ବଦଳିବ ବାଲେଶ୍ୱର ରେଳଷ୍ଟେଶନ ରୂପ

ଭୁବନେଶ୍ୱର,୧୦।୨(ଅନୁରାଧା ମହାରଣା): ବାଲେଶ୍ୱର ରେଳ ଷ୍ଟେଶନର ନବୀକରଣ କରାଯିବ। ଏଥିପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ ୧୯୭ କୋଟି ଟଙ୍କା ବ୍ୟୟ ମଞ୍ଜୁର କରାଯାଇଥିବାବେଳେ ଆସନ୍ତା ୫୦ବର୍ଷ ପାଇଁ ଏହି ଉନ୍ନତିକରଣ ହେବ। ବାଲେଶ୍ୱରର ପାରମ୍ପରିକ ସ୍ଥାପତ୍ୟ ଆଧାରରେ ଷ୍ଟେଶନର ଡିଜାଇନ ପ୍ରସ୍ତୁତ କରାଯାଇଛି। ସେହିପରି ଷ୍ଟେଶନର ସମ୍ମୁଖ ଭାଗରେ କୋଣାର୍କ ଚକ୍ର ଓ ଶିଖରକୁ ଶ୍ରୀ ମନ୍ଦିର ସଦୃଶ ନିର୍ମାଣ କରାଯିବ। ସଉରା ଜନଜାତିଙ୍କ ପରମ୍ପାରିକ ଚିତ୍ର ଷ୍ଟେଶନର ଅନ୍ୟତମ ଆକର୍ଷଣ ରହିବ। ଦୈନିକ ୫୦ହଜାର ଯାତ୍ରୀଙ୍କ ଯାତାୟାତକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଉଥିବା ଏହି ଷ୍ଟେଶନରେ ଅତ୍ୟାଧୁନିକ ସେବା ମିଳିବ। ସହରର ଉଭୟ ପାର୍ଶ୍ୱରେ ଥିବା ଷ୍ଟେଶନ ବିଲ୍ଢିଂଗୁଡ଼ିକ ୧୮ ମିଟର ଚଉଡା ରୁଫ୍‌ ପ୍ଲାଜା ଦ୍ୱାରା ସଂଯୁକ୍ତ ରହିବ। ସର୍କୁଲାର କ୍ଷେତ୍ରରେ ଉନ୍ନତି ସହ କଭର୍‌ ଶେଡ୍‌ ବ୍ୟବସ୍ଥା କରାଯିବ। ଅପେକ୍ଷାସ୍ଥଳର ମଧ୍ୟ ଉନ୍ନତିକରଣ କରାଯିବା ସହ ଏସି ଲାଉଞ୍ଜ ପ୍ରସ୍ତୁତ କରାଯିବ। ୨୦ଟି ପ୍ରବେଶ ଦ୍ୱାର ସହ ୧୪ଟି ଲିଫ୍ଟ ଏବଂ ୬ଟି ଏସ୍କାଲେଟର ରହିବ। ୩ଟି ‘ଫ୍ରି ଅନ୍‌ ବୋର୍ଡ’ ସମସ୍ତ ପ୍ଲାଟଫର୍ମକୁ ସଂଯୋଗ କରିବ। ସେହିପରି ୭ହଜାର ବର୍ଗମିଟରରୁ ଅଧିକ ସ୍ଥାନରେ ପାର୍କିଂ ବନ୍ଦୋବସ୍ତ କରାଯିବ। ୧୩୩ କିଲୋଓ୍ବାଟର ସୋଲାର ପ୍ୟାନେଲ ଏବଂ ୧୦୦୦ କେଏଲଡି ଜଳ ପୁନଃଚକ୍ରଣ ପ୍ଲାଣ୍ଟ ରହିବ। ଷ୍ଟେଶନରେ ଥିବା ଗୁଡସ୍‌ ଶେଡର ମଧ୍ୟ ମରାମତି ତଥା ଉନ୍ନତିକରଣ କରାଯିବ। ଆସନ୍ତା ୩୦ ମାସରେ ଏହି ପୁନରୁଦ୍ଧାରୁ କାର୍ଯ୍ୟ ଶେଷ କରିବାକୁ ଯୋଜନା ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?