ପଲିଥିନ୍‌ କାରଖାନାରେ ଚଢ଼ାଉ

ଭୁବନେଶ୍ୱର, ୬।୧(ବ୍ୟୁରୋ): ଭଗବାନପୁର ଅଞ୍ଚଳର ଏକ ପଲିଥିନ୍‌ କାରଖାନାରେ ମଙ୍ଗଳବାର ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ଚଢ଼ାଉ କରିଛି। ଏହି କାରଖାନାରୁ ୨୫ କେଜି ବିଶିଷ୍ଟ ୬୯ଟି ପଲିଥିନ୍‌ କ୍ୟାରିବ୍ୟାଗ୍‌ ବସ୍ତା ଜବତ କରାଯିବା ସହ ମାଲିକଙ୍କୁ ୧୦ ହଜାର ଟଙ୍କା ଜରିମାନା କରାଯାଇଛି। ଡି.ଏନ୍‌. ରେଗାଲିଆ ମଲ୍‌ ପଛପଟେ ଥିବା ଏହି କାରଖାନାକୁ ବିଏମ୍‌ସି ଦକ୍ଷିଣ-ପଶ୍ଚିମ ଜୋନ୍‌ର ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ଅଚାନକ ପରିଦର୍ଶନ କରିବାକୁ ଯିବାବେଳେ ବହୁ ପରିମାଣର ବେଆଇନ୍‌ ପଲିଥିନ୍‌ କ୍ୟାରିବ୍ୟାଗ୍‌ ଦେଖିବାକୁ ପାଇଥିଲେ। ବିଏମ୍‌ସି ଟିମ୍‌ ସହ ପୋଲିସ୍‌ ଫୋର୍ସଙ୍କୁ ଦେଖି କାରଖାନାର କର୍ମଚାରୀମାନେ ବେଆଇନ୍‌ ସାମଗ୍ରୀଗୁଡ଼ିକୁ ବାହାରେ ଫିଙ୍ଗିଦେବାକୁ ଚେଷ୍ଟା କରିଥିଲେ। ତେବେ ଏହି ସମୟରେ ସେଗୁଡ଼ିକୁ ଏନ୍‌ଫୋର୍ସମେଣ୍ଟ ଟିମ୍‌ ଜବତ କରିଥିଲା।
ସୂଚନା ଅନୁଯାୟୀ, ପୂର୍ବବର୍ଷ ବେଆଇନ୍‌ କାର୍ଯ୍ୟ ପାଇଁ ଧରାପଡ଼ିଥିବା ଉକ୍ତ କାରଖାନା କିପରି କଟକଣା ମାନୁଛି ତାହା ପରଖିବାକୁ ମଙ୍ଗଳବାର ଦକ୍ଷିଣ-ପଶ୍ଚିମ ଜୋନ୍‌ର ଏନ୍‌ଫୋର୍ସମେଣ୍ଟ ଟିମ୍‌, ପୋଲିସ୍‌ ଏବଂ ସେଣ୍ଟ୍ରାଲ୍‌ ଏନ୍‌ଫୋର୍ସମେଣ୍ଟ ଟିମ୍‌ ଯାଇଥିଲେ। କାରଖାନାରେ ବିଭିନ୍ନ ଉତ୍ପାଦିତ ଦ୍ରବ୍ୟକୁ ଦେଖିବା ପରେ ୬୯ଟି ୨୫କେଜି ବିଶିଷ୍ଟ ପଲିଥିନ୍‌ କ୍ୟାରିବ୍ୟାଗ୍‌ ବସ୍ତା ଠାବ କରିଥିଲେ। ପରେ ଦକ୍ଷିଣ-ପଶ୍ଚିମ ଜୋନ୍‌ର ଜୋନାଲ୍‌ ଡେପୁଟି କମିଶନର ରବିନାରାୟଣ ଜେଠୀ ଉକ୍ତ କାରଖାନାକୁ ଯାଇ ବେଆଇନ୍‌ ସାମଗ୍ରୀଗୁଡ଼ିକ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ଜଣାଇଥିଲେ। ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ପରିବେଶ ବିଜ୍ଞାନୀ ରେବତୀ ମିଶ୍ରଙ୍କ ସହିତ ଲ୍ୟାବ୍‌ ଆନାଲିଷ୍ଟମାନେ ଆସି ବେଆଇନ୍‌ ପଲିଥିନ୍‌ ସାମଗ୍ରୀଗୁଡ଼ିକୁ ଚିହ୍ନଟ କରିଥିଲେ। ଏହାପରେ ଡେପୁଟି କମିଶନର ଶୁଭେନ୍ଦୁ କୁମାର ସାହୁଙ୍କ ନିର୍ଦ୍ଦେଶକ୍ରମେ ବିଏମ୍‌ସି ଏସ୍‌ବିଏ ସେଲ୍‌ର ଏନ୍‌ଭାୟରନ୍‌ମେଣ୍ଟ ଏକ୍ସପର୍ଟ କୀର୍ତ୍ତିମାନ୍‌ ଷଡ଼ଙ୍ଗୀ ଏବଂ ସୁନିଲ୍‌ କୁମାର ସାମଲ ଉକ୍ତ କାରଖାନାକୁ ଯାଇ ବେଆଇନ୍‌ ସାମଗ୍ରୀ ଗୁଡ଼ିକର ସମୀକ୍ଷା କରିବା ସହିତ ଏସବୁର ବିବରଣୀ ବିଏମ୍‌ସିକୁ ହସ୍ତାନ୍ତର କରିଛନ୍ତି। ଭବିଷ୍ୟତରେ ଏପରି ସାମଗ୍ରୀ ଉତ୍ପାଦନ ନ କରିବାକୁ କାରଖାନା କର୍ତ୍ତୃପକ୍ଷଙ୍କୁ କଡ଼ା ଚେତବନୀ ଦିଆଯାଇଛି। ଭୁବନେଶ୍ୱର ମହାନଗର ନିଗମାଞ୍ଚଳକୁ ପଲିଥିନ୍‌ ଏବଂ ଏକକ ବ୍ୟବହାରଯୁକ୍ତ ପ୍ଲାଷ୍ଟିକ୍‌ଠାରୁ ଦୂରେଇ ରଖି ପରିବେଶବନ୍ଧୁ ସହର କରି ଗଢ଼ି ତୋଲିବାର ପ୍ରୟାସ ଜାରି ରହିଛି ବୋଲି କର୍ତ୍ତୃପକ୍ଷ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡୁଙ୍ଗୁରିପାଲିରେ ଯୁବକଙ୍କୁ ହତ୍ୟା

ଡୁଙ୍ଗୁରିପାଲି, ୧୧ା୭ (ଦୀନବନ୍ଧୁ ସୁନା ): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ସମଲେଇଚୁଆ ପଞ୍ଚାୟତ ଅଇଲାସାରି-ପାଙ୍କେଲ ଯିବା ଧର୍ସା କଞ୍ଚା ରାସ୍ତା ପାଣ୍ଡିରୀ-ଡୁଙ୍ଗୁରୀ ରାସ୍ତାପାର୍ଶ୍ୱ ବୁଦାରେ ଶନିବାର…

ରାଜଧାନୀରେ ବଦଳିଲା ଆନ୍ଦୋଳନର ରୂପ: “ଅଟୋ ଚିହ୍ନ” ଚର୍ଚ୍ଚା ଭିତରେ ସରକାରଙ୍କୁ ଘେରିଲେ ଭାଜପା କର୍ମୀ

ହାଟଡିହୀ, ୧୧।୭ (ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା  ଆନନ୍ଦପୁରରୁ ଆରମ୍ଭ ହୋଇଥିବା “ବୈତରଣୀ ବଞ୍ଚାଅ ଆନ୍ଦୋଳନ” ରାଜଧାନୀ ଭୁବନେଶ୍ୱରରେ ପହଞ୍ଚିବା ବେଳକୁ ଏହାର ରୂପ ରଙ୍ଗ ସମ୍ପୂର୍ଣ୍ଣ…

ଫର୍ଚ୍ୟୁନ୍‌ର ସବୁଠୁ ପ୍ରଭାବଶାଳୀ ମହିଳା ତାଲିକାର ୧ମ ସ୍ଥାନରେ ନୀତା ଅମ୍ବାନୀ

ଫର୍ଚ୍ୟୁନ୍‌ ଇଣ୍ଡିଆ ଦ୍ୱାରା ଶୁକ୍ରବାର ଦିନ ମୁମ୍ବାଇସ୍ଥିତ ଫୋର୍‌ ସିଜନ୍ସ ହୋଟେଲଠାରେ ଏହାର ପ୍ରମୁଖ କାର୍ଯ୍ୟକ୍ରମ ‘ମୋଷ୍ଟ୍‌ ପାଓ୍ବାରଫୁଲ୍‌ ଓ୍ବିମେନ୍‌ (ଏମ୍‌ପିଡବ୍ଲ୍ୟୁ), ୨୦୨୬’ ଅନୁଷ୍ଠିତ ହୋଇଯାଇଛି ।…

ଗୁଣୁପୁର ସରକାରୀ ହାଇସ୍କୁଲ ପାଲଟିଛି ରଣକ୍ଷେତ୍ର: ବେଞ୍ଚ ବିବାଦ-ପ୍ରେମ ସମ୍ପର୍କକୁ ନେଇ ହଷ୍ଟେଲ ଓ ଡେ-ସ୍କଲାର ଛାତ୍ରଙ୍କ ମଧ୍ୟରେ…

ଥୁଆମୂଳ ରାମପୁର, ୧୧।୭ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ଗୁଣୁପୁର ଗ୍ରାମପଞ୍ଚାୟତ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଘଟିଯାଇଛି।…

ଭାଜପା ନେତାଙ୍କୁ ଟିକେଟ ନ ମିଳିବାରୁ ୧୨ ଘଣ୍ଟା ରାଜପଥ ବନ୍ଦ

ଭୋପାଳ,୧୧ା୭: ମଧ୍ୟପ୍ରଦେଶର ଡାଟିଆ ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଭାଜପା ପକ୍ଷରୁ ଶୁକ୍ରବାର ଆଶୁତୋଷ ତିଓ୍ବାରୀଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଥିଲା। ନିର୍ବାଚନ…

ପାଉଣା ମିଳିଲାନି ବୋଲି ବିଦ୍ୟାଳୟ ରାସ୍ତା ଖୋଳି ନେଇଗଲେ ଠିକାଦାର: ପାଠପଢ଼ା ଠପ୍, ଚାପା ଉତ୍ତେଜନା

ଦିଗପହଣ୍ଡି, ୧୧।୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଡ଼ି ଗ୍ରାମ ନୂଆସାହି ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ଅଭାବନୀୟ ଘଟଣା ଦେଖିବାକୁ…

ଇନିଂସ ଅଗ୍ରଣୀ, ଦୃଢସ୍ଥିତିରେ ଭାରତ

ଲଣ୍ଡନ,୧୧ା୭: କ୍ରାନ୍ତି ଗୌଡ଼ (୫/୩୭)ଙ୍କ ଚମତ୍କାର ବୋଲିଂ ଯୋଗୁ ଲଡ୍ସରେ ଚାଲିଥିବା ଏକ ମାତ୍ର ମହିଳା କ୍ରିକେଟ ଟେଷ୍ଟରେ ଇଂଲଣ୍ଡର ପ୍ରଥମ ଇନିଂସ ସ୍କୋରକୁ ୧୭୦ରନରେ ସୀମିତ…

ରୋଗୀ ସାଜି ଆସିଲେ, ଡାକ୍ତରଙ୍କ ହାତ-ଗୋଡ଼ ବାନ୍ଧି କଳାକନା ବୁଲାଇଲେ: ଧର୍ମଗଡ଼ରେ ସଶସ୍ତ୍ର ଡକାୟତି

ଧର୍ମଗଡ଼,୧୧।୭(ଘାସିରାମ ଜଗତ): କଳାହାଣ୍ଡି ଜିଲା ଧର୍ମଗଡ଼ ସହରର କେନ୍ଦ୍ରସ୍ଥଳରେ ଏକ ଦୁଃସାହସିକ ସଶସ୍ତ୍ର ଡକାୟତି ଘଟଣା ସାମ୍ନାକୁ ଆସିଛି। ଧର୍ମଗଡ଼ ଡାକ୍ତରଖାନାର ସ୍ତ୍ରୀ ଓ ପ୍ରସୂତି ବିଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri