ବର୍ଷା ବିତ୍ପାତ: ଭାଙ୍ଗିଲା ଘର, ଲୋକେ ହନ୍ତସନ୍ତ

ଲେଫ୍ରିପଡ଼ା/କୁତ୍ରା,୧୫।୮(ଡି.ଏନ୍‌.ଏ.): ରାଜ୍ୟରେ ଲଘୁଚାପଜନିତ ବର୍ଷା ଲାଗି ରହିଥିବା ବେଳେ ସୁନ୍ଦରଗଡ଼ ଜିଲା ଲେଫ୍ରିପଡା ଓ କୁତ୍ରା ବ୍ଲକ ଅଞ୍ଚଳରେ ରବିବାର ବର୍ଷା ବିତ୍ପାତ ଦେଖିବାକୁ ମିଳିଛି। ଉଭୟ ବ୍ଲକରେ ଲୋକଙ୍କ ମାଟିଘର ଭାଙ୍ଗିଯାଇଛି। ପୂର୍ବରୁ ଲେଫ୍ରିପଡା ବ୍ଲକରେ ଅଭାବୀ ବର୍ଷା ହେବାରୁ ଚାଷ କାର୍ଯ୍ୟ ବହୁତ ମାତ୍ରାରେ ବାଧାପ୍ରାପ୍ତ ହୋଇଛି। ଦୀର୍ଘ ତିନି ଦିନରୁ ଊର୍ଦ୍ଧ୍ୱ ଅଳ୍ପ ପରିମାଣରେ ବର୍ଷା ଜାରି ହେଉଥିଲେ ମଧ୍ୟ ଶନିବାରଠାରୁ ବର୍ଷା ପରିମାଣ ବଢିଥିଲା। ଶନିବାର ରାତି ସାରା ବର୍ଷା ଲାଗି ରହିଥିବାରୁ ଅଞ୍ଚଳର ପ୍ରାୟ ସମସ୍ତ କୂଅ, ପୋଖରୀ, ସମେତ ଜଳାଶୟରେ ପାଣି ଭର୍ତି ହୋଇଛି। ବର୍ଷା ଯୋଗୁ ବିଲ ବାଡ଼ିରେ ମଧ୍ୟ ପାଣି ଭର୍ତ୍ତି ହୋଇଥିବାବେଳେ ଚଳିତବର୍ଷ ଲେଫ୍ରିପଡା ବ୍ଲକରେ ପ୍ରବାହିତ ହୋଇଥିବା ଇଛା ନଦୀରେ ପ୍ରଥମ କରି ବନ୍ୟା ଜଳ ପ୍ରବାହିତ ହୋଇଛି। କ୍ରମାଗତ ଭାବେ ବର୍ଷା ଲାଗିରହିଥିବାରୁ ବହୁ ସଂଖ୍ୟାରେ କଚାଘର ଭାଙ୍ଗିଯିବାରୁ ପ୍ରଭାବିତ ପରିବାର ବହୁ କଷ୍ଟରେ ରହିଥିବା ଦେଖିବାକୁ ମିଳିଛି। ଏଥିରେ ସର୍ଗିପାଲି ଚକୁଳିର ତ୍ରିଲୋଚନ ସୁନାନୀ, ଶିଶିର ସମର୍ଥ, ସାବିତ୍ରୀ ଅର୍ଗଲ, ଚିନ୍ମୟ ଓରାମଙ୍କର ଘର ଭାଙ୍ଗି ଯାଇଥିବାବେଳେ ଏହି ଭଳି ଭାବେ ବହୁ ସଂଖ୍ୟାରେ ବିଭିନ୍ନ ପଞ୍ଚାୟତର ଗ୍ରାମରେ ଘର ଭାଙ୍ଗି ଥିବା ଜଣାପଡିଛି। ଚଳିତବର୍ଷ ପାଣି ଅଭାବରୁ ଚାଷ କାର୍ଯ୍ୟ ବହୁ ମାତ୍ରାରେ ପ୍ରଭାବିତ ହୋଇଥିବାବେଳେ ବର୍ତ୍ତମାନ ଲଗାଣ ଲଘୁଚାପ ଜନିତ ବର୍ଷାରେ ଘର ଭାଙ୍ଗିବା ଘଟଣା ଜନସାଧାରଣଙ୍କ ପାଇଁ ଆର୍ଥିକ ସ୍ଥିତି ଚିନ୍ତା ବଢ଼ାଇ ଦେଇଛି। ତେଣୁ ଏହି ଦିଗରେ ବର୍ଷା ଯୋଗୁ ପ୍ରଭାବିତ ପରିବାରଙ୍କୁ ଚିହ୍ନଟ କରାଯାଇ ସ୍ଥାନୀୟ ପ୍ରଶାସନ ପଦକ୍ଷେପ ନେବା ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହେଉଛି। ସେହିପରି କୁତ୍ରା ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ ଏଲଗା କଣ୍ଟାଝାର ଗ୍ରାମର ମୁକୁନ୍ଦ ନାଏକଙ୍କ ଘର ଧସି ଯାଇଛି। ତେବେ ଅଳ୍ପକେ ଘର ଲୋକ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି। କାହାରି କୌଣସି କ୍ଷତି ଘଟି ନାହିଁ। ଘର ଭିତରେ ମୁକୁନ୍ଦ ନାଏକ ଏବଂ ତାଙ୍କ ସ୍ତ୍ରୀ ଶୋଇଥିଲେ। ପ୍ରବଳ ବର୍ଷା ହେବାରୁ ଶୋଇଥିବା ଘରର ପଛପଟ କାନ୍ଥ ଧସି ଯାଇଛି। ଏହି ଘଟଣା ନେଇ କୁତ୍ରା ତହସିଲଦାର ରବିନ୍ଦ୍ର କୁମାର ସେଠୀଙ୍କ ପାଖକୁ ଖବର ଆସିବା ପରେ ତାଙ୍କ ଟିମ୍‌ ପଠାଇ ଘର ପରିଦର୍ଶନ କରି ଏହାର କ୍ଷୟକ୍ଷତି ଆକଳନ କରି ଏହାର କ୍ଷତିପୂରଣ ପ୍ରଦାନ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

କୋର୍ଟରେ ହୋଇ ନ ଥିଲେ ହାଜର, ୩ ୱାରେଣ୍ଟିଙ୍କୁ ବାନ୍ଧିଲା ପାଟପୁର ପୋଲିସ 

ଦିଗପହଣ୍ଡି,,୨୧।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ପୋଲିସ ବିଭିନ୍ନ ମାମଲାରେ ଫେରାର ଥିବା ୩ ଜଣ ଜାମିନବିହୀନ ୱାରେଣ୍ଟିଙ୍କୁ ଗିରଫ କରି…

ଜାଗିରି ସମ୍ପତ୍ତିକୁ ନେଇ ବିବାଦ, ଚାରି କୋର୍ଟ ଚାଲାଣ

ବାଲିପାଟଣା ୨୨।୭(ଅଭିମନ୍ୟୁ ନାୟକ): ବାଲିପାଟଣା ଥାନା ଅନ୍ତର୍ଗତ ଗାରେଡିପାଞ୍ଚଣ ଗ୍ରାମରେ ଏକ ଜାଗିରି ଜମି ଦଖଲକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି। ଯେଉଁଥିରେ ଜଣେ…

ଦିଗପହଣ୍ଡିରେ ଖେମୁଣ୍ଡି ଲୋକ ମହୋତ୍ସବ ଉଦଯାପିତ: ଜିଲାପାଳ କହିଲେ- ସହରରେ ନିର୍ମାଣ ହେବ ସଂସ୍କୃତି ଭବନ

ଦିଗପହଣ୍ଡି,୨୧।୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବଜାର ଗାନ୍ଧୀ ଛକଠାରେ ସୋମବାରଠାରୁ ଦୁଇ ଦିନ ଧରି ଚାଲିଥିବା ଖେମୁଣ୍ଡି ଲୋକ କଳା ମହୋତ୍ସବ ମଙ୍ଗଳବାର ରାତିରେ ସଫଳତାର ସହ…

ପୂଜା ସାରି ଫେରୁଥିବା ବେଳେ ମହିଳାଙ୍କୁ ମାଡ଼, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଥାନାରେ ମାମଲା

ଧାମନଗର,୨୧।୭(କାଳନ୍ଦି ବେହେରା): ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ ବରଗଡ଼ା ଗ୍ରାମରେ ପୂଜା ସାରି ଘରକୁ ଫେରୁଥିବା ଜଣେ ମହିଳାଙ୍କୁ ଆକ୍ରମଣ କରାଯିବା ଏବଂ ଚିକିତ୍ସାଧୀନ ଅବସ୍ଥାରେ…

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri