Posted inଜାତୀୟ

ଅବତରଣ ବେଳେ ଦୁର୍ଘଟଣାଗ୍ରସ୍ତ ହେଲା ହେଲିକପ୍ଟର: ୨ପାଇଲଟ ମୃତ

ରାୟପୁର,୧୨।୫: ଛତିଶଗଡ଼ର ରାୟପୁର ବିମାନବନ୍ଦରରେ ଗୁରୁବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଏକ ହେଲିକପ୍ଟର ଅବତରଣ କରିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଘଟଣା ୨ଜଣ ପାଇଲଟଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତ ପାଇଲଟ ହେଲେ ଏପି ଶ୍ରୀବାସ୍ତବ ଓ କ୍ୟାପଟେନ୍‌ ଗୋପାଳ କୃଷ୍ଣ ପଣ୍ଡା। ସୂଚନାଯୋଗ୍ୟ, ଗୁରୁବାର ରାତି ୯ଟା ୧୦ ମିନିଟ୍‌ରେ ଅଭ୍ୟାସ କରିବା ସମୟରେ ଶ୍ରୀବାସ୍ତବ ଓ କ୍ୟାପଟେନ୍‌ ଗୋପାଳ କୃଷ୍ଣ ହେଲିକପ୍ଟରକୁ ଅବତରଣ କରାଉଥିଲେ। ହେଲେ ସେହି ସମୟରେ ହେଲିକପ୍ଟରଟି କ୍ରାଶ୍‌ ହୋଇଯାଇଥିଲା। ଫଳରେ ଘଟଣାସ୍ଥଳରେ ଜଣେ ପାଇଲଟଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ରାମକୃଷ୍ଣ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି। ହେଲିକପ୍ଟରଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଅନ୍ୟପଟେ ଏହି ଘଟଣାରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲା ଟୁଇଟ୍‌ କରି ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରଙ୍କୁ ସମବେଦନା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁସଲିମ ବ୍ୟକ୍ତିଙ୍କୁ ନିର୍ଯାତନା: ଗିରଫର କିଛି ଘଣ୍ଟା ପରେ ମିଳିଲା ଜାମିନ

ଲକ୍ଷ୍ନୌ,୧୩।୮: ଉତ୍ତରପ୍ରଦେଶର କାନପୁରର ରାସ୍ତା ଉପରେ ୪୫ ବର୍ଷୀୟ ମୁସଲିମ ବ୍ୟକ୍ତିଙ୍କୁ ନିର୍ଯାତନା ଦେବା ଓ ‘ଜୟ ଶ୍ରୀରାମ’ କହିବାକୁ ବାଧ୍ୟ କରିବା ଘଟଣାରେ ୩...

ପବଜି ଗେମ୍‌ ଖେଳିବାକୁ ମନା କରିବାରୁ ମା’ଙ୍କୁ ହତ୍ୟା କଲେ ନାବାଳକ

ଲକ୍ଷ୍ନୌ,୮।୬: ଆଜିକାଲି ମୋବାଇଲ୍‌ରେ ଗେମ୍‌ ଖେଳିବା ପିଲାମାନଙ୍କ ଯେମିତି ନିଶା ପାଲଟିଛି। ଗେମ୍‌ ଖେଳିବା ପାଇଁ ସେମାନେ ଖାଇବା ପିଇବା ଭୁଲି ଯାଉଛନ୍ତି। ଲକ୍ଷ୍ନୌରେ ଏହି...

ଭାଜପାର ନିର୍ବାଚନୀ ଗାଡ଼ିକୁ ସହାୟତା କଲା କଂଗ୍ରେସ, ସୋସିଆଲ ମିଡିଆରେ ଭାଇରାଲ…

ଅହମଦାବାଦ,୧୨।୧୧ : ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳଙ୍କ ପକ୍ଷରୁ ପ୍ରଚାର କାର୍ଯ୍ୟ ଜୋରସୋରରେ ଜାରି ରହିଛି। ଏପରିସ୍ଥଳେ ଏବେ ଏକ ଭିଡ଼ିଓ...

ପୁରୁଣା ପୋଷାକ ପାଇଁ ଭାଙ୍ଗିଗଲା ବାହାଘର: ମାତ୍ର ୧୦ ଘଣ୍ଟା ପରେ ଛାଡପତ୍ର ଦେଲେ ବର

ରାଞ୍ଚି, ୨୦।୬: ବିବାହର ମାତ୍ର ୧୦ ଘଣ୍ଟା ପରେ କନ୍ୟାକୁ ଛାଡପତ୍ର ଦେଇ ଚର୍ଚ୍ଚାକୁ ଆସିଛନ୍ତି ବର। ଝାଡଖଣ୍ଡର ଦେଓଘରରେ ଘଟିଛି ଏହି ଘଟଣା। ବିବାହରେ...

କୃଷି ଆଇନ୍‌କୁ ବିରୋଧ କରି ବିଧାନସଭାରେ ରାତିରେ ଶୋଇଲେ ଏଏପି ବିଧାୟକ

ଚଣ୍ଡିଗଡ଼, ୨୦।୧୦: କୃଷି ଆଇନକୁ ବିରୋଧ କରି ପଞ୍ଜାବ ବିଧାନସଭାରେ ପ୍ରଦର୍ଶନ ଜାରି ରହିଛି। ଆମ୍‌ ଆଦ୍‌ମୀ ପାର୍ଟି(ଏଏପି)ର ବିଧାୟକମାନେ ସୋମବାରଠାରୁ ଧାରଣାରେ ବସିଛନ୍ତି। ସୋମବାର...

ଭାରତରେ ମହିଳା ଆତ୍ମଘାତୀ ଆକ୍ରମଣ ପାଇଁ ରୋହିଙ୍ଗ୍ୟା ଜେହାଦୀ ସଂଗଠନର ଷଡ଼ଯନ୍ତ୍ର: ୨ ଲକ୍ଷ ଡଲାର ପାଣ୍ଠି ଯୋଗାଣ

ନୂଆଦିଲ୍ଲୀ,୧୩।୧୨: ଭାରତରେ ମହିଳା ଆତ୍ମଘାତୀ ଆକ୍ରମଣ ପାଇଁ ରୋହିଙ୍ଗ୍ୟା ଜେହାଦୀ ସଂଗଠନ ପକ୍ଷରୁ ଷଡ଼ଯନ୍ତ୍ର ରଚାଯାଇଛି। ଏନେଇ ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ ଏକ ସତର୍କତା...

ବୁଧବାର କର୍ନାଟକ ବନ୍ଦ

ବେଙ୍ଗାଲୁରୁ,୨୨ ।୨: ସାଂପ୍ରଦୟିକ ଭାବେ ସମ୍ବେଦନଶୀଳ କର୍ନାଟକର ଶିବମୋଗାରେ ବଜରଙ୍ଗ ଦଳ କର୍ମୀ ହର୍ଷଙ୍କ ହତ୍ୟା ପରେ ସେଠାରେ ଉତ୍ତେଜନା ଲାଗି ରହିଛି । ତାଙ୍କର...

ପୋଲିସ-ଓକିଲ ଗଣ୍ଡଗୋଳ: ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ

ନୂଆଦିଲ୍ଲୀ,୩।୧୧: ଦିଲ୍ଲୀର ତିଶ ହଜାରୀ କୋର୍ଟ ପରିସରରେ ପୋଲିସ-ଓକିଲ ଗଣ୍ଡଗୋଳ ଏବଂ ପୋଡାଜଳା ଘଟଣାରେ ରବିବାର ଦିଲ୍ଲୀ ହାଇକୋର୍ଟରେ ଶୁଣାଣି ହୋଇଛି। କୋର୍ଟ ଦିଲ୍ଲୀ ପୋଲିସ...

Advertisement
Archives

Model This Week