ରାହୁଲଙ୍କ ବଡ଼ ଘୋଷଣା, ଜୁଲାଇ ୪ରୁ ଅକାଉଣ୍ଟକୁ ଆସିବ ଟଙ୍କା, ଅଙ୍ଗନବାଡି କର୍ମୀଙ୍କୁ ମିଳିବ…

ବଲାଙ୍ଗୀର,୧୫।୫: ବଲାଙ୍ଗୀରରେ କଂଗ୍ରେସ କରିଛି ତଗଡା ପ୍ରଚାର। କୋଶଳ କଳାମଣ୍ଡଳ ସମାବେଶରେ ଯୋଗ ଦେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ରାହୁଲ ଗାନ୍ଧୀ । ଜନସଭାକୁ ସମ୍ବୋଧିତ କରି ରାହୁଲ କହିଛନ୍ତି, ଏ ଯେଉଁ ଲଢେଇ ଚାଲିଛି ତାହା ୨ ବିଚାରଧାରା ମଧ୍ୟରେ ରହୁଛି । କିନ୍ତୁ ପ୍ରଥମଥର କୌଣସି ରାଜନୈତିକ ଦଳ ଦେଶକୁ କହିଛି ଯେ, ନିର୍ବାଚନ ଜିତିଲେ ଦେଶର ସମ୍ବିଧାନକୁ ପରିବର୍ତ୍ତନ କରିଦେବେ ।

ରାହୁଲ କହିଛନ୍ତି, ଭାଜପା ୨୨ ଜଣଙ୍କୁ କୋଟିପତି କରିଛି କିନ୍ତୁ କଂଗ୍ରେସ କୋଟି କୋଟି ଲୋକଙ୍କୁ ଲକ୍ଷପତି କରିବାକୁ ନିଷ୍ପତ୍ତି ନେଇଛି । ଏନେଇ ନିର୍ବାଚନ ଇସ୍ତାହାରରେ ଉଲ୍ଲେଖ କରିଛୁ । ୪ ଜୁନ ୨୦୨୪ରେ ଇଣ୍ଡିଆ ମେଣ୍ଟର ସରକାର ହେବ । ଏହାର ଠିକ ପରେ ଭାରତର ସବୁ ଗରିବ ଲୋକଙ୍କ ତାଲିକା ପ୍ରସ୍ତୁତ କରାଯିବ । ଯେଉଁଥିରେ ସବୁ ବର୍ଗର ଗରିବ ପରିବାରର ଲୋକ ରହିବେ । ପ୍ରତି ଗରିବ ପରିବାରର ଜଣେ ମହିଳାଙ୍କୁ ମାସିକ ୮୫୦୦ ଟଙ୍କା ବ୍ୟାଙ୍କ ଆକାଉଣ୍ଟକୁ ଆସିବ । ସରକାର ଗଢିବାର ଗୋଟିଏ ମାସ ମଧ୍ୟରେ ଅଥାର୍ତ ୪ ଜୁଲାଇରେ ୮୫୦୦ ଟଙ୍କା ଆସିବ । ବାର୍ଷିକ ୧ ଲକ୍ଷ ଟଙ୍କା ଗରିବ ପରିବାରର ମହିଳାଙ୍କ ଆକାଉଣ୍ଟକୁ ଯିବ । କୋଟି କୋଟି ଗରିବ ପରିବାରର ମହିଳାଙ୍କୁ ଲକ୍ଷପତି କରିବୁ । ଏହାଦ୍ୱାରା ଆମେ ଭାରତର ଆର୍ଥିକ ଇଞ୍ଜିନ ପୁଣିଥରେ ଷ୍ଟାର୍ଟ କରିବୁ ।

ଭାରତର ଚାଷୀଙ୍କର ଋଣ ଛାଡ କରାଯିବ । ଚାଷୀଙ୍କ ପାଇଁ ଏମଏସପି ଗ୍ୟାରେଣ୍ଟି ଆସିବ । ମୋଦୀ ଚାଷୀଙ୍କ ପାଇଁ ୩ କଳା ଆଇନ ଆଣିଥିଲେ । କିନ୍ତୁ କଂଗ୍ରେସ ଚାଷୀଙ୍କୁ ଋଣ ଛାଡ କରିବ, ଗ୍ୟାରେଣ୍ଟି ଏମଏସପି, ଫସଲବୀମା ଟଙ୍କା ଗୋଟିଏ ମାସ ମଧ୍ୟରେ ମିଳିବ । ମନେରଗା ଶ୍ରମିକଙ୍କୁ ୪୦୦ ଟଙ୍କା ଦୈନିକ ମିଳିବ । ଆଶା ଓ ଅଙ୍ଗନବାଡି କର୍ମୀଙ୍କ ପାରିଶ୍ରମିକ ଦୁଇଗୁଣା କରିବ କଂଗ୍ରେସ । ୩୦ ଲକ୍ଷ ସରକାରୀ ଚାକିରି ଖାଲି ପଡିଛି । ଏହାକୁ ପୂରଣ କରିବା ସହ ଯୁବବର୍ଗଙ୍କ ପାଇଁ ପେହେଲି ନୌକରି ପକ୍କି ଯୋଜନା ଆଣିବୁ । ବେରୋଜଗାର ଗ୍ରାଜୁଏଟଙ୍କୁ ଗୋଟିଏ ବର୍ଷର ଚାକିରି ନିଶ୍ଚିତ ମିଳିବ ଏବଂ ଦକ୍ଷତା ବୃଦ୍ଧି ପାଇଁ ଟ୍ରେନିଂ ଦିଆଯିବ । ଏହାସହ ବେରୋଜଗାର ଯୁବକଙ୍କ ଆକାଉଣ୍ଟରେ ବାର୍ଷିକ ଏକ ଲକ୍ଷ ଟଙ୍କା ଦିଆଯିବ ବୋଲି ରାହୁଲ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ହୋମଷ୍ଟେ ଆବେଦନକାରୀଙ୍କୁ ଭୁବନେଶ୍ୱର ଡାକରା: ମିଳିଲା ଅସ୍ଥାୟୀ ପଞ୍ଜୀକରଣ ପ୍ରମାଣପତ୍ର

ଦାରିଙ୍ଗବାଡ଼ି, ୨୯।୯(ଅରୁଣ ସାହୁ): କନ୍ଧମାଳ ଜିଲାର ଦାରିଙ୍ଗବାଡ଼ିକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନକ୍ଷେତ୍ର ଭାବେ ବିକଶିତ କରିବାକୁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ଏହା ଦ୍ୱାରା ଦେଶ ଓ ବିଦେଶରୁ…

ଦେବଗଡ଼ରେ ଭୂମିକମ୍ପ: ଥରିଲା ସହର, ଘରୁ ବାହାରି ଆସିଲେ ଲୋକେ

ଦେବଗଡ଼,୨୯ା୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲାରେ ଭୂମିକମ୍ପ । ରିଆମାଳ ବ୍ଳକ ଚଡେଇମରା ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ସୋମବାର ରାତି ପ୍ରାୟ ୧୦ଟା…

ଇଏ କି ଭକ୍ତ-୨

ଗଣେଶ ପୂଜାରୁ ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି। ଓଡ଼ିଶାର ଖୋର୍ଦ୍ଧା ଜିଲାର ଜଟଣୀରେ ୨୬ ସେପ୍ଟେମ୍ବରରେ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା ଚାଲୁଥିବା ବେଳେ ଏକ ବ୍ୟାଙ୍କ୍‌ର ତାଜା…

ନାଥଙ୍କ ଆଫିଡାଭିଟ ଆଣିଲା ନୂଆମୋଡ଼: ଡିଜିପି ଚୟନ ପ୍ରସଙ୍ଗକୁ ନେଇ…

ଭୁବନେଶ୍ୱର,୨୯ା୯(ସୁନିତ୍‌ ମିଶ୍ର):ଓଡ଼ିଶାର ନୂଆ ଡିଜିପି ଚୟନ ପ୍ରସଙ୍ଗକୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ଏହି ବିଷୟକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ଜାରି ରହିଛି।…

କେନ୍ଦ୍ର-ସିବିଏସ୍‌ଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ୬ଷ୍ଠ ଶ୍ରେଣୀ ପିଲାଙ୍କୁ ୩ ଭାଷା ନୀତିରୁ…

ନୂଆଦିଲ୍ଲୀ,୨୯।୯(ପି.ଟି.): କେନ୍ଦ୍ର ସରକାରଙ୍କ ୩ ଭାଷା ନୀତିରୁ ୭ମ ଶ୍ରେଣୀ ଛାତ୍ରୀଛାତ୍ରଙ୍କୁ ବାଦ୍‌ ଦିଆଯାଇଥିବାବେଳେ ବର୍ତ୍ତମାନର ୬ଷ୍ଠ ଶ୍ରେଣୀ ପିଲାଙ୍କୁ ମଧ୍ୟ ଉକ୍ତ ନୀତିରୁ ବାଦ୍‌ ଦେବା…

ବନ୍ୟା ପାଇଁ ଡଙ୍ଗାରେ ଗଲେ ବର: ବନ୍ୟାଜଳରେ ବୁଡ଼ିରହିଛି ବିଭିନ୍ନ ପଞ୍ଚାୟତ

ଭୋଗରାଇ,୨୯ା୯(ପ୍ରଦୀପ ଦାସ):ସୁବର୍ଣ୍ଣରେଖା ନଦୀରେ ଆସିଛି ଚତୁର୍ଥ ବନ୍ୟା। ବାଲେଶ୍ୱର ଜିଲା ଭୋଗରାଇ ବ୍ଲକର ବିଭିନ୍ନ ପଞ୍ଚାୟତ ବନ୍ୟାଜଳରେ ବୁଡ଼ିରହିଛି। ଘରୁ ଗୋଡ଼ କାଢ଼ିଲେ ଅକାତକାତ ପାଣି। ଯାତାୟାତ…

ଡବ୍ଲ୍ୟୁଏଚ୍‌ଓ-ୟୁନିସେଫ୍‌ ରିପୋର୍ଟରେ ଚାଞ୍ଚଲ୍ୟକର ତଥ୍ୟ, ଭାରତର ୫ କୋଟି ସ୍କୁଲ ପିଲାଙ୍କୁ ମିଳୁନି…

ନୂଆଦିଲ୍ଲୀ,୨୯।୯(ପି.ଟି.): ଭାରତର ବିଦ୍ୟାଳୟଗୁଡ଼ିକରେ ପାଖାପାଖି ଏକ-ପଞ୍ଚମାଂଶ ପିଲାଙ୍କୁ ପରିମଳ ସେବା ଉପଲବ୍ଧ ହେଉନାହିଁ, ଯାହାକି ବିଶ୍ୱରେ ସର୍ବାଧିକ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ଏବଂ ୟୁନିସେଫ୍‌ର ଯୁଗ୍ମ…

ମହାନଦୀ ସହ ସଂଯୋଗ ହେବ ଗଞ୍ଜାମ ଜିଲାର ୨ ନଦୀ: ଚାଲିଛି ଅନୁଧ୍ୟାନ

ଭଞ୍ଜନଗର, ୨୯।୯ (ବାବୁଲା ପ୍ରଧାନ): ଗ୍ରୀଷ୍ମ ଋତୁରେ ଗଞ୍ଜାମ ଜିଲାର ଅନେକ ନଦୀ ଶୁଖିଯିବା ସହ ବର୍ଷା ଋତୁରେ ମଧ୍ୟ କେତେକ ସମୟରେ ଜଳପ୍ରବାହ ହ୍ରାସ ପାଉଥିବାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?