‘ରାହୁଲ ଭୟାଳୁ ଛାତ୍ର’

ନ୍ୟୁୟର୍କ, ୧୪।୧୧: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ଦ୍ୱାରା ଲିଖିତ ପୁସ୍ତକ ‘ଏ ପ୍ରୋମିଜ୍‌ଡ ଲ୍ୟାଣ୍ଡ୍‌’ରେ ବିଶ୍ୱର ବିଭିନ୍ନ ନେତାଙ୍କ ସମ୍ପର୍କରେ ଉଲ୍ଲେଖ କରାଯାଇଛି। ଏଥିରେ ସେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମ୍ପର୍କରେ ଲେଖିଛନ୍ତି, ସେ ଶିକ୍ଷକମାନଙ୍କୁ ପ୍ରଭାବିତ କରିବାକୁ ଆଗ୍ରହୀ ଥିବା ଜଣେ ଭୟାଳୁ ଛାତ୍ର । ତାଙ୍କର କୌଣସି ନିର୍ଦ୍ଦିଷ୍ଟ ଗୁଣ ନାହିଁ। ସେ ଶିକ୍ଷକଙ୍କୁ ପ୍ରଭାବିତ କରିବା ଲାଗି ପାଠ ଘୋଷିଥାନ୍ତି। କିନ୍ତୁ ପାଠକୁ ଅକ୍ତିଆର କରିବା ଯୋଗ୍ୟତା କିମ୍ବା ଆଗ୍ରହ ଅଭାବରୁ ସେ ପରୀକ୍ଷାରେ ଭଲ କରିପାରନ୍ତି ନାହିଁ। ଓବାମାଙ୍କ ଏହି ପୁସ୍ତକକୁ ନେଇ ଜୋର୍‌ଦାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି।
ରାହୁଲଙ୍କ ସମ୍ପର୍କରେ ଓବାମାଙ୍କ ଏଭଳି ମତ ପ୍ରକାଶ ପାଇବା ପରେ ତାଙ୍କୁ ସମାଲୋଚନା କରିବାର ସୁଯୋଗ ଭାଜପାକୁ ମିଳିଯାଇଛି। ଭାରତରେ ରାହୁଲଙ୍କୁ ମିଳୁଥିବା ସମ୍ମାନ ବିଶ୍ୱ ସ୍ତରରେ ପହଞ୍ଚତ୍ପାରିଛି ବୋଲି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ତାଚ୍ଛଲ୍ୟ କରିଛନ୍ତି। ଓବାମାଙ୍କ ଭଳି ବ୍ୟକ୍ତିତ୍ୱ ଯେତେବେଳେ ରାହୁଲଙ୍କ ସମ୍ପର୍କରେ ଏଭଳି ମତ ଦେଉଛନ୍ତି, ତାଙ୍କ ବୁଦ୍ଧିମତ୍ତାକୁ ନେଇ ଆଉ ଆଲୋଚନା କରିବାର କିଛି ନାହିଁ ବୋଲି ସେ କହିଛନ୍ତି।
ଉକ୍ତ ପୁସ୍ତକରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ସମ୍ପର୍କରେ ମଧ୍ୟ ଉଲ୍ଲେଖ ରହିଛି। ସେଥିରେ ଥିବା ଅଳ୍ପ କେତେଜଣ ବ୍ୟକ୍ତିତ୍ୱଙ୍କ ସମ୍ପର୍କରେ ନ୍ୟୁୟର୍କ ଟାଇମ୍ସ ପକ୍ଷରୁ ସମୀକ୍ଷା କରାଯାଇଛି। ଅର୍ଥନୀତିଜ୍ଞ ମନମୋହନଙ୍କୁ ଓବାମା ତାଙ୍କ ପୁସ୍ତକରେ ପ୍ରଶଂସା କରିଛନ୍ତି। ଆମେରିକାର ପୂର୍ବତନ ପ୍ରତିରକ୍ଷା ସଚିବ ବବ୍‌ ଗେଟ୍ସ ଏବଂ ମନମୋହନଙ୍କଠାରେ ଆବେଗହୀନ ସଚ୍ଚୋଟତା ଗୁଣ ରହିଥିବା ସେ ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?