୭ ଜିଲାରେ ବର୍ଷାଭାବ, ସ୍ଥିତି ସାଂଘାତିକ

ଭୁବନେଶ୍ୱର,୯।୮(ଅନିଲ ଦାସ): ଗତ ଜୁଲାଇ ୩୦ ତାରିଖ ଲଘୁଚାପ ବର୍ଷାରେ କିଛି ଜିଲାରେ ବର୍ଷା ହୋଇଥିଲେ ମଧ୍ୟ ରାଜ୍ୟର ଅନେକ ଜିଲାର ଚାଷୀ ଏବେ ବର୍ଷାକୁ ଚାତକ ପରି ଚାହିଁ ରହିଛନ୍ତି। ଅଗଷ୍ଟ ଅଧାମାସ ବିତିବାକୁ ବସିଲାଣି, ବିଲରେ ଧାନତଳି ରୁଆ ହୋଇପାରିଲା ନାହିଁ। ବର୍ଷ ସାରା ଖୋରାକ ଯୋଗାଡ଼ ହେବ କି ନାହିଁ ସେହି ଆଶଙ୍କା ଏବେ ଚାଷୀ ମନକୁ ଆନ୍ଦୋଳିତ କରୁଛି। ମହାନଦୀ ଓ ଶାଖାନଦୀରେ ପାଣି ଉଛୁଳୁ ଥିବାବେଳେ ଏହାର ଆଖପାଖ ବିଲ ଶୁଖିଲା ପଡ଼ିଛି।
ଆସନ୍ତା ୨୦ ତାରିଖ ଯାଏ ରାଜ୍ୟକୁ କୌଣସି ବଡ଼ ବର୍ଷାର ସୂଚନା ନ ଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହା ଚାଷୀଙ୍କ ଚିନ୍ତା ବଢ଼ାଇଛି। ଚାଷ କେମିତି ହେବ ସେ ଚିନ୍ତା ଚାଷୀଙ୍କୁ ଘାରିଛି। ପାଣିପାଗ ବିଭାଗ ହିସାବ କହୁଛି, ରାଜ୍ୟରେ ସ୍ବାଭାବିକ ବର୍ଷା ହୋଇଛି। ଜୁନ୍‌ ପହିଲାରୁ ଅଗଷ୍ଟ ୮ ଯାଏ ରାଜ୍ୟରେ ସ୍ବାଭାବିକ ଭାବେ ୬୫୬.୮ ମିଲିମିଟର ବର୍ଷା ହେବାକୁ ଥିବାବେଳେ ୬୪୪.୯ ମିଲିମିଟର ବର୍ଷା ହୋଇଛି। ବାସ୍ତବ କ୍ଷେତ୍ରରେ ରାଜ୍ୟର ଅନେକ ବ୍ଲକ ଏବେ ଭୟଙ୍କର ମରୁଡ଼ି ପରିସ୍ଥିତିର ସମ୍ମୁଖୀନ ହେବାକୁ ଯାଉଛି।
ରାଜ୍ୟର ୭ ଜିଲାର ଚାଷୀ ଏବେ ପାଣି ପାଇଁ ଡହଳବିକଳ ହେଉଛନ୍ତି। ପାଣିପାଗ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ୭ ଜିଲାରେ ଏବେ ବି ନିଅଣ୍ଟିଆ ବର୍ଷା ହୋଇଛି। ନବରଙ୍ଗପୁର ଜିଲାରେ ଜୁନ୍‌ ପହିଲାରୁ ଅଗଷ୍ଟ ୮ ମଧ୍ୟରେ ୪୦ ପ୍ରତିଶତ କମ୍‌ ବର୍ଷା ହୋଇଥିବା ବେଳେ କେନ୍ଦ୍ରାପଡ଼ାରେ ୩୧, ଗଞ୍ଜାମରେ ୩୨, କଳାହାଣ୍ଡିରେ ୨୭, ପୁରୀରେ ୨୪, ଯାଜପୁରରେ ୨୧ ଏବଂ ଖୋର୍ଦ୍ଧା ଜିଲାରେ ସ୍ବାଭାବିକଠାରୁ ୨୧ ପ୍ରତିଶତ କମ୍‌ ବର୍ଷା ହୋଇଛି। ତେବେ ନବରଙ୍ଗପୁର ଜିଲାର ୧୦ ବ୍ଲକ, ଗଞ୍ଜାମର ୨୨ ବ୍ଲକ ଏବଂ କେନ୍ଦ୍ରାପଡ଼ାର ୯ ବ୍ଲକ ଗଭୀର ଭାବେ ପ୍ରଭାବିତ ହୋଇଛି। କେନାଲ ପାଣିରେ କିଛି ବ୍ଲକର ଅଳ୍ପ କେତେକ ଜମିରେ ଚାଷ କାର୍ଯ୍ୟ ହେଉଥିବା ବେଳେ ଅଧିକାଂଶ ବ୍ଲକରେ ମରୁଡ଼ି ସ୍ଥିତି ସୃଷ୍ଟି ହୋଇଛି। କେନ୍ଦ୍ରାପଡ଼ା ଜିଲାର ଗରଦପୁର, ମହାକାଳପଡ଼ା, ମାର୍ଶାଘାଇ ବ୍ଲକ ସର୍ବାଧିକ ପ୍ରଭାବିତ ହୋଇଥିବାବେଳେ ନବରଙ୍ଗପୁର ବ୍ଲକର ପାପଡ଼ାହାଣ୍ଡି, ଚନ୍ଦାହାଣ୍ଡି, ଉମରକୋଟ, ଡାବୁଗଁା, ତେନ୍ତୁଳୁଖୁଣ୍ଟି ଏବଂ ଗଞ୍ଜାମ ଜିଲାର ୭ରୁ ୮ଟି ବ୍ଲକରେ ବର୍ଷାଭାବରୁ ଚାଷ କାର୍ଯ୍ୟ ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି। ଗୋଟିଏ ପଟେ ବର୍ଷା ଦାଉ ସାଜିଥିବା ବେଳେ ଜଳସେଚନ ପାଇଁ କୌଣସି ବ୍ୟବସ୍ଥା ନ ଥିବାରୁ ଅନେକ ବ୍ଲକରେ ଭୟଙ୍କର ମରୁଡ଼ି ପରିସ୍ଥିତି ସୃଷ୍ଟିହୋଇଛି। ରାଜ୍ୟରେ ମୋଟ ୩୦ ପ୍ରତିଶତ ଚାଷ ଜମିକୁ ଜଳସେଚନ କରାଯାଇଥିବା ଜଳସମ୍ପଦ ବିଭାଗ ପକ୍ଷରୁ କୁହାଯାଇଛି।
କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଚାଷୀ ବାବୁଲି ଲେଙ୍କା କହିଛନ୍ତି, ଭଗବାନ ଆମ ଉପରେ ଦାଉ ସାଧିଛନ୍ତି। ଅନ୍ୟ ଜିଲାରେ ବର୍ଷା ହେଉଥିବା ବେଳେ ଆମ ଜିଲାରେ ବର୍ଷା ନାହିଁ। ଚାଷ ପାଇଁ କେନାଲ ପାଣି ମଧ୍ୟ ନାହିଁ। ନଦୀରେ ପାଣି ଚାଲିଯାଉଛି। ଜମିରେ ମୁନ୍ଦାଏ ପାଣି ନାହିଁ। ନଦୀରେ ଯଦି କଲଭର୍ଟ କିମ୍ବା ସାଇଫନ ଭଳି କିଛି ବ୍ୟବସ୍ଥା କରାଯାଇଥାଆନ୍ତା ତେବେ ଜମିରେ ପାଣି ମାଡ଼ି ଚାଷ ହୋଇଥାଆନ୍ତା। ଚଳିତ ବର୍ଷ ଧାନ ହେବ କି ନାହିଁ ତାହା କହିହେବ ନାହିଁ। ସମୟ ଗଡ଼ିଗଲାଣି। ତଳି ନାଲି ପଡ଼ି ଆସିଲାଣି। ଭଗବାନଙ୍କୁ ଭରସା କରିବା ଛଡ଼ା ଅନ୍ୟ କିଛି ଉପାୟ ନାହିଁ।
ଅନ୍ୟପକ୍ଷରେ ଲଗାଣ ବର୍ଷା ଓ ବନ୍ୟା ଯୋଗୁ ରାଜ୍ୟର କେତେକ ଜିଲାରେ ଅନେକ କ୍ଷୟକ୍ଷତି ହୋଇଛି। ସ୍ବତନ୍ତ୍ର ରିଲିଫ୍‌ କମିଶନର (ଏସ୍‌ଆରସି)ଙ୍କ ପ୍ରାଥମିକ ଆକଳନ ଅନୁଯାୟୀ, ରାଜ୍ୟର ୨୪ ଜିଲାର ୨୫୩ ବ୍ଲକର ୧୧୯୭୩ ଗଁା ଓ ୨୬ଟି ପୌରାଞ୍ଚଳର ୧୦୧ଟି ୱାର୍ଡର ୬ ଲକ୍ଷ ୨୪ ହଜାର ୫୬୭ ଜଣ ଲୋକ ପ୍ରଭାବିତ ହୋଇଛନ୍ତି। ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବର୍ଷା ଓ ବନ୍ୟା ଯୋଗୁ ୨୮୯୩ କଚାଘର ଭାଙ୍ଗି ଯାଇଛି। ଜଳବାୟୁ ପରିବର୍ତ୍ତନ ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି ବୋଲି ପରିବେଶବିତ୍‌ ମତ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାଲେପୁରରେ ଆରମ୍ଭରୁ ବର୍ଷିଲେ ରାହୁଲ, କହିଲେ…

ସାଲେପୁର,୨୮ା୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଏକ ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରୁ ଆସି ସାଲେପୁରରେ ପହଞ୍ଚିନ୍ତି। ରାହୁଲ...

ଟ୍ରକ୍‌ ପଛରେ ପିଟିହେଲା ବସ୍‌: ଡ୍ରାଇଭର, ହେଲପର ମୃତ

ସୋନପୁର,୨୮ା୪(ମୃତ୍ୟୁଞ୍ଜୟ ଶତପଥୀ): ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ସୋନପୁର ଥାନା ହରଡ଼ଖୋଲ ନିକଟରେ ଶନିବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। ପ୍ରଧାନ ନାମକ ଯାତ୍ରୀବାହୀ...

କାହାକୁ ଟାର୍ଗେଟ କଲେ ଦୀପାଳି ଦାସ, କହିଲେ ସିଜନାଲ ପକ୍ଷୀ…

ଭୁବନେଶ୍ୱର,୨୮।୪: ଝାରସୁଗୁଡା ନିର୍ବାଚନ ମଣ୍ଡଳୀ ଲାଇକେରା ଠାରେ ବିଜେଡିର ମହିଳା ସମାବେଶ କରିଛନ୍ତି ଦୀପାଳି ଦାସ । ଏଥିରେ ଝାରସୁଗୁଡା ବିଧାୟିକା ପ୍ରାର୍ଥୀ ଦୀପାଳି ବିରୋଧୀଙ୍କୁ...

ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଆଇଏଫ୍ଏ ବଟିକା

ଭୁବନେଶ୍ୱର, ୨୭।୪: ଖରା ଛୁଟିରେ ଛାତ୍ରଛାତ୍ରୀଙ୍କୁ ଆଇରନ୍ ଓ ଫଲିକ୍ ଏସିଡ୍ (ଆଇଏଫ୍ଏ) ବଟିକା ବାଣ୍ଟିବେ ଶିକ୍ଷକ ଶିକ୍ଷୟିତ୍ରୀ। ଆନେମିଆ (ରକ୍ତହୀନତା) ମୁକ୍ତ ଲକ୍ଷ୍ୟ ଅଭିଯାନ...

ଭୁବନେଶ୍ୱରରେ ପହଞ୍ଚିଲେ ରାହୁଲ ଗାନ୍ଧୀ

ଭୁବନେଶ୍ୱର,୨୮ା୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଓଡ଼ିଶାରେ ଆସି ପହଞ୍ଚିଛନ୍ତି। ଏକ ସ୍ବତନ୍ତ୍ର ବିମାନ ଯୋଗେ ରାହୁଲ ଦିଲ୍ଲୀରୁ ଆସି ଆଜି ଭୁବନେଶ୍ୱର ବିମାନବନ୍ଦରରେ...

ପୁରୀ ଷ୍ଟେଶନରେ ବଡ଼ ଅଘଟଣ: ଭୁଶୁଡିଲା ନିର୍ମାଣାଧୀନ କୋଠା, ଶ୍ରମିକ ଫସି ରହିଥିବା ଆଶଙ୍କା

ପୁରୀ,୨୮।୪: ପୁରୀ ରେଲୱେ ଷ୍ଟେସନରେ ଘଟିଯାଇଛି ବଡ଼ ଅଘଟଣ। ନିର୍ମାଣାଧୀନ କୋଠାର ଛାତ ଭୁଶୁଡି ୪ ଜଣ ଶ୍ରମିକ ଆହତ ହୋଇଛନ୍ତି। ଆହତମାନଙ୍କୁ ପୁରୀ ଜିଲା...

ଟ୍ବିନ୍‌ ସିଟିକୁ ରେଡ୍‌ ଆଲର୍ଟ

ଭୁବନେଶ୍ୱର,୨୮ା୪(ଅସମାପିକା ସାହୁ): ତାତିରେ ସିଝୁଛି ସାରା ଓଡ଼ିଶା। ରାଜ୍ୟବାସୀଙ୍କୁ କଲବଲ କରୁଛି ଅସହ୍ୟ ତାତି । ସ୍ଥିତି ଏମିତି ହେଲାଣି ଯେ, ବାହାରକୁ ବି ବାହାରିବା...

ରାସେଶ୍ୱରୀଙ୍କୁ ଭେଟିଲେ ଧର୍ମେନ୍ଦ୍ର, ଟିକେଟ ନ ମିଳିବାରୁ ଅସନ୍ତୁଷ୍ଟ ହୋଇ ବିଜେଡି ଛାଡିଥିଲେ ରାସେଶ୍ୱରୀ

ସମ୍ବଲପୁର,୨୮ା୪: ଓଡ଼ିଶା ରାଜନୀତିରେ ସମ୍ବଲପୁର ଏବେ ସବୁଠୁ ଚର୍ଚ୍ଚାରେ ରହିଛି। ଏହାରି ମଧ୍ୟରେ ରବିବାର ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri