Posted inଜାତୀୟ

ବଜେଟ୍‌ରେ ରେଳ ବିଭାଗକୁ ମିଳିଲା ବଡ଼ ଉପହାର

ନୂଆଦିଲ୍ଲୀ,୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ପାର୍ଲାମେଣ୍ଟରେ ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି। ଏଥର ବଜେଟ୍‌ରେ କ୍ରିପ୍ଟୋକରେନ୍ସି, ୫ଜି, କୃଷିଠାରୁ ପ୍ରତିରକ୍ଷା ପର୍ଯ୍ୟନ୍ତ ଅନେକ ବଡ ଘୋଷଣା କରାଯାଇଛି। ଏହା ବ୍ୟତୀତ ସରକାର ରେଳ ବିଭାଗ ପାଇଁ ଏକ ବାକ୍ସ ମଧ୍ୟ ଖୋଲିଛନ୍ତି। ଏଥି ସହିତ ବଜେଟରେ ରେଳ ମନ୍ତ୍ରଣାଳୟକୁ ୧୪୦୩୬୭.୧୩କୋଟି ଟଙ୍କା ଆବଣ୍ଟନ କରାଯାଇଛି, ଯାହା ଗତ ଆର୍ଥିକ ବର୍ଷର ସଂଶୋଧିତ ଆକଳନ ତୁଳନାରେ ୨୦,୩୧୧ କୋଟି ଟଙ୍କା ଅଧିକ। ଅତିରିକ୍ତ ଭାବେ Dedicated Freight Corridor (DFC) ଭାବେ ୧୫,୭୧୦.୪୪ କୋଟି ଦିଆଯାଇଛି। ଅପରେସନ ଓ ରକ୍ଷାଣବେକ୍ଷଣ ପାଇଁ ଏହାକୁ ଖର୍ଚ୍ଚ କରାଯିବ। ବଜେଟରେ ରେଳ ଲାଇନର ନବୀକରଣ ପାଇଁ ୧୩,୩୩୫.୪୭ କୋଟି, ଗଜ କନଭରସନ ପାଇଁ ୨,୮୫୦ କୋଟି ଓ ଦୋହରୀକରଣ ପାଇଁ ୧୨,୧୦୮ କୋଟି ଟଙ୍କା ଦିଆଯାଇଛି। ନୂଆ ରେଳ ଲାଇନ ପାଇଁ ମଧ୍ୟ ୨୫,୨୪୩ କୋଟି ଟଙ୍କା ଆବଣ୍ଟିତ କରାଯାଇଛି। ଆସନ୍ତା ତିନି ବର୍ଷ ମଧ୍ୟରେ ୪୦୦ ବନ୍ଦେ ଭାରତ ଟ୍ରେନ ଚଳାଚଳ କରିବ। ୨୦୨୨-୨୩ ପାଇଁ ବଜେଟ ଭାଷଣରେ କେନ୍ଦ୍ର ଅର୍ଥମନ୍ତ୍ରୀ କହିଛନ୍ତି। ଏହି ଘୋଷଣାକୁ ସ୍ବାଗତ କରି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି,ଡାକଘର ଏବଂ ରେଳ ବିଭାଗର ଏକୀକରଣ ଦୁର୍ଗମ ଅଞ୍ଚଳରେ ରହୁଥିବା ଲୋକଙ୍କ ପାଇଁ ଉତ୍ତମ ସେବା ପ୍ରଦାନ କରିବ। ରେଳବାଇ କ୍ଷୁଦ୍ର ଚାଷୀ ଏବଂ ଉଦ୍ୟୋଗୀମାନଙ୍କ ପାଇଁ ନୂତନ ଉତ୍ପାଦ ଏବଂ ସେବା ଆରମ୍ଭ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରେନ୍‌ ରିସର୍ଚ୍ଚ ସେଣ୍ଟର ଉଦ୍‌ଘାଟନ କଲେ ମୋଦି

ବେଙ୍ଗାଲୁରୁ,୨୦।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ କର୍ନାଟକ ଗସ୍ତରେ ଯାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତାଙ୍କର ଦୁଇ ଦିନିଆ ଗସ୍ତରେ କର୍ନାଟକର ରାଜଧାନୀ...

ମାତା-ପିତା ଉଭୟଙ୍କର ସ୍ନେହ ସନ୍ତାନ ପାଇଁ ଗୁରୁତ୍ୱପୂର୍ଣ୍ଣ: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୧୨।୧୦: ମାତା-ପିତାଙ୍କ ସ୍ନେହ ସନ୍ତାନଙ୍କ ପାଇଁ ଆବଶ୍ୟକ ଏବଂ ଗୁରୁତ୍ୱପୂର୍ଣ୍ଣ। ଏଥିରେ ମାତା-ପିତାଙ୍କ ଲାଗି ପ୍ରତିବନ୍ଧକ ସୃଷ୍ଟି ହୋଇପାରିବ ନାହିଁ ବୋଲି ଶନିବାର ସୁପ୍ରିମ୍‌କୋର୍ଟ ରାୟ...

ଦେଶରେ ବୃଦ୍ଧି ପାଉଥିବା ମକଦ୍ଦମା ପ୍ରବୃତ୍ତି ରାଜନୈତିକ କ୍ଷେତ୍ରରେ ସହନଶୀଳତାର ଅଭାବକୁ ଦର୍ଶାଉଛି…

ନୂଆଦିଲ୍ଲୀ, ୨୧।୬ : ସମାଜ ତଥା ନୀତିର ଜଟିଳ ସମସ୍ୟାର ସମାଧାନ ପାଇଁ କୋର୍ଟ ଏକ ଶେଷ ସମାଧାନର ପଥ ହୋଇପାରିବ ନାହିଁ ବୋଲି ଦର୍ଶାଇ...

ସେନାକୁ ଦ୍ୱିତୀୟ ଲହର ସମ୍ଭାଳିବା ଦାୟିତ୍ୱ…

ନୂଆଦିଲ୍ଲୀ,୨୦।୪: ଦେଶରେ କରୋନା ସଂକ୍ରମଣ ଥମିବାର ନାଁ ଧରୁନି। କରୋନା ମହାମାରୀ ଅଣାୟତ୍ତ ହେଉଥିବାରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସେନାର ସହାୟତା ଲୋଡ଼ିଛନ୍ତି। ଏନେଇ...

ପିଲାଙ୍କ ଆକାଉଣ୍ଟ ହ୍ୟାକ୍‌ କରିଛି ଭାଜପା

ଲକ୍ଷ୍ନୌ,୨୧।୧୨: କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ପୁଅ ରେହନ(୨୦) ଓ ଝିଅ ମିରାୟା(୧୮)ଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ୍‌ ହୋଇଛି। ଏହା ପଛରେ ଭାଜପାର...

୧୦ ଘଣ୍ଟା ପିପିଇ କିଟ୍‌ ପିନ୍ଧିବା ପରେ ଭାଇରାଲ ହେଉଛି ଡାକ୍ତରଙ୍କ ହାତର ଫଟୋ

ନୂଆଦିଲ୍ଲୀ,୨୩।୬: କରୋନା ସଂକ୍ରମଣ ଭଳି ଏକ ଅଦୃଶ୍ୟ ଯୁଦ୍ଧରେ ଲଢି ଚାଲିଛନ୍ତି ଆଗଧାଡିର କରୋନା ଯୋଦ୍ଧା। ଏହି ଆଗଧାଡି ଯୋଦ୍ଧା ତାଲିକାର ସର୍ବାଗ୍ରେ ରହିଛନ୍ତି ଡାକ୍ତର...

ମୌସୁମୀ ଅଧିବେଶନ ସରିବା ପରେ ଭାଜପା ଚଳାଇବ ଦ୍ୱିତୀୟ ‘କ୍ୱିଟ ଇଣ୍ଡିଆ ମୁଭମେଣ୍ଟ’ ନିଜେ ମୋଦି କଲେ ଘୋଷଣା

ନୂଆଦିଲ୍ଲୀ,୮।୮: ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ ଶେଷ ହେବା ମାତ୍ରେ ଭାଜପା ବିରୋଧୀ ଦଳର ମିଳିତ ମଞ୍ଚ I.N.D.I.A ଉପରେ ଉପଯୁକ୍ତ ପ୍ରତିବାଦ ଆରମ୍ଭ କରିବାକୁ ଯାଉଛି।...

ସ୍ମାର୍ଟ କାର୍ଡ ନ ଥିଲେ ମସ୍‌ଜିଦରେ ପ୍ରବେଶ ମନା

କୋଜିକୋଡେ,୧୪।୬: କରୋନା ମହାମାରୀ ସହ ଲଢିବାକୁ ହେଲେ ଆମକୁ ସାମାଜିକ ଦୂରତା ବଜାୟ ରଖିବା ଜରୁରୀ। ଏହାକୁ ଦୃଷ୍ଟିରେ ରଖି କେରଳ କୋଜିକୋଡେର କୁଟିଚିରାରେ ଏକ...

Advertisement
Archives

Model This Week