳ୍ପାଙ୍କ ଘରେ ପହଞ୍ଚିଲା କ୍ରାଇମ୍‌ ବ୍ରାଞ୍ଚ ଟିମ୍‌

ମୁମ୍ବାଇ,୨୩।୭: ପର୍ନ ଭିଡିଓ ମାମଲାରେ ଫଶିଥିବା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ନେଇ ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ଘରେ ପହଞ୍ଚିଲା କ୍ରାଇମ୍‌ ବ୍ରାଞ୍ଚ। ଅଧିକ ଖୋଳତାଡ ପାଇଁ ଶୁକ୍ରବାର କ୍ରାଇମ୍‌ ବ୍ରାଞ୍ଚ ଟିମ୍‌ କୁନ୍ଦ୍ରାଙ୍କୁ ନେଇ ଜୁହୁ ସ୍ଥିତ ଶିଳ୍ପାଙ୍କ ବାସଭବନରେ ପହଞ୍ଚିଛି। ପର୍ନ ଭିଡିଓ ମାମଲାରେ ଶିଳ୍ପାଙ୍କୁ ମଧ୍ୟ ଜେରା କରିପାରନ୍ତି ଅଧିକାରୀ। କାରଣ ଶିଳ୍ପା ମଧ୍ୟ କୁନ୍ଦ୍ରାଙ୍କ ସହ ଭିଆନ କମ୍ପାନୀର ନିର୍ଦ୍ଦେଶକ ଅଛନ୍ତି। ରାଜଙ୍କ ସମ୍ମୁଖରେ ଶିଳ୍ପାଙ୍କୁ ଜେରା କରାଯାଇପାରେ ବୋଲି କୁହାଯାଉଛି। ଅନ୍ୟପଟେ ରାଜଙ୍କୁ ନେଇ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ରାଜଙ୍କ ଇଣ୍ଟରନ୍ୟାସନାଲ କନେକ୍ସନ ଥିବା ଜଣାପଡ଼ିଛି। ଏକ ହ୍ବାଟସ୍‌ ଆପ୍‌ ଚାଟରୁ ଜଣାପଡ଼ିଛି ଯେ, କୁନ୍ଦ୍ରା ୧୨୧ଟି ଭିଡିଓକୁ ୧୨ଲକ୍ଷ ଆମେରିକା ଡଲାରରେ ବିକ୍ରି କରିବାକୁ କଥା ହୋଇଥିଲେ। ଏହା ଏକ ଅନ୍ତର୍ଜାତୀୟ ସ୍ତରର ମାମଲା ବୋଲି ମୁମ୍ବାଇ ପୋଲିସ ସୂଚନା ଦେଇଛି। ନିକଟରେ ଅନ୍ଧେରି ସ୍ଥିତ ଭିଆନ କମ୍ପାନୀ ଉପରେ ମଧ୍ୟ କ୍ରାଇମ୍‌ ବ୍ରାଞ୍ଚ ଚଢ଼ାଉ କରିଥିଲେ। ଏହି ସମୟରେ ଅନେକ ଡାଟା ଜବତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିମାନବନ୍ଦରରୁ ମିଳିଲା ସନ୍ଦିଗ୍ଧ ବ୍ୟାଗ୍‌: ଦିଲ୍ଲୀରେ ସୁରକ୍ଷାବ୍ୟବସ୍ଥା କଡ଼ାକଡ଼ି

ନୂଆଦିଲ୍ଲୀ,୧।୧୧: ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦରରୁ ଏକ ସନ୍ଦିଗ୍ଧ ବ୍ୟାଚ୍‌ ଜବତ ହେବା ପରେ ଦିଲ୍ଲୀରେ ହାଇଆଲର୍ଟ ଜାରି କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ...

ଅନାଥାଶ୍ରମ ଶିଶୁ ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି, ଆମର ବି ହେଉ ଅଧାର କାର୍ଡ…

ପ୍ରୟାଗରାଜ୍‌,୮।୧୧: ଆଧାର କାର୍ଡ ଭାରତର ସମସ୍ତଙ୍କ ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ଏପରିସ୍ଥଳେ ଉତ୍ତରପ୍ରଦେଶ ପ୍ରୟାଗରାଜର କଟଘର ରୋଡଠାରେ ଥିବା ଅନାଥାଶ୍ରମର ଶିଶୁ ସେମାନଙ୍କର ଆଧାର କାର୍ଡ କରିବା...

ପୁଲଓ୍ବାମା ଭଳି ଆକ୍ରମଣ ଯୋଜନାରେ ଥିଲେ ଆତଙ୍କବାଦୀ: ଜବତ ଅସ୍ତ୍ରଶସ୍ତ୍ର ଉଡାଇ ପାରିଥାଆନ୍ତା ବୁଲେଟ୍‌ ପ୍ରୁଫ୍‌ ଗାଡ଼ି

ଶ୍ରୀନଗର,୧।୨: ଜମ୍ମୁର ଗନରୋଟା ଅଞ୍ଚଳରେ ଜୈଶ-ଇ-ମହମ୍ମଦର ମୃତ ୩ ଆତଙ୍କବାଦୀ ବଡ ଧରଣର ଆକ୍ରମଣ ଯୋଜନାରେ ଥିବା ଜଣାପଡିଛି। ଏଥିପାଇଁ ସେମାନେ ନଗରୋଟା ହାଇଓ୍ବେର ସ୍ଥାନେ...

ପୁଣି ପ୍ରବଳ ବର୍ଷା ସମ୍ଭାବନା: ୫୨ ବିମାନର ଉଡ଼ାଣ ବାତିଲ

ମୁମ୍ବାଇ,୨।୭: ଖରା ତାତି ପରେ ଏବେ ମାୟାନଗରୀ ମୁମ୍ବାଇ ପ୍ରବଳ ବର୍ଷା ଯୋଗୁ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗତ ୫ ଦିନ ଧରି ଅବିଶ୍ରାନ୍ତ ବର୍ଷା ଯୋଗୁ...

ବିପଦ ଆଶଙ୍କା କମାଅ

ନୂଆଦିଲ୍ଲୀ,୨୨ା୬: ବିମାନବନ୍ଦର ଓ ଏହାର ଚତୁଃପାର୍ଶ୍ୱ ଅଞ୍ଚଳରେ ପଶୁପକ୍ଷୀଙ୍କ ଉପସ୍ଥିତିକୁ ନେଇ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ପକ୍ଷରୁ ଉଦ୍‌ବେଗ ପ୍ରକାଶ କରାଯାଇଛି। ଦୁଇଦିନ...

କାଳୀ ମୋ ପାଇଁ ମାଂସଖିଆ ଦେବୀ: ମହୁଆ ମୋଇତ୍ରା

ଫିଲ୍ମ ‘କାଳୀ’ ପୋଷ୍ଟରକୁ ନେଇ ଚାଲିଥିବା ବିବାଦ ଉପରେ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଏମ୍‌ପି ମହୁଆ ମୋଇତ୍ରା ମଙ୍ଗଳବାର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ‘କାଳୀ...

ନୁପର ଶର୍ମା, ନବୀନ ଜିନ୍ଦଲ ଭାଜପାରୁ ନିଲମ୍ବିତ

ନୂଆଦିଲ୍ଲୀ,୫ ।୬: ଭାରତୀୟ ଜନତା ପାର୍ଟି(ଭାଜପା) ପ୍ରବକ୍ତା ନୁପୁର ଶର୍ମା ଓ ମିଡିଆ ପ୍ରଭାରୀ ନବୀନ କୁମାର ଜିନ୍ଦଲଙ୍କୁ ଦଳରୁ ନିଲମ୍ବିତ କରାଯାଇଛି । ନିକଟରେ...

ହସ୍ପିଟାଲରେ ସିଦ୍ଧୁ

ଚଣ୍ଡିଗଡ,୨୩।୫: କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ ସୋମବାର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ପଟିଆଲା ଜେଲ୍‌ରୁ ତାଙ୍କୁ ରାଜେନ୍ଦ୍ର ହସ୍ପିଟାଲକୁ ନିଆଯାଇଛି। ସେଠାରେ ତାଙ୍କର ମେଡିକାଲ...

Advertisement
Archives

Model This Week