Posted inଖେଳ

ରାହୁଲ-ରୋହିତ ମୁକାବିଲା

ଆବୁଧାବି, ୧।୧୦(ପି.ଟି.)- ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଆଜି ଭାରତୀୟ ଦଳର ଦୁଇ ଓପନର ଲୋକେଶ ରାହୁଲ ଓ ରୋହିତ ଶର୍ମାଙ୍କ ଦଳ ମଧ୍ୟରେ ରୋଚକ ମୁକାବିଲା ଦେଖିବାକୁ ମିଳିବ। ରାହୁଲ କିଙ୍ଗ୍ସ ଇଲେଭେନ ପଞ୍ଜାବ ଦଳର ନେତୃତ୍ୱ ନେଉଥିବାବେଳେ ରୋହିତ ମୁମ୍ବାଇ ଇଣ୍ଡିଆନ୍ସ ଦଳର ଅଧିନାୟକ। ଏହି ଦୁଇ ଦଳ ନିଜ ନିଜର ପୂର୍ବ ମ୍ୟାଚରେ ବିଜୟ ଦ୍ୱାରରେ ଥିଲେ ହେଁ ପରାଜୟ ସ୍ବାଦ ଚାଖିଛନ୍ତି। ପଞ୍ଜାବ ୨୨୩ ରନ କରିଥିଲେ ହେଁ ରାଜସ୍ଥାନ ରୟାଲ୍ସ ଟୁର୍ନାମେଣ୍ଟ ଇତିହାସରେ ରେକର୍ଡ ରନଚେଜ୍‌ କରି ମ୍ୟାଚ ଛଡ଼ାଇ ଆଣିଥିଲା। ସେହିପରି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରେ ବିପକ୍ଷ ମ୍ୟାଚରେ କିରନ ପୋଲାର୍ଡ ଓ ଇଶାନ କିଷନ ଦଳକୁ ବିଜୟ ଦ୍ୱାରରେ ପହଞ୍ଚାଇଥିଲେ ହେଁ ଶେଷରେ ମ୍ୟାଚ ଟାଇ ରହିଥିଲା ଏବଂ ସୁପର ଓଭରରେ ମୁମ୍ବାଇ ପରାଜିତ ହୋଇଥିଲା। ତେଣୁ ଆଗାମୀ ମ୍ୟାଚରେ ମୋମେଣ୍ଟମ ରକ୍ଷା କରିବା ଉପରେ ଉଭୟ ଦଳର ନଜର ରହିବ। ମୁମ୍ବାଇ ଏପର୍ଯ୍ୟନ୍ତ ୩ଟି ମ୍ୟାଚ ଖେଳି ମାତ୍ର ଗୋଟିଏରେ ବିଜୟୀ ହୋଇଛି। ଉଦ୍‌ଘାଟନୀ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗ୍ସ ନିକଟରୁ ହାରିଥିଲେ ହେଁ ଦଳ ସଫଳ ପ୍ରତ୍ୟାବର୍ତ୍ତନ କରି କୋଲକାତା ନାଇଟ ରାଇଡର୍ସକୁ ପରାସ୍ତ କରିଥିଲା। ତେବେ ତୃତୀୟ ମ୍ୟାଚରେ ପୁଣି ଦଳକୁ ପରାଜୟ ମୁହଁ ଦେଖିବାକୁ ମିଳିଥିଲା। ପଞ୍ଜାବ ଦଳର ମଧ୍ୟ ସମାନ ଅବସ୍ଥା। ଦଳ ନିଜର ପ୍ରଥମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ନିକଟରୁ ସୁପର ଓଭରରେ ହାରିଥିଲେ ହେଁ ଦ୍ୱିତୀୟ ମ୍ୟାଚରେ ବାଙ୍ଗାଲୋରକୁ ହରାଇଥିଲା। ମାତ୍ର ଦଳକୁ ଅବିଶ୍ୱସନୀୟ ଭାବେ ତୃତୀୟ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ନିକଟରୁ ହାରିବାକୁ ପଡ଼ିଥିଲା।
କିଙ୍ଗ୍ସ ଇଲେଭେନ ଘଡ଼ିସନ୍ଧି ମୁହୂର୍ତ୍ତରେ ମ୍ୟାଚକୁ ହାତରେ ରଖିବାରେ ସଫଳ ହୋଇନାହିଁ। ହାରିଥିବା ୨ଟି ଯାକ ମ୍ୟାଚରେ ଦଳ ଭଲ ପୋଜିଶନରେ ରହିଥିଲେ ହେଁ ମୋମେଣ୍ଟମ ରକ୍ଷାକରି ପାରି ନ ଥିଲା। ବଡ଼ ସ୍କୋର ହୋଇଥିଲେ ହେଁ ଦଳର ବୋଲରମାନେ ତାହାକୁ ଡିଫେଣ୍ଡ କରିବାରେ ସକ୍ଷମ ହୋଇ ନାହାନ୍ତି। ଗତ ମ୍ୟାଚରେ ଶେଲଡନ କଟ୍ରେଲ ଗୋଟିଏ ଓଭରରେ ୫ଟି ଛକା ଦେବାରୁ ମ୍ୟାଚ ହାତରୁ ଖସିଯାଇଥିଲା। ଏପରିକି ମହମ୍ମଦ ସାମି ମଧ୍ୟ ଦକ୍ଷତା ଅନୁସାରେ ବୋଲିଂ କରିବାରେ ବିଫଳ ହୋଇଛନ୍ତି। କେବଳ ଯୁବ ସ୍ପିନର ରବି ବିଷ୍ଣୋଇଙ୍କୁ ଛାଡ଼ିଦେଲେ ଅନ୍ୟ କେହି ପ୍ରଭାବୀ ହୋଇପାରି ନାହାନ୍ତି। ରାହୁଲ ଓ ମୟଙ୍କ ଅଗ୍ରଓ୍ବାଲ ଚମତ୍କାର ଫର୍ମରେ ଅଛନ୍ତି। ରାଜସ୍ଥାନ ବିପକ୍ଷରେ ଦୁହେଁ ୧୮୩ ରନର ଓପନିଂ ଭାଗୀଦାରି ଗଢ଼ିଥିଲେ। ଅଗ୍ରଓ୍ବାଲ ଆଇପିଏଲରେ ପ୍ରଥମ ଶତକ ହାସଲ କରିଥିଲେ। ତେଣୁ ଏହି ଦୁଇ ଖେଳାଳିଙ୍କ ଉପରେ ପ୍ରତିପକ୍ଷ ଦଳର ନଜର ରହିବ। ଅନ୍ୟପକ୍ଷରେ ମୁମ୍ବାଇ ଦଳରେ ଟପ୍‌ ଅର୍ଡରରେ ରୋହିତ, ସୂର୍ଯ୍ୟକୁମାର ଯାଦବ, ଇଶାନ କିଷନ ଏବଂ ମିଡଲ ଅର୍ଡରରେ କିରନ ପୋଲାର୍ଡ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପରି ହାର୍ଡ ହିଟର ଅଛନ୍ତି। ପେସ୍‌ ତାରକା ଯଶପ୍ରୀତ ବୁମ୍‌ରାଙ୍କ ଅସ୍ଥିର ପ୍ରଦର୍ଶନ ଦଳପାଇଁ ଚିନ୍ତା ସୃଷ୍ଟି କରିଛି। ସେ ଦକ୍ଷତା ଅନୁସାରେ ବୋଲିଂ କରି ନ ପାରି ୩ ମ୍ୟାଚରୁ ମାତ୍ର ୩ଟି ଉଇକେଟ ନେଇଛନ୍ତି। ତେବେ ମୁମ୍ବାଇ ଏଠାରେ ପୂର୍ବରୁ ଗୋଟିଏ ମ୍ୟାଚ ଖେଳିସାରିଥିବାରୁ ମନସ୍ତତ୍ତ୍ୱ ଦୃଷ୍ଟିରେ ଆଗରେ ରହିଛି।
କିଙ୍ଗ୍ସ ଇଲେଭେନ ପଞ୍ଜାବ: ଲୋକେଶ ରାହୁଲ(ଅଧିନାୟକ), କ୍ରିସ୍‌ ଗେଲ୍‌, ମୟଙ୍କ ଅଗ୍ରଓ୍ବାଲ, କରୁଣ ନାୟାର, ଶର୍ଫରାଜ ଖାଁ, ମନଦୀପ ସିଂ, ଶେଲଡନ କଟ୍ରେଲ, ଇଶାନ ପୋରେଲ, ରବି ବିଷ୍ଣୋଇ, ମହମ୍ମଦ ସାମି, ମୁଜିବୁର ରହମନ, ଅର୍ଶଦୀପ ସିଂ, ହର୍ଡୁସ ଭିଲଜନ, ମୁରୁଗାନ ଅଶ୍ୱିନ, ଜଗଦୀଶ ସୁଚିଥ, ହରପ୍ରୀତ ବ୍ରାର, ଦର୍ଶନ ନଲକନ୍ଦେ, ଗ୍ଲେନ ମ୍ୟାକ୍ସଓ୍ବେଲ, ଜେମ୍ସ ନିଶାମ, କ୍ରିସ୍‌ ଜୋର୍ଡାନ, କ୍ରିଷ୍ଣାପ୍ପା ଗୋଥାମ, ଦୀପକ ହୁଦା, ତାଜିନ୍ଦର ସିଂ ଧିଲୋନ, ନିକୋଲାସ ପୁରନ, ସିମରନ ସିଂ।
ମୁମ୍ବାଇ ଇଣ୍ଡିଆନ୍ସ: ରୋହିତ ଶର୍ମା (ଅଧିନାୟକ), ଶେର୍ଫାନେ ରୁଥରଫୋର୍ଡ, ସୂର୍ଯ୍ୟକୁମାର ଯାଦବ, ଅନମୋଲପ୍ରୀତ ସିଂ, କ୍ରିସ୍‌ ଲିନ୍‌, ସୌରଭ ତିଓ୍ବାରୀ, ଧାଓ୍ବଲ କୁଲକର୍ନୀ, ଯଶପ୍ରୀତ ବୁମ୍‌ରା, ମିଚେଲ ମ୍ୟାକକ୍ଲିନଘାନ, ରାହୁଲ ଚହର, ଟ୍ରେଣ୍ଟ ବୋଲ୍ଟ, ମହସିନ ଖାଁ, ଜେମ୍ସ ପ୍ୟାଟିନସନ, ପ୍ରିନ୍ସ ବଲଓ୍ବନ୍ତ ରାୟ ସିଂ, ଦିଗ୍‌ବିଜୟ ଦେଶମୁଖ, ହାର୍ଦ୍ଦିକ ପାଣ୍ଡ୍ୟା, ଜୟନ୍ତ ଯାଦବ, କିରନ ପୋଲାର୍ଡ, କୃନାଲ ପାଣ୍ଡ୍ୟା, ଅନୁକୂଳ ରୟ, ନାଥାନ କୁଲ୍ଟର ନୀଲ, ଇଶାନ କିଷନ, କ୍ୱିଣ୍ଟନ ଡି କକ୍‌, ଆଦିତ୍ୟ ତାରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମା’ ଚାକରାଣୀ, ବାପା ମାଳି; ପୁଅ ସବୁଠୁ ଧନୀ ଫୁଟବଲ ଖେଳାଳି

ଯେତେବେଳେ ବି ଫୁଟବଲ ଖେଳାଳିଙ୍କ କଥା ଆସେ ସର୍ବପ୍ରଥମେ ୩ଟି ନାମ ସାମ୍ନାକୁ ଆସିଥାଏ। ତାହା ହେଲା କ୍ରିଷ୍ଟିଆନୋ ରୋନାଲ୍‌ଡୋ, ମେସି ଏବଂ ନେମାର ଜୁନିୟର।...

୧୩ ବଲ୍‌ରେ ବିସ୍ଫୋରକ ଇନିଂସ ଖେଳିଲେ ଏହି କ୍ରିକେଟର୍‌: ଚର୍ଚ୍ଚାରେ ତାଙ୍କ ଛକା

ନୂଆଦିଲ୍ଲୀ,୧୮।୭: ଆଫଗାନିସ୍ତାନର ଷ୍ଟାର୍‌ ବୋଲର୍‌ ରଶିଦ୍‌ ଖାନ ଭିଟାଲିଟି ଟି-୨୦ ବ୍ଲାଷ୍ଟରେ ନିଜ ବ୍ୟାଟ୍‌ରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ସସେକ୍ସ ପକ୍ଷରୁ ଖେଳୁଥିବା ରଶିଦ୍‌ ହାମ୍ପସାୟର...

ଅନ୍ତିମ ଟି୨୦: ସିରିଜ ବିଜୟ ଲକ୍ଷ୍ୟରେ ଭାରତ

ନାଗପୁର, ୧୦।୧୧(ପି.ଟି.)- ଚଳିତ ସେସନରେ ଭାରତ ଘରୋଇ ପରିବେଶରେ ତା’ର ପ୍ରଥମ ଟି୨୦ ସିରିଜ ବିଜୟ ହାସଲ କରିବା ଲକ୍ଷ୍ୟରେ ରହିଛି। ସ୍ଥାନୀୟ ବିଦର୍ଭ କ୍ରିକେଟ...

ଚେନ୍ନାଇନ ସହ ଡ୍ର’ ରଖିଲା ଓଡ଼ିଶା

ଚେନ୍ନାଇ, ୨୯।୧୧ (ପି.ଟି.)- ଇଣ୍ଡିଆନ ସୁପର୍‌ ଲିଗ୍‌ (ଆଇଏସ୍‌ଏଲ୍‌)ରେ ଗୁରୁବାର ନବାଗତ ଓଡ଼ିଶା ଏଫ୍‌ସି ଓ ଚେନ୍ନାଇନ ଏଫ୍‌ସି ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ ୨-୨ ଗୋଲରେ...

ଚେତନ ଚୌହାନ୍‌ କରୋନା ପଜିଟିଭ

ନୂଆଦିଲ୍ଲୀ,୧୨।୭(ପି.ଟି.): ଭାରତୀୟ ପୂର୍ବତନ ଓପନର ତଥା ଉତ୍ତର ପ୍ରଦେଶ କ୍ୟାବିନେଟ ମନ୍ତ୍ରୀ ଚେତନ ଚୌହାନ କୋଭିଡ୍‌-୧୯ ଟେଷ୍ଟରେ ପଜିଟିଭ ବୋଲି ଜଣାପଡିଛି। ପୂର୍ବତନ ଭାରତୀୟ କ୍ରିକେଟର...

ଏମ୍‌ଆଇ ପାଇଁ ବିଜୟ ଲକ୍ଷ୍ୟ ୧୯୪…

ମୁମ୍ବାଇ, ୧୭।୫ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣର ୬୫ ତମ ମ୍ୟାଚରେ ମଙ୍ଗଳବାର ସନ୍‌ ରାଇଜର୍ସ ହାଇଦ୍ରାବାଦ୍‌ (ଏସ୍‌ଆର୍‌ଏଚ୍‌) ବିପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସ୍‌(ଏମ୍‌ଆଇ) ଟସ...

‘କାହା କ୍ୟାରିୟରକୁ କ୍ଷତି ପହଞ୍ଚାଇବା ମୋ ଉଦ୍ଦେଶ୍ୟ ନୁହେଁ’

ମୁମ୍ବାଇ,୨୨।୨: ଶ୍ରୀଲଙ୍କା ବିପକ୍ଷ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଲାଗି ଘୋଷିତ ଭାରତୀୟ ଦଳରୁ ବାଦ୍‌ ପଡ଼ିବା ପରେ ଉଇକେଟକିପର ରିଦ୍ଧିମାନ ଶାହାଙ୍କୁ ସାକ୍ଷାତ୍‌କାର...

ପୋଲାର୍ଡ ଓ ହାର୍ଦ୍ଦିକଙ୍କଠାରୁ କୌଶଳ ଶିଖିଛନ୍ତି କିଶନ

ଶାରଜା, ୪ା୧୦ (ପି.ଟି.)-କିରନ ପୋଲାର୍ଡ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କଠାରୁ ଅନେକ କୌଶଳ ସେ ହାସଲ କରିପାରିଥିବା କହିଛନ୍ତି ମୁମ୍ବାଇ ଇଣ୍ଡିଆନ୍ସର ଯୁବ ବ୍ୟାଟ୍ସମ୍ୟାନ ଇଶାନ କିଶନ।...

Advertisement
Archives

Model This Week