Posted inଖେଳ

ଅଷ୍ଟ୍ରେଲିଆ ପଥରେ ବର୍ଷା ବାଧା

ଲଣ୍ଡନ, ୩୧।୭: ଓଭାଲ ଗ୍ରାଉଣ୍ଡରେ ଅନୁଷ୍ଠିତ ପଞ୍ଚମ ତଥା ଅନ୍ତିମ ଆଶେଷ କ୍ରିକେଟ ଟେଷ୍ଟରେ ଅଷ୍ଟ୍ରେଲିଆର ବିଜୟ ପଥରେ ବର୍ଷା ବାଧା ସୃଷ୍ଟି କରିଛି। ଇଂଲଣ୍ଡ ପକ୍ଷରୁ ୩୮୪ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବାବେଳେ ଅଷ୍ଟ୍ରେଲିଆ ରବିବାର ୪ର୍ଥ ଦିବସରେ କୌଣସି ଉଇକେଟ ନ ହରାଇ ୧୩୫ ରନ ସଂଗ୍ରହ କରି ନେଇଛି। ବର୍ଷା ହେବାରୁ ଚା’ ବିରତି ପୂର୍ବରୁ ଖେଳ ସମ୍ଭବ ହୋଇନାହିଁ। ଫଳରେ ଅଷ୍ଟ୍ରେଲିଆକୁ ବିଜୟ ପାଇଁ ଆଉ ୨୪୯ ରନ ଆବଶ୍ୟକ ହେଉଛି।
ତୃତୀୟ ଦିବସର ଅସମାପ୍ତ ସ୍କୋର ୩୮୯/୯ରୁ ଖେଳ ଆରମ୍ଭ କରିଥିବା ଇଂଲଣ୍ଡ ଦ୍ୱିତୀୟ ଇନିଂସରେ ଆଉ ୧୧ ରନ ଯୋଗକରି ୩୯୫ରେ ଅଲ୍‌ଆଉଟ ହୋଇ ଯାଇଥିଲା। ଜେମ୍ସ ଆଣ୍ଡରସନଙ୍କୁ ଆଉଟ କରି ଟଡ୍‌ ମର୍ଫି ଇଂଲଣ୍ଡ ଇନିଂସର ପରିସମାପ୍ତି ଘଟାଇଥିଲେ। କ୍ୟାରିୟରର ଶେଷ ଟେଷ୍ଟ ଖେଳୁଥିବା ଷ୍ଟୁଆର୍ଟ ବ୍ରଡ୍‌ ୮ ରନରେ ଅପରାଜିତ ରହିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ ଷ୍ଟାର୍କ ଓ ମର୍ଫି ୪ଟି ଲେଖାଏ ଉଇକେଟ ନେଇଥିଲେ। ଜୋଶ ହାଜେଲଉଡ୍‌ ଓ ପ୍ୟାଟ୍‌ କୁମିନ୍ସଙ୍କୁ ଗୋଟିଏ ଲେଖାଏ ଉଇକେଟ ମିଳିଥିଲା।
ଇଂଲଣ୍ଡ ପକ୍ଷରୁ ଧାର୍ଯ୍ୟ କରାଯାଇଥିବା ଟାର୍ଗେଟକୁ ଚ୍ୟାଲେଞ୍ଜଭାବେ ନେଇଥିଲା ଅଷ୍ଟ୍ରେଲିଆ। ଦୁଇ ଓପନର ଉସମାନ ଖ୍ବାଜା ଓ ଡେଭିଡ ଓ୍ବାର୍ନର ଲଞ୍ଚ୍‌ ବେଳକୁ କୌଣସି ଉଇକେଟ ହରାଇ ଦଳୀୟ ସ୍କୋରକୁ ୭୫ରେ ପହଞ୍ଚାଇଥିଲେ। ଏହାପରେ ୧୪ ଓଭର ଖେଳ ହୋଇଥିବାବେଳେ ବର୍ଷା ଆସିଥିଲା। ଫଳରେ ପଡ଼ିଆକୁ କଭର କରାଯାଇଥିଲା ଏବଂ ଆଗୁଆ ଚା’ ବିରତି ଘୋଷଣା କରାଯାଇଥିଲା। ସେତେବେଳକୁ ଅଷ୍ଟ୍ରେଲିଆ କୌଣସି ଉଇକେଟ ନ ହରାଇ ୧୩୫ ରନ ସଂଗ୍ରହ କରିଥିଲା। ଓ୍ବାର୍ନର ୫୮ ଓ ଖ୍ବାଜା ୬୯ ରନକରି ଅପରାଜିତ ରହିଥିଲେ।
ସଂକ୍ଷିପ୍ତ ସ୍କୋର
ଇଂଲଣ୍ଡ ପ୍ରଥମ ଇନିଂସ: ୨୮୩। ଅଷ୍ଟ୍ରେଲିଆ ପ୍ରଥମ ଇନିଂସ: ୨୯୫। ଇଂଲଣ୍ଡ ଦ୍ୱିତୀୟ ଇନିଂସ: ୩୯୫। ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସ: ୧୩୫/୦ (ଡେଭିଡ ଓ୍ବାର୍ନର-୫୮, ଉସମାନ ଖ୍ବାଜା-୬୯)।

ବ୍ରଡ୍‌ଙ୍କୁ ଗାର୍ଡ ଅଫ୍‌ ଅନର

ତୃତୀୟ ଦିବସ ଖେଳ ଶେଷରେ ଅବସର ଘୋଷଣା କରି ସମସ୍ତଙ୍କୁ ବିସ୍ମିତ କରି ଦେଇଥିଲେ ଇଂଲଣ୍ଡ ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡ୍‌। ଚତୁର୍ଥ ଦିବସରେ ସେ ଯେତେବେଳେ ବ୍ୟାଟିଂ କରିବାକୁ ଆସିଲେ ସମ୍ମାନ ସ୍ବରୂପ ଅଷ୍ଟ୍ରେଲିଆ ଖେଳାଳିମାନେ ତାଙ୍କୁ ଗାର୍ଡ ଅଫ୍‌ ଅନର ଜଣାଇଥିଲେ। ଜେମ୍ସ ଆଣ୍ଡରସନଙ୍କ ସହ ସେ ପଡ଼ିଆକୁ ଓହ୍ଲାଇବାବେଳେ ଷ୍ଟାଡିୟମରେ ଉପସ୍ଥିତ ଦର୍ଶକମାନେ ତାଙ୍କୁ ଉତ୍ସାହିତ କରିଥିଲେ। ବ୍ରଡ୍‌ ନିଜ ପ୍ରଶଂସକଙ୍କୁ ନିରାଶ କରି ନ ଥିଲେ। ସେ ମିଚେଲ ଷ୍ଟାର୍କଙ୍କ ବଲ୍‌କୁ ଏକ ଛକା ମାରିବାପରେ ଆଣ୍ଡରସନ ଆଉଟ ହୋଇ ଯାଇଥିଲେ ଏବଂ ଇଂଲଣ୍ଡ ଦ୍ୱିତୀୟ ଇନିଂସ ଶେଷ ହୋଇ ଯାଇଥିଲା।
୨୦୦୭ ଡିସେମ୍ବର ୯ରୁ ୧୩ ପର୍ଯ୍ୟନ୍ତ କଲମ୍ବୋରେ ଅନୁଷ୍ଠିତ ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ଟେଷ୍ଟ କ୍ୟାରିୟର ଆରମ୍ଭ କରିଥିବା ବ୍ରଡ୍‌ ଏପର୍ଯ୍ୟନ୍ତ ୧୬୬ଟି ମ୍ୟାଚ ଖେଳି ୬୦୦ ଉଇକେଟ ନେଇଛନ୍ତି। ଗୋଟିଏ ଇନିଂସରେ ୮/୧୫ ଏବଂ ଗୋଟିଏ ମ୍ୟାଚରେ ୧୧/୧୨୧ ହେଉଛି ତାଙ୍କର ଶ୍ରେଷ୍ଠ ବୋଲିଂ ଫିଗର। ସେ ୨୦ ଥର ୫ ଉଇକେଟ ସଫଳତା ପାଇଛନ୍ତି। ଏହାଛଡ଼ା ୩ ଥର ଗୋଟିଏ ଟେଷ୍ଟରେ ୧୦ ଉଇକେଟ ନେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଗୋଟିଏ ଶତକ ଓ ୧୩ଟି ଅର୍ଦ୍ଧଶତକ ହାସଲ କରିଥିବା ବ୍ରଡ୍‌ ୩୬୪୭ ରନ କରିଛନ୍ତି ଏବଂ ୫୫ଟି କ୍ୟାଚ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ପ୍ୟାକେଟ୍‌ ଖୋଳ ତିଆରି କରୁଛନ୍ତି ବାପା: ଦେଶ ପାଇଁ ସ୍ବର୍ଣ୍ଣ ଆଣିଲେ ଝିଅ

ନୂଆଦିଲ୍ଲୀ,୨।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ମହିଳା ରିକର୍ଭ ତୀରନ୍ଦାଜୀ ଦଳ ଇତିହାସ ରଚିଛି। ଅଙ୍କିତା ଭକତ, କୀର୍ତ୍ତି ଓ କୁମକୁମ ମୋହୋଦଙ୍କୁ ନେଇ ଗଠିତ ଭାରତୀୟ…

ଝାଟିପଦର ଠାକୁରାଣୀ ମନ୍ଦିରରେ ଶେଷ ପର୍ଯ୍ୟାୟରେ ନବରାତ୍ର ପୂଜା ପ୍ରସ୍ତୁତି

ଗଞ୍ଜାମ,୨ା୧୦(ବିଦ୍ୟାଧର ସାହୁ): ଚଳିତ ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ଶନିବାରଠାରୁ ଆରମ୍ଭ ହୋଇଛି ମା’ ଠାକୁରାଣୀଙ୍କ ପୀଠରେ ଶାରଦୀୟ ନବ ରାତ୍ର ପୂଜା। ଏହି ପୂଜା…

ଫ୍ଲାଇଦୁବାଇ ଘଟଣାରେ ବଡ଼ ଖୁଲାସା; ସାମ୍ନାକୁ ଆସିଲା ସ୍ମିତଙ୍କ ନୂଆ ଭିଡିଓ, ମୋତେ….

ନୂଆଦିଲ୍ଲୀ,୨।୧୦: ଦୁବାଇରୁ ତେଲ୍‌ ଅଭିଭ୍‌ ଯାଉଥିବା ଫ୍ଲାଇଦୁବାଇ ବିମାନରେ ଘଟିଥିବା କକ୍‌ପିଟ୍‌ ଆକ୍ରମଣ ଘଟଣାକୁ ନେଇ ନୂଆ ଭିଡିଓ ସାମ୍ନାକୁ ଆସିଛି । ଭିଡିଓରେ ବିମାନ ଭିତରେ…

କୁକୁର ମୁହଁରୁ କୃଷ୍ଣସାର ମୃଗଛୁଆକୁ ଉଦ୍ଧାର କରି ଘରେ ରଖିଥିଲେ ବ୍ୟକ୍ତି, ବନ ବିଭାଗ କର୍ମଚାରୀ ପହଞ୍ଚି…

ଦିଗପହଣ୍ଡି,୨।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ପଞ୍ଚାୟତ ବଜ୍ରଗୁମାରୁ ଏକ କୃଷ୍ଣସାର ମୃଗ ଛୁଆକୁ ବନ ବିଭାଗ କର୍ମଚାରୀମାନେ ଉଦ୍ଧାର କରିଛନ୍ତି।…

ଇତିହାସ ରଚିଲେ ସୁନା ଝିଅ ଲଭଲିନା: ଏସିଆନ ଗେମ୍ସରେ କଲେ କମାଲ୍‌

ନୂଆଦିଲ୍ଲୀ,୨।୧୦: ଭାରତୀୟ ବକ୍ସିଂ ପାଇଁ ଆସିଛି ବଡ଼ ଖୁସି ଖବର। ୨୦୨୬ ଏସିଆନ ଗେମ୍ସରେ ମହିଳା ୭୫ କିଲୋଗ୍ରାମ ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ଭାରତୀୟ ବକ୍ସର…

ଆସୁଛି ଲଘୁଚାପ; ଏଥର ବର୍ଷାରେ ଭିଜିପାରେ ଦଶହରା, ଏହି ଜିଲାରେ…

ଭୁବନେଶ୍ୱର,୨।୧୦: ଆସୁଛି ଆଉ ଏକ ଲଘୁଚାପ । ଦଶହରା ସମୟରେ ବଡ଼ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆସନ୍ତା ୧୨ ତାରିଖରେ…

ଚୌକା-ଛକା ବର୍ଷା କଲେ ବୈଭବ ସୂର୍ଯ୍ୟବଂଶୀ: ଧୂଆଁଧାର ବ୍ୟାଟିଂ କରୁ କରୁ…

ନୂଆଦିଲ୍ଲୀ,୨।୧୦: ଏସିଆନ ଗେମ୍ସ ୨୦୨୬ର ଦ୍ୱିତୀୟ ସେମିଫାଇନାଲରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ରୋମାଞ୍ଚକର ମୁକାବିଲା ଜାରି ରହିଛି। ମ୍ୟାଚ୍ରେ ଭାରତ ପାଇଁ ପାଳି ଆରମ୍ଭ କରିଥିବା…

ବାଲେଶ୍ବରରେ ଲଗାତାର ଅଗ୍ନିକାଣ୍ଡ, ରାତିଅଧରେ ଜଳିଗଲା ଜଳିଗଲା ବ୍ୟାନର ଦୋକାନ

ବାଲେଶ୍ୱର,୨।୧୦( ବାଞ୍ଛାନିଧି ଦେ): ବାଲେଶ୍ୱର ଚର୍ଚ୍ଚ ଲାଇନ୍‌ ଗଳିରେ ଗୁରୁବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି । ବିଦ୍ୟୁତ୍‌ ସର୍ଟ ସର୍କିଟ୍‌ରୁ ଜଳିଗଲା ଏକ ବ୍ୟାନର୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?