ବାଧ୍ୟତାମୂଳକ ହେବ ବର୍ଷାଜଳ ସଂରକ୍ଷଣ: ୫୨ ବ୍ଲକ, ୨୭ ସହରରେ କାର୍ଯ୍ୟକାରୀ ହେଉଛି ଛାତ ଯୋଜନା

ଭୁବନେଶ୍ୱର,୨୧।୬(ଅନିଲ ଦାସ): ଜଳବାୟୁ ପରିବର୍ତ୍ତନ ସହିତ ରାଜ୍ୟରେ ବର୍ଷା ପରିମାଣ ଦ୍ରୁତ ଗତିରେ ହ୍ରାସ ପାଉଛି। ଜୀବନଯାପନ ପାଇଁ ଭୂଗର୍ଭ ଜଳ ଉପରେ ମାତ୍ରାଧିକ ନିର୍ଭରଶୀଳତା ବଢ଼ିଯାଇଛି। ଫଳରେ ଭୂତଳ ଜଳ ଉପରେ ଚାପ ପଡ଼ୁଛି। ଏପରି ସ୍ଥଳେ ଜଳ ସଂରକ୍ଷଣ ଜରୁରୀ ହୋଇପଡ଼ିଲାଣି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବର୍ଷାଜଳ ସଂରକ୍ଷଣ ପାଇଁ ଛାତ ଯୋଜନା-୨୦୨୨ ଆରମ୍ଭ କରିଛନ୍ତି। ଆସନ୍ତା ୫ ବର୍ଷ ପାଇଁ ଏହି ଯୋଜନା କାର୍ଯ୍ୟକାରୀ ହେବ। ଭୂଗର୍ଭ ଜଳ ସମସ୍ୟା ଥିବା ରାଜ୍ୟର ୨୭ଟି ସହର ଏବଂ ୫୨ଟି ବ୍ଲକରେ ଏହି ଯୋଜନା କାର୍ଯ୍ୟକାରୀ କରାଯାଇଛି। ସରକାରୀ ଓ ବେସରକାରୀ ଛାତ ଉପରେ ବର୍ଷା ଜଳ ସଂରକ୍ଷଣ କରାଯିବ। ବେସରକାରୀ ଲୋକଙ୍କ ପାଇଁ ଏହି ଯୋଜନାରେ ୫୫ ହଜାର ଟଙ୍କା ପର୍ଯ୍ୟନ୍ତ ସବ୍‌ସିଡି ବ୍ୟବସ୍ଥା ରହିଛି। ତେବେ ବ୍ୟକ୍ତିଗତ ଘର ପାଇଁ ବର୍ଷାଜଳ ଅମଳକୁ ବାଧ୍ୟତାମୂଳକ କରାଯାଇ ନାହିଁ। ଆପାର୍ଟମେଣ୍ଟଗୁଡ଼ିକ ପାଇଁ ବର୍ଷା ଜଳ ସଂରକ୍ଷଣ ବାଧ୍ୟତାମୂଳକ ହୋଇଥିବା ବେଳେ ଆଗାମୀ ଦିନରେ ଏହାକୁ ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ କରାଯିବ ବୋଲି ଭୂତଳ ଜଳ ସଂରକ୍ଷଣ ନିର୍ଦ୍ଦେଶାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
ଭୂତଳ ଜଳ ନିର୍ଦ୍ଦେଶାଳୟ ପକ୍ଷରୁ ମିଳିଥିବା ସୂଚନା ମୁତାବକ ରାଜ୍ୟର ୮ଟି ବ୍ଲକରେ ଭୂଗର୍ଭସ୍ଥ ଜଳସ୍ତର ବିପଜ୍ଜନକ ଭାବେ ହ୍ରାସପାଉଛି। ସେହି ବ୍ଲକଗୁଡ଼ିକ ହେଲା ତାଳଚେର, ବାଲିଆପାଳ, କୋରେଇ, ଗରଦପୁର, ବୋଲଗଡ଼, ନୂଆପଡ଼ା, ଭୁବନେଶ୍ୱର ଓ ନୟାଗଡ଼। ଏହିସବୁ ବ୍ଲକରେ ଭୂଗର୍ଭ ଜଳ ୭୦ରୁ ୯୦ ପ୍ରତିଶତ ବ୍ୟବହାର କରାଯାଉଛି। ଏହାଛଡ଼ା ୪୪ଟି ବ୍ଲକରେ ଭୂତଳ ଜଳ ସେମି କ୍ରିଟିକାଲ ସ୍ତରକୁ ଯାଉଥିବା ନେଇ ସତର୍କ କରାଯାଇଛି। ଉକ୍ତ ବ୍ଲକଗୁଡ଼ିକରେ ଯଦି ଭୂଗର୍ଭସ୍ଥ ଜଳ ସଞ୍ଚରଣ ବୃଦ୍ଧି ନ ହୁଏ ତେବେ ଆଗାମୀ ଦିନରେ ପାଣି ଟୋପାଏ ପାଇଁ ଡହଳବିକଳ ହେବାକୁ ପଡ଼ିବ। ଗ୍ରାଉଣ୍ଡ ଓ୍ବାଟର ରିସୋର୍ସ ଆସେସ୍‌ମେଣ୍ଟ(ଜିଡବ୍ଲ୍ୟୁଆର୍‌ଏ) ରିପୋର୍ଟ ଅନୁଯାୟୀ ରାଜ୍ୟରେ ୧୮,୯୭,୧୫୦.୫୩ ହେକ୍ଟର ମିଟର ଜଳ ସଞ୍ଚରଣ ହେଉଥିବା ବେଳେ ୧,୫୩, ୧୭୩.୧୬ ହେକ୍ଟର ମିଟର ଜଳ ତଳକୁ ଖସୁଛି।
ସୂଚନାଯୋଗ୍ୟ, ଭୂଗର୍ଭସ୍ଥ ଜଳ ସ୍ତର ବୃଦ୍ଧି କରିବାକୁ ରାଜ୍ୟ ସରକାର ୨୦୧୫ରେ ଛାତ ଉପର ଭୂତଳ ଜଳ ପ୍ରକଳ୍ପ ଯୋଜନା ଆରମ୍ଭ କରିଥିଲେ। ଜଳ ସଂରକ୍ଷଣ ପାଇଁ ଏହି ଯୋଜନାରେ ପ୍ରୋତ୍ସାହନ ରାଶି ଯୋଗାଇ ଦେବାର ବ୍ୟବସ୍ଥା ରହିଥିଲା। ଏହା ଲୋକମାନଙ୍କ ମଧ୍ୟରେ ଦ୍ରୁତ ଆଦୃତି ଲାଭ କରିଥିଲା। ତେବେ ୨୦୧୯ରେ ଏହି ଯୋଜନା ବନ୍ଦ ହୋଇ ଯାଇଥିଲା। ଜଳ ସମ୍ପଦ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ ୨୦୧୫ରୁ ୨୦୧୯ ମଧ୍ୟରେ ୯,୪୩୮ଟି ବେସରକାରୀ ଏବଂ ୩୫୮ଟି ସରକାରୀ ଗୃହ ଛାତ ଉପରେ ଜଳ ସଂରକ୍ଷଣ ପୁନଃଭରଣ ଯୋଜନା କାର୍ଯ୍ୟକାରୀ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?