ବାୟୁର ଆର୍ଦ୍ରତାରୁ ତିଆରି ହେବ ପାଣି, ପିଇବେ ରେଳଯାତ୍ରୀ: ଷ୍ଟେଶନରେ ଲାଗିବ ମେଘଦୂତ ମେଶିନ

ଚଣ୍ଡିଗଡ଼,୧୩ ।୯: ଚଣ୍ଡିଗଡ଼ ରଲୱେ ଷ୍ଟେଶନରେ ଖୁବଶୀଘ୍ର ଶୁଦ୍ଧ ପିଇବା ପାଣି ମିଳିଯିବ ବୋଲି ଆଶା କରାଯାଉଛି । ଏଥିପାଇଁ କାମ ଇଣ୍ଡିଆନ ରେଲୱେ ଷ୍ଟେଶନ ଡେଭଲପମେଣ୍ଟ କର୍ପୋରେଶନ(ଆଇଆର୍‌ଏସ୍‌ଡିସି) ଆରମ୍ଭ କରି ସାରିଛନ୍ତି । ପବନରୁ ପାଣି ପ୍ରସ୍ତୁତ ପାଇଁ ଲଗାଯିବାକୁ ଥିବା ମେଶିନ ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରାଯିବ । ଏହି ମେଶିନ ତେଲେଙ୍ଗାନାର ସିକନ୍ଦରାବାଦ ରେଲୱେ ଷ୍ଟେଶନ ଭଳି ଚଣ୍ଡିଗଡ଼ ରେଲୱେ ଷ୍ଟେଶନରେ ଲଗାଯିବ ବୋଲି କୁହାଯାଉଛି । ଏହି ମେଶିନ ପବନର ଆର୍ଦ୍ରତାରୁ ପାଣି ତିଆରି କରିବ ବା ସଂଗ୍ରହ କରିବ । ଏହାକୁ ମେଘଦୂତ ଟେକନିକରେ ପ୍ରସ୍ତୁତ କରାଯିବ । ରେଲୱେ ଅଧିକାରୀମାନେ ଦାବି କରିଛନ୍ତି ଯେ ଏହା ପିଇବା ଉପଯୁକ୍ତ ହେବ । ଏହି ପାଣି ଡବ୍ଲୁଏଚ୍‌ଓ ଓ ଜଳଶକ୍ତି ମନ୍ତ୍ରଣାଳୟର ଗୁଣବତ୍ତାର ଅନୁରୂପ ହେବ । ଏହାକୁ ମେକ ଇନ୍ ଇଣ୍ଡିଆ ଦ୍ୱାରା ତିଆରି କରାଯିବ । ଏହି ମେଶିନ ପରିବେଶ ଅନୁକୂଳ ହୋଇଥିବା ବେଳେ ଏହା ସବୁ ପ୍ରକାର ପାଣିପାଗରେ କାମ କରିବ । ଏହା କୌଣସି ପାଣିର ସ୍ରୋତ ଉପରେ ନିର୍ଭର କରି ନ ଥାଏ । ଏହାଦ୍ୱାରା କୌଣସି ୱେଷ୍ଟ ଉତ୍ପନ୍ନ ହୋଇ ନ ଥାଏ । ଏହା ପରିବେଶ ଅନୁକୂଳ । ଦିନକୁ ଦିନ ଭୂତଳ ଜଳସ୍ତର କମି କମି ଯାଉଥିବା ବେଳେ ବର୍ଷାଜଳ ସଂଗ୍ରହ କରିବାକୁ କୁହାଯାଉଛି । ପରିବେଶବିତଙ୍କ କହିବା କଥା ହେଲା ୨୦୩୦ ବେଳକୁ କେବଳ ୬୦ ପ୍ରତିଶତ ପାଣି ବ୍ୟବହାର ଉପଯୋଗୀ ରହିବ । ତେଣୁ ଏବେଠାରୁ ପାଣି ସଂରକ୍ଷଣ ଉପରେ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ବିଶେଷଜ୍ଞମାନେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଗରିବ ହୋଇ ରହିବୁ

ଚଳିତ ସପ୍ତାହରେ ଏକ ବିଦେଶୀ ଗଣମାଧ୍ୟମ ମୋର ସାକ୍ଷାତ୍‌କାର ନେଇଥିଲା। ଏହା ଶେଷ ହେବା ପରେ ସାକ୍ଷାତ୍‌କାର ନେଇଥିବା ଖବରଦାତା କହିଥିଲେ, ଭାରତର ସ୍ଥିତି ଏଭଳି ହୋଇଛି…

ନେପାଳ ଫେରିଲେ ତିବ୍ବତରେ ଫସି ରହିଥିବା ଭାରତୀୟ ତୀର୍ଥଯାତ୍ରୀ

ବେଜିଂ,୨୯ା୮: ବନ୍ୟାରେ ଗିରୋଙ୍ଗ୍‌ ସୀମାନ୍ତ ପୋଷ୍ଟ ଧ୍ୱଂସ ହୋଇଯାଇଥିବା ବେଳେ ତିବ୍ବତରେ ଅଟକି ରହିଥିବା ବହୁସଂଖ୍ୟାରେ ଭାରତୀୟ ତୀର୍ଥଯାତ୍ରୀ ଶନିବାର ବିକଳ୍ପ ସୀମାନ୍ତ ରାସ୍ତା ଦେଇ ନେପାଳ…

ଉଜ୍‌ବେକିସ୍ତାନରେ ପ୍ରଧାନମନ୍ତ୍ରୀ ମୋଦି

ତାଶକେଣ୍ଟ,୨୯ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍‌ବେକିସ୍ତାନ ଏବଂ କିର୍‌ଗିଜସ୍ତାନକୁ ୪ ଦିନିଆ ଗସ୍ତରେ ଯାଇ ଶନିବାର ଉଜ୍‌ବେକିସ୍ତାନରେ ପହଞ୍ଚିଛନ୍ତି। ୨ ଦେଶ ମଧ୍ୟରେ ରଣନୈତିକ ସହଭାଗିତାକୁ ଆହୁରି…

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଖଡ଼ିଆଳରେ ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ

ଖଡ଼ିଆଳ,୨୯ା୮(ସୁଜିତ କୁମାର ପ୍ରଧାନ): ଖଡ଼ିଆଳ ରାଜଦରବାର ହଲଠାରେ ପଣ୍ଡିତ ମଣ୍ଡଳୀ ନବାନ୍ନ ଲଗ୍ନ ଧାର୍ଯ୍ୟ କରିଛନ୍ତି। ପରମ୍ପରାନୁସାରେ ଆସନ୍ତା ୧୫ ତାରିଖ ମଙ୍ଗଳବାର ଘ.୯.୦୫ମି.ରୁ ଘ.୧୦. ୦୦…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

 ଚାଷୀ ପଞ୍ଜୀକରଣକୁ ଆଉ ମାତ୍ର ୨ ଦିନ ବାକି, ସର୍ଭର ଡାଉନ୍‌ ବଢ଼ାଉଛି ଚିନ୍ତା

ନବରଙ୍ଗପୁର, ୨୯।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାରେ ୨୦୨୬-୨୭ ଖରିଫ ଧାନମଣ୍ଡି ନିମନ୍ତେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିଛି। ପଞ୍ଜୀକରଣର ଶେଷ ତାରିଖ ଅଗଷ୍ଟ ୩୧ ଥିବାବେଳେ…

ତାରାତାରିଣୀ ଛକରେ ସାଙ୍ଘାତିକ କାର୍ ଦୁର୍ଘଟଣା: ତହସିଲଦାରଙ୍କ କଲ୍‌କୁ ବି ଖାତିର କଲାନି ଆମ୍ବୁଲାନ୍ସ କଲ୍ ସେଣ୍ଟର; ଛଟପଟ ହେଲେ…

ପୁରୁଷୋତ୍ତମପୁର,୨୯।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ତାରାତାରିଣୀ ଛକ ନିକଟରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri