Posted inଫୁରସତ

ଇନ୍ଦ୍ରଧନୁର ଦେଶ

ସାଉଥ୍‌ ଆଫ୍ରିକା, ଯାହାକି ଇନ୍ଦ୍ରଧନୁର ଦେଶ ଭାବେ ବେଶ୍‌ ପରିଚିତ। ନାଁରୁ ହୁଏତ ଭାବୁଥିବେ, ଏଠାରେ ସବୁବେଳେ ଇନ୍ଦ୍ରଧନୁ ପଡୁଥାଇପାରେ। ହେଲେ ଏହି ନାଁ ପଛର କାହାଣୀ କିନ୍ତୁ ଭିନ୍ନ । ବିଭିନ୍ନ ଧର୍ମାବଲମ୍ବୀ, ଭାଷାଭାଷୀ ଓ ସମ୍ପ୍ରଦାୟର ଲୋକ ବହୁ ପୂର୍ବରୁ ଏଠାରେ ବାସ କରୁଥିବାରୁ ଏହାର ନାମକରଣ ଏପରି କରାଯାଇଛି ।
୧୯୯୪ ମସିହାରେ ପ୍ରଥମେ ଆର୍କବିଶପ୍‌ ଡେସମଣ୍ଡ ଟୁଟୁ ସାଉଥ୍‌ ଆଫ୍ରିକାକୁ ଇନ୍ଦ୍ରଧନୁର ଦେଶ ବୋଲି କହିଥିଲେ। ତେବେ ଜାଣନ୍ତୁ ଏହି ଦେଶ ସମ୍ପର୍କରେ ଆଉ କିଛି ରୋଚକ ତଥ୍ୟ..

ଏହା ହେଉଛି ଏଭଳି ଏକ ଦେଶ, ଯେଉଁଠି ୧୧ଟି ଭାଷାକୁ ସରକାରୀ ଭାଷାର ମାନ୍ୟତା ମଳିଛି। ଏଠାର ଅଧିକାଂଶ ଅଧିବାସୀ ଏକାଧିକ ଭାଷା କହିଥାନ୍ତି। ”ଇସିଜୁଲୁ“ ଭାଷାକୁ ସବୁଠୁ ଅଧିକ ବ୍ୟବହାର କରାଯାଉଥିବା ବେଳେ ଦ୍ୱିତୀୟରେ ”ଇସିହୋସା“ ରହିଛି।
ପୃଥିବୀର ଏହା ହେଉଛି ଏକମାତ୍ର ଦେଶ, ଯାହାର ୩ଟି ରାଜଧାନୀ ରହିଛି ଯଥା, କେପ୍‌ ଟାଉନ୍‌, ପ୍ରେଟୋରିଆ ଏମଂ ବ୍ଲୋମ୍‌ଫୋଣ୍ଟେଇନ୍‌। ଏଗୁଡ଼ିକୁ ନ୍ୟାୟପାଳିକା, ବ୍ୟବସ୍ଥାପିକା ଏବଂ କାର୍ଯ୍ୟପାଳିକା ବିଭାଗର ରାଜଧାନୀ ଭାବେ ବିଭକ୍ତ କରାଯାଇଛି। ପ୍ରଥମ ୬ ମାସରେ ହେଉଥିବା ପାର୍ଲାମେଣ୍ଟ ମିଟିଂ କେପ୍‌ ଟାଉନ୍‌ରେ ହେଉଥିବା ବେଳେ ଅନ୍ୟ ୬ ମାସ ପ୍ରେଟୋରିଆରେ ହୋଇଥାଏ।
ଦୁଇଜଣ ନୋବେଲ୍‌ ବିଜେତା ଗୋଟେ ସହରରେ ବାସ କରିବାରେ ମଧ୍ୟ ଏହି ଦେଶ ହେଉଛି ପ୍ରଥମ। ୧୯୮୪ ମସିହାରେ ଆର୍କବିଶପ୍‌ ଡେସମଣ୍ଡ ଟୁଟୁ ଏବଂ ଏହାର ୯ ବର୍ଷ ପରେ ଅର୍ଥାତ୍‌ ୧୯୯୩ରେ ନେଲ୍‌ସନ୍‌ ମଣ୍ଡେଲା ଏହି ସମ୍ମାନନୀୟ ପୁରସ୍କାର ପାଇଥିଲେ।
୧୯୬୭ ମସିହା ଡିସେମ୍ବର ୩ ତାରିଖରେ ପୃଥିବୀର ପ୍ରଥମ ହାର୍ଟ ଟ୍ରାନ୍ସପ୍ଲାଣ୍ଟ କେପ୍‌ ଟାଉନ୍‌ରେ ହୋଇଥିଲା। ଏହି ସହରରେ ଥିବା ଗ୍ରୁଟ୍‌ ସ୍କୁର୍‌ ହସ୍ପିଟାଲ୍‌ରେ ଡ. ଖ୍ରୀଷ୍ଟିୟାନ୍‌ ବର୍‌ନାର୍ଡ ଏହାକୁ ପ୍ରଥମେ କରିଥିଲେ।
ପୃଥିବୀର ସବୁଠୁ ପୁରୁଣା ମାଉଣ୍ଟେନ୍‌ ଭାବେ ଜଣାଶୁଣା ‘ଟେବୁଲ୍‌ ମାଉଣ୍ଟେନ୍‌’ଏଠାରେ ରହିଛି। ପ୍ରାୟ ୨୬୦ ବର୍ଷ ପୁରୁଣା ଏହି ମାଉଣ୍ଟେନ୍‌ରେ ପ୍ରାୟ ୧୦୦୦ରୁ ଅଧିକ ପ୍ରଜାତିର ଗଛ ଥିବା ଜଣାଯାଏ।
ପୃଥିବୀର ସବୁଠାରୁ ଲକ୍‌ଜ୍ୟୁରିୟସ୍‌ ରେଳ ଏଠାରେ ରହିଛି, ଯାହା ନାଁ ହେଉଛି ”ରୋଭସ୍‌ ରେଲ“। ସେଥିପାଇଁ ଏଠାର ଅଧିବାସୀ ଏବଂ ପର୍ଯ୍ୟଟକମାନେ ଏଥିରେ ବସି ବିଭିନ୍ନ ସ୍ଥାନକୁ ଯିବାକୁ ଅଧିକ ପସନ୍ଦ କରନ୍ତି।
ଦ୍ରୁତ ଦୌଡ଼ୁଥିବା ୫ ପଶୁଙ୍କ ମଧ୍ୟରୁ ୩ ପଶୁ ଯଥା ଚିତା ବାଘ, ସିଂହ ଏବଂ ଓ୍ବାଇଲ୍ଡ ବିଷ୍ଟ ଏଠାରେ ବେଶି ଦେଖାଯାଆନ୍ତି। ଏଠାରେ ୮ଟି ଆଶ୍ଚର୍ଯ୍ୟଜନକ ସ୍ଥାନ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?