Posted inଫୁରସତ

ରାଇନାଙ୍କ ରେଷ୍ଟୁରାଣ୍ଟ

ଆମଷ୍ଟରଡାମ୍‌: ପୂର୍ବତନ ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ସୁରେଶ ରାଇନା ନିକଟରେ ତାଙ୍କ ରୁଚିକୁ ପୂରଣ କରିଥିବା କହିଛନ୍ତି। ସେ ନେଦରଲାଣ୍ଡର ରାଜଧାନୀ ଆମଷ୍ଟରଡାମ୍‌ରେ ତାଙ୍କର ଏକ ଭାରତୀୟ ରେଷ୍ଟୁରାଣ୍ଟ ଖୋଲିଛନ୍ତି। ସେ ବର୍ଷ ବର୍ଷ ଧରି ଖାଦ୍ୟ ପ୍ରତି ଥିବା ତାଙ୍କ ଭଲପାଇବା ଦେଖାଇ ଆସିଥିଲେ। ଏବେ ସେ ତାଙ୍କର ଏହି ରୁଚି ଏବଂ ଭାରତର ଅନେକ ସ୍ବାଦକୁ ୟୁରୋପର ହୃଦୟକୁ ଆଣିବା ମିଶନରେ ଥିବା କହିଛନ୍ତି। ତାଙ୍କର ଏହି ମିଶନରେ ସମସ୍ତେ ଯୋଗଦେବା ସହ ସୁସ୍ବାଦୁ ଖାଦ୍ୟ ଖାଇବାକୁ ସେ କହିଛନ୍ତି। ସେ ଯେତେବେଳେ ସ୍ତ୍ରୀ ପ୍ରିୟଙ୍କାଙ୍କ ସହ ଆମଷ୍ଟରଡାମ୍‌ରେ ବ୍ୟାଙ୍କ ଚାକିରି କରୁଥିଲେ, ସେତେବେଳୁ ସେ ଏହି ସହରର ନିୟମିତ ପରିଦର୍ଶକ ଥିଲେ। ନିକଟରେ ରାଇନା ସ୍ତ୍ରୀ ପ୍ରିୟଙ୍କାଙ୍କ ଜନ୍ମଦିନ ପାଳନ କରିବା ଫଟୋ ସୋସିଆଲ ମିଡିଆରେ ଶେୟାର କରିଥିଲେ। ପୂର୍ବତନ ଭାରତୀୟ କ୍ରିକେଟ ଦଳର ସଦସ୍ୟ ତଥା ବର୍ତ୍ତମାନ ଆମ ଆଦ୍‌ମୀ ପାର୍ଟିର ନେତା ହରଭଜନ୍‌ ସିଂ ଆମଷ୍ଟରଡାମ୍‌ରେ ଥିବା ଏହି ନୂଆ ରେଷ୍ଟୁରାଣ୍ଟରେ ରାଇନାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ତେବେ ରାଇନା ୨୦୧୧ କ୍ରିକେଟ ବିଶ୍ୱକପ୍‌ ଏବଂ ୨୦୧୩ ଆଇସିସି ଚାମ୍ପିୟନଶିପ୍‌ ଟ୍ରଫି ଜିତିଥିଲେ। ଆଇସିସି ପୁରୁଷ ଟି-୨୦ରେ ରାଇନା ପ୍ରଥମ ଭାରତୀୟ ଭାବେ ଶତକ ହାସଲ କରିଥିଲେ। ସେ ୧୫ ଅଗଷ୍ଟ ୨୦୨୦ରେ ଅନ୍ତର୍ଜାତୀୟ କ୍ରିକେଟ୍‌ର ସମସ୍ତ ପ୍ଲାଟ୍‌ଫର୍ମରୁ ଅବସର ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?