Posted inଜାତୀୟ

ଦିଲ୍ଲୀ ପୋଲିସକୁ ଜବାବ ଦେଲେ ରାହୁଲ

ନୂଆଦିଲ୍ଲୀ,୧୯।୩: କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀ ‘ମହିଳାଙ୍କୁ ଯୌନ ଉତ୍ପୀଡ଼ନ’ ସମ୍ପର୍କରେ ତାଙ୍କ ଭାଷଣ ସମ୍ପର୍କରେ ଦିଲ୍ଲୀ ପୋଲିସ ନୋଟିସର ଜବାବ ଦେଇଛନ୍ତି। ସେ ଦିଲ୍ଲୀ ପୋଲିସକୁ ଏକ ଲମ୍ବା ଚଉଡା ମେଲ୍‌ ପଠାଇଛନ୍ତି। ଏଥିରେ ରାହୁଲ ଗାନ୍ଧୀ ଭାଷଣର ୪୫ ଦିନ ପରେ ପୋଲିସ ଗ୍ରହଣ କରିଥିବା ପ୍ରକ୍ରିୟା ଉପରେ ପ୍ରଶ୍ନ କରିଛନ୍ତି।
ଦିଲ୍ଲୀ ପୋଲିସର ନୋଟିସର ଜବାବରେ ରାହୁଲ ଗାନ୍ଧୀ କହିଛନ୍ତି ଯେ, ପୋଲିସର ଏହି କାର୍ଯ୍ୟ ଅଦ୍ଭୁତପୂର୍ବ। ଆଦାନୀ ମାମଲା ସମେତ ବିଭିନ୍ନ ପ୍ରସଙ୍ଗରେ ସଂସଦରେ ତଥା ବାହାରେ ତାଙ୍କ ଷ୍ଟାଣ୍ଡ ସହିତ ପୋଲିସର ଏହି କାର୍ଯ୍ୟାନୁଷ୍ଠାନ ବିଷୟରେ କୌଣସି ସମ୍ପର୍କ ନାହିଁ ବୋଲି ମୁଁ ଆଶା କରୁଛି।
ଦିଲ୍ଲୀ ପୋଲିସର ନୋଟିସକୁ ପ୍ରାରମ୍ଭିକ ଜବାବରେ ଅଧିକ ସୂଚନା ଦେବାକୁ ରାହୁଲ ଗାନ୍ଧୀ ୮-୧୦ ଦିନ ମାଗିଥିଲେ। ଦିଲ୍ଲୀ ପୋଲିସ କହିଛି ଯେ, ରାହୁଲ ଗାନ୍ଧୀଙ୍କଠାରୁ ପ୍ରାଥମିକ ଉତ୍ତର ଗ୍ରହଣ କରାଯାଇଛି, କିନ୍ତୁ ତାଙ୍କ ପକ୍ଷରୁ କୌଣସି ସୂଚନା ଶେୟାର କରାଯାଇ ନାହିଁ ଯାହା ତଦନ୍ତକୁ ଆଗକୁ ନେଇପାରିବ।
ଏହାପୂର୍ବରୁ ରବିବାର ଦିଲ୍ଲୀ ପୋଲିସ ଟିମ ରାହୁଲଙ୍କ ବାସଭବନରେ ପହଞ୍ଚିଥିଲା। ଦୀର୍ଘ ଦୁଇ ଘଣ୍ଟା ଅପେକ୍ଷା ପରେ ରାହୁଲଙ୍କୁ ଭେଟି ପଚରାଉଚରା କରିବା ପରେ ପୋଲିସ ନୋଟିସ ଦେଇଥିଲା। ଜମ୍ମୁ କଶ୍ମୀର ଭାରତ ଯୋଡୋ ଯାତ୍ରା ବେଳେ ଅନେକ ମହିଳା ତାଙ୍କୁ ଯୌନ ଉତ୍ପୀଡନର ଶିକାର ହୋଇଥିବା ନେଇ କହିଥିବା ବୟାନ ଦେଇଥିଲେ। ବୟାନ ଆଧାରରେ ଦିଲ୍ଲୀ ପୁଲିସର ଏକ ସ୍ବତନ୍ତ୍ର ଟିମ ସମସ୍ତ ମହିଳାଙ୍କ ତଥ୍ୟ ଦେବା ଲାଗି ପୋଲିସ ରାହୁଲଙ୍କୁ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ନାଗରାଜଙ୍କୁ ମନାଇବାରେ ମେଣ୍ଟ ବିଫଳ

ବେଙ୍ଗାଲୁରୁ/ମୁମ୍ବାଇ,୧୫ା୭(ପି.ଟି.): ବିଦ୍ରୋହୀ କଂଗ୍ରେସ ବିଧାୟକ ଏମ୍‌.ଟି.ବି. ନାଗରାଜଙ୍କୁ ମନାଇବାରେ କର୍ନାଟକର ଶାସକ ମେଣ୍ଟ ନେତାମାନେ ବିଫଳ ହୋଇଛନ୍ତି। ରବିବାର ନାଗରାଜ ମୁମ୍ବାଇ ପଳାଇଯିବା ସହ ଇସ୍ତଫା...

ସଜ୍ଜାଦ ଲୋନ୍‌ ଅଟକମୁକ୍ତ ପରେ ଗୃହବନ୍ଦୀ

ଶ୍ରୀନଗର,୬ା୨: ଜମ୍ମୁ-କଶ୍ମୀରର ଦୁଇ ପ୍ରମୁଖ ରାଜନେତା ସଜ୍ଜାଦ ଲୋନ୍‌ ଓ ଓ୍ବାହିଦ ପାରାଙ୍କୁ ବୁଧବାର ଅଟକମୁକ୍ତ କରାଯିବା ପରେ ତାଙ୍କୁ ପ୍ରଶାସନ ଗୃହବନ୍ଦୀ ରଖିଛି। ଗତବର୍ଷ...

ପୋଲିସ ହେପାଜତରେ ଚନ୍ଦ୍ରାବାବୁ ନାଇଡୁ

ତିରୁପତି,୧।୩: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡୁ ପୋଲିସ ହେପାଜତରେ ରହିଛନ୍ତି। ସେ ସୋମବାର ଚିତ୍ତୋର ଜିଲାରେ ଏକ ନିର୍ବାଚନୀ ସଭାରେ ଯୋଗଦେବାକୁ ଯାଉଥିଲେ। ତାଙ୍କୁ...

କର୍ନାଟକ ଉପ ନିର୍ବାଚନ ପାଇଁ ଜେଡି(ଏସ୍‌)ର ପ୍ରାର୍ଥୀ ଘୋଷଣା

ବେଙ୍ଗାଲୁରୁ,୧୪।୧୧: କର୍ନାଟକର ୧୫ ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ତାରିଖ ପାଖେଇ ଆସୁଛି। ଏହି ଉପନିର୍ବାଚନ ପାଇଁ ଗୁରୁବାର ଜନତା ଦଳ(ସେକ୍ୟୁଲାର) ବା ଜେଡି(ଏସ୍‌)...

ପାକିସ୍ତାନର ପୁଣି ଅସ୍ତ୍ରବିରତି ଉଲ୍ଲଂଘନ, ଜଣେ ଯବାନ ଆହତ

ଶ୍ରୀନଗର,୨୫।୧୦:ଜମ୍ମୁ-କଶ୍ମୀର ସୀମାରେ ପାକିସ୍ତାନ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଶୁକ୍ରବାର ଭୋରରୁ ପୁଞ୍ଛ ଅଞ୍ଚଳରେ ପାକିସ୍ତାନ ପକ୍ଷରୁ ଗୁଳିବର୍ଷନ କରାଯାଇଥିଲା। ଏଥିରେ ଜଣେ ଭାରତୀୟ ଯବାନ...

ଖୁସି ଖବର, ହ୍ରାସ ପାଇବ ତୃତୀୟ ଲହରର ତାଣ୍ଡବ , ଏମ୍ସ୍‌ ପକ୍ଷରୁ ସୂଚନା…

ନୂଆଦିଲ୍ଲୀ,୨୬।୬: ଦେଶରେ କରୋନା ମହାମାରୀ ଭୂତାଣୁ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ତେବେ ଦିଲ୍ଲୀରୁ ଖୁସି ଖବର ମିଳିଛି। କରୋନାର ଦ୍ୱିତୀୟ ଲହର ଦ୍ୱାରା ଦେଶରେ...

ବିରସା ମୁଣ୍ଡା ଜେଲ ପହଞ୍ଚିବା ପରେ ବେହୋସ ହୋଇଗଲେ ଆଇଏଏସ ପୂଜା ସିଂଘଲ

ରାଞ୍ଚି,୧୨ ।୫: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ୧୮ କୋଟି ମନରେଗା ଘୋଟାଲା ମାମଲାରେ ଆଇଏଏସ ପୂଜା ସିଂଘଲଙ୍କୁ ଗିରଫ କରିଛି । ସେ ଗୁରୁବାରଠାରୁ ୫ ଦିନିଆ...

ଅର୍ଶ ସମସ୍ୟା ଦୂରକରେ ବାସି ଭାତ

ଭାତ ବଳିଗଲେ ବା ବାସି ହୋଇଗଲେ ଏହାକୁ ଅନେକ ଲୋକ ଫୋପାଡି ଦେଇଥାଆନ୍ତି। ହେଲେ ଏହା ଶରୀର ପାଇଁ ବେଶ୍‌ ଉପକାରୀ ବୋଲି ଗବେଷକମାନେ ମତ...

Advertisement
Archives

Model This Week