ଭଦ୍ରକରେ ରାଜନୈତିକ ହିଂସା: ଯୁବକଙ୍କୁ ମାଡ଼ ମାରି ପୋଖରୀରେ ଫିଙ୍ଗିଲେ; ପ୍ରତିବାଦରେ ରାସ୍ତାରୋକୋ

ଭଦ୍ରକ ଅଫିସ,୧।୨: ଭଦ୍ରକ ଜିଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଯେତେ ପାଖେଇ ଆସୁଛି, ରାଜନୈତିକ ହିଂସା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ ଭଦ୍ରକ ବ୍ଲକ ବ୍ରହ୍ମପୁର ଗ୍ରାମରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ ଶୁଭାଶିଷ ଗିରି।

ଅଭିଯୋଗ ମୁତାବକ, ବ୍ରହ୍ମପୁର ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀଙ୍କ ସହ ପୁଅ ସେନାପତି ଓ ଲିଟୁ ସେନାପତି ମିଶି ବ୍ରହ୍ମପୁର ବିଦ୍ୟାଳୟ ପଡିଆକୁ ଜବରଦଖଲ କରିବା ସହ କ୍ଲବ ଘରକୁ ମଧ୍ୟ ନିଜ ଅକ୍ତିଆରକୁ ନେବାକୁ ଉଦ୍ୟମ କରୁଥିଲେ। ଏହାକୁ ଶୁଭାଶିଷ ବିରୋଧ କରୁଥିଲେ। ସକାଳେ ଉକ୍ତ ମାମଲାକୁ ନେଇ ଉଭୟ ଶୁଭାଶିଷ ଓ ପୁଅଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ପୁଅ ଓ ତାଙ୍କ ସମର୍ଥକମାନେ ଶୁଭାଶିଷଙ୍କୁ ମାଡ଼ ମାରିବା ସହିତ ଟ୍ୟୁବ୍‌ଓ୍ବେଲ ହ୍ୟାଣ୍ଡଲରେ ମାଡମାରି ପୋଖରୀକୁ ଫିଙ୍ଗି ଦେଇଥିଲେ। ଫଳରେ ପୋଖରୀ ଭିତରେ ତାଙ୍କର ମୃତ୍ୟୁ ହୋଇଥିଲା।

ଘଟଣାକୁ ପ୍ରତିବାଦ କରି ମଙ୍ଗଳବାର ଭାଜପା ସମର୍ଥକମାନେ ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ଇଚ୍ଛାପୁର ଛକଠାରେ ମୃତଦେହ ରଖି ରାସ୍ତାରୋକୋ କରିଥିଲେ। ଏହାକୁ ନେଇ ଘଟଣା ସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ପୋଲିସ ପହଞ୍ଚି ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ପଥର ମାଡ଼ କରିଥିବା ମହିଳା ଗିରଫ

ଢେଙ୍କାନାଳ ଅଫିସ, ୨୨ା୧୦: ଢେଙ୍କାନାଳ ଲକ୍ଷ୍ମୀପୂଜା ଭସାଣି ଶୋଭାଯାତ୍ରାରେ ବନମାଳୀପ୍ରସାଦ ଏବଂ କଣ୍ଟାନାଳୀ ବାଇପାସ୍‌ ଛକ ପୂଜା ପ୍ରତିଷ୍ଠାନ ମଧ୍ୟରେ ହୋଇଥିବା ଗଣ୍ଡଗୋଳ ମାମଲାରେ ପୋଲିସ...

ପୂର୍ବତନ ଜିଲାପାଳଙ୍କ ବ୍ୟକ୍ତିଗତ ସହାୟକଙ୍କ ମୃତ୍ୟୁ ଘଟଣା: ତତ୍କାଳୀନ ଜିଲାପାଳଙ୍କ ସମେତ କର୍ମଚରୀଙ୍କ ବିରୋଧରେ ଲାଗିଥିବା ଦଫା ରଦ୍ଦ କଲେ ହାଇକୋର୍ଟ

ମାଲକାନଗିରି,୨୪।୬(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ତତ୍କାଳୀନ ଜିଲାପାଳ ମନିଷ ଅଗ୍ରଓ୍ବାଲଙ୍କ ବ୍ୟକ୍ତିଗତ ସହାୟକ ଦେବନାରାୟଣ ପଣ୍ଡାଙ୍କ ମୃତ୍ୟୁ ଘଟଣାକୁ ନେଇ ତାଙ୍କ ସ୍ତ୍ରୀ ବନଜା ପଣ୍ଡା...

ରାଜ୍ୟରେ ଆଜି ୮,୩୧୩ ସଂକ୍ରମିତ ଚିହ୍ନଟ:ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୩୧।୫(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ସଂକ୍ରମଣ କିଛିଟା କମିବାରେ ଲାଗିଛି। ସୋମବାର ରାଜ୍ୟରେ ୮,୩୧୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୪୬୫୫...

ବିଏମ୍‌ସିର ୨ ନମ୍ବର ୱାର୍ଡରେ ସାମିଲ ହେଲା କଳାରାହାଙ୍ଗ, ନନ୍ଦନବିହାର

ଭୁବନେଶ୍ୱର,୭।୩(ବ୍ୟୁରୋ): କଳାରାହାଙ୍ଗ ଓ ନନ୍ଦନବିହାର ଅଞ୍ଚଳକୁ ଚଳିତ ବର୍ଷ ପ୍ରଥମ ଥର ବିଏମସିର ୨ ନମ୍ବର ୱାର୍ଡରେ ସାମିଲ କରାଯାଇଛି । ଏ ନେଇ ଅଞ୍ଚଳ...

ବ୍ୟାପୁଛି ଜଙ୍ଗଲ ନିଆଁ

ଛେଣ୍ଡିପଦା,୨୧।୪(ସ୍ବ.ପ୍ର.):  ହୁ ହୁ ହୋଇ ଜଳୁଛି ଜଙ୍ଗଲ। ନିଆଁର ଆଁରେ ପୋଡ଼ି ପାଉଁଶ ହୋଇଚାଲିଛି ମୂଲ୍ୟବାନ ବନ୍ୟ ସମ୍ପଦ। ବହୁ ଜୀବଜନ୍ତୁଙ୍କ ଜୀବନହାନି ଆଶଙ୍କା ମଧ୍ୟ କରାଯାଉଛି।...

ଅଜଣା ଦୁର୍ବୃତ୍ତଙ୍କ ଆକ୍ରମଣରେ ଜଣେ ମୃତ, ପୋଲିସର ତଦନ୍ତ ଆରମ୍ଭ

ଦେବଗଡ଼,୨୫।୩ (ଡି.ଏନ. ଏ.): ରିଆମାଳ ଥାନା ଅନ୍ତର୍ଗତ ହରିହରପୁର ଗ୍ରାମରେ ଏକ ହତ୍ୟାକାଣ୍ଡ ଘଟିଥିବା ବେଳେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି l ତେବେ ଘରେ...

ଅନ୍‌ଲାଇନ୍‌ ପାଠପଢ଼ା ରିପୋର୍ଟ ଶିକ୍ଷକ ଦେବେ

ଭୁବନେଶ୍ୱର,୯।୧୦(ବ୍ୟୁରୋ): ଗତ ୬ମାସ ମଧ୍ୟରେ ହାଇସ୍କୁଲ୍‌ ଶିକ୍ଷୟିତ୍ରୀ, ଶିକ୍ଷକମାନେ ଅନ୍‌ଲାଇନରେ କିଭଳି ଓ କେତେ ପାଠ ପଢାଇଛନ୍ତି ତାହାର ରିପୋର୍ଟ ମାଗିଛି ବିଦ୍ୟାଳୟ ଓ ଗଣଶିକ୍ଷା...

ଏନ୍‌ଏଚ୍‌ ୪୯ ଅବରୋଧ

କେନ୍ଦୁଝର,୧୦।୧୦(ସ୍ବ.ପ୍ର.): କେନ୍ଦୁଝର ସଦର ବିଧାୟକ ମୋହନ ମାଝିଙ୍କ ଗାଡ଼ି ଉପରେ ବୋମା ମାଡ଼ ପ୍ରତିବାଦରେ କେନ୍ଦୁଝରରେ ଟାୟାର ଜାଳି ଭାଜପା ପକ୍ଷରୁ ରାସ୍ତାରୋକୋ କରାଯାଇଛି। ଏନ୍‌ଏଚ୍‌...

Advertisement
Archives

Model This Week