‘ରାହୁଲ ଭୟାଳୁ ଛାତ୍ର’

ନ୍ୟୁୟର୍କ, ୧୪।୧୧: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ଦ୍ୱାରା ଲିଖିତ ପୁସ୍ତକ ‘ଏ ପ୍ରୋମିଜ୍‌ଡ ଲ୍ୟାଣ୍ଡ୍‌’ରେ ବିଶ୍ୱର ବିଭିନ୍ନ ନେତାଙ୍କ ସମ୍ପର୍କରେ ଉଲ୍ଲେଖ କରାଯାଇଛି। ଏଥିରେ ସେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମ୍ପର୍କରେ ଲେଖିଛନ୍ତି, ସେ ଶିକ୍ଷକମାନଙ୍କୁ ପ୍ରଭାବିତ କରିବାକୁ ଆଗ୍ରହୀ ଥିବା ଜଣେ ଭୟାଳୁ ଛାତ୍ର । ତାଙ୍କର କୌଣସି ନିର୍ଦ୍ଦିଷ୍ଟ ଗୁଣ ନାହିଁ। ସେ ଶିକ୍ଷକଙ୍କୁ ପ୍ରଭାବିତ କରିବା ଲାଗି ପାଠ ଘୋଷିଥାନ୍ତି। କିନ୍ତୁ ପାଠକୁ ଅକ୍ତିଆର କରିବା ଯୋଗ୍ୟତା କିମ୍ବା ଆଗ୍ରହ ଅଭାବରୁ ସେ ପରୀକ୍ଷାରେ ଭଲ କରିପାରନ୍ତି ନାହିଁ। ଓବାମାଙ୍କ ଏହି ପୁସ୍ତକକୁ ନେଇ ଜୋର୍‌ଦାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି।
ରାହୁଲଙ୍କ ସମ୍ପର୍କରେ ଓବାମାଙ୍କ ଏଭଳି ମତ ପ୍ରକାଶ ପାଇବା ପରେ ତାଙ୍କୁ ସମାଲୋଚନା କରିବାର ସୁଯୋଗ ଭାଜପାକୁ ମିଳିଯାଇଛି। ଭାରତରେ ରାହୁଲଙ୍କୁ ମିଳୁଥିବା ସମ୍ମାନ ବିଶ୍ୱ ସ୍ତରରେ ପହଞ୍ଚତ୍ପାରିଛି ବୋଲି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ତାଚ୍ଛଲ୍ୟ କରିଛନ୍ତି। ଓବାମାଙ୍କ ଭଳି ବ୍ୟକ୍ତିତ୍ୱ ଯେତେବେଳେ ରାହୁଲଙ୍କ ସମ୍ପର୍କରେ ଏଭଳି ମତ ଦେଉଛନ୍ତି, ତାଙ୍କ ବୁଦ୍ଧିମତ୍ତାକୁ ନେଇ ଆଉ ଆଲୋଚନା କରିବାର କିଛି ନାହିଁ ବୋଲି ସେ କହିଛନ୍ତି।
ଉକ୍ତ ପୁସ୍ତକରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ସମ୍ପର୍କରେ ମଧ୍ୟ ଉଲ୍ଲେଖ ରହିଛି। ସେଥିରେ ଥିବା ଅଳ୍ପ କେତେଜଣ ବ୍ୟକ୍ତିତ୍ୱଙ୍କ ସମ୍ପର୍କରେ ନ୍ୟୁୟର୍କ ଟାଇମ୍ସ ପକ୍ଷରୁ ସମୀକ୍ଷା କରାଯାଇଛି। ଅର୍ଥନୀତିଜ୍ଞ ମନମୋହନଙ୍କୁ ଓବାମା ତାଙ୍କ ପୁସ୍ତକରେ ପ୍ରଶଂସା କରିଛନ୍ତି। ଆମେରିକାର ପୂର୍ବତନ ପ୍ରତିରକ୍ଷା ସଚିବ ବବ୍‌ ଗେଟ୍ସ ଏବଂ ମନମୋହନଙ୍କଠାରେ ଆବେଗହୀନ ସଚ୍ଚୋଟତା ଗୁଣ ରହିଥିବା ସେ ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏକ୍ସ ଆକାଉଣ୍ଟ ପାଇଁ ଦେବାକୁ ପଡିବ ଅର୍ଥ!

ଓ୍ବାଶିଂଟନ,୧୬।୪: ଏଲନ ମସ୍କ ଟୁଇଟର ଟେକ ଓଭର କରିବାପରେ ଏହି ପ୍ଲାଟଫର୍ମରେ ଅନେକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ମସ୍କ ଏହାର ନାମ ବଦଳାଥିଲେ। ବର୍ତ୍ତମାନ...

ଅକ୍ଷୟ ପାତ୍ର ଫାଉଣ୍ଡେଶନର ଦାବି, ୨୦୪୭ ପୂର୍ବରୁ ଭାରତ ହେବ କ୍ଷୁଧା ମୁକ୍ତ

ଓ୍ବାଶିଂଟନ,୧୬।୪: ଅକ୍ଷୟ ପାତ୍ର ଫାଉଣ୍ଡେସନର ସହ-ପ୍ରତିଷ୍ଠାତା ଚଞ୍ଚଲପତି ଦାସ ଦାବି କରିଛନ୍ତି ଯେ ୨୦୪୭ ପୂର୍ବରୁ ଭାରତ ବିଶ୍ୱର ସବୁଠାରୁ ଜନବହୁଳ ଦେଶ ହୋଇଥିଲେ ମଧ୍ୟ...

ଏବେ ହେବ ମହାସଂଗ୍ରାମ! ଇରାନକୁ ମିଳିବ କଡା ଜବାବ…ଆକ୍ସନ ମୋଡରେ ନେତାନ୍ୟାହୁ

ଜେରୁଜେଲମ,୧୬।୪: ଇରାନ ଆକ୍ରମଣ ପରେ ଇସ୍ରାଏଲ ଏହାର ପ୍ରତିଶୋଧ ନେବାକୁ ଚିନ୍ତା କରିଛି। ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କଠାରୁ ଆରମ୍ଭ କରି ଇସ୍ରାଏଲ ସେନା ପର୍ଯ୍ୟନ୍ତ ଇରାନର...

ଆଫଗାନିସ୍ତାନରେ ବନ୍ୟା, ୩୩ ମୃତ

କାବୁଲ, ୧୬।୪: ଆଫଗାନିସ୍ତାନରେ ଗତ ୩ ଦିନ ଧରି ଲଗାଣ ବର୍ଷା ଯୋଗୁ ବନ୍ୟା ବିଭୀଷିକା ଘଟି ୩୩ ଜଣଙ୍କର ମୃତ୍ୟୁ ଘଟିଛି। ଏହି ବନ୍ୟାରେ ୨୭...

ଇରାନ୍‌ର ୮୦ ୟୁଏଭିକୁ ଧ୍ୱଂସ କରିଛି ଆମେରିକା

ଓ୍ବାଶିଂଟନ,୧୬ା୪ (ପି.ଟି.): ଇସ୍ର୍ରାଏଲ ଉପରେ ଆକ୍ରମଣ ବେଳେ ଇରାନ ଛାଡ଼ିଥିବା ୮୦ରୁ ଊର୍ଦ୍ଧ୍ୱ ୟୁଏଭି ଏବଂ ଅନୂ୍ୟନ ୬ଟି ବାଲିଷ୍ଟିକ୍‌ ମିଶାଇଲ୍‌କୁ ଆମେରିକା ଧ୍ୱଂସ କରିଦେଇଥିବା ପେଣ୍ଟାଗନ...

ପଦ ଛାଡିବେ ସିଙ୍ଗାପୁର ପ୍ରଧାନମନ୍ତ୍ରୀ

ସିଙ୍ଗାପୁର,୧୫।୪: ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲି ସିନ ଲୁଙ୍ଗ ସୋମବାର କହିଛନ୍ତି ଯେ ସେ ଆସନ୍ତା ୧୫ମେ’ ରେ ନିଜ ପଦରୁ ଇସ୍ତଫା ଦେବେ। ପରବର୍ତ୍ତୀ ପ୍ରଧାନମନ୍ତ୍ରୀ...

ଓମାନରେ ପ୍ରଳୟଙ୍କରୀ ବନ୍ୟା, ଏବେ ପର୍ଯ୍ୟନ୍ତ ୧୩ ମୃତ

ମସ୍କଟ,୧୫।୪: ପ୍ରକୃତି ବର୍ତ୍ତମାନ ମଧ୍ୟ ପୂର୍ବର ଓମାନ ସହରରେ ତାଣ୍ଡବ ସୃଷ୍ଟି କରୁଛି। ସୋମବାର ପ୍ରବଳ ବର୍ଷା ଯୋଗୁଁ ସେଠାରେ ୧୩ ଜଣଙ୍କର ମୃତ୍ୟୁ ହେଲାଣି।...

ଏହି ୫ ସୁରକ୍ଷା କବଚ ସହାୟତାରେ ଇରାନକୁ ପାଣି ପିଆଇଲା ଇସ୍ରାଏଲ

ଜେରୁଜେଲମ୍‌,୧୫ା୪:୬ ମାସ ଧରି ଲାଗି ରହିଥିବା ହମାସ୍‌ ବିରୋଧୀ ଯୁଦ୍ଧ ବେଳେ ଇସ୍ରାଏଲ୍‌ର ଏୟାର ଡିଫେନ୍ସ ସିଷ୍ଟମ୍‌ ରକେଟ, ଡ୍ରୋନ୍‌ ଓ ମିଶାଇଲ୍‌ ଆକ୍ରମଣକୁ ପ୍ରତିହତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri