Posted inଖେଳ

‘ନିର୍ଦ୍ଦିଷ୍ଟ ମ୍ୟାଚ କିମ୍ବା ସିରିଜକୁ ନେଇ ଚିନ୍ତିତ ନୋହୁଁ’

ବ୍ରିଜଟାଉନ୍‌, ୩୧।୭: ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଭାରତ ପରାସ୍ତ ହୋଇଛି। ଭାରତ ୪୦.୫ ଓଭରରେ ୧୮୧ ରନ୍‌କରି ଅଲ୍‌ଆଉଟ ହୋଇଥିବାବେଳେ ଓ୍ବେଷ୍ଟଇଣ୍ଡିଜ ୮୦ଟି ବଲ୍‌ ବାକିଥାଇ ୩୬.୪ ଓଭରରେ ୪ ଉଇକେଟ ହରାଇ ୧୮୨ ରନ ସଂଗ୍ରହ କରି ନେଇଥିଲା। ପ୍ରଥମ ଦିନିକିଆ ପରି ଦ୍ୱିତୀୟ ଦିନିକିଆରେ ମଧ୍ୟ ଭାରତ ଅତ୍ୟଧିକ ପରୀକ୍ଷା ନିରୀକ୍ଷା କରିଥିଲା। ଏପରି କି ଅଧିନାୟକ ରୋହିତ ଶର୍ମା ଓ ତାରକା ବ୍ୟାଟର ବିରାଟ କୋହଲିଙ୍କୁ ବାଦ୍‌ ଦେଇ ଟିମ୍‌ ଇଣ୍ଡିଆ ପଡ଼ିଆକୁ ଓହ୍ଲାଇଥିଲା। ଏହାର ଭରପୂର ସୁଯୋଗ ନେଇ ଓ୍ବେଷ୍ଟଇଣ୍ଡିଜ ସିରିଜକୁ ପ୍ରତ୍ୟାବର୍ତ୍ତନ କରିବାରେ ସୁଯୋଗ ପାଇଥିଲା। ମାତ୍ର ରୋହିତ ଏବଂ କୋହଲିଙ୍କୁ ବିଶ୍ରାମ ଦିଆଯିବା ନିଷ୍ପତ୍ତି ଠିକ୍‌ ଥିଲା ବୋଲି କହିଛନ୍ତି କୋଚ୍‌ ରାହୁଲ ଡ୍ରାଭିଡ। କୌଣସି ନିର୍ଦ୍ଦିଷ୍ଟ ମ୍ୟାଚ କିମ୍ବା ସିରିଜକୁ ନେଇ ଆମେ ଚିନ୍ତିତ ନୋହୁଁ, ଦିନିକିଆ ବିଶ୍ୱକପ ପୂର୍ବରୁ ସମସ୍ତ ଖେଳାଳିଙ୍କୁ ନେଇ ପରୀକ୍ଷା ନିରୀକ୍ଷା ଚାଲିବ ବୋଲି ଡ୍ରାଭିଡ ପ୍ରକାଶ କରିଛନ୍ତି।

ଆଗକୁ ଏସିଆ କପ୍‌ ଏବଂ ବିଶ୍ୱକପ୍‌ ଆସୁଥିବାରୁ ଆମେ ସର୍ବଦା ବୃହତ୍ତର ଦୃଷ୍ଟିକୋଣକୁ ନେଇ ଚିନ୍ତା କରୁଛୁ। କେତେକ ଖେଳାଳି ଆହତ ଥିବାରୁ ଏପରି ନିଷ୍ପତ୍ତି ନିଆଯାଉଛି। ଆମେ ଯଦି କୌଣସି ନିର୍ଦ୍ଦିଷ୍ଟ ମ୍ୟାଚ କିମ୍ବା ସିରିଜକୁ ନେଇ ଚିନ୍ତିତ ହେବୁ ତେବେ ଭୁଲ୍‌ ହେବ। ଯୁବ ଖେଳାଳିଙ୍କୁ ସୁଯୋଗ ଦେବାକୁ ହେଲେ କୋହଲି ଓ ରୋହିତଙ୍କୁ ବସାଇବାକୁ ପଡ଼ିବ। ଆମକୁ ଏପରି ରିସ୍କ ନେଇ ଯୁବ ଖେଳାଳିଙ୍କୁ ଅଧିକରୁ ଅଧିକ ସୁଯୋଗ ଦେବାକୁ ହେବ ବୋଲି ଡ୍ରାଭିଡ କହିଛନ୍ତି। ଏସିଆ କପ୍‌ ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୧୭ ଏବଂ ବିଶ୍ୱକପ୍‌ ଅକ୍ଟୋବର-ନଭେମ୍ବରରେ ଅନୁଷ୍ଠିତ ହେବ। ଭାରତୀୟ ଦଳର କେତେଜଣ ଖେଳାଳି ଆହତ ସମସ୍ୟା ଦେଇ ଗତି କରୁଥିବାରୁ ସମ୍ପ୍ରତି ବେଙ୍ଗାଲୁରୁସ୍ଥିତ ଜାତୀୟ କ୍ରିକେଟ ଏକାଡେମୀ (ଏନ୍‌ସିଏ)ରେ ପ୍ରସ୍ତୁତି ଚଳାଇଛନ୍ତି। ଏମାନଙ୍କ ମଧ୍ୟରୁ କେତେଜଣ ଏସିଆ କପ୍‌ ଏବଂ ବିଶ୍ୱକପ୍‌ ବେଳକୁ ଫିଟ୍‌ ହେବା ଆଶା ରହିଛି। ତେବେ ଏହାକୁ ଭରସା କରି ସେ ଚାନ୍ସ ନେବାକୁ ଚାହୁଁନାହାନ୍ତି ବୋଲି ଡ୍ରାଭିଡ କହିଛନ୍ତି। ଏହାକୁ ନେଇ ହେଉଥିତ୍ବା ସମାଲୋଚନାରେ ସେ ତିଳେମାତ୍ର ଚିନ୍ତିତ ନୁହନ୍ତି ବୋଲି ସ୍ପଷ୍ଟ କରିଛନ୍ତି।

୫୦-୬୦ ରନ କମ୍‌ ହେଲା

ଦ୍ୱିତୀୟ ଦିନିକିଆ ଖେଳାଯାଇଥିବା ପିଚ୍‌ ବ୍ୟାଟିଂ ପାଇଁ ସହଜ ନ ଥିଲେ ମଧ୍ୟ ଭାରତ ୫୦-୬୦ ରନ କମ୍‌ ସ୍କୋର କଲା। ଏଠାରେ ୨୩୦-୨୪୦ ରନ କରିପାରିଥିଲେ ଭାରତ ଭଲ ଚ୍ୟାଲେଞ୍ଜ ଦେଇଥାନ୍ତା ବୋଲି ଡ୍ରାଭିଡ କହିଛନ୍ତି। ଶୁବମନ ଗିଲ୍‌ ଓ ଇଶାନ କିଶନ ଭଲ ଆରମ୍ଭ ଦେଇଥିଲେ। କେହି ଜଣେ କ୍ରିଜ୍‌ରେ ତିଷ୍ଠିରହି ଇନିଂସକୁ ଆଗେଇ ନେବାର ଥିଲା। କ୍ରମାଗତ ବ୍ୟବଧାନରେ ଉଇକେଟ ହରାଇବାରୁ ୫୦-୬୦ ରନ କମ୍‌ ସ୍କୋର କଲୁ ବୋଲି ସେ ପ୍ରକାଶ କରିଛନ୍ତି।

ସୂର୍ଯ୍ୟ ଦିନିକିଆ କ୍ରିକେଟରୁ ଶିଖୁଛନ୍ତି

ଦିନିକିଆ କ୍ରିକେଟରେ ନିଜ ପ୍ରଦର୍ଶନରେ ସୂର୍ଯ୍ୟକୁମାର ଯାଦବ ନିଶ୍ଚିତ ନିରାଶ ଅନୁଭବ କରିଥିବେ। ଘରୋଇ କ୍ରିକେଟ ଏବଂ ଟି୨୦ ଫର୍ମାଟରେ ସେ ଯେପରି ପ୍ରତିଷ୍ଠା ଅର୍ଜନ କରିଛନ୍ତି ଦିନିକିଆରେ ତାହାକୁ ରୂପାନ୍ତରିତ କରିପାରି ନାହାନ୍ତି। ସେ ଜଣେ ଉତ୍ତମ ଖେଳାଳି ଏଥିରେ ଦ୍ୱିମତ ନାହିଁ। ସେ ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟରୁ ଶିକ୍ଷାଲାଭ କରୁଛନ୍ତି। ମିଡିଲ ଓଭରଗୁଡ଼ିକରେ କିପରି ବ୍ୟାଟିଂ କରିବାକୁ ହୁଏ ତାହା ଶିଖୁଛନ୍ତି। ସେ ଜଣେ ପ୍ରତିଭା ସମ୍ପନ୍ନ ଖେଳାଳି। ତେଣୁ ତାଙ୍କୁ ଯଥା ସମ୍ଭବ ଅଧିକରୁ ଅଧିକ ସୁଯୋଗ ଦେବାକୁ ଆମେ ଚାହୁଁଛୁ ବୋଲି ଡ୍ରାଭିଡ କହିଛନ୍ତି।

ଗିଲ୍‌, କିଶନଙ୍କୁ ପ୍ରଶଂସା

ଶୁବମନ ଗିଲ୍‌ ଓ ଇଶାନ କିଶନଙ୍କ ପ୍ରଦର୍ଶନରେ ସନ୍ତୁଷ୍ଟ ଅଛନ୍ତି ଡ୍ରାଭିଡ। ଗିଲ୍‌ଙ୍କ ଫର୍ମକୁ ନେଇ ସେ ଚିନ୍ତିତ ନାହାନ୍ତି। ସେ ଭଲ ବ୍ୟାଟିଂ କରୁଛନ୍ତି। ଖେଳରେ ଏପରି ହୋଇଥାଏ। ପ୍ରତି ମ୍ୟାଚକୁ ନେଇ କାହାକୁ ସମାଲୋଚନା କରାଯିବା ଉଚିତ ନୁହେଁ। କ୍ରିକେଟର ତିନୋଟିଯାକ ଫର୍ମାଟ ପାଇଁ ଗିଲ୍‌ ଏବେ ଗୁରୁତ୍ୱପୂର୍ଣ୍ଣ ଅଂଶ ବୋଲି ଡ୍ରାଭିଡ କହିଛନ୍ତି। ସେହିପରି କିଶନଙ୍କ ପ୍ରଦର୍ଶନରେ ମଧ୍ୟ ଡ୍ରାଭିଡ ଖୁସି ପ୍ରକାଶ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଇତିହାସ ରଚିଲେ ସୁନା ଝିଅ ଲଭଲିନା: ମେରିକମ୍‌ଙ୍କୁ ପଛରେ ପକାଇ କଲେ କମାଲ୍‌

ନୂଆଦିଲ୍ଲୀ,୨।୧୦: ଭାରତୀୟ ବକ୍ସିଂ ପାଇଁ ଆସିଛି ବଡ଼ ଖୁସି ଖବର। ୨୦୨୬ ଏସିଆନ ଗେମ୍ସରେ ମହିଳା ୭୫ କିଲୋଗ୍ରାମ ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ଭାରତୀୟ ବକ୍ସର…

ଆସୁଛି ଲଘୁଚାପ; ଏଥର ବର୍ଷାରେ ଭିଜିପାରେ ଦଶହରା, ଏହି ଜିଲାରେ…

ଭୁବନେଶ୍ୱର,୨।୧୦: ଆସୁଛି ଆଉ ଏକ ଲଘୁଚାପ । ଦଶହରା ସମୟରେ ବଡ଼ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆସନ୍ତା ୧୨ ତାରିଖରେ…

ଚୌକା-ଛକା ବର୍ଷା କଲେ ବୈଭବ ସୂର୍ଯ୍ୟବଂଶୀ: ଧୂଆଁଧାର ବ୍ୟାଟିଂ କରୁ କରୁ…

ନୂଆଦିଲ୍ଲୀ,୨।୧୦: ଏସିଆନ ଗେମ୍ସ ୨୦୨୬ର ଦ୍ୱିତୀୟ ସେମିଫାଇନାଲରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ରୋମାଞ୍ଚକର ମୁକାବିଲା ଜାରି ରହିଛି। ମ୍ୟାଚ୍ରେ ଭାରତ ପାଇଁ ପାଳି ଆରମ୍ଭ କରିଥିବା…

ବାଲେଶ୍ବରରେ ଲଗାତାର ଅଗ୍ନିକାଣ୍ଡ, ରାତିଅଧରେ ଜଳିଗଲା ଜଳିଗଲା ବ୍ୟାନର ଦୋକାନ

ବାଲେଶ୍ୱର,୨।୧୦( ବାଞ୍ଛାନିଧି ଦେ): ବାଲେଶ୍ୱର ଚର୍ଚ୍ଚ ଲାଇନ୍‌ ଗଳିରେ ଗୁରୁବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି । ବିଦ୍ୟୁତ୍‌ ସର୍ଟ ସର୍କିଟ୍‌ରୁ ଜଳିଗଲା ଏକ ବ୍ୟାନର୍‌…

ଅକ୍ଟୋବର ୪ରୁ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର, ଲିଟର ପିଛା….

ଭୁବନେଶ୍ୱର,୨।୧: ଅକ୍ଟୋବର ୪ରୁ ରାଜ୍ୟରେ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର । ଓଡ଼ିଶା ଷ୍ଟେଟ୍ କୋ-ଅପରେଟିଭ୍ ମିଲ୍କ ପ୍ରଡ୍ୟୁସର୍ସ ଫେଡେରେସନ୍ (ଓମ୍‌ଫେଡ୍) ପକ୍ଷରୁ ବିଭିନ୍ନ ପ୍ରକାର କ୍ଷୀରର…

କ୍ୟାନସରକୁ ହରାଇ ୧୦ ବର୍ଷ ପରେ ଦଳକୁ ଫେରିଲେ ଏହି କ୍ରିକେଟର୍‌: ଅଚାନକ ମିଳିଲା..

ସିଡନୀ,୨।୧୦: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ପାଇଁ ଅଷ୍ଟ୍ରେଲିଆ କ୍ରିକେଟ ଦଳରେ ବଡ଼ ପରିବର୍ତ୍ତନ ହୋଇଛି। ଟେଷ୍ଟିକୁଲାର କ୍ୟାନସର ଭଳି ଗୁରୁତର ରୋଗକୁ ପରାସ୍ତ କରି…

ଟିଏମ୍‌ସିର ଜବତ ବ୍ୟାଙ୍କ ଆକାଉଣ୍ଟ ମାମଲା, ହସ୍ତକ୍ଷେପ କରିବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨।୧୦: ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମ୍‌ସି ଗୋଷ୍ଠୀର ପ୍ରାୟ ୮୦୪ କୋଟି ଟଙ୍କା ଥିବା ୪ଟି ଜବତ (ଡେବିଟ୍‌-ଫ୍ରିଜ) ବ୍ୟାଙ୍କ ଆକାଉଣ୍ଟକୁ ପରିଚାଳନା କରିବାକୁ ଅନୁମତି ଦେବା…

କାର୍ଯ୍ୟକାରୀ ହେଲା ଜନ୍ମ, ମୃତ୍ୟୁ ସଂଶୋଧନ ଆଇନ

ନୂଆଦିଲ୍ଲୀ,୨।୧୦: ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ (ସଂଶୋଧନ) ଆଇନ, ୨୦୨୬ ଗୁରୁବାରଠାରୁ ଦେଶରେ ଲାଗୁ ହୋଇଛି । ଏଥିରେ ନିର୍ଦ୍ଧାରିତ ସମୟସୀମା ପରେ ଜଣାଯାଇଥିବା ଜନ୍ମ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?